ନୟାଗଡ, (ନୟାଗଡ଼ ଦର୍ପଣ): କେ.ସି କ୍ଲବ୍ ଶତ ବାର୍ଷିକ ଉତ୍ସବ ଅବସରରେ ଦ୍ଵିତୀୟ ଦିନ କାର୍ଯକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ ଅରୁଣ କୁମାର ସାହୁ ଯୋଗଦେଇ କେ.ସି କ୍ଲବର ସାମାଜିକ ଉତ୍ତର ଦାୟିତ୍ଵ କାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ କ୍ଲବ୍ ସକରାତ୍ମକ ଚିନ୍ତାଧାରା ମାଧ୍ୟମରେ ଆହୁରି ଜନ କଲ୍ୟାଣ ଚେତନାରେ ପରିପୃଷ୍ଟ ହେଉ ବୋଲି ଆହ୍ବାନ ଦେଇଥିଲେ|ସେହିପରି ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଦଶପଲ୍ଲାର ବିଧାୟକ ରମେଶ ଚନ୍ଦ୍ର ବେହେରା ସାମାଜିକ ବିଫଳତା ସମାଜର କିଭଳି ଅଶେଷ କ୍ଷତି ସାଧନ କରେ ସେ ସମ୍ପର୍କରେ ଏକ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥଲେ|ଅନ୍ୟତମ ସମ୍ମାନୀତ ଅତିଥି ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏହି ଠାରୁ କ୍ଲବ୍ ମାଧ୍ୟମରେ ନୟାଗଡ଼ର ନୂଆ ଇତିହାସ ଲେଖା ଆରମ୍ଭ ହେଉ ବୋଲି ନିଜର ବକ୍ତବ୍ୟ ରଖିଥିଲେ।
ସଭାପତି ଭାଗିରଥି ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏକାମ୍ର ଭୁବନେଶ୍ଵରର ବିଧାୟକ ବାବୁସିଂହ ଗାରିମାମୟ କେ.ସି କ୍ଲବର ଗରୀମାକୁ ଅକ୍ଷୁର୍ଣ ରଖିବା ସହ ମହାପ୍ରଭୁ ଏହି କ୍ଳବକୁ ଦୀର୍ଘାୟୁ କରନ୍ତୁ ବୋଲି ଆଶ୍ରିବଚନ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶତବାର୍ଷିକ ଉତ୍ସବରେ ସଂପାଦକ ସଂଗ୍ରାମ କେଶରୀ ଗୁମାନସିଂ ସଂପାଦକୀୟ ବୀବରଣୀ ପାଠ କରିଥିବା ବେଳେ ନୟାଗଡ଼ର ଝିଅ ତଥା ଜାତୀୟ ସ୍ତରର ସୁନାମ ଧନ୍ୟ କଣ୍ଠଶିଳ୍ପୀ ବର୍ଣାଳି ହୋତାଙ୍କୁ ଉପସ୍ଥିତି ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ତଥା ଛାତ୍ରଛାତ୍ରୀଙ୍କୁ କ୍ଲବ ପକ୍ଷରୁ ସମ୍ମାନୀତ କରା ଯାଇଥିଲା। ଶେଷରେ ସଭାପତି ଶ୍ରୀଯୁକ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
