ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଗୁମୀ ପଞ୍ଚାୟତ ଡିମିରିପଲ୍ଲୀ ଉଚ୍ଚ ବିଦ୍ୟାଳୟ ଠାରେ ୩ ଦିନ ବ୍ୟାପୀ ୭ମ ଜିଲ୍ଲା ସ୍ତରୀୟ ସ୍କାଉଟ୍ ଓ ଗାଇଡ୍ କ୍ୟାମ୍ପରୀ ଉଦଘାଟିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣୀ ରାଉତ ଙ୍କ ସଭାପତିତ୍ଵରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ୟାମ୍ପରୀରୁ ନେତୃତ୍ବ, କମ୍ୟୁନିଟି, ଶାରୀରିକ ସମୃଦ୍ଧ ହୋଇଥାଏ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଚିତ୍ତରଞ୍ଜନ ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅନୀଲ କୁମାର ଦାସ, ନୂଆଗାଁ ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଗୁମୀ ସରପଞ୍ଚ ବବୃ ମହାରଣା, ସମିତି ସଭ୍ଯ ସଞ୍ଜୀବ କୁମାର ଡାକୁଆ, ଡିମିରିପଲ୍ଲୀ ଉଚ୍ଚ…
Read MoreDay: January 7, 2026
‘ଅଙ୍କୁରାୟନ’ର ଦ୍ଵିତୀୟ ଦିବସରେ ଡ. ସୁରେଶ ବରାଡ଼ଙ୍କ ଆଭାସ ଗଳ୍ପ ‘ଲୁହ’ ଲୋକାର୍ପିତ
ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ହରିହରପୁର ଗ୍ରୀନକ୍ଲବ ତରଫରୁ ଗ୍ରୀନ ପାର୍କ ପରିସର ମଧ୍ୟରେ ଶିଶୁ ଉତ୍ସବ ‘ଅଙ୍କୁରାୟନ’ ଆଜି ଦ୍ୱିତୀୟ ଦିବସରେ ବିଶିଷ୍ଟ କବି, ଲେଖକ, କାବ୍ୟକାର, ନାଟ୍ୟକାର, ଗାଳ୍ପିକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ଆଭାସ ଗଳ୍ପ “ଲୁହ” ଲୋକାର୍ପିତ ହୋଇଯାଇଛି। ଗ୍ରୀନ କ୍ଳବର ସଭାପତି ବିଭୁପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରାଧ୍ୟାପକ ଡ଼ ଗୋବିନ୍ଦ ଚନ୍ଦ୍ର ଦାଶ। ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ମଙ୍ଗରାଜ, ଷ୍ଟେଟ ସ୍କାଉଟ ଟ୍ରେନର, ରମେଶ କୁମାର ବଳବନ୍ତରାୟ, କବି ଦିନବନ୍ଧୁ ମହାପାତ୍ର ଓ ମଞ୍ଚ ପରିଚାଳନା…
Read Moreପ୍ଲାଟିନମ ଜୟନ୍ତୀ ପାଇଁ ପ୍ରାରମ୍ଭିକ ବୈଠକ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସାରସ୍ବତ ଲୋକ ବିଦ୍ୟାପୀଠ କଜଳାଇପଲ୍ଲି ୧୯୫୧ ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ ୨୦୨୬ ମସିହାକୁ ତାହା ୭୫ ବର୍ଷ ପୂର୍ତ୍ତି ପାଳନ କରୁଅଛି ।ଏହି ଅବସରରେ ବିଦ୍ୟାଳୟର ପ୍ଲାଟିନମ୍ ଜୁବିଲି ପାଳନ ନିମନ୍ତେ ଆଜି ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟର ଆଲୁମିନା କମିଟି ସଭାପତି ଘନଶ୍ୟାମ ମହାପାତ୍ରଙ୍କ ଅଧକ୍ଷତାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ/ସଦସ୍ୟା ଓ ପୁରାତନ ଛାତ୍ର ଆଲୁମିନା କମିଟି ସଦସ୍ୟ ମାନକୁ ନେଇ ଏକ ବୈଠକ କରାଯାଇ ପ୍ଲାଟିନମ୍ ଜୁବିଲି ପାଇଁ ସମସ୍ତଙ୍କ ମତାମତ ନିଆଯାଇ ପୁରାତନ ଛାତ୍ର ଛାତ୍ରୀ , ବର୍ତ୍ତମାନର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗରେ ପ୍ଲାଟିନମ୍ ଜୁବୁଲିକୁ ମହାସମାରୋହରେ ପାଳନ ପାଇଁ ସ୍ଥିର କରାଗଲା । ଏହି…
Read Moreସ୍ବାଧିନତା ପରବର୍ତ୍ତୀ ଓଡ଼ିଆ କବିତା ଓ ଏକବିଂଶ ଶତାବ୍ଦୀର ଓଡ଼ିଆ ନାଟକ ଉପରେ ପାଠଚକ୍ର ଆୟୋଜିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ, ନୟାଗଡ଼ର ଶାସ୍ତ୍ରୀୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତରଫରୁ ସୁବର୍ଣ୍ଣ ଜୟନ୍ତୀ ସଭାଗୃହରେ ‘ଏକ ଦିବସୀୟ ପାଠଚକ୍ର’ ଅନୁଷ୍ଠିତ ହୋଇଯାଇଅଛି। ଅଧ୍ୟକ୍ଷ ଡ ବିପିନ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପାଠଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ. ବିଜୟ କୁମାର ଶତପଥୀ ଏବଂ ରେଭେନ୍ସା ବିଶ୍ବବିଦ୍ୟାଳୟର ପରିଦର୍ଶକ ପ୍ରଫେସର ଡ. ବାବାଜୀ ଚରଣ ପଟ୍ଟନାୟକ ଅତିଥି ରୂପେ ଯୋଗଦେଇଥିଲେ। ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପାଠଚକ୍ରକୁ ଉଦ୍ଘାଟନ କରିବା ପରେ +୩ ଓଡ଼ିଆ ବିଭାଗର ଛାତ୍ରୀମାନେ ସ୍ବାଗତ ସଂଗୀତ ଗାନ କରିଥିଲେ। ଅଧ୍ୟକ୍ଷ ଡ.ପଟ୍ଟନାୟକ ସ୍ବାଗତ ସମ୍ଭାଷଣ ଜଣାଯାଇଥିଲା ବେଳେ ବିଭାଗମୁଖ୍ୟ ଶ୍ରୀ ସଞ୍ଜୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଦୁଇ ଅତିଥିଙ୍କୁ ଅଧ୍ୟକ୍ଷ ଡ. ପଟ୍ଟନାୟକ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ…
Read Moreସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍-୨୦୨୬ ନିମନ୍ତେ ପ୍ରସ୍ତୁତି ବୈଠକ
ନୟାଗଡ, (ନୟାଗଡ଼ ଦର୍ପଣ): ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ନୟାଗଡ କପ ୨୦୨୬ର ପ୍ରସ୍ତୁତି ବୈଠକ ନୟାଗଡ ସହର ସ୍ଥିତ ନୟାଗଡ଼ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନୟାଗଡ ବିଧାୟକ ଡ଼ ଅରୁଣ କୁମାର ସାହୁ, ରଣପୁରର ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ସମେତ ୭୮୬କ୍ଳବ, ମର୍ଣ୍ଣିଙ୍ଗ କ୍ଲବ, ନୟାଗଡ କ୍ଲବର ସଦସ୍ୟ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ଖେଳ ଶିକ୍ଷକ ପ୍ରମୁଖ ଯୋଗ ଦେଇଥିଲେ। ନୟାଗଡ଼ ଖେଳ ପଡ଼ିଆରେ ଚଳିତ ମାସ ୧୯ତାରିଖରୁ ୨୬ତାତିଖ ପର୍ଯ୍ୟନ୍ତ ଏହି ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ନୟାଗଡ଼ କପ-୨୦୨୬ ଅନୁଷ୍ଠିତ ହେବ। ୮ଦିନ ବ୍ୟାପି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ କିପରି କିପରି ସରସ ସୁନ୍ଦର ସହ ଶାନ୍ତି ଶୃଙ୍ଖଳା ସହିତ ସମାପନ ହେବ ବୈଠକରେ ଫୁଟବଲ…
Read More