ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ଅବ୍ୟବସ୍ଥା ଦୂର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

୧୧ ଦଫା ପ୍ରସ୍ତାବ ରଖିଲା ‘ଜୟ ନୟାଗଡ଼ ଫାଉଣ୍ଡେସନ’; ୮ ତାରିଖରେ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କ ସହ ଆଲୋଚନା ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ବିଭିନ୍ନ ଅବ୍ୟବସ୍ଥାର ସମାଧାନ ଓ ରୋଗୀସେବାକୁ ଅଧିକ ସୁଦୃଢ଼ କରିବା ଦାବିରେ ‘ଜୟ ନୟାଗଡ଼ ଫାଉଣ୍ଡେସନ’ ପକ୍ଷରୁ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଫାଉଣ୍ଡେସନର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ଜିଲ୍ଲାପାଳଙ୍କୁ ଭେଟି ଚିକିତ୍ସାଳୟର ବିଭିନ୍ନ ସମସ୍ୟା ଓ ଏହାର ସ୍ଥାୟୀ ସମାଧାନ ସମ୍ପର୍କରେ ଆଲୋଚନା କରିବା ସହ ୧୧ ଦଫା ପ୍ରସ୍ତାବ ଦାବିପତ୍ର ଆକାରରେ ପ୍ରଦାନ କରିଥିଲେ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜିଲ୍ଲାର ଦଶ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ଏକ ପ୍ରମୁଖ ସ୍ୱାସ୍ଥ୍ୟସେବା କେନ୍ଦ୍ର ହୋଇଥିବାବେଳେ ଡାକ୍ତରଙ୍କ ଅଭାବ, ଆବଶ୍ୟକ ପରୀକ୍ଷା ଉପକରଣର ଅଭାବ ଓ…

Read More

‘ଭୋଟ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନରେ ୮ ଅକ୍ଟୋବର ୧୨ ଘଣ୍ଟିଆ ବନ୍ଦ

ନୟାଗଡ଼ ସଦର ମହକୁମା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟର ପ୍ରସ୍ତୁତି ବୈଠକ ନୟାଗଡ଼, (ନୟାଗଡ଼ ଦର୍ପଣ): ‘ଭୋଟ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ଆହ୍ୱାନରେ ଇଣ୍ଡିଆ ମେଣ୍ଟର ଅଂଶୀଦାର ଦଳଗୁଡ଼ିକ ପକ୍ଷରୁ ନୟାଗଡ଼ ଜିଲ୍ଲା ସଦର ମହକୁମା ବନ୍ଦ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଡିସିସି ସଭାପତି ରଣଜିତ୍ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ୮ ଅକ୍ଟୋବର ଗୁରୁବାର ୧୨ ଘଣ୍ଟିଆ ବନ୍ଦକୁ ସଫଳ କରିବା ନେଇ ବିଭିନ୍ନ ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା। ବନ୍ଦ ସମୟରେ ଚକ-ଅଖ, ଦୋକାନ ବଜାର, ସ୍କୁଲ-କଲେଜ, ବ୍ୟାଙ୍କ, ଇନ୍ସୁରାନ୍ସ, ଡାକ ବିଭାଗ ଓ କୋର୍ଟ-କଚେରୀ ଆଦି ବନ୍ଦ ରଖିବା ସହ ରେଳ ଚଳାଚଳ ମଧ୍ୟ ବନ୍ଦ କରିବା ପାଇଁ ଆହ୍ୱାନ ଦିଆଯାଇଛି। ବନ୍ଦକୁ ସଫଳ କରିବା ପାଇଁ ବ୍ୟାପକ…

Read More

ନୟାଗଡ଼ରେ ନୂଆ ଡିଏଲଓଙ୍କ ଦାୟିତ୍ୱ ଗ୍ରହଣ, ଟ୍ରେଡ୍ ୟୁନିଅନ ସମନ୍ୱୟ କମିଟି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି କାର୍ଯ୍ୟରତ ସହକାରୀ ଶ୍ରମ ଅଧିକାରୀ ଅବଦୁଲ କାଦିର ଖାଁଙ୍କର ନବରଙ୍ଗପୁରକୁ ବଦଳି ହୋଇଥିବାବେଳେ ନୟାଗଡ଼ରେ ଦୁଇଜଣ ନୂତନ ଜିଲ୍ଲା ଶ୍ରମ ଅଧିକାରୀ (ଡିଏଲଓ) ଯୋଗଦେଇଛନ୍ତି। ରଶ୍ମିତା କୁମାରୀ ପାତ୍ର ଏବଂ ଅର୍ଚିତା ସାହୁ ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଭାବେ ଯୋଗଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ କୁମାର ପାତ୍ର ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତ ତେଜ କୁମାର ବାଗେଙ୍କ ଉପସ୍ଥିତିରେ ନୂତନ ଡିଏଲଓମାନେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଅବସରରେ ସୋମବାର ଅପରାହ୍ନରେ ନୟାଗଡ଼ ଜିଲ୍ଲା ଟ୍ରେଡ୍ ୟୁନିଅନ ସମନ୍ୱୟ କମିଟି ପକ୍ଷରୁ ନୂତନ ଡିଏଲଓମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କମିଟିର ଅଧ୍ୟକ୍ଷ ଶୂନ୍ୟଜୟୀ ମିଶ୍ର, ମହାସଚିବ ବସୁଦେବ ମହାନ୍ତି, ବରିଷ୍ଠ ସଭ୍ୟ ରଘୁନାଥ…

Read More

ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆଲୋଚନା ଚକ୍ର: ‘ମୋ ସ୍ବପ୍ନର ନୟାଗଡ଼’, ଜୋର ଧରିଲା ମେଡିକାଲ କଲେଜ ସ୍ଥାପନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାମଗ୍ରିକ ବିକାଶ ଓ ପ୍ରଗତି ପାଇଁ ଏକ ସକାରାତ୍ମକ ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ସାମ୍ବାଦିକ ସଂଘ।  ସ୍ଥାନୀୟ କେସି କ୍ଳବ ସଭାଗୃହଠାରେ ସଂଘ ପକ୍ଷରୁ ‘ମୋ ସ୍ୱପ୍ନର ନୟାଗଡ଼’ ଶୀର୍ଷକ ଏକ ବୁଦ୍ଧିଜୀବୀ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିବା ପରିପ୍ରେକ୍ଷୀରେ ମେଡିକାଲ କଲେଜ ସ୍ଥାପନ ଜୋର ଧରିଛି। ଏଥିରେ ଜିଲ୍ଲାର ବିଭିନ୍ନ ବର୍ଗର ଜନସାଧାରଣ ଓ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇ ସରଗରମ ଆଲୋଚନାରେ ଭାଗ ନେବା ସହିତ ଜିଲ୍ଲାର ଅଭିବୃଦ୍ଧି ପାଇଁ ନିଜ ନିଜର ମୂଲ୍ୟବାନ ମତାମତ ଉପସ୍ଥାପନ କରିଥିଲେ।ଆଲୋଚନା ସମୟରେ ଉପସ୍ଥିତ ବ୍ୟକ୍ତିମାନେ ନୟାଗଡ଼ ଜିଲ୍ଲାର ପ୍ରମୁଖ ସମସ୍ୟା ସହିତ ମେଡିକାଲ କଲେଜ ସ୍ଥାପନ ଦାବି ଉପରେ ସରଗରମ ଆଲୋଚନା ହୋଇଥିଲା। ଅନ୍ୟାନ୍ୟ ଆଲୋଚନା ମଧ୍ୟରେ ପିଇବା ପାଣି, ସ୍ୱାସ୍ଥ୍ୟ, କୃଷି, ଶିକ୍ଷା, ଶିଳ୍ପ, ଜଳସେଚନ ଓ…

Read More

୮ ଅକ୍ଟୋବର ଓଡ଼ିଶା ବନ୍ଦ ପାଇଁ ନୟାଗଡ଼ରେ ଇଣ୍ଡିଆ ମେଣ୍ଟର ପ୍ରସ୍ତୁତି ବୈଠକ

ଆଜି ଥିଲା ବ୍ଲକସ୍ତରୀୟ ବୈଠକ, ୬ରେ ପଦଯାତ୍ରା ଓ ୭ରେ ମଶାଲ ଶୋଭାଯାତ୍ରା ନୟାଗଡ଼, (ନୟାଗଡ଼ ଦର୍ପଣ): ଆସନ୍ତା ୮ ଅକ୍ଟୋବରରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଆହୂତ ଓଡ଼ିଶା ବନ୍ଦକୁ ସଫଳ କରିବା ନିମନ୍ତେ ନୟାଗଡ଼ ପିଡବ୍ଲ୍ୟୁଡି ଡାକବଙ୍ଗଳାଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରଣଜିତ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବନ୍ଦର ବିଭିନ୍ନ ଦାବି ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ନିମ୍ନଲିଖିତ ଦାବିଗୁଡ଼ିକ ଉପସ୍ଥାପିତ ହୋଇଥିଲା। ଏଥିରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, MMDR ସଂଶୋଧନ ଆଇନ ପ୍ରତ୍ୟାହାର, ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ପ୍ରଦାନ ଆଦି ଦାବି ରହିଥିଲା। ଓଡ଼ିଶାରେ ୮ ଅକ୍ଟୋବର ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟର ଆହ୍ୱାନ…

Read More

ଅବି ମେମୋରିଆଲ ଟ୍ରଷ୍ଟର ଗାନ୍ଧୀ ଜୟନ୍ତୀ ପାଳନ, ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତା ଉପରେ ଆଲୋଚନା

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲାର ସାକିଣୀଠାରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରୟାତ ଗାନ୍ଧୀବାଦୀ ଅଧିବକ୍ତା ଜନାବ ଏ.ଆର୍. ଖାନଙ୍କ ସ୍ମୃତିରେ ଅବି ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଏକ ତାତ୍ତ୍ୱିକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧିବକ୍ତା ସୁଶାନ୍ତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ‘ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତା’ ବିଷୟକ ଏହି ଆଲୋଚନା ସଭାରେ ଶତାଧିକ ପ୍ରଗତିଶୀଳ ମହିଳା ଓ ପୁରୁଷ ଯୋଗଦେଇଥିଲେ। ସରଳ ଜୀବନଯାପନ ଓ ଅସାଧାରଣ ମାନବବାଦରେ ବିଶ୍ୱାସ ରଖିଥିବା ପ୍ରୟାତ ଅଧିବକ୍ତା ଏ.ଆର୍. ଖାନଙ୍କ କର୍ମକ୍ଷେତ୍ର ସାକିଣୀ କ୍ଷେତବାଡ଼ିରେ ତାଙ୍କ ସୁକନ୍ୟା ତଥା ମେମୋରିଆଲ ଟ୍ରଷ୍ଟର ମୁଖ୍ୟ ଫିର୍ଦୋସଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟ ବକ୍ତା ଭାବେ ପ୍ରଖ୍ୟାତ ବାମପନ୍ଥୀ ଚିନ୍ତାନାୟକ ତଥା ସ୍ତମ୍ଭକାର ସନ୍ତୋଷ ଦାସ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଗାନ୍ଧୀବାଦର ପ୍ରାସଙ୍ଗିକତା, ସ୍ୱାଧୀନତା ସଂଗ୍ରାମରେ ଏହାର ପ୍ରୟୋଗ…

Read More

ଜଙ୍ଗଲ ସୁରକ୍ଷା ମହାସଂଘର ପଞ୍ଜୀକରଣ

ଜଳ, ଜଙ୍ଗଲ, ଜମି ସୁରକ୍ଷା ସହ ପ୍ରଦୂଷଣମୁକ୍ତ ନୟାଗଡ଼ ଗଠନକୁ ଗୁରୁତ୍ୱ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଟାଙ୍ଗରା ପାହାଡ଼ ସମେତ ବିଭିନ୍ନ ଉଜୁଡ଼ା ଜଙ୍ଗଲକୁ ସବୁଜିମାରେ ଭରିଦେବା ଦିଗରେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଥିବା ଜଙ୍ଗଲ ସୁରକ୍ଷା ମହାସଂଘ ଏଣିକି ପଞ୍ଜୀକୃତ ହୋଇଛି। ଏତେଦିନ ଧରି ଅଣପଞ୍ଜୀକୃତ ଭାବେ କାର୍ଯ୍ୟ କରିଆସୁଥିବା ମହାସଂଘକୁ ଅଧିକ କ୍ରିୟାଶୀଳ ଓ ସୁସଂଗଠିତ କରିବା ଉଦ୍ଦେଶ୍ୟରେ ଟ୍ରଷ୍ଟ ନିୟମ ଅନୁଯାୟୀ ପଞ୍ଜୀକରଣ କରାଯାଇଛି।ସଭାପତି ଶରତ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ନୟାଗଡ଼ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ୯ ସଦସ୍ୟ ବିଶିଷ୍ଟ ‘ଜଙ୍ଗଲ ସୁରକ୍ଷା’ ନାମରେ ଏକ ଟ୍ରଷ୍ଟ ପଞ୍ଜୀକୃତ ହୋଇଛି। ଟ୍ରଷ୍ଟର ସୁପରିଚାଳନା ପାଇଁ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ସଭାପତି, କିଶୋର ଚନ୍ଦ୍ର ପାଣିଙ୍କୁ ଉପସଭାପତି, ଆନନ୍ଦ ଚନ୍ଦ୍ର ପ୍ରଧାନଙ୍କୁ ସମ୍ପାଦକ, ପ୍ରକୃତିବନ୍ଧୁ କିଶୋର ଚନ୍ଦ୍ର ଦଳବେହେରାଙ୍କୁ ସହସମ୍ପାଦକ ଏବଂ ପ୍ରକୃତିବନ୍ଧୁ ସୁକାନ୍ତ…

Read More

ବରିଷ୍ଠ ନାଗରିକ କେନ୍ଦ୍ର ଠାରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତିର ଜନକ ମହାତ୍ମା ଗାନ୍ଧୀଜୀ ଙ୍କର 157ତମ ଜୟନ୍ତୀ ପାଳନ ଅବସର ରେ ନୟାଗଡ଼ ଖଣ୍ଡପଡ଼ା ରୋଡ଼ ସ୍ଥିତ ବରିଷ୍ଠ ନାଗରିକ କେନ୍ଦ୍ର ଠାରେ ଗାନ୍ଧିଜୀ ଙ୍କର ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇ ଯାଇଛି,ଏଲଡର୍ସ ଭିଜନ ଓ ଆକ୍ସନ ଗ୍ରୁପ ଆନୁକୂଲ୍ୟରେ ଆୟୋଜିତ ଲୋକାର୍ପଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଡ଼ଃ ଅରୁଣ କୁମାର ସାହୁ, ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଯୁବ ଶିଳ୍ପଦ୍ୟୋଗୀ ତାପସ କୁମାର ପାଢ଼ୀ,ବରିଷ୍ଠ ନାଗରିକ, ଏବଂ ଆକ୍ସନ ଗ୍ରୁପ ର ପ୍ରାକ୍ତନ ସଭାପତି ବିଶ୍ଵନାଥ ନାୟକ, ପ୍ରମୁଖ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କ ର ଅନୁଭୁତି ଓ ଅଭିଜ୍ଞତା ଯୁବ ପିଢ଼ି ପାଇଁ ଅନୁକରଣୀୟ ହେଉ, ମହାତ୍ମା ଗାନ୍ଧୀଙ୍କର ସତ୍ୟ ଏବଂ…

Read More

ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତା ସମସ୍ତଙ୍କ ପାଇଁ ପ୍ରେରଣା

ନୟାଗଡ଼,(ନୟାଗଡ଼ ଦର୍ପଣ): ସତ୍ୟ, ଅହିଂସା, ତ୍ୟାଗ ଓ ନୈତିକତାର ପ୍ରତୀକ ମହାତ୍ମା ଗାନ୍ଧୀ ଏବଂ ସରଳତା, ଶୃଙ୍ଖଳା ଓ ଦେଶପ୍ରେମର ପ୍ରତୀକ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସ୍ଥାନୀୟ ନୀଳମାଧବ କଲ୍ୟାଣ ମଣ୍ଡପ ରେ ପୂଜ୍ୟପୂଜା ଅନୁଷ୍ଠାନ ଓ ସିଭିଲ ସୋସାଇଟି ପକ୍ଷରୁ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି। ସମାଜସେବୀ ରୋଟାରିଆନ ଗୋଦାବରୀଶ ସାହୁଙ୍କ ସଭାପତିତ୍ୱ ଏବଂ ଶିକ୍ଷାବିତ୍ ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଓ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ବକ୍ତା ଭାବେ ଯୋଗଦେଇ ଦୁଇ ମହାନ ଜାତୀୟ ନେତାଙ୍କ ଜୀବନ, ଆଦର୍ଶ ଓ ଦେଶପ୍ରତି ଅବଦାନ ଉପରେ ଆଲୋକପାତ କରିଥିଲେ। ଗାନ୍ଧୀଜୀଙ୍କ ଜୀବନ କେବଳ ଏକ ଐତିହାସିକ ଅଧ୍ୟାୟ ନୁହେଁ; ଏହା ସତ୍ୟ ଓ ଅହିଂସାର ଏକ…

Read More

ଇଟାମାଟିରେ ରକ୍ତଦାନ ଶିବିର, ୩୧ ୟୁନିଟ୍ ରକ୍ତ ସଂଗ୍ରହ

ଇଟାମାଟି, (ନୟାଗଡ଼ ଦର୍ପଣ): ଗାନ୍ଧୀ ଜୟନ୍ତୀ ଅବସରରେ ‘ଗିଭ୍ ବ୍ଲଡ୍ ସେଭ୍ ଲାଇଫ୍’ ଓ ଜ୍ଞାନଦୀପ ବିଦ୍ୟାମନ୍ଦିର ପକ୍ଷରୁ ଇଟାମାଟିଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ମୋଟ ୩୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ନୟାଗଡ଼ ବ୍ଲଡ୍ ବ୍ୟାଙ୍କ ପକ୍ଷରୁ ଶିବିରକୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଇଥିଲା। ଏହି ଅବସରରେ ଇଟାମାଟି ଅଞ୍ଚଳର ବହୁ ରକ୍ତଦାତା ଓ ସମାଜସେବୀ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବି.ଏସ୍. ରାଓ ଶିବିରରେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଇଟାମାଟି କଲେଜର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ରକ୍ତଦାନକୁ ଏକ ମହତ୍ ଦାନ ବୋଲି ଅଭିହିତ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଜ୍ଞାନଦୀପ ବିଦ୍ୟାମନ୍ଦିରର ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପଲତା ମିଶ୍ର ଶିବିର ଆୟୋଜନରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଶିବିରରେ…

Read More