ନୟାଗଡ଼, (ନୟାଗଡ଼ ଦର୍ପଣ): ୧୨ଫେବୃୟାରୀ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ମିଳିତ ଟ୍ରେଡ ୟୁନିୟନ୍ ଗୁଡ଼ିକର ନୟାଗଡ଼ ଜିଲ୍ଲା ସ୍ତରୀୟ କୋର୍ଡିନେସନ୍ ବୈଠକ କଷ୍ଟି ଡାକୁଆ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ସିଆଇଟିୟୁର ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଫେବୃଆରୀ ୧୨ ଧର୍ମଘଟକୁ ସଫଳ କରିବାକୁ ଫେବୃଆରୀ ପହିଲା ଦିନ ନୟାଗଡ଼ ଆର.ସି.ଏମ୍.ଏସ୍ ସଭାକକ୍ଷରେ କେନ୍ଦ୍ରୀୟ ଟ୍ରେଡୟୁନିଅନ ମାନଙ୍କ ମିଳିତ ମଞ୍ଚ ପକ୍ଷରୁ ଏକ ଗଣକନଭେନସନ ସଂଗଠିତ କରିବାପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ବିରୋଧ କରି ଏହି ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବାକୁ ଏଆଇଟିୟୁସି ନେତା ଅମୀୟ ପଟ୍ଟନାୟକ, ଆଇଏନଟିୟୁସି ନେତା ରଣଜିତ ଦାଶ, ଏସୟୁସିଆଇ ନେତା କୃଷ୍ଣ ଚନ୍ଦ୍ର ମହାପାତ୍ର, ଶ୍ରମିକ ନେତା ବାସୁଦେବ ମହାନ୍ତି, ସିଟୁ ଜିଲ୍ଲା ଆବାହକ ଶରତଚନ୍ଦ୍ର ବେହେରା, ସଂପାଦକ ସୁରେଶ ଚନ୍ଦ୍ର ସ୍ଵାଇଁ, ପବିତ୍ର ଇନ୍ଦ୍ରଜିତ, ଚାପଧାରୀ ରାଉତ, ମଙ୍ଗୁଳି ରାଉତ, ଜୟନ୍ତୀ ଦାଶ, ନିର୍ମାଣ ଶ୍ରମିକ ନେତା ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସବ୍ୟସାଚୀ ସେନାପତି ପ୍ରମୁଖ ରାଜ୍ୟ ଶ୍ରମିକ -କର୍ମଚାରୀ ନେତା ଦୁଷ୍ମନ୍ତ କୁମାର ଦାସଙ୍କ ମାର୍ଗଦର୍ଶୀ ପ୍ରସ୍ତାବ ଗୁଡିକ ଉପରେ ଆଲୋଚନା ରଖି ଏହି ସଙ୍ଗ୍ରାମର ବାର୍ତ୍ତା ଆଠଟିଯାକ ବ୍ଲକରେ ଗାଁ ଗାଁ ସଭା ସଂଗଠିତ କରି ପ୍ରଚାର ପ୍ରସାର କରିବାକୁ ମତବ୍ୟକ୍ତ କରିଥିଲେ। ଶ୍ରମିକ ନେତା ଗୋପିନାଥ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
ଫେବୃୟାରୀ ୧୨ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ମିଳିତ ଟ୍ରେଡ ୟୁନିୟନ୍ ବୈଠକ ଅନୁଷ୍ଠିତ
