ନୟାଗଡ଼ କେ.ସି କ୍ଲବର ଶତବାର୍ଷିକ ଉତ୍ସବ-୨୦୨୬ ଉଦଘାଟିତ

ନୟଗଡ, (ନୟାଗଡ଼ ଦର୍ପଣ): ପାଞ୍ଚ ଦିନ ବ୍ୟାପି ମହାସମାରୋହରେ ପାଳିତ ହେବାକୁ ଥିବା ଜିଲ୍ଲାର ସର୍ବ ପୁରାତନ କେ.ସି କ୍ଲବର ଶତବାର୍ଷିକ ଉତ୍ସବ ସୋମବାର  ଉଦଘାଟିତ ହୋଇ ଯାଇଛି। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଉଦଘାଟକ ଭାବେ ଯୋଗଦେଇ ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡା ଏବଂ ଯୁବସେବା, ଓଡିଆ,ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କେ.ସି କ୍ଲବର ଗାରିମାମୟ ଇତିହାସର ଉଚ୍ଚ ପ୍ରଶଂସା କରିବା ସହ କ୍ଲବର ଉନ୍ନତି ପାଇଁ ତାଙ୍କ ଦ୍ଵାର ସର୍ବଦା ଉନ୍ମୁକ୍ତ ବୋଲି ପ୍ରକାଶ କରିଥଲ। ଏଥିରେ ମୁଖ୍ୟବକ୍ତା ଭାବେ କନ୍ଧମାଳର ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରି ସିଂ, ସମ୍ମାନିତ ଅତିଥିଭାବେ ଖଣ୍ଡପଡ଼ାର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ବର୍ଷୀୟାନ ସଭ୍ୟ ପ୍ରମୋଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସାଧାରଣ ଜନଜୀବନରେ କ୍ଲବର ସଂପୃକ୍ତିର ଅବତାରଣା କରିଥିଲ। କ୍ଲବର ସଭାପତି ଭାଗିରଥି ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ସଂପାଦକ ସଂଗ୍ରାମ କେଶରୀ ଗୁମାନ ସିଂ ସଂପାଦକୀୟ ବୀବରଣୀ ପାଠ କରିଥିବା ବେଳେ ଉପସଭାପତି ଭବାନୀ ଶଙ୍କର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯୁଗ୍ମ ସଂପାଦକ ଚନ୍ଦନ ମହାପାତ୍ର, କୋଷାଧକ୍ଷ ସାରଦା ପ୍ରସାଦ ମହାପାତ୍ର ମଞ୍ଚାସିନ ଥିବାବେଳେ କ୍ଲବର ସ୍ମରଣିକା “ଶ୍ରଦ୍ଧା”କୁ ମୂଖ୍ୟ ଅତିଥିଙ୍କ ସମେତ ଉପସ୍ଥିତ ସମସ୍ତ ଅତିଥି ଉନ୍ମୋଚନ କରିଥିଲ। ସେହିପରି ସାନ୍ଧ୍ୟ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭବେ କନ୍ଧମାଳର ସାଂସଦ ପ୍ରତ୍ୟୁଷା ରାଜେଶ୍ୱରି ସିଂହ, ବିଶିଷ୍ଟ ଅତିଥି ଭାବେ ନୟାଗଡ଼ର ରାଜା ସାହେବ ଗଜେନ୍ଦ୍ର ଚନ୍ଦ୍ର ସିଂ ମାନ୍ଧାତା, ରାଜ ପରିବାରର ସଦସ୍ୟ ପୂର୍ଣ୍ଣ ବିଜୟ ସିଂ, ଆରଣ୍ୟରାଜ କିଶୋର ସିଂ ପ୍ରମୂଖ ଯୋଗ ଦେଇ କେ.ସି କ୍ଲବର ଭାଇଚାରା ପ୍ରେରଣାଦାୟୀ ସହ ଉଦାହରଣୀୟ ବୋଲି ମତବ୍ୟକ୍ତ କରିଥିଲ। ଏପରିକି କ୍ଲବର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟରେ ନୟାଗଡ ରାଜ ପରିବାରର ସମସ୍ତ ସହଯୋଗ ସର୍ବଦା ରହିବ ବୋଲି ପ୍ରକାଶ କରିଥଲ। ଏହି ଅବସରରେ ମୂଖ୍ୟ ଅତିଥିଙ୍କ ସମେତ ଅନ୍ୟାନ୍ୟ ଅତିଥି ମାନଙ୍କ କର କମଳରେ ବର୍ଷୀୟାନ ସଭ୍ୟ ମାନଙ୍କୁ ସମ୍ମାନୀତ କରା ଯାଇଥିଲା

Related posts