ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ତଥା ସର୍ବପୁରାତନ ସାମାଜିକ ଅନୁଷ୍ଠାନ ‘କେସି କ୍ଲବ୍’ ପରିସରରେ ଏକ ମେଗା ମାଗଣା ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ରାଜ୍ୟର କେତେକ ପ୍ରତିଷ୍ଠିତ ଓ ସୁନାମଧନ୍ୟ ବିଶେଷଜ୍ଞ ଡାକ୍ତର ଯୋଗଦେଇ ରୋଗୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ଓ ପରାମର୍ଶ ସେବା ଯୋଗାଇ ଦେଇଥିଲେ। ଶିବିରରେ ଭୁବନେଶ୍ୱରର ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡା. ଶ୍ରୀତମ ଆଚାର୍ଯ୍ୟ, ସ୍ନାୟୁଶଲ୍ୟ ବିଶେଷଜ୍ଞ ଡା. ସତ୍ୟବ୍ରତ ସାହୁ, ମୂତ୍ରରୋଗ ବିଶେଷଜ୍ଞ ଡା. ଆଦିତ୍ୟନନ୍ଦ ମହାପାତ୍ର ଏବଂ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ପୁରୁଷୋତ୍ତମ ସ୍ୱାଇଁ ପ୍ରମୁଖ ଯୋଗଦେଇ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକୀୟ ଡାକ୍ତରୀ ପରାମର୍ଶ ଦେଇଥିଲେ। ଏଥି ସହ ରୋଗୀ ମାନଙ୍କର ମାଗଣାରେ ରକ୍ତ ଶର୍କରା ଏବଂ ଇସିଜି ପରୀକ୍ଷା ମଧ୍ୟ କରାଯାଇଥିଲା। କେସି କ୍ଲବ୍ର ସଭାପତି…
Read MoreYear: 2026
ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ବେହେରାଙ୍କ ଶ୍ରାଦ୍ଧ ବାର୍ଷିକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ କଲେ ନୟାଗଡ଼ ବିଧାୟକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ଜନମାନ୍ୟ ନେତା, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ବେହେରାଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଗଠନଠାରୁ ଆରମ୍ଭ କରି ବିକଶିତ ନୟାଗଡ଼ ମୂଳଦୁଆ ପକାଇଥିବା ନେତା ଶ୍ରୀଯୁକ୍ତ ବେହେରାଙ୍କ ଉଦ୍ଦେଶ୍ୟରେ ବିଜେଡି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ବ୍ଲକ୍ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ନୟାଗଡ଼ ଗୋଲେଇ ଛକରେ ଅବସ୍ଥିତ ଭାଗବତ ବେହେରାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହା ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେଡି ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା, ବ୍ଲକ୍ ବିଜେଡି ସଭାପତି ଭଞ୍ଜକିଶୋର ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ସୁବାସ ଚନ୍ଦ୍ର…
Read Moreନୟାଗଡ଼ରେ ଜିଲ୍ଲାପାଳ ଏବଂ ଏସପିଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ଜିଲ୍ଲା ମୁଖ୍ୟାଳୟରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଇଯାଇଛି। ଜିଲ୍ଲାପାଳ ମଧୁମିତା ରଥ, ଏସପି ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ବିଜୟାନନ୍ଦ ନାୟକ, ସିଡିଓ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ସିଡିଏମଓ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ରହି ସମସ୍ୟା ଗୁଡ଼ିକ ଶୁଣିବା ସହ ସମାଧାନ କରିବା ପାଇଁ ଉଦ୍ୟମ କରିଥିଲେ । ଆଜିର ଅଭିଯୋଗ ଶିବିରରେ ମୋଟ୍ ୧୩୩ଟି ଅଭିଯୋଗପତ୍ର ଦାଖଲ ହୋଇଥିଲା ଯେଉଁଥିରେ ୯ ଗ୍ରାମୀଣ, ୧୧୭ ବ୍ୟକ୍ତିଗତ ଏବଂ ୭ ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ନେଇ ଅଭିଯୋଗ ରହିଥିଲା। ମୋଟ ୧୩୩ରୁ ୪୦ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା।
Read Moreଅବସର ଗ୍ରହଣ କଲେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟ ଆଜି ଅବସର ଗ୍ରହଣ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶଙ୍କ ଅଧ୍ୟକ୍ଷତାରେ ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଡେପୁଟି କଲ୍ଲେକ୍ଟର ତପସ୍ୱିନୀ ହାସଁଦା ଏବଂ ବହୁ ସରକାରୀ କର୍ମଚାରୀ ଉପସ୍ଥିତ ରହିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ଭାରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀମତି ଆଚାର୍ଯ୍ୟ ନୟାଗଡ଼ରେ ଦୀର୍ଘ ଏକ ବର୍ଷ କାଳ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାର୍ଯ୍ୟକରି ଲୋକପ୍ରିୟ ହୋଇପାରିଥିଲେ।
Read Moreରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଗାଇଡ଼ ପିଲାଙ୍କ ଦ୍ୱାରା ବିଶ୍ୱ ତମାଖୁ ବର୍ଜନ ସଚେତନତା ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ତମାଖୁ ଯାହାକି ଶରୀରକୁ କ୍ଷତି କରିବ, ପରିବାରରୁ ସ୍ୱାମୀ ସ୍ତ୍ରୀକୁ ଅଲଗା କରିବା, କମ ବୟସ ଯୁବକ ଯୁବତୀଙ୍କୁ ବିପଥଗାମୀ କରିବା ଶେଷରେ ପରିବାରର ଆର୍ଥିକ ମାନଦଣ୍ଡକୁ ଉଜୁଡାଇ ସର୍ବସ୍ୱାନ୍ତ କରିଦେବାରେ ସିଦ୍ଧ ହସ୍ତ ହେଉଛି । କିଶୋର କିଶୋରୀମାନଙ୍କୁ ସଚେତନ କରାଇ ନିଜ ପରିବାର ପରେ ସମାଜକୁ ବାର୍ତ୍ତା ଦେବାକୁ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କର ସ୍କାଉଟ ଗାଇଡ ଛାତ୍ରଛାତ୍ରୀ ପାଳିଲେ ବିଶ୍ୱ ତମାଖୁ ନିରୋଧ/ବର୍ଜନ ଦିବସ। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବାରିକଙ୍କ ନିର୍ଦେଶକ୍ରମେ ପ୍ରକୃତିବନ୍ଧୁ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ସଭାରେ ତମାଖୁ ସେବନର ଭୟାବହତା ସାଙ୍ଗକୁ ବ୍ରେନଷ୍ଟ୍ରୋକ, ଫୁସଫୁସ କ୍ୟାନସର, ବୃକକ ଏପରିକି ଏହି ଧୂଆଁ ଯେଉଁ ପଥ ଦେଇ ଯାଉଛି ସେହିବାଟେ ନିକୋଟିନର ପରିମାଣ ବୃଦ୍ଧି…
Read Moreରଣପୁର ବ୍ଲକରେ ଆଜିଠାରୁ ଆରମ୍ଭ ହେଲା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ
ରଣପୁର,(ନୟାଗଡ଼ ଦର୍ପଣ): ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୬ କାର୍ଯ୍ୟକ୍ରମ ଆଜିଠାରୁ ରଣପୁର ବ୍ଲକରେ ଆରମ୍ଭ ହୋଇଛି। ଏହି ଅଭିଯାନ ୩୦ ମଇ ୨୦୨୬ ଠାରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ଚାଲିବ। ନିର୍ବାଚନୀ ତାଲିକାକୁ ଅଧିକ ସଠିକ୍, ନିର୍ଭୁଲ ଏବଂ ଅଦ୍ୟତନ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକର ୧୬୩ ଜଣ ବୁଥ୍ ସ୍ତରୀୟ ଅଧିକାରୀ ନିୟୋଜିତ ହୋଇଛନ୍ତି। ବୁଥ୍ ସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ ୧୬ ଜଣ ବି.ଏଲ.ଓ ସୁପରଭାଇଜରଙ୍କୁ ନିଯୁକ୍ତି କରାଯାଇଛି। ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଭୋଟରମାନଙ୍କ ସୂଚନା ସଂଗ୍ରହ, ଯାଞ୍ଚ ଏବଂ ପରିଶୋଧନ କାର୍ଯ୍ୟ ସମ୍ପାଦନ କରିବେ। ଏହି ଅଭିଯାନରେ ପ୍ରତ୍ୟେକ ପରିବାରକୁ ପରିଗଣନା ଫର୍ମ ପ୍ରଦାନ କରାଯିବ। ଭୋଟରମାନେ ଏହି ଫର୍ମ ପୂରଣ କରି ବୁଥ୍ ସ୍ତରୀୟ…
Read Moreଅନାସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, ଉପ ଜିଲ୍ଲାପାଳଙ୍କୁ ଘେରିଲେ ଜନପ୍ରତିନିଧି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଗତ ୧୮ ତାରିଖ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଅନାସ୍ଥା ପ୍ରକିୟା ଆରମ୍ଭ ହୋଇନାହିଁ । ଉପଜିଲ୍ଲାପାଳ ଅନାସ୍ଥା ପ୍ରସ୍ତାବରେ ରହିଥିବା ଦସ୍ତଖତ ଯାଞ୍ଚ କରିବାକୁ ପଠାଇ ସମୟ ଗଡ଼ାଇ ଚାଲିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆଜି ଅନେକ ଜନପ୍ରତିନିଧି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କୁ ଘେରାଉ କରିଛନ୍ତି । ଏକ ବୈଠକରେ ଉପଜିଲ୍ଲାପାଳ ବସିଥିବା ଦେଖି ସମସ୍ତ ନିର୍ବାଚିତ ପ୍ରତିନିଧି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଥମେ ବସି ରହିଥିଲେ । ବୈଠକରୁ ଉପଜିଲ୍ଲାପାଳ ବାହାରିବା ପରେ ପ୍ରଶ୍ନବାଣରେ ତାଙ୍କୁ ଛନ୍ଦିଥିଲେ ।…
Read Moreକଂଗ୍ରେସ ପକ୍ଷରୁ ଟାଟାପାୱାର ଡିଭିଜନ ଆଗରେ ବିକ୍ଷୋଭ, ଟମାଟୋ ମାଡ଼
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାବ୍ୟାପି ଟାଟାପାୱାର କମ୍ପାନୀ ଅଘୋଷିତ ବିଦ୍ୟୁତ କାଟ କରି ଗ୍ରାହକ ଶୋଷଣ ନୀତି ବନ୍ଦ ଦବୀରେ ଜିଲ୍ଲା କଂଗ୍ରେସ କମିଟି ଏବଂ ଛାତ୍ର କଂଗ୍ରେସ କମିଟି ପକ୍ଷରୁ ନୟାଗଡ଼ ଟାଟାପାୱାର ମୁଖ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଜିଲ୍ଲାରେ ବାରମ୍ବାର ବିଦ୍ୟୁତ କାଟ କରି ଲୋକଙ୍କୁ କଲବଲ କରି ଟାଟାପାୱାର, ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ କରିସାରିଲାଣି ତେଣୁ ଉପୋଭୋକ୍ତାଙ୍କୁ ସର୍ବନିମ୍ନ, ନିରନ୍ତର ବିଦ୍ୟୁତ ସେବା ଯୋଗାଇବାରେ ବିଫଳତା ପାଇଁ ଟାଟାପାୱାର ଚୁକ୍ତି ସର୍ତ୍ତlବଳୀ ଖିଲାପ ହୋଇଥିବାରୁ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ସହିତ କରିଥିବା ଚୁକ୍ତି ସର୍ତ୍ତବଳୀ ଉଲ୍ଲଙ୍ଘନ କରି ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ବିଦ୍ୟୁତ ଉପୋଭୋକ୍ତାଙ୍କୁ ଲାଇନ କାଟିକାଟି ଅଣାୟତ୍ତ କରିସାରିଲେଣି ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ। ତେଣୁ ଟାଟାପାୱାର ଏଗ୍ରିମେଣ୍ଟ ବାତିଲ କରାଯାଉ ବୋଲି…
Read Moreରାଇପଡା ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ଼ମେମ୍ବରଙ୍କ ସମେତ ବରିଷ୍ଠ କଂଗ୍ରେସ, କମ୍ୟୁନିଷ୍ଟ ଓ ବିଜେଡିର ଶତାଧିକ ନେତା ଓ କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି
ରଣପୁର, (ନୟାଗଡ଼ ଦର୍ପଣ): ରାଇପଡା ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଅଛି, ଏହି ମିଶ୍ରଣ ପର୍ବରେ ରାଇପଡା ଗ୍ରାମ ପଞ୍ଚାୟତ ର କଂଗ୍ରେସ, କମ୍ୟୁନିଷ୍ଟ, ବିଜେଡି ର ବହୁ ବରିଷ୍ଠ ନେତା ଓ କର୍ମୀ ମାନେ ନିଜ ଦଳ ଛାଡ଼ି ବିଜେପିରେ ଯୋଗଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ରାଇପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ବାସନ୍ତୀ ଦେଇ, ନାଏବ ସରପଞ୍ଚ ଛନ୍ଦ୍ରମଣି ପ୍ରଧାନ,୮ ନଂ ୱାର୍ଡ ମେମ୍ବର ହଜାରି ଜେନା,୯ ନଂ ୱାର୍ଡ ମେମ୍ବର ସୁକାନ୍ତ ଜେନା,୧୧ ନଂ ୱାର୍ଡ ମେମ୍ବର ଚୈତନ୍ୟ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଦାସ, ରାଇପଡା ଗ୍ରାମ ର ସୁଧାକର ପାଇକରାୟ, ପୂର୍ଣ୍ଣଚନ୍ଦ୍ର ମାଝୀ,ଅକ୍ରୁର ମାଝୀ, ପ୍ରଦୀପ ପ୍ରଧାନ, ଧନୁ ବେହେରା, ଭଗବାନ ସାହୁ, କପିଳ ସାମନ୍ତରାୟ, ସୋମନାଥ ପ୍ରଧାନ, ରମାକାନ୍ତ ଜେନା, ଗୁଣନିଧି ପ୍ରଧାନ, ଲିଙ୍ଗରାଜ…
Read MoreSIR ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ଜିଲ୍ଲାବାସୀଙ୍କୁ ଅପିଲ କଲେ ଜିଲ୍ଲାପାଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ନୟାଗଡ଼ ଜିଲ୍ଲାରେ Special Intensive Revision (S. I. R) ଉପରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। SIR ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ସଠିକ୍, ସ୍ବଚ୍ଛ ଓ ଅଦ୍ୟତନ କରିବା । ଏଥିପାଇଁ ୩୦ ମଇ ୨୦୨୬ ରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ BLOମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ । ଭୋଟର ମାନେ ଏହି ଦୁଇଟି ଫର୍ମ ସଠିକ ଭାବେ ପୂରଣ କରିବେ ଓ ଗୋଟିଏ କପି ନିଜ ପାଖରେ ପ୍ରମାଣ ପାଇଁ ରଖିବେ ଏବଂ ଅନ୍ୟ କପିଟି BLO ସଂଗ୍ରହ କରିବେ । ତେଣୁ ସମସ୍ତ ଭୋଟରମାନେ BLOଙ୍କୁ ସହଯୋଗ କରନ୍ତୁ ଓ ସଠିକ…
Read More