ନୟାଗଡ଼ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଏକ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏବଂ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ । ଏହି ମେଳାରେ ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟର ଅଧ୍ୟକ୍ଷ ଭବେଶ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ କାନ୍ତି ରଞ୍ଜନ ସାହୁ ଉପସ୍ଥିତ ରହି ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାକୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ମନସ୍ଵୀ ସେଠୀ ପରିଚାଳନା କରିଥିଲେ । ଏହି ନିଯୁକ୍ତି ମେଳାରେ ମୋଟ ୨୩ଗୋଟି ନିଯୁକ୍ତି ଦାତା କମ୍ପାନୀ ଏବଂ ୭ଜଣ ପ୍ରଶିକ୍ଷଣ ପ୍ରଦାନକାରୀ ସଂସ୍ଥା ଯୋଗ ଦେଇଥିଲେ । ଏହି ମେଳାରେ ବିଭିନ୍ନ ବ୍ଲକରୁ ସର୍ବମୋଟ ୧୦୬୫ଜଣ ଛାତ୍ରଛାତ୍ରୀ ଏବଂ ନିଯୁକ୍ତି ଆଶାୟୀ ପ୍ରାର୍ଥୀମାନେ ଯୋଗଦେଇ ନିଜ ପସନ୍ଦର ନିଯୁକ୍ତି ଦାତାଙ୍କ ପାଖରେ ପଞ୍ଜିକରଣ କରିଥିଲେ।

Related posts