କେ.ସି କ୍ଲବ୍ ଶତବାର୍ଷିକ ଉତ୍ସବ ଦ୍ଵିତୀୟ ଦିନର କାର୍ଯ୍ୟକ୍ରମ

ନୟାଗଡ, (ନୟାଗଡ଼ ଦର୍ପଣ): କେ.ସି କ୍ଲବ୍ ଶତ ବାର୍ଷିକ ଉତ୍ସବ ଅବସରରେ ଦ୍ଵିତୀୟ ଦିନ କାର୍ଯକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ ଅରୁଣ କୁମାର ସାହୁ ଯୋଗଦେଇ କେ.ସି କ୍ଲବର ସାମାଜିକ ଉତ୍ତର ଦାୟିତ୍ଵ କାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ କ୍ଲବ୍ ସକରାତ୍ମକ ଚିନ୍ତାଧାରା ମାଧ୍ୟମରେ ଆହୁରି ଜନ କଲ୍ୟାଣ ଚେତନାରେ ପରିପୃଷ୍ଟ ହେଉ ବୋଲି ଆହ୍ବାନ ଦେଇଥିଲେ|ସେହିପରି ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଦଶପଲ୍ଲାର ବିଧାୟକ ରମେଶ ଚନ୍ଦ୍ର ବେହେରା ସାମାଜିକ ବିଫଳତା ସମାଜର କିଭଳି ଅଶେଷ କ୍ଷତି ସାଧନ କରେ ସେ ସମ୍ପର୍କରେ ଏକ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥଲେ|ଅନ୍ୟତମ ସମ୍ମାନୀତ ଅତିଥି ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏହି ଠାରୁ କ୍ଲବ୍ ମାଧ୍ୟମରେ ନୟାଗଡ଼ର ନୂଆ ଇତିହାସ…

Read More

ଫେବୃୟାରୀ ୧୨ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ମିଳିତ ଟ୍ରେଡ ୟୁନିୟନ୍ ବୈଠକ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ୧୨ଫେବୃୟାରୀ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ମିଳିତ ଟ୍ରେଡ ୟୁନିୟନ୍ ଗୁଡ଼ିକର ନୟାଗଡ଼ ଜିଲ୍ଲା ସ୍ତରୀୟ କୋର୍ଡିନେସନ୍ ବୈଠକ କଷ୍ଟି ଡାକୁଆ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ସିଆଇଟିୟୁର ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଫେବୃଆରୀ ୧୨ ଧର୍ମଘଟକୁ ସଫଳ କରିବାକୁ ଫେବୃଆରୀ ପହିଲା ଦିନ ନୟାଗଡ଼ ଆର.ସି.ଏମ୍.ଏସ୍ ସଭାକକ୍ଷରେ କେନ୍ଦ୍ରୀୟ ଟ୍ରେଡୟୁନିଅନ ମାନଙ୍କ ମିଳିତ ମଞ୍ଚ ପକ୍ଷରୁ ଏକ ଗଣକନଭେନସନ ସଂଗଠିତ କରିବାପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ବିରୋଧ କରି ଏହି ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବାକୁ ଏଆଇଟିୟୁସି ନେତା ଅମୀୟ ପଟ୍ଟନାୟକ, ଆଇଏନଟିୟୁସି ନେତା ରଣଜିତ ଦାଶ, ଏସୟୁସିଆଇ ନେତା କୃଷ୍ଣ ଚନ୍ଦ୍ର ମହାପାତ୍ର, ଶ୍ରମିକ ନେତା ବାସୁଦେବ ମହାନ୍ତି, ସିଟୁ ଜିଲ୍ଲା ଆବାହକ ଶରତଚନ୍ଦ୍ର ବେହେରା, ସଂପାଦକ…

Read More

ନୟାଗଡ଼ କେ.ସି କ୍ଲବର ଶତବାର୍ଷିକ ଉତ୍ସବ-୨୦୨୬ ଉଦଘାଟିତ

ନୟଗଡ, (ନୟାଗଡ଼ ଦର୍ପଣ): ପାଞ୍ଚ ଦିନ ବ୍ୟାପି ମହାସମାରୋହରେ ପାଳିତ ହେବାକୁ ଥିବା ଜିଲ୍ଲାର ସର୍ବ ପୁରାତନ କେ.ସି କ୍ଲବର ଶତବାର୍ଷିକ ଉତ୍ସବ ସୋମବାର  ଉଦଘାଟିତ ହୋଇ ଯାଇଛି। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଉଦଘାଟକ ଭାବେ ଯୋଗଦେଇ ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡା ଏବଂ ଯୁବସେବା, ଓଡିଆ,ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କେ.ସି କ୍ଲବର ଗାରିମାମୟ ଇତିହାସର ଉଚ୍ଚ ପ୍ରଶଂସା କରିବା ସହ କ୍ଲବର ଉନ୍ନତି ପାଇଁ ତାଙ୍କ ଦ୍ଵାର ସର୍ବଦା ଉନ୍ମୁକ୍ତ ବୋଲି ପ୍ରକାଶ କରିଥଲ। ଏଥିରେ ମୁଖ୍ୟବକ୍ତା ଭାବେ କନ୍ଧମାଳର ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରି ସିଂ, ସମ୍ମାନିତ ଅତିଥିଭାବେ ଖଣ୍ଡପଡ଼ାର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ବର୍ଷୀୟାନ ସଭ୍ୟ ପ୍ରମୋଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସାଧାରଣ ଜନଜୀବନରେ କ୍ଲବର ସଂପୃକ୍ତିର ଅବତାରଣା କରିଥିଲ। କ୍ଲବର…

Read More

ନୟାଗଡ଼ ମହିଳା ମହାବିଦ୍ୟାଳୟ ଛାତ୍ରୀ ମାନଙ୍କର ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ

ନୟାଗଡ଼, (ନୟାଗଡ଼ ଦର୍ପଣ): ୭୭ତମ ଗଣତନ୍ତ୍ର ଦିବସ ଅବସରରେ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ୟୁନିଟ ତରଫରୁ ‌”ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। “ପୂର୍ଣ୍ଣ ଶିକ୍ଷା  ପରେ ନିଜେ  କାର୍ଯ୍ୟକ୍ଷମ ହୋଇ ବିବାହ କରିବା ପାଇଁ ଛାତ୍ରୀ ମାନଙ୍କୁ  ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ତତ୍ ସହିତ ବାଲ୍ୟ ବିବାହ ମୁକ୍ତ ଭାରତ ପ୍ରତିଷ୍ଠିତ ପାଇଁ ନିଜର ଚେଷ୍ଟା ଅବ୍ୟାହତ ରଖିବା, ନିଜ ଅଂଚଳରେ ବାଲ୍ୟ ବିବାହକୁ ବିରୋଧ କରିବା ପାଇଁ ନିଜର ଅଭିଭାଷଣରେ କହିଥିଲେ। ନୟାଗଡ଼ ଜିଲ୍ଲପାଳ ମଧୁମିତା ରଥ, ଅଧ୍ୟାପିକା, ଅଧ୍ୟାପକ ସର୍ବଦା ଛାତ୍ରୀ ମାନଙ୍କୁ ବାଲ୍ୟ ବିବାହ ବିଷୟରେ ସଚେତନ କରିବା ପାଇଁ ନିଜର ଅଭିଭାଷଣରେ କହିଥିଲେ। ଏହା…

Read More

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୟାଗଡ ପ୍ରାଙ୍ଗଣରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି, ଉକ୍ତ ଉତ୍ସାବରେ ନୟାଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧକ୍ଷ ଡ଼. ଖଲି ସାହୁ ଦୀପ ପ୍ରଜ୍ବଳନ କରି ମା ‘ଶାରଦାଙ୍କ ନିକଟରେ ଆଶିଷ ଭିକ୍ଷା କରିଥିଲେ। ଶ୍ରୀ ସାହୁ ମହୋଦୟ ମୁଖ୍ୟ ଅତିଥି ଭାବେ ପତାକା ଉତ୍ତୋଳନ ସହ ସାଧାରଣତନ୍ତ୍ର ଦିବସର ମହତ୍ୱ ବର୍ଣ୍ଣନା କରିଥିଲେ। ସଂପ୍ରତି ଚିନ୍ତାଶୀଳ ଯୁବସମାଜ, ଅନ୍ୟାୟ, ଶୋଷଣମୁକ୍ତ ବିକଶିତ ରାଷ୍ଟ୍ରର ନବ ନିର୍ମାତା। ବିଭିନ୍ନତା  ମଧ୍ୟରେ ଏକତା ସମ୍ବିଧାନିକ ନିୟମକୁ ହୃଦବୋଧ କରି ଭାରତୀୟ ଏକତା କୁ ବଜାୟୀ ରଖିବା। ଭାରତକୁ ବିଶ୍ୱ ଗୁରୁ ଆସନରେ ଆସୀନ କରିବା ପାଇଁ ଆପ୍ରାଣ ଉଦ୍ୟମ କରିବା ଆବଶ୍ୟକ। ଉକ୍ତ ଉତ୍ସବରେ  ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ହରେକୃଷ୍ଣ ମୁଦୁଲି, ପ୍ରଶାସକ ଭଗବାନ…

Read More

ସମର୍ପଣ ବୃଦ୍ଧାଶ୍ରମରେ ପତାକା ଉତ୍ତୋଳନ କଲେ ଜିଲ୍ଲା ପରିଷଦ ଅଧ୍ଯକ୍ଷ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ମହାସମାରୋହରେ ପାଳିତ ହୋଇ ଯାଇଛି ୭୭ ତମ ଗଣତନ୍ତ୍ର ଦିବସ।  ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଆଶ୍ରମ ଅନ୍ତେବାସୀ ଓ ସଦସ୍ଯ ମାନଙ୍କ ଗହଣ ରେ ଜାତୀୟ ପତାକା ଉତ୍ତୋଳନ କରି ମହାନ୍ ଦେଶଭକ୍ତ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମ୍ରୁତି ଚାରଣ କରିବା ସହିତ ଆଶ୍ରମ ପରିଚାଳନା କମିଟି ସଦସ୍ଯ ମାନଙ୍କ ସେବା ଓ ସମୟଦାନ ପାଇଁ ସାଧୁବାଦ ଜଣାଇଥିଲେ। ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ଶ୍ରୀଧର ସାହୁ ଓ କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ ଉପସ୍ଥିତ ରହି ସହଯୋଗ କରିଥିଲେ।

Read More

ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ୭୭ତମ ଗଣତନ୍ତ୍ର ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ୭୭ତମ ଗଣତନ୍ତ୍ର ଦିବସ ପାଳନ ପାଇଁ ସମଗ୍ର ଦେଶ ଉତ୍ସବ ମୁଖର। ପୁରପଲ୍ଲୀ ସବୁଠି ଫରଫର ହୋଇ ଉଡୁଛି ତ୍ରିରଙ୍ଗା। ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରେ ପାଳିତ ହୋଇଥିବା ଗଣତନ୍ତ୍ର ଦିବସରେ ମୁଖ୍ଯ ଅତିଥି ଭାବେ ପ୍ରଫେସର ଅଜୟ କୁମାର ପଟ୍ଟନାୟକ ଯୋଗଦେଇ ବିଦ୍ଯାଳୟ ପରିସରରେ ସ୍ଥାପିତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାପରେ ବିଦ୍ଯାଳୟ ପଡିଆରେ ସମ୍ମିଳିତ ଛାତ୍ରଛାତ୍ରୀଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରି ଗଣତନ୍ତ୍ର ଦିବସର ମହାନତା ବିଷୟରେ ଆଲୋକପାତ କରିଥିଲେ । ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ମନେ ପକାଇ ସମ୍ବିଧାନ ପ୍ରଣୟନରେ ତାଙ୍କର ବଳିଷ୍ଠ ନେତୃତ୍ବ ଓ ଦିଗଦର୍ଶନ ବିଷୟରେ ଆଲୋଚନା କରିଥିଲେ। ଆଜିର ଛାତ୍ର କାଲିର ନାଗରିକ।…

Read More

୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଡ଼.ସୁରେଶ ବରାଡ଼ଙ୍କ “ଭାରତୀୟ ସମ୍ବିଧାନ(ମୁଖ୍ୟ ବିନ୍ଦୁ)” ଉନ୍ମୋଚିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ହରିହରପୁରସ୍ଥ ଗ୍ରୀନ କ୍ଳବ ପକ୍ଷରୁ ଗ୍ରୀନ ପାର୍କ ପରିସରରେ ଚଳିତ ବର୍ଷ ବହୁ ଆଡମ୍ବରରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ଲବର ସଭାପତି ଶ୍ରୀଯୁକ୍ତ ବିଭୁପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ସମାରୋହରେ କ୍ଲବର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ:ଉପଦେଷ୍ଟା ସୌଦାଗର ନାୟକ, ସମ୍ପାଦକ କୁମାର ବରାଡ, କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ମହାରଣା, ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ, କରଡା ହରିହର ପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଉପସ୍ଥିତ ରହି ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରିଥିଲେ। କ୍ଲବର ଅନେକ ଶିଶୁ ଓ ସ୍ଥାନୀୟ ଲୋକମାନେ ଏହି ଦେଶଭକ୍ତିପୂର୍ଣ୍ଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପତାକା ଉତ୍ତୋଳନ ପରେ ସମ୍ପାଦକ “ଘରେ ଘରେ ସଂବିଧାନ”…

Read More

ନୟାଗଡ଼ କପ୍: କଟକ ଚାମ୍ପିଅନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖେଳ ପଡିଆ ଠାରେ ଚାଲିଥିବା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଫାଇନାଲ ମ୍ୟାଚ। ୭୮୬ ୟୁଥ୍ କ୍ଳବ୍ ଆନୁକୂଲ୍ୟରେ ଦୀର୍ଘ ୮ ଦିନ ଧରି ଚାଲିଥିବା ଖେଳର ଆଜିର ଏହି ଫାଇନାଲ ଖେଳରେ ଭଞ୍ଜନଗର ଓ ମଙ୍ଗଳା କ୍ଳବ୍ କଟକ ପରସ୍ପରକୁ ଭେଟିଥିଲେ। ଆରମ୍ଭରୁ ଆକ୍ରମଣ ଓ ପ୍ରତି ଆକ୍ରମଣ ଜାରି ରହିଥିଲା। ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ଡ. ଅରୁଣ କୁମାର ସାହୁ ଆଜି ଏଠାରେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୌରାଧ୍ୟକ୍ଷା ନିରୁପମା ଖଟେଇ, ଅଧ୍ୟକ୍ଷ ନୟାଗଡ଼ ବ୍ଲକ୍ କିଶୋର ଚନ୍ଦ୍ର ସାହୁ, ଅଧକ୍ଷ ନୂଆଗାଁ ବ୍ଲକ୍ ଶଙ୍କର୍ଷଣ ବେହେରା, ବେଣୁଧର ପ୍ରଧାନ ଭାପୁର ବ୍ଲକ୍…

Read More

ଗିରିଧରପୁର ପ୍ରାଥମିକ ଓ ଆଞ୍ଚଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଧୁମଧାମରେ ପାଳନ ହେଲା ବାର୍ଷିକ ଉତ୍ସବ

ଗିରିଧରପୁର ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଶିକ୍ଷା–ସଂସ୍କୃତି–ପ୍ରତିଭାର ଝଲକ ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକ ଅନ୍ତର୍ଗତ କୁଳାସର କ୍ଲଷ୍ଟରର ଗିରିଧରପୁର ପ୍ରାଥମିକ ବିଦ୍ୟାଳୟ ଓ ଆଞ୍ଚଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଂଯୁକ୍ତ ବାର୍ଷିକ ଉତ୍ସବ ଶନିବାର ଦିନ ଅତ୍ୟନ୍ତ ଉତ୍ସାହ ଓ ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ  ପିଣ୍ଟୁ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ସହିତ ସଂସ୍କୃତି ଓ ନୈତିକ ମୂଲ୍ୟବୋଧର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ନିଖିଳ ଉତ୍କଳ ପ୍ରାଥମିକ ମହାସଂଘର ମହାସଚିବ  ଜ୍ୟୋତି ରଞ୍ଜନ ଦାଶ ଶିକ୍ଷକମାନଙ୍କ ଭୂମିକା ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ଉପରେ ଗୁରୁତ୍ୱ ଦେଇ ବକ୍ତବ୍ୟ ରଖିଥିଲେ।କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଗଡ଼ବାଣିକିଲୋ ଗ୍ରାମପଞ୍ଚାୟତର ସରପଞ୍ଚ  ବ୍ରଜମୋହନ ରାଉତରାୟ, ସ୍ୱତନ୍ତ୍ର ଅତିଥି ଭାବେ ସହକାରୀ…

Read More