ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ଏନଏସି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅଭିଷ୍ଟ ଚାରିଟେବୁଲ ଟ୍ରଷ୍ଟଫ, ମହାବୀର ବିକଳାଙ୍ଗ ସହାୟତା ସମିତି ଏବଂ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘର ମିଳିତ ସହଭାଗିତାରେ ବିଶ୍ବ ସ୍ବପରାୟଣତା ଦିବସ ପାଳନ ଓ ଦିବ୍ୟାଙ୍ଗ ଉପଯୋଗୀ ଶିକ୍ଷା ସାମଗ୍ରୀ, ଶ୍ରାବଣ ଯନ୍ତ୍ର, ଆଶାବାଡ଼ି ଓ ହ୍ୱିଲଚେୟାର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଅଭିଷ୍ଟ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଏଲି ପାଢ଼ୀ ଜୈନଙ୍କ ସକ୍ରୀୟ ପ୍ରଚେଷ୍ଠାରେ ସଫଳ ହୋଇଯାଇଛି। ଶ୍ରୀମତୀ ପାଢ଼ୀ କାର୍ଯ୍ୟକ୍ରମର ପ୍ରାରମ୍ଭିକ ବକ୍ତବ୍ୟରେ ଅଟିଜିମ୍ ଏକ ସ୍ନାୟବିକ ତ୍ରୁଟିଯୁକ୍ତ ଶାରୀରିକ ବିକାଶ ଯେଉଁଥିରେ ଅନ୍ୟ ଲୋକମାନଙ୍କ ସହିତ ସାମାଜିକ ଭାବ ବିନିମୟ ଓ ଯୋଗାଯୋଗ କରିବାରେ ସମସ୍ୟା ଦେଖାଯାଏ ଓ ସୀମିତ ତଥା ପୁନଃପୌନିକ ବ୍ୟବହାର ଦେଖାଯାଏ ବୋଲି ମତପ୍ରକାଶ…
Read MoreYear: 2026
ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ: ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଓ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି ଜଣାଇଲା ରୋଟାରୀ କ୍ଲବ ନୟାଗଡ଼
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଆଜି ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଛି। ଗୋଲେଇ ଛକସ୍ଥିତ ଜିଲ୍ଲା ଗଠନର ଅନ୍ୟତମ ପୁରୋଧା, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ବେହେରାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ସ୍ମୃତି ଚାରଣ ସଭାରେ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ମ୍ୟୁନିସିପାଲଟି ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଏବଂ ବିଭିନ୍ନ ୱାର୍ଡର କାଉନସିଲରମାନେ ରୋଟାରୀ କ୍ଲବର ସଦସ୍ୟଙ୍କ ସହ ସାମିଲ ହୋଇଥିଲେ। ଏହି ଅବସରରେ ରୋଟାରୀ କ୍ଲବ୍ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଗତ କରାଯାଇଥିଲା। ନୟାଗଡ଼କୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ…
Read Moreନୟାଗଡ଼ରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
ନୟାଗଡ଼,(ନୟାଗଡ଼ ଦର୍ପଣ): ଉତ୍କଳ ଜନନୀର ବରପୁତ୍ରମାନଙ୍କ ସ୍ମୃତି ଚାରଣ ଓ ଓଡ଼ିଆ ଅସ୍ମିତାର ପର୍ବ “ଓଡ଼ିଶା ଦିବସ” ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ ପରିସରରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ସମାରୋହରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉତ୍ସବର ପ୍ରାରମ୍ଭରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ଵାଇଁ ଯୋଗଦେଇ ଓଡ଼ିଶାର ସଂସ୍କୃତି ଓ ବିକାଶ ଧାରା ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ,…
Read Moreନୟାଗଡରେ ଓଡ଼ିଶା ଦିବସ ପାଳିତ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ପ୍ରଶାସନ ଓ ଉତ୍କଳ ସମ୍ମିଳନୀ ନୟାଗଡ ଜିଲ୍ଲା ଶାଖାର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ଓଡିଶା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଭାପତି ବସିରିନି ବିବିଙ୍କ ସଭାପତିତ୍ବରେ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ବିଶିଷ୍ଟ ଅତିଥି ଜିଲ୍ଲାପାଳ ମଧୁମିତା ରଥ, ସମ୍ମାନୀତ ଅତିଥି ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟ, ଓ ଆଲୋଚକ ଭାବେ ଶରତ ଚନ୍ଦ୍ର ଆଚାର୍ଯ୍ୟ, ମହମ୍ମଦ ଉମାର ମାଲିକ ଓ ହାଡ଼ିବନ୍ଧୁ ମହାଖୁଡ ପ୍ରମୁଖ ଉପସ୍ଥିତ ରହି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପୃଷ୍ଠ ଭୂମି ଉପରେ ଆଲୋକପାତ କରିଥିଲେ ।…
Read Moreସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ମଡେଲ ଡିଗ୍ରୀ କଲେଜ ଓ ନୟାଗଡ଼ ସଡ଼କ ପରିବହନ ପ୍ରାଧିକରଣ ଆନୁକୂଲ୍ୟରେ ସଡ଼କ ସୁରକ୍ଷାର ସମ୍ବେଦନତା ବିଷୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସ୍ଥାନୀୟ ଏମ୍.ଭି.ଆଇ ପ୍ରକାଶ କୁମାର ଦୀପ୍ ଓ ସହକାରୀ ଆର୍.ଟି.ଓ. ସୁଶ୍ରୀ ଶ୍ରଦ୍ଧା ସାହୁ ବିଶେଷଜ୍ଞଭାବେ ଯୋଗ ଦେଇଥିଲେ। ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନଙ୍କୁ ଏମ୍.ଭି.ଆଇ. ଦୁର୍ଘଟଣାକାଳୀନ “ଗୋଲଡେନ୍ ଆୱାର”ର ବିଶେଷତ୍ବ ବିଷୟରେ ସୂଚନା ଦେଇଥିଲେ। ଛାତ୍ରଛାତ୍ରୀମାନେ ମୋଟର ଯାନ ଚଳାଇବା ସମୟରେ ଟ୍ରାଫିକ ନିୟମ ମାନିବା ସହିତ ସଡ଼କରେ ଦିଆଯାଇଥିବା ସଂକେତ ବିଷୟରେ ଜାଣିବା ପାଇଁ ଶ୍ରୀମତି ସାହୁ ବିଶେଷ ଗୁରୁତ୍ବ ଦେଇଥିଲେ। ଯୁବ ଏନ୍.ଏନ୍.ଏସ୍. ଅଧିକାରୀ ଡକ୍ଟର ଗିରିଶ ଚନ୍ଦ୍ର ନାୟକ ସଭା ପରିଚାଳନା କରିବା ସହ…
Read Moreରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’: ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର
ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟ୍ୟଧାରା ପକ୍ଷରୁ ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ‘ପ୍ରତିଭା’ ନାଟ୍ୟ ପରିଷଦ, ଭୁବନେଶ୍ୱର ପକ୍ଷରୁ ମଞ୍ଚସ୍ଥ ହୋଇଥିଲା ସାମାଜିକ ନାଟକ ‘ଏକ ନାୟକର ମୃତ୍ୟୁ’। ସ୍ୱର୍ଗତଃ ନାରାୟଣ ଚନ୍ଦ୍ର ରାୟମହାପାତ୍ରଙ୍କ ଦ୍ୱାରା ରଚିତ ଏହି ନାଟକକୁ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଥିଲେ ଦୀପ୍ତି ରଞ୍ଜନ ଦାଶ। ନାଟକଟି ସମାଜର ଜ୍ୱଳନ୍ତ ସମସ୍ୟା, ବେକାରୀ ଏବଂ ପ୍ରଶାସନିକ ଦୁର୍ନୀତିର ଏକ ନଗ୍ନ ଚିତ୍ରକୁ ସାମ୍ନାକୁ ଆଣିଥିବା ବେଳେ ଉପସ୍ଥିତ ଦର୍ଶକ ମାନେ ବେଶ ଭାବ ବିହ୍ଵଳ ହୋଇ ପଡ଼ିଥିଲେ । ନାଟକର ମୁଖ୍ୟ ଚରିତ୍ର ବିଶ୍ୱନାଥ ଛୋଟରାୟ, ଜଣେ ଉଚ୍ଚଶିକ୍ଷିତ କିନ୍ତୁ ବେକାର ଯୁବକ। ଅଭାବ ଅନଟନ ଭିତରେ ଗତି କରୁଥିବା ବିଶ୍ୱନାଥଙ୍କ ପାଖରେ ରୋଗଶଯ୍ୟାରେ ପଡ଼ିଥିବା ବାପାଙ୍କ ପାଇଁ ଔଷଧ କିଣିବାକୁ ମଧ୍ୟ ଅର୍ଥ ନାହିଁ। ବାପାଙ୍କ ଜୀବନ ବଞ୍ଚାଇବା…
Read Moreଓଡଗାଁ ଶ୍ରୀରଘୁନାଥ ମନ୍ଦିରରେ ନୂଆ ଓଡ଼ିଆ ଦୈନିକ ଖବରକାଗଜ “ବ୍ରେକ୍ ଟାଇମ୍ ଓଡିଶା”ର ଶୁଭାରମ୍ଭ
ଓଡଗାଁ, (ନୟାଗଡ଼ ଦର୍ପଣ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଓଡ଼ିଶାର ଗଣମାଧ୍ୟମ ଜଗତରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି। ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଶ୍ରୀରଘୁନାଥ ମନ୍ଦିର ପରିସରରେ ନୂଆ ଓଡ଼ିଆ ଦୈନିକ ଖବରକାଗଜ “ବ୍ରେକ୍ ଟାଇମ୍ ଓଡିଶା” ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ମହାପ୍ରଭୁ ଶ୍ରୀରଘୁନାଥଙ୍କ କର କମଳରେ ଏହି ଖବରକାଗଜର ପ୍ରଥମ ସଂଖ୍ୟାକୁ ସମର୍ପଣ କରାଯାଇ ଶୁଭ ଉନ୍ମୋଚନ କରାଯାଇଛି। ଶ୍ରୀରାମ ନବମୀ ଭଳି ଏକ ଶୁଭ ଦିନରେ ପ୍ରଭୁଙ୍କ ଆଶୀର୍ବାଦ ନେଇ ଏହି ପତ୍ରିକାର ଯାତ୍ରା ଆରମ୍ଭ ହୋଇଛି। ଖବରକାଗଜର ମାଲିକ, ପ୍ରକାଶକ ତଥା ମୁଖ୍ୟ ସମ୍ପାଦକ ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ ମନ୍ଦିରରେ ପ୍ରଭୁଙ୍କ ଶ୍ରୀଚରଣରେ ପ୍ରଣିପାତ କରିଥିଲେ। ସେ ମହାପ୍ରଭୁଙ୍କ ନିକଟରେ ରାଜ୍ୟର ମଙ୍ଗଳ ପାଇଁ ଏବଂ ଖବରକାଗଜର ସଫଳତା ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ। ଖବରକାଗଜଟି ସମାଜର ପ୍ରକୃତ…
Read Moreଓଡ଼ିଆ ନାଟ୍ୟ ପରମ୍ପରା ରେ ନୟାଗଡ଼ ଅବଦାନ ଅତୁଳନୀୟ
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ନାଟ୍ୟ ସଂଘ, ନୟାଗଡ଼ ଜିଲ୍ଲା ଶାଖା ତରଫରୁ ନୟାଗଡ଼ର ସମସ୍ତ ନାଟ୍ୟ ଅନୁଷ୍ଠାନ,ନାଟ୍ୟକର୍ମୀ ଓ ନାଟ୍ୟପ୍ରେମୀ ମାନଙ୍କୁ ନେଇ ପାଳିତ ହୋଇଯାଇଛି “ବିଶ୍ୱ ନାଟ୍ୟ ଦିବସ”। ଜିଲ୍ଲା ସଂଯୋଜକ ତଥା ଅଭିନେତା କାମାକ୍ଷା ପ୍ରସାଦ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଟ୍ୟ ନିର୍ଦ୍ଦେଶକ ଗଦାଧର ନନ୍ଦ, ନାଟ୍ୟକାର ବିଶ୍ୱନାଥ ମହାପାତ୍ର, ନାଟ୍ୟ ସଂଗୀତ ନିର୍ଦ୍ଦେଶକ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ କଣ୍ଠଶିଳ୍ପୀ ସୁର ଗନ୍ଧର୍ବ ନବକିଶୋର ମିଶ୍ର, ନାଟ୍ୟ ସମୀକ୍ଷକଙ୍କ ସୁଶାନ୍ତ କୁମାର ପଣ୍ଡା, ଓଡ଼ିଶା ନାଟ୍ୟ ସଂଘର ସଦସ୍ୟ ତଥା ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟକାର ଶରତ ଚନ୍ଦ୍ର ଆଚାର୍ଯ୍ୟ ବକ୍ତା ଭାବେ ଯୋଗଦେଇ ବିଶ୍ୱ ନାଟ୍ୟ ଦିବସ ପାଳନର ଉପାଦେୟତା ଏବଂ ନୟାଗଡ଼ ନାଟକର ଓଡ଼ିଆ ନାଟକ କୁ ଅବଦାନ ଉପରେ ଆଲୋକପାତ…
Read Moreନୟାଗଡ଼ ବାର୍ ଆସୋସିଏସନ୍ ନିର୍ବାଚନ: ପୁଣି ଥରେ ସଭାପତି ଭାବେ ରଣଜିତ୍ ଦାଶ ଓ ସମ୍ପାଦକ ଭାବେ ସ୍ୱଦେଶ ମିଶ୍ର ନିର୍ବାଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓକିଲ ସଂଘର ବହୁ ପ୍ରତିକ୍ଷିତ ନିର୍ବାଚନ ଶେଷ ହୋଇଯାଇଛି। ଏହି ନିର୍ବାଚନରେ ସଭାପତି ଭାବରେ ଶ୍ରୀଯୁକ୍ତ ରଣଜିତ୍ ଦାଶ ଏବଂ ସମ୍ପାଦକ ଭାବରେ ଶ୍ରୀଯୁକ୍ତ ସ୍ୱଦେଶ ମିଶ୍ର ପୁନର୍ବାର ବିଜୟୀ ହୋଇଛନ୍ତି। ସଙ୍ଘର ସଦସ୍ୟମାନେ ସେମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପୁଣିଥରେ ଭରସା ପ୍ରକଟ କରିଛନ୍ତି। ଆଗାମୀ ଦିନରେ ସଂଘର ଉନ୍ନତି ଓ ଆଇନଜୀବୀଙ୍କ ସ୍ୱାର୍ଥ ରକ୍ଷା ଦିଗରେ ଉଭୟ ସଭାପତି ଓ ସଂପାଦକଙ୍କ ପ୍ରୟାସ ଜାରି ରହୁ।
Read Moreନୟାଗଡ଼ରେ ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କ ସମୀକ୍ଷା: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାରେ ଚାଲିଥିବା ବିଭିନ୍ନ ସରକାରୀ ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ (ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଅବକାରୀ ବିଭାଗ) ଭାସ୍କର ଜ୍ୟୋତି ଶର୍ମା ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ କରିଛନ୍ତି। ଜିଲ୍ଲାପାଳ ମଧୁମିତା ରଥଙ୍କ ସହ ମିଶି ସେ ଦଶପଲ୍ଲା ଓ ଆଖପାଖ ଅଞ୍ଚଳର ଏକାଧିକ ପ୍ରକଳ୍ପ ସମୀକ୍ଷା କରିଛନ୍ତି। ସଚିବ ଶ୍ରୀ ଶର୍ମା ଟାଙ୍ଗିଆପଲ୍ଲୀ ଆଶ୍ରମ ବିଦ୍ୟାଳୟ, ଆହାର କେନ୍ଦ୍ର, ଜୋତା ନିର୍ମାଣ ୟୁନିଟ୍ ଏବଂ ବହୁମୁଖୀ ଭବନ ପରିଦର୍ଶନ କରି କାର୍ଯ୍ୟକାରିତା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ଦଶପଲ୍ଲା ଏନଏସି ଅଞ୍ଚଳର ହରିଡ଼ାବାଡି ଅଙ୍ଗନବାଡି କେନ୍ଦ୍ର ଓ ଟାକେରା ପାୱାର ସବ୍ଷ୍ଟେସନ୍ ସ୍ଥଳ ବୁଲି ଦେଖିଥିଲେ। ଏହି ସମୟରେ ଏଡିଏମ ବିଜୟାନନ୍ଦ ନାୟକ, ସିଡିଓ ଲଗ୍ନଜିତ…
Read More