ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ଏକବିଂଶତମ ବାର୍ଷିକ ଉତ୍ସବ ଓ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

ଶାରୀରିକ ଶିକ୍ଷା ହେଉଛି ଶୈକ୍ଷିକ ସଫଳତାର ଚାବିକାଠି- ମୁଖ୍ଯ ଅତିଥି ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ବାମୀ ବିବେକାନନ୍ଦଙ୍କ ୧୬୪ ତମ ଜୟନ୍ତୀ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇ ଯାଇଛି। ସକାଳ ୦୯ଟା ସମୟରେ ଖଣ୍ଡପଡାରୋଡସ୍ଥ ହନୁମାନ ମନ୍ଦିର ଠାରୁ ଆୟୋଜିତ ବିଶାଳ ଶୋଭାଯାତ୍ରାକୁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ପତାକା ଦେଖାଇ ଉଦଘାଟନ କରିଥିଲେ। ଶୋଭାଯାତ୍ରା ହନୁମାନ ମନ୍ଦିର ଠାରୁ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଥିଲା ବେଳେ ଉକ୍ତ ଶୋଭାଯାତ୍ରାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ନୟାଗଡ଼ ଜିଲ୍ଲା ଶାଖା,ଭାରତ ବିକାଶ ପରିଷଦ, ପୂଜ୍ଯପୂଜା କମିଟି,ରୋଟାରୀ କ୍ଲବ,ସିଭିଲ୍ ସୋସାଇଟି, ନୟାଗଡ଼ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ…

Read More

ସେବା ଉତ୍ସବ ପକ୍ଷରୁ ମିନି ମାରାଥନ ଓ ଯୁବ ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଜାତୀୟ ଯୁବ ଦିବସ ଅବସରରେ ମିନି ମାରାଥନ ଓ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସକାଳୁ ସକାଳୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଏକ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ ଜିଲ୍ଲାର ଅଗ୍ରଣୀ ଯୁବ ସଂଗଠନର ଯୁବକ ଯୁବତୀ ମାନେ ନୟାଗଡ଼ ଦୁର୍ଗାପ୍ରସାଦ ଠାରୁ ବାହାରି ପ୍ରାୟ ଚାରି କିମି ମାରାଥନରେ ଅଂଶଗ୍ରହଣ କରି ନୟାଗଡ଼ ଜଗନ୍ନାଥ ମନ୍ଦିର ନିକଟରେ ପହଂଚିଥିଲେ। ସବୁଜ ପୃଥିବୀ ଯିବା ଆଗରୁ ଆମକୁ ସବୁଜିମାମୟ ପୃଥବି ଗଢ଼ିବା ବାର୍ତା ନେଇ ଏହି ମାରାଥନ ଅନୁଷ୍ଠିତ ହୋଇଥିଲା। ଏହି ମାରାଥନକୁ ସକାଳେ  ମୁଖ୍ୟ ଅତିଥି ଭାବେ ରାଜ୍ୟର ଅତିରିକ୍ତ ପୋଲିସ ଡିଜି ସଂଜୀବ ପଣ୍ଡା ଯୋଗଦେଇ ସବୁଜ ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ। ଏହାପରେ…

Read More

ଖବର କାଗଜ ବିତରକମାନଙ୍କୁ କମ୍ବଳ ବଣ୍ଟନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ଏବଂ ନୟାଗଡ଼ ରୋଟାରୀ କ୍ଳବ ଏକ୍ସିଲେନ୍ସିର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସଦର ମହକୁମାରେ କାର୍ଯ୍ୟରତ ଖବର କାଗଜ ବିତରକମାନଙ୍କୁ ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖ ପ୍ରାଙ୍ଗଣରେ ଆଜି ଅପରାହ୍ନରେ କମ୍ବଳ ବଣ୍ଟନ କରାଯାଇଛି। ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିତରକ ସଂଘ ସଭାପତି ଶ୍ରୀକାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ କାର୍ଯ୍ୟରତ ୨୦ ଜଣ ଖବର କାଗଜ ବିତରକ ସାମିଲ ହୋଇ କମ୍ବଳ ଗ୍ରହଣ କରିଥିଲେ। ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସୁବାସ ମହାପାତ୍ର, ଲୋକନାଥ ମିଶ୍ର, ପୁରୁଷୋତ୍ତମ ମହାପାତ୍ର, ଗୋକୁଳ ଷଡ଼ଙ୍ଗୀ, ବିକ୍ରମ ସ୍ୱାଇଁ, ଦୀପକ ଦାସ, ବିଭୁତି ପଟ୍ଟନାୟକଙ୍କ ସମେତ ରୋଟାରିଆନ ତଥା ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Read More

ଗଣିଆ ବନାଞ୍ଚଳର କର୍ତବ୍ୟ ନିଷ୍ଠ ବନପାଳଙ୍କର ଆକସ୍ମିକ ମୃତ୍ୟୁ

ଗଣିଆ,(ନୟାଗଡ଼ ଦର୍ପଣ): ଗଣିଆ ବନାଂଚଳ କାର୍ଯ୍ୟାଳୟରେ ଦୀର୍ଘ ୧୫ବର୍ଷଧରି କାର୍ଯ୍ୟରତଥିବା ଜଣେ କର୍ତବ୍ୟ ନିଷ୍ଠ ବନପାଳଙ୍କର ଗତକାଲି ମଧ୍ୟରାତ୍ରୀରେ ଆକସ୍ମିକ ମୃତ୍ୟୁ ଘଟିଛି । ସୁଚନା ଥାଉକି ଦଶପଲା ବ୍ଳକ ତେଣ୍ଡାବାଡ଼ି ଗ୍ରାମର ସନ୍ତୋଷ କୁମାର ପ୍ରଧାନ(୪୫) ଅଟନ୍ତି । ସେ ଗଣିଆ ବନାଂଚଳରେ ପ୍ରଥମେ ବନରକ୍ଷୀଭାବେ କାର୍ଯ୍ୟ କରୁଥିବାବେଳେ କାଳକ୍ରମେ ପଦୋନ୍ନତି ହୋଇ ବନପାଳ ଭାବେ କାର୍ଯ୍ୟ କରୁଥିଲେ । କିଛିଦିନ ପୂର୍ବରୁ ସେ ହୃଦରୋଗ, ଯକୃତ ଓ ଫୁସଫୁସ ରୋଗରେ ପିଡ଼ିତ ଥିଲେ । ଭୂବନେଶ୍ୱର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁକୁ ନେଇ ଗଣିଆ ବନାଂଚଳ ତଥା ଗଣିଆ ବ୍ଳକରେ ଏକ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି । ସନ୍ଧ୍ୟାରେ ଶବ ଗ୍ରାମରେ ପଂହଚିଲାପରେ ସନ୍ତୋଷଙ୍କ ମୃତ ଶରୀର ଦେଖିବାପାଇଁ ଲୋକାରଣ୍ୟ ହୋଇଥିବା ଦେଖିବାକୁ…

Read More

ମାତୃହନ୍ତା ପୁଅକୁ ବାନ୍ଧିଲା ଗଣିଆ ପୋଲିସ

ଗଣିଆ, (ନୟାଗଡ଼ ଦର୍ପଣ): ଗଣିଆ ଥାନା କରଡାପଡା ପଞ୍ଚାୟତ କଳାଶିମିଳି ଗ୍ରାମରେ ଶନିବାର ଦିନ ବୃଦ୍ଧା ମାକୁ ମାରିଥିବା ମାତୃହନ୍ତା ପୁଅକୁ ରବିବାର ଦିନ ଅଦାଲତ ଚାଲାଣ କରିଛି ଗଣିଆ ପୋଲିସ । ସୁଚନଥାଉକି କଳାଶିମିଳି ଗ୍ରାମର ରବିନ୍ଦ୍ର ବାରିକିଙ୍କ ସ୍ତ୍ରୀ ସୁକାନ୍ତି ଦେଇ(୫୨)ଙ୍କୁ ତାଙ୍କ ଏକମାତ୍ର ପୁଅ କୁନା ବାରିକି ବାଡ଼େଇ ମାରିଦେଇଥିବା ଥାନାରେ ଅଭିଯୋଗ କରିଥିଲେ । ବାପା ଖଣ୍ଡପଡ଼ାକୁ କାମ କରିବା ପାଇଁ ଯାଇଥିବା ବେଳେ ପୁଅ ବିଭିନ୍ନ ସମୟରେ ମାକୁ ମାରଧର କରୁଥିଲା । ଏପରିକି ବିଭିନ୍ନ ସମୟରେ ଗ୍ରାମବାସୀ ମଧ୍ୟ ସମାଧାନ କରୁଥିଲେ । କିନ୍ତୁ ପୁଅ ସବୁବେଳେ ମଦ ପିଇ ମା ସହିତ ପାଟିତୁଣ୍ଡ କରୁଥିଲା । ଶୁକ୍ରବାର ଦିନ ମାଆକୁ ବାଡେଇଥିବା ଗ୍ରାମବାସୀ ମାନେ କହିଛନ୍ତି । ଏପରିକି ସନ୍ଧ୍ୟା ବେଳେ ମାଆକୁ ଘରକୁ ଠେଲି ଠେଲି…

Read More

ନୟାଗଡ଼ ବ୍ଲକ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୧୦ କଣ୍ଠଶିଳ୍ପୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ  ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ନୟାଗଡ଼ ବ୍ଲକ ଅଡିସନ ନୂଆରାଜବାଟୀ ସ୍ଥିତ ଶ୍ରୀଅରବିନ୍ଦ ଶିକ୍ଷା ଓ ଗବେଷଣା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି।  ପ୍ରତିଯୋଗିତାକୁ ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀ, ମୁଖ୍ୟ ପୃଷ୍ଠପୋଷକ ପ୍ରମୋଦ ପଟ୍ଟନାୟକ,ଶିକ୍ଷାକେନ୍ଦ୍ର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର ଏବଂ ବରିଷ୍ଠ ଶିକ୍ଷକ ନୀଳମାଧଵ ନନ୍ଦ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର ୨୩ଜଣ କଣ୍ଠଶିଳ୍ପୀ  ଅଂଶ ଗ୍ରହଣ କରିଥିଲେ। ସଙ୍ଗୀତ ପ୍ରତିଯୋଗିତାରେ ବିଚାରକ ଭାବେ ସଙ୍ଗୀତ ଗୁରୁ ରବୀନ୍ଦ୍ର କୁମାର ଦାଶ,କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଏବଂ ରବୀନ୍ଦ୍ର କୁମାର ତ୍ରିପାଠୀ  ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ  ୧୦…

Read More

ଶରଣକୁଳ ପିଏମଶ୍ରୀ ନାରାୟଣ ହାଇସ୍କୁଲରେ ପଠନ ପ୍ରସାର ସପ୍ତାହ

ଶରଣକୁଳ, (ନୟାଗଡ଼ ଦର୍ପଣ): ଆଜି ପିଏମଶ୍ରୀ ନାରାୟଣ ହାଇସ୍କୁଲ ଶରଣକୁଳ ପରିସର ମଧ୍ୟରେ ପଠନ ପ୍ରସାର ସପ୍ତାହ କାଯ୍ୟର୍କ୍ରମର ଉଦ୍ଯାପନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପଠନ ପ୍ରସାର ସପ୍ତାହ କାଯ୍ୟର୍କ୍ରମର ସଫଳ ରୂପାୟନ ନିମନ୍ତେ ମୂଳ, ପ୍ରସ୍ତୁତିମୂଳକ, ମଧ୍ୟମ ଓ ମାଧ୍ୟମିକ ଏହି ପରି ଚାରୋଟି ବିଭାଗରେ ଛାତ୍ରଛାତ୍ରୀମାନଙ୍କୁ ବିଭାଗ କରି ବିଭିନ୍ନ ଭାଷାଗତ ପ୍ରତିଯୋଗୀତା ଯେପରିକି ପୁସ୍ତକ ସମୀକ୍ଷା, ଅନୁଚ୍ଛେଦ ରଚନା, କବିତା ପଠନ, କ୍ଷୁଦ୍ରଗଳ୍ପ ଲିଖନ, ପତ୍ରିକା ଲିଖନ, ଗୁଚ୍ଛ ଫଟୋ ପ୍ରଦର୍ଶନ, ଚିତ୍ରରେ ଚିତ୍ରରେ ଗଳ୍ପ, ଗଳ୍ପ କଥନ, ବନ୍ଧୁ ପଠନ, ଖାତ୍ୟ ଓ ପର୍ବ ଉପରେ ପ୍ରକଳ୍ପ ପ୍ରଦର୍ଶନ ଆଦି କାଯ୍ୟର୍କ୍ରମ ଚଳିତ ମାସ ୬ ତାରିଖରୁ ୯ ତାରିଖ ପଯ୍ୟର୍ନ୍ତ ଚାଲିଥିଲା। ଆଜି ପ୍ରଦର୍ଶନୀ ମେଳାରେ ଅତିଥି ବିଚାରକ ରୂପେ ଗୋଡ଼ିପଲ୍ଲୀ ଗୋପୀନାଥ ହାଇସ୍କୁଲର ଶିକ୍ଷକ କବି ନିରାକାର…

Read More

ସରକାରୀ ଚାକିରୀ ଛାଡ଼ି ଷାଠିଏ ଦଶକରେ   ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ଗାଁ’ରେ ଡାକ୍ତରଖାନା ଓ କୃଷିର ବିକାଶ ପାଇଁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କରିଥିବା ସ୍ୱର୍ଗତ ରାମଚନ୍ଦ୍ର ପଣ୍ଡାଙ୍କୁ ଶ୍ରଦ୍ଧା ସୁମନ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ମଧ୍ୟଖଣ୍ଡ ପିଏମ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ରାମଚନ୍ଦ୍ର ପଣ୍ଡା ମେମୋରିଆଲ ଟ୍ରଷ୍ଟ ଓ ସ୍କୁଲ ପରିଚାଳନା କମିଟିର ମିଳିତ ଆନୁକୁଲ୍ୟରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସ୍ବର୍ଗତ ପଣ୍ଡାଙ୍କ ପ୍ରତିମୂର୍ତ୍ତୀରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କଲାପରେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମକୃଷ୍ଣ ପ୍ରଧାନଙ୍କ ସଭାପତିତ୍ବରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ବକ୍ତାମାନେ ରାମଚନ୍ଦ୍ର ପଣ୍ଡାଙ୍କ ଜୀବନୀ ସହିତ ଗାଁ’ ପାଇଁ ତାଙ୍କର ତ୍ୟାଗପୁତ୍ତ ଜୀବନର ଅବଦାନ ସହିତ ସରକାରୀ ଚାକିରୀକୁ ପରିତ୍ୟାଗ କରି ଗାଁରେ ଷାଠିଏ ଦଶକରେ ହାଇସ୍କୁଲ ପ୍ରତିଷ୍ଠା କରି ଶିକ୍ଷାର ଆଲୋକ ଜାଳିବା ସହିତ ଗାଁରେ ଡାକ୍ତରଖାନା ଓ କୃଷିର ବିକାଶ ପାଇଁ ମହାନ୍ତିପଲ୍ଲୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପ୍ରଭୃତି…

Read More

ସରକାରଙ୍କ ଜନବିରୋଧୀ କାର୍ଯ୍ୟ ବିରୋଧରେ ନୟାଗଡ଼ରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ନୟାଗଡ଼,(ନୟାଗଡ଼ ଦର୍ପଣ) : ସରକାରଙ୍କ ଜନବିରୋଧୀ ନୀତି ଓ କାର୍ଯ୍ୟ କଳାପ ବିରୋଧରେ ଆଜି ନୟାଗଡ଼ରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ ମିଡିଆ ସେଲ୍‌ର ଉପାଧ୍ୟକ୍ଷ ଅମୀୟ ପାଣ୍ଡବ କେନ୍ଦ୍ରର ମୋଦି ସରକାରକୁ କଟୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ମନରେଗା ଯୋଜନାର ମୂଳ ଉଦ୍ଦେଶ୍ୟକୁ ଅବହେଳା କରି ଯୋଜନାର ନାମ ପରିବର୍ତ୍ତନ କରାଯାଇ ମହାତ୍ମାଗାନ୍ଧୀଙ୍କ ନାମକୁ ହଟାଯାଇଛି। ଏହା ସହିତ ନିଶ୍ଚିତ କର୍ମଯୋଗାଣ ଗ୍ୟାରେଣ୍ଟିକୁ ଉଛେଦ କରି ଯୋଜନାକୁ ବାଟବଣା କରାଯାଇଛି। ଏହାର ପ୍ରତିବାଦରେ ଦେଶବ୍ୟାପୀ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେ ଘୋଷଣା କରିଥିଲେ। ରାଜ୍ୟରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମା ରାଶି ଲାଗୁ କରାଯିବା ଏବଂ ଟାଟା ପାଓ୍ବାର ଇଚ୍ଛାମୁତାବକ ସ୍ମାର୍ଟ ମିଟର ଲାଗୁ କରାଯାଉଥିବା କାର୍ଯ୍ୟକ୍ରମ…

Read More

ନୟାଗଡ଼ ସୃଜନ ଗୃହରେ ଗ୍ରାମୀଣ ସମୃଦ୍ଧି ତାଲିମ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକର କିଛି ସରପଞ୍ଚ, ଅଙ୍ଗନବାଡି କର୍ମୀ, ମିଶନ ଶକ୍ତିର MBK, CRP ଏବଂ SHG ଗ୍ରୁପର ପ୍ରେସିଡେଣ୍ଟ ଓ ସେକ୍ରେଟାରୀଙ୍କୁ ନେଇ ସାନିଟେସନ ମାଧ୍ୟମରେ ଗ୍ରାମୀଣ ସମୃଦ୍ଧି ତାଲିମ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦର ସୃଜନ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ତାଲିମ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ତାଲିମ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ ଏବଂ ନିଜେ ସଫାସୁତୁରା ରହିବା ସହିତ କିପରି ଭାବେ ପଞ୍ଚାୟତକୁ ନିର୍ମଳ ଏବଂ ସରସ ସୁନ୍ଦରଭାବେ ଗଢ଼ିତୋଳି ହେବ ତାହା ଉପରେ ଆଲୋଚନା କରାଯାଇଥିଲା। ନାରୀ ସଶକ୍ତିକରଣ ସହିତ ପରିବେଶର ସ୍ବଚ୍ଛତାର ଦୀର୍ଘ ସ୍ଥାୟୀ କାର୍ଯ୍ୟକ୍ରମ ଉପରେ ଟିପ୍ପଣୀ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ…

Read More