ସାଇକେଲ ଚଳାଇ ସୁସ୍ଥ ରୁହନ୍ତୁ ଓ ଶକ୍ତି ସଂରକ୍ଷଣ ବାର୍ତ୍ତା ପ୍ରଦାନକଲେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ସାଇକେଲ ଚଳାନ୍ତୁ ନିଜକୁ ସୁସ୍ଥ ରଖିବା ସହିତ ଦେଶର ଶକ୍ତି ସଂରକ୍ଷଣ ପାଇଁ ହାତବଢାନ୍ତୁ ର ବାର୍ତ୍ତା ପ୍ରଦାନ କଲେ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାରଙ୍କ ସୂଚନା କ୍ରମେ ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କ ର ପ୍ରାୟ ଏକ ଶହ ରୁ ଅଧିକ ଛାତ୍ର ଛାତ୍ରୀଙ୍କ ସହିତ ବିଦ୍ୟାଳୟର ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ  ବିଦ୍ୟାଳୟ ରୁ ରୋହିବାଙ୍କ ପରେ ବାଘୁଆଛକ ପର୍ଯ୍ୟନ୍ତ ସାଇକେଲ ଚଳାଇ ନିଜକୁ ସୁସ୍ଥ ରଖନ୍ତୁ ଓ ପରବର୍ତ୍ତୀ ପିଢ଼ି ପର୍ଯ୍ୟନ୍ତ ସରନ୍ତି ଶକ୍ତିର ସଂରକ୍ଷଣ କରନ୍ତୁ ବାର୍ତ୍ତା ଦେଇ ସାଇକେଲ ରାଲି କରିଥିଲେ। ଏହି ରାଲିରେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସୁରେନ୍ଦ୍ର ସେନାପତି, ଓଡଗାଁ…

Read More

ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ’: ଜିଲ୍ଲାସ୍ତରୀୟ ବକ୍ତୃତାରେ ଆଦ୍ୟାଶକ୍ତି ପ୍ରଥମ, ସଂସଦ ପ୍ରତିଯୋଗିତା ପାଇଁ ଚୟନ

ନୟାଗଡ଼, (ନୟାଗଡ଼ ଦର୍ପଣ): କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ‘ମାଇଁ ଭାରତ’ (MY Bharat), ନୟାଗଡ଼ ଶାଖା ଏବଂ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ସ୍ଥାନୀୟ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ – ୨୦୨୭’ ଏବଂ ଦେଶର ସଂସଦ ପାଇଁ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି l ଦେଶ ଗଠନରେ ଯୁବଶକ୍ତିର ଦାୟିତ୍ୱ, ସଂଳାପ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୁବ ନେତୃତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ” ଏକ ଦେଶ ଏକ ନିର୍ବାଚନ “ଉପରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ନୟାଗଡ଼ ମାଇଁ ଭାରତ କେନ୍ଦ୍ରର ଯୁବ ଅଧିକାରୀ ସାହିଲ କୁମାର କୁଣ୍ଡୁଙ୍କ ପୌରୋହିତ୍ୟରେ ଏବଂ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି…

Read More

ନୟାଗଡ଼ରେ ପୁନର୍ବାର ଆରମ୍ଭ ହେବ ‘ସଙ୍ଗୀତଧାରା’ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସିଜିନ-୪

‘ସଙ୍ଗୀତଧାରା’ର ଅଭିନବ ପ୍ରୟାସ, ବିଜେତାଙ୍କୁ ମିଳିବ ‘ସଙ୍ଗୀତ କଲ୍ଲୋଳ’ ଉପାଧି ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ର ପୂର୍ବ ସଫଳତା ଓ ଜନାଦୃତି ପରେ ଚଳିତ ବର୍ଷ ନୟାଗଡ଼ ଜିଲ୍ଲାରେ ଆୟୋଜିତ ହେବାକୁ ଯାଉଛି ଚତୁର୍ଥ ପର୍ଯ୍ୟାୟ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା। ଜିଲ୍ଲାରେ ଲୁକ୍କାୟିତ ଭାବେ ରହିଥିବା ସଙ୍ଗୀତ ପ୍ରତିଭା ଓ ପ୍ରତିଭାସମ୍ପନ୍ନ କଣ୍ଠଶିଳ୍ପୀମାନଙ୍କୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କୁ ଉପଯୁକ୍ତ ମଞ୍ଚ ଓ ପ୍ରୋତ୍ସାହନ ଯୋଗାଇଦେବା ଉଦ୍ଦେଶ୍ୟରେ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ଏହି ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଉପଲକ୍ଷେ ଆଜି ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ, ୧୪ରୁ ୨୪ ବର୍ଷ ବୟସର ଉଭୟ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ। ଉଚ୍ଚବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ସଙ୍ଗୀତ…

Read More

ସାହିତ୍ୟ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ନୟାଗଡ଼ ଦର୍ପଣ’ର ପ୍ରତିଷ୍ଠାତା ହରିଶ ପ୍ରଧାନ (ଗୀତିକଳ୍ପ)ଙ୍କୁ ମିଳିବ ସମ୍ମାନଜନକ ଡକ୍ଟରେଟ୍ ଉପାଧି

ନୟାଗଡ଼, (ନୟାଗଡ଼ ଦର୍ପଣ): ସାମାଜିକ ସେବା, ସାହିତ୍ୟ, କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ଦୀର୍ଘ ୨୫ ବର୍ଷର ନିରନ୍ତର ଅବଦାନ ପାଇଁ ହରିଶ ଚନ୍ଦ୍ର ପ୍ରଧାନଙ୍କୁ ମିଳିବ ସମ୍ମାନଜନକ ଡକ୍ଟରେଟ୍ ଉପାଧି। ମସ୍କୋ ରିସର୍ଚ୍ଚ ୟୁନିଭର୍ସିଟି ପକ୍ଷରୁ ଆୟୋଜିତ ‘ଗ୍ଲୋବାଲ୍ ଏକ୍ସଲେନ୍ସ ଅନର୍ସ-୨୦୨୬’ କାର୍ଯ୍ୟକ୍ରମରେ ତାଙ୍କୁ ‘ଡକ୍ଟର ଅଫ୍ ସୋସିଆଲ୍ ୱାର୍କ (D.SW.)’ ଉପାଧିରେ ସମ୍ମାନିତ କରାଯିବା ନେଇ ପ୍ରକାଶିତ ସମ୍ମାନପତ୍ରରେ ଉଲ୍ଲେଖ ରହିଛି।ଆସନ୍ତା ନଭେମ୍ବର ୧୩ ତାରିଖରେ ପୁରୀଠାରେ ଏକ ଭବ୍ୟ ସମାରୋହରେ ଏହି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ହେବାକୁ ଥିବା ସୂଚନା ମିଳିଛି।ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସାହିତ୍ୟ ଓ ସଂଗୀତ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ ଓ ୧୫ବର୍ଷ ଧରି ‘ନୟାଗଡ଼ ଦର୍ପଣ’ ଓ ‘ଓଡ଼ିଶା ଦର୍ପଣ’ ମାଧ୍ୟମରେ ଆଞ୍ଚଳିକ ସାହିତ୍ୟ, କଳା, ସଂସ୍କୃତିର ପ୍ରଚାର ପ୍ରସାର ସହ…

Read More

ମାତ୍ର ୧ବର୍ଷ ୧୦ମାସ ବୟସରେ ଅସାଧାରଣ ପ୍ରତିଭାର ଅଧିକାରିଣୀ ଜିଜ୍ଞାଶା ଜିଲ୍ଲା ପାଇଁ ଆଣିଲେ ଗୌରବ

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରତିଭା ପ୍ରଦର୍ଶନ ପାଇଁ ବୟସ କେବେ ବି ପ୍ରତିବନ୍ଧକ ହୋଇନଥାଏ। ଏହାର ଏକ ଅଦ୍ଭୁତ ଉଦାହରଣ ପାଲଟିଛନ୍ତି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ନନ୍ଦିଘୋର ଗ୍ରାମର ଜିତେନ୍ଦ୍ର ପ୍ରଧାନ ଓ ବର୍ଷା ପ୍ରିୟଦର୍ଶିନୀ ସ୍ୱାଇଁଙ୍କ ଝିଅ ଜିଜ୍ଞାଂଶା ଜିୟାଂଶୀ ପ୍ରଧାନ। ମାତ୍ର ୧ ବର୍ଷ ୧୦ ମାସ ବୟସରେ ନିଜର ଅସାଧାରଣ ସ୍ମରଣଶକ୍ତି ଓ ଜ୍ଞାନକୌଶଳ ପ୍ରଦର୍ଶନ କରି ସେ ‘ଇଣ୍ଡିଆ ବୁକ ଅଫ ରେକଡ଼’ ମାନ୍ୟତା ହାସଲ କରିଛନ୍ତି।୨୦୨୪ ଅକ୍ଟୋବର ୧୩ ତାରିଖରେ ଜନ୍ମଗ୍ରହଣ କରିଥିବା ଜିଜ୍ଞାଂଶା ୨୦୨୬ ଅଗଷ୍ଟ ୩୧ ତାରିଖ ସୁଦ୍ଧା ମାତ୍ର ୧ ବର୍ଷ ୧୦ ମାସ ବୟସରେ ଏହି ଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଥିଲେ।ସେ ୧୬ ପ୍ରକାର ଆକୃତି, ୧୫ଟି ଜାତୀୟ ପ୍ରତୀକ, ୬ଟି ଋତୁ, ୮ଟି ଗ୍ରହ, ଶରୀରର ୨୩ଟି ଅଙ୍ଗ, ୨୪ ପ୍ରକାର…

Read More

ନୟାଗଡ଼ରେ ଉଦ୍‌ଘାଟିତ ହେଲା ଓରମାସ୍‌ର ଦୀପାବଳି ଷ୍ଟଲ୍

ସ୍ଥାନୀୟ କାରିଗର ଓ ଉତ୍ପାଦକଙ୍କ ହାତତିଆରି ସାମଗ୍ରୀକୁ ମିଳିବ ବଜାର ନୟାଗଡ଼, (ନୟାଗଡ଼ ଦର୍ପଣ): ଆଲୋକର ପର୍ବ ଦୀପାବଳି ଅବସରରେ ନୟାଗଡ଼ ସଦର ମହକୁମା ସ୍ଥିତ ପଠାଣି ସାମନ୍ତ ସଂସ୍କୃତି ଭବନ ସମ୍ମୁଖରେ  ଓରମାସ୍‌ (ORMAS) ପକ୍ଷରୁ ଏକ ସ୍ୱତନ୍ତ୍ର ଦୀପାବଳି ଷ୍ଟଲ୍ ଉଦ୍‌ଘାଟିତ ହୋଇଛି। ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଲଗ୍ନଜିତ୍ ରାଉତ, ଓରମାସ୍‌ର ଯୁଗ୍ମ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ନୀଳକଣ୍ଠ ରଥଙ୍କ ସମେତ ଅନ୍ୟାନ୍ୟ ଓରମାସ୍‌ ଅଧିକାରୀଙ୍କ ଉପସ୍ଥିତିରେ ଏହି ଷ୍ଟଲ୍‌ର ଶୁଭାରମ୍ଭ ହୋଇଥିଲା।ଏହି ଷ୍ଟଲ୍‌ରେ ସ୍ଥାନୀୟ କାରିଗର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଗ୍ରାମୀଣ ଉତ୍ପାଦକଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ଉପଲବ୍ଧ ହେଉଛି। ଏଥିରେ ମାଟି…

Read More

ନୟାଗଡ଼ ମଧୁବନ ଡକାୟତି ଘଟଣାର ପର୍ଦ୍ଦାଫାସ୍, ଜଣେ ଗିରଫ

ସୁନା ଅଳଙ୍କାର ଓ ୪୦ ହଜାର ଟଙ୍କା ଜବତ, ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ଥାନା ଅନ୍ତର୍ଗତ ମଧୁବନ (ସୀତାରାମପୁର) ଗ୍ରାମରେ ଘଟିଥିବା ଡକାୟତି ଘଟଣାରେ ପୋଲିସକୁ ସଫଳତା ମିଳିଛି। ଏହି ଘଟଣାରେ ଜଣେ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ଘରୁ କିଛି ସୁନା ଓ ରୁପା ଅଳଙ୍କାର ସମେତ ନଗଦ ୪୦ ହଜାର ଟଙ୍କା ଜବତ କରିଛି ପୋଲିସ। ପୋଲିସ ସୂଚନା ଅନୁଯାୟୀ, ମଧୁବନ ଗ୍ରାମର ବୈକୁଣ୍ଠ ସାହୁଙ୍କ ପୁଅ ଶରତ ସାହୁ (୩୮) ଗତ ଅକ୍ଟୋବର ୨୮ ଓ ୨୯ ତାରିଖ ମଧ୍ୟ ରାତିରେ ପରିବାର ସହ ଘରେ ଶୋଇଥିବା ସମୟରେ କିଛି ଅଜଣା ଦୁର୍ବୃତ୍ତ ଘରର କବାଟ ଗ୍ରିଲ୍ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ସେମାନେ ଘରୁ ୨ଟି ସୁନା ମାଳି, ଗୋଟିଏ ସୁନା…

Read More

‘ଗଣତନ୍ତ୍ର ବଞ୍ଚାଓ, ଅରାଜକତା ହଟାଓ’ ନାରାରେ ବିଜେପିର ପ୍ରେସମିଟ୍

ରାହୁଲ ଗାନ୍ଧୀ ଓ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ୍ କଲେ ବିଜେପି ନେତା ନୟାଗଡ଼, (ନୟାଗଡ଼ ଦର୍ପଣ): କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ବିରୋଧୀ ଇଣ୍ଡିଆ ମେଣ୍ଟକୁ କଡ଼ା ସମାଲୋଚନା କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ନୟାଗଡ଼ ବ୍ଲକ୍‌ର କନଫରେନ୍ସ ଗୃହରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ‘ଗଣତନ୍ତ୍ର ବଞ୍ଚାଓ, ଅରାଜକତା ହଟାଓ’ ନାରା ଦେଇ ବିରୋଧୀ ଦଳଗୁଡ଼ିକ ଉପରେ ବର୍ଷିଛନ୍ତି ବିଜେପି ନେତା। ଏହି ଅବସରରେ ନୟାଗଡ଼ ଜିଲ୍ଲା ବିଜେପି ପ୍ରଭାରୀ ସୁରଥ ବିଶ୍ୱାଳ ଏବଂ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ କହିଥିଲେ ଯେ, ନିର୍ବାଚନରେ ବାରମ୍ବାର ଜନସାଧାରଣଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେବା ପରେ ବିରୋଧୀ ଦଳଗୁଡ଼ିକ ଗଣତନ୍ତ୍ରର ଆଳ ଦେଖାଇ ଦେଶରେ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି।ଜିଲ୍ଲା ବିଜେପି ସଭାପତି ତାପସ ମାର୍ଥା, ନୂଆଗାଁ ବ୍ଲକ୍ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ ଏବଂ…

Read More

ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ଶିଶୁଙ୍କ ସୁସ୍ଥ ଜୀବନ ଓ ସ୍ୱାସ୍ଥ୍ୟ ସଚେତନତାକୁ ଗୁରୁତ୍ୱ ଦେଇ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସଞ୍ଜୟ କୁମାରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବିଦ୍ୟାଳୟର ୨୦୧୩ ମସିହାର ପୂର୍ବତନ ଛାତ୍ର ତଥା ଦନ୍ତ ଚିକିତ୍ସକ ଡା. ଅଭିଷେକ ଶୁକ୍ଳା ଯୋଗଦେଇ ଶିଶୁ ଭାଇ ଓ ଭଉଣୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏଥିସହ ଦାନ୍ତ ଓ ମୁଖ ସ୍ୱାସ୍ଥ୍ୟର ଯତ୍ନ, ସ୍ୱଚ୍ଛତା ଏବଂ ରୋଗ ପ୍ରତିରୋଧ ସମ୍ପର୍କରେ ଆବଶ୍ୟକୀୟ ପରାମର୍ଶ ଦେବା ସହ ସଚେତନ କରାଇଥିଲେ। ବିଦ୍ୟାଳୟର ଶିଶୁ ଭାରତୀର ଭାଇ ଓ ଭଉଣୀ, ଆଚାର୍ଯ୍ୟ ଓ ଆଚାର୍ଯ୍ୟାମାନଙ୍କ ସହଯୋଗ ଏବଂ ପ୍ରଧାନ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତୃତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।ବିଦ୍ୟାଳୟର…

Read More

ଇଟାମାଟି ଅବସରପ୍ରାପ୍ତ ଶିକ୍ଷକ ସଂଘର ସପ୍ତମ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ

ସଭାରେ ଉନ୍ମୋଚିତ ହେଲା ସଭାପତି ଡ. ସୁକାନ୍ତି ମହାନ୍ତିଙ୍କ ୨୨ତମ ପୁସ୍ତକ ‘ପ୍ରତିବିମ୍ବର ଶିଖା’ ଇଟାମାଟି,(ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମପଞ୍ଚାୟତ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସଂଘର ସପ୍ତମ ବାର୍ଷିକ ପ୍ରତିଷ୍ଠା ଦିବସ ସୋମବାର ଦିନ ସଂଘର ସଭାପତି ଡ. ସୁକାନ୍ତି ମହାନ୍ତିଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଡ. ଜ୍ୟୋତି ରଞ୍ଜନ ସାମନ୍ତରାୟ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଇଟାମାଟି ସରପଞ୍ଚ ସ୍ୱପ୍ନେଶ୍ୱରୀ ସେଠୀ, ସମିତି ସଭ୍ୟା ଗୋଲାପ ରାଣୀ ସେଠୀ, ସମାଜସେବୀ ପ୍ରଫୁଲ୍ଲ ସାହୁ ଓ ଆଇନଜୀବୀ ପ୍ରମୋଦ କୁମାର ବିଶ୍ୱାଳ ଯୋଗଦେଇଥିଲେ। ପ୍ରାରମ୍ଭରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଧୂପଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ରବିନାରାୟଣ ପାତ୍ର ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ…

Read More