ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷାଦାନ ସମୟ ନିର୍ଘଣ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରାକ୍ତନ ଛାତ୍ର ସଂଘ ସଭାପତି ତଥା ବିଶିଷ୍ଟ ବାମପନ୍ଥୀ ନେତା ବିଶ୍ୱନାଥ ମହାପାତ୍ର। ମହାବିଦ୍ୟାଳୟରେ ଶିକ୍ଷାଦାନ ସକାଳ ୭ଟାରୁ ଆରମ୍ଭ କରାଯାଇ ପୂର୍ବାହ୍ନରେ ପ୍ରାୟ ସମସ୍ତ କ୍ଲାସ୍ ଶେଷ କରି ଅପରାହ୍ନ ସମୟକୁ ଖାଲି ରଖିବା ଶିକ୍ଷାଦାନର ସୁସ୍ଥ ପରିବେଶ ପାଇଁ ଉପଯୁକ୍ତ ନୁହେଁ ବୋଲି ସେ କହିଛନ୍ତି। ଶ୍ରୀ ମହାପାତ୍ରଙ୍କ କହିବାନୁସାରେ, ମହାବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହର ଅଭାବ ନଥିବା ସତ୍ତ୍ୱେ ସକାଳ ୯ଟାରୁ ଶିକ୍ଷାଦାନ ଆରମ୍ଭ କରି ଅପରାହ୍ନ ୪ଟା ପର୍ଯ୍ୟନ୍ତ କ୍ଲାସ୍ ଚାଲିଲେ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀମାନେ ଅଧିକ ସୁବିଧା ପାଇପାରିବେ। ବର୍ତ୍ତମାନର ସମୟ ନିର୍ଘଣ୍ଟ ଯୋଗୁଁ ଛାତ୍ରଛାତ୍ରୀଙ୍କୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ସେ ଅଭିଯୋଗ କରିଛନ୍ତି। ଏଥିସହିତ, ଘରୋଇ ଶିକ୍ଷାନୁଷ୍ଠାନ ଓ…
Read MoreYear: 2026
ସୁନାଖଳା ଅଞ୍ଚଳରେ ଯୁଗ୍ମ ଏନ୍ଫୋର୍ସମେଣ୍ଟ ଟିମର ଚଢ଼ାଉ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲାର ସୁନାଖଳା ଅଞ୍ଚଳର ବିଭିନ୍ନ ସ୍ଥାନରେ ଯୁଗ୍ମ ଏନ୍ଫୋର୍ସମେଣ୍ଟ ଟିମଙ୍କ ଦ୍ୱାରା ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ଖାଦ୍ୟ ସୁରକ୍ଷା ଅଧିକାରୀ, ନୟାଗଡ଼ ଶ୍ରୀ ନବ କିଶୋର ସାହୁ, ଡ୍ରଗ୍ସ ଇନ୍ସପେକ୍ଟର, ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର, ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ନୟାଗଡ଼ଙ୍କ ନେତୃତ୍ୱରେ ରଣପୁର ସର୍କଲର ଏକ ଅବକାରୀ ଟିମ୍ ଏବଂ ସୁନାଖଳା ପୋଲିସ ଟିମ୍ ଙ୍କ ସହଯୋଗରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା । ଚଢ଼ାଉ ସମୟରେ ମୋଟ ୨୦ଟି ଦୋକାନ/ବ୍ୟବସାୟିକ ପ୍ରତିଷ୍ଠାନ ଯାଞ୍ଚ କରାଯାଇଥିଲା l ଏହି ଯାଞ୍ଚ ସୁନାଖଳା ଅଞ୍ଚଳର ବିନୋଦପଡ଼ା, ସୁନାଖଳା ମୁଖ୍ୟ ରାସ୍ତା, ଉପର ବଜାର, ଗୋପୀନାଥପୁର, ମେଡିକାଲ ଛକ ଆଦି ଜାଗାରେ ବିଭିନ୍ନ ହୋଲସେଲର୍ ଦୋକାନ, ହୋଟେଲ, ଫଳ ଦୋକାନ ଓ ଖୁଚୁରା ଦୋକାନ ଆଦିରେ…
Read Moreବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ସମର୍ପଣ ବୃଦ୍ଧାଶ୍ରମରେ ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। କ୍ଲବ ସଭାପତି ବାସୁଦେବ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସମର୍ପଣର କାର୍ଯ୍ୟକାରୀ ସଭାପତି ଅରୁଣ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ସମର୍ପଣର ସମ୍ପାଦକ ଶ୍ରୀଧର ସାହୁ ବରିଷ୍ଠ ନାଗରିକ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଅନ୍ତେବାସୀମାନଙ୍କୁ ଅବଗତ କରାଇଥିଲେ। ରୋଟାରୀ କ୍ଲବ ସମ୍ପାଦକ ଦିଲ୍ଲୀପ ମିଶ୍ର କହିଥିଲେ, “କେବଳ ବରିଷ୍ଠ ନାଗରିକ ଦିବସ ପାଳନ କରିବା ପାଇଁ ଆମେ ଆପଣମାନଙ୍କ ପାଖକୁ ଆସିନାହୁଁ। ଆଗାମୀ ଦିନରେ ଆପଣମାନଙ୍କର ଯେକୌଣସି ସମସ୍ୟାର ସମାଧାନ ପାଇଁ ରୋଟାରୀ କ୍ଲବ ନୟାଗଡ଼ର ସମସ୍ତ ସଦସ୍ୟଙ୍କ ସହଯୋଗର ବାର୍ତ୍ତା ନେଇ ଆସିଛୁ।” କ୍ଲବ ସଦସ୍ୟ ଆଡଭୋକେଟ୍ ଦେବାଶିଷ ପଟ୍ଟନାୟକ ବରିଷ୍ଠ ନାଗରିକମାନଙ୍କ ଆଇନଗତ ଅଧିକାର ଓ ସେମାନଙ୍କ ପାଇଁ ଥିବା ବିଭିନ୍ନ ଆଇନଗତ ବ୍ୟବସ୍ଥା ସମ୍ପର୍କରେ…
Read Moreସ୍ୱାୟତ୍ତ ଶାସନ ଦିବସ ପାଇଁ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ନୟାଗଡ଼ ମୁନିସିପାଲିଟି ପକ୍ଷରୁ ଏନ୍.ଏ.ସି. ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ମୁନିସିପାଲିଟି ଅଧୀନରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ବକ୍ତୃତା, ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ଆଦି ବିଭିନ୍ନ ବିଭାଗରେ ମୋଟ ୧୨୧ ଜଣ ପ୍ରତିଯୋଗୀ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ପ୍ରତିଭା ପ୍ରଦର୍ଶନରେ ପ୍ରତିଯୋଗିତାସ୍ଥଳୀ ଉତ୍ସବମୁଖର ହୋଇଉଠିଥିଲା।ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଆସନ୍ତା ସ୍ୱାୟତ୍ତ ଶାସନ ଦିବସ ଅବସରରେ ପଠାଣି ସାମନ୍ତ ସଂସ୍କୃତି ଭବନରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ଉତ୍ସବରେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯିବ। କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା…
Read Moreଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ରୋଟାରୀ କ୍ଲବ୍ ପକ୍ଷରୁ ୱାଟର ପ୍ୟୁରିଫାୟର ପ୍ରଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ଆଜି ଚାହାଳିସ୍ଥିତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଏକ ୱାଟର ପ୍ୟୁରିଫାୟର ପ୍ରଦାନ କରାଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ନିରଞ୍ଜନ ଦାଶଙ୍କ ଠାରୁ ବିଦ୍ୟାଳୟରେ ଏକ ୱାଟର ପ୍ୟୁରିଫାୟରର ଆବଶ୍ୟକତା ସମ୍ପର୍କରେ ଜାଣିବା ପରେ ରୋଟାରୀ କ୍ଲବ୍ ନୟାଗଡ଼ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା। ଆଜି ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ରୋଟାରୀ କ୍ଲବ୍ ନୟାଗଡ଼ର ସଭାପତି ବାସୁଦେବ ସାହୁ, ଉପସଭାପତି ଜି. ରଶ୍ମିରାଜ ଏବଂ ସମ୍ପାଦକ ଦିଲ୍ଲୀପ ମିଶ୍ର ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ୱାଟର ପ୍ୟୁରିଫାୟରଟି ହସ୍ତାନ୍ତର କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଦିଗରେ ରୋଟାରୀ କ୍ଲବ୍ ନୟାଗଡ଼ର ଏହି ପଦକ୍ଷେପକୁ ବିଦ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଛି।
Read Moreଶ୍ରମିକଙ୍କ ଦାବି ପୂରଣ ପାଇଁ BMSର ପ୍ରତିବାଦ ଦିବସ, ବିଶାଳ ରାଲି, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରମିକମାନଙ୍କ ବିଭିନ୍ନ ନ୍ୟାୟସଙ୍ଗତ ଦାବିର ତୁରନ୍ତ ସମାଧାନ ଦାବିରେ ଭାରତୀୟ ମଜଦୂର ସଂଘ (BMS)ର ଜାତୀୟ ଆହ୍ୱାନ କ୍ରମେ ନୟାଗଡ଼ ଜିଲ୍ଲାରେ ‘ପ୍ରତିବାଦ ଦିବସ’ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ଶ୍ରମିକ ଓ କର୍ମଚାରୀ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଏକ ବିଶାଳ ରାଲିରେ ଯୋଗଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ରାଲି ପରେ ଶ୍ରମିକମାନଙ୍କ ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ନୟାଗଡ଼ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଭାରତୀୟ ମଜଦୂର ସଂଘର ରାଞ୍ଚିଠାରେ ଅନୁଷ୍ଠିତ ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତି (KKS) ବୈଠକର ନିଷ୍ପତ୍ତି ଅନୁଯାୟୀ ଅଗଷ୍ଟ ୧୭ ତାରିଖରେ ଦେଶର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଏହି ପ୍ରତିବାଦ ଦିବସ ପାଳନ କରାଯାଇଥିବା ସଂଘ ପକ୍ଷରୁ କୁହାଯାଇଛି। BMS ଓଡ଼ିଶା…
Read Moreତିନି ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଆଦର୍ଶ, ନୟାଗଡ଼ ପାଇଁ ଆଣିଲେ ଗୌରବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଓ ନୟାଗଡ଼ ସଦର ଥାନା ଅନ୍ତର୍ଗତ ଖଣ୍ଡୁଗାଁ ଗ୍ରାମର ତିନି ବର୍ଷୀୟ ଶିଶୁ ଆଦର୍ଶ ଅକ୍ଷର ଦାଶ ନିଜର ଅସାଧାରଣ ଜ୍ଞାନ ଓ ପ୍ରତିଭା ପ୍ରଦର୍ଶନ କରି ଚଳିତ ବର୍ଷ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ–୨୦୨୬’ରେ ସ୍ଥାନ ପାଇଛନ୍ତି। ଏତେ କମ୍ ବୟସରେ ଏହି ସଫଳତା ହାସଲ କରି ଆଦର୍ଶ ସମଗ୍ର ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଖଣ୍ଡୁଗାଁ ଗ୍ରାମର ସିଲୁ ଦାଶ ଓ ପ୍ରତିଭା ପାଣିଗ୍ରାହୀଙ୍କ ସୁପୁତ୍ର ହେଉଛନ୍ତି ଆଦର୍ଶ। ନିଜ ବୟସ ତୁଳନାରେ ଅଧିକ ଜ୍ଞାନ ଅର୍ଜନ କରିଥିବା ଆଦର୍ଶ ଅନ୍ଲାଇନ୍ ମାଧ୍ୟମରେ ୨୦ଟି ବିଷୟର ବିଭିନ୍ନ ପ୍ରଶ୍ନର ସଠିକ୍ ଉତ୍ତର ପ୍ରଦାନ କରି ଏହି ରେକର୍ଡ ହାସଲ କରିଥିବା ଜଣାପଡ଼ିଛି। ତିନି ବର୍ଷ ବୟସରେ ଆଦର୍ଶଙ୍କ ଏଭଳି ପ୍ରତିଭା ଓ ସ୍ମରଣଶକ୍ତି…
Read Moreଚମ୍ପାଗଡ଼ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟି ଗଠନକୁ ନେଇ ଅନିୟମିତତା ଅଭିଯୋଗ
ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଚମ୍ପାଗଡ଼ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ଓ ସଦସ୍ୟ ଚୟନକୁ ନେଇ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଉଠିଛି। ଏନେଇ କିଛି ଛାତ୍ର-ଅଭିଭାବକ ରଣପୁର ବ୍ଲକ୍ ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ (ସମଗ୍ର ଶିକ୍ଷା), ଜିଲ୍ଲା ଶିକ୍ଷା ଅଧିକାରୀ ଓ ନୟାଗଡ଼ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଅଭିଭାବକମାନଙ୍କ ଅଭିଯୋଗ ଅନୁଯାୟୀ, ପରିଚାଳନା କମିଟି ସଦସ୍ୟ ଚୟନ ପାଇଁ ପ୍ରଥମେ ଡକାଯାଇଥିବା ବୈଠକରେ ପ୍ରାୟ ୪୫ ଜଣ ଅଭିଭାବକ ଉପସ୍ଥିତ ଥିଲେ। ଆବଶ୍ୟକ ସଂଖ୍ୟକ ଉପସ୍ଥିତି ନଥିବା ଦର୍ଶାଇ ସେହି ବୈଠକକୁ ବନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ପରେ ଅନ୍ୟ ଏକ ଦିନ ବୈଠକ ଡକାଯାଇଥିବା ବେଳେ ସେଠାରେ ପ୍ରାୟ ୨୫ ଜଣ ଅଭିଭାବକ ଉପସ୍ଥିତ ଥିଲେ…
Read Moreରାଣୀପଡ଼ାରେ ସ୍ୱଚ୍ଛତା ପକ୍ଷପାଳନ, ସଫେଇ ଅଭିଯାନ ସହ କୁଇଜ୍ ଓ ତର୍କ ପ୍ରତିଯୋଗିତା
ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ, ନୟାଗଡ଼ ଆନୁକୂଲ୍ୟରେ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରାଣୀପଡ଼ା ଗ୍ରାମ ପଞ୍ଚାୟତରେ ଗୁରୁବାର ଅପରାହ୍ନ ୪ଟା ସମୟରେ ‘ସ୍ୱଚ୍ଛତା ପକ୍ଷପାଳନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବୀର ୟୁଥ୍ କ୍ଲବ, ରାଣୀପଡ଼ା ପକ୍ଷରୁ ଆୟୋଜିତ ଏହି ସ୍ୱଚ୍ଛତା ଅଭିଯାନରେ କ୍ଲବର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ। ଗ୍ରାମର ମନ୍ଦିର, ସମାଜ ଘର ସମେତ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ବିଭିନ୍ନ ସ୍ଥାନରେ ସମସ୍ତେ ମିଳିତ ଭାବେ ସଫେଇ କାର୍ଯ୍ୟ କରିଥିଲେ। ଏହି ଅବସରରେ ଗ୍ରାମବାସୀଙ୍କୁ ନିଜ ଚାରିପାଖର ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା, ଏଣେତେଣେ ଅଳିଆ ଆବର୍ଜନା ନ ଫୋପାଡ଼ି ଆବର୍ଜନା କୁଣ୍ଡ ବ୍ୟବହାର କରିବା ଏବଂ ପଲିଥିନ ବ୍ୟବହାର ବନ୍ଦ କରିବା ନେଇ ସଚେତନ କରାଯାଇଥିଲା। ସ୍ୱଚ୍ଛତା…
Read MoreS.I.R-2026 ସମ୍ପର୍କିତ ଦାବି ଓ ଆପତ୍ତି ପ୍ରକ୍ରିୟାର ସମୀକ୍ଷା ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲାରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ SIR-2026 ସମ୍ପର୍କିତ ଦାବି ଓ ଆପତ୍ତି ପ୍ରକ୍ରିୟାର ସମୀକ୍ଷା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଲ୍ଲାର ସମସ୍ତ ERO, ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର ଏବଂ ନିର୍ବାଚନ ବିଭାଗର ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହିତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ। ବୈଠକରେ SIR-2026 ଅନ୍ତର୍ଗତ ଦାବି ଓ ଆପତ୍ତି ସମ୍ପର୍କିତ ଫର୍ମ-9, 10, 11, 11A ଏବଂ 11B ରେ ପ୍ରାପ୍ତ ଆବେଦନଗୁଡ଼ିକର ସ୍ଥିତି, ଯାଞ୍ଚ ଓ ପ୍ରକ୍ରିୟାକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପାରଦର୍ଶିତା ଓ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ନିମନ୍ତେ ଉକ୍ତ ଫର୍ମଗୁଡ଼ିକରେ ପ୍ରାପ୍ତ ଦାବି ଓ ଆପତ୍ତିର ରିପୋର୍ଟ ସମ୍ପୃକ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ହସ୍ତାନ୍ତର…
Read More