ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟତାରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ପ୍ରମୁଖ କାର୍ଯ୍ୟକ୍ରମ ‘ଆଦି କର୍ମଯୋଗୀ ଅଭିଯାନ’ ମାଧ୍ୟମରେ ନୟାଗଡ଼ ଜିଲ୍ଲାରେ ଧରିତି ଆବା ଗ୍ରାମ ଭତ୍କର୍ଷ ଅଭିଯାନର ଜିଲ୍ଲାର ୧୧୩ଗୋଟି ଗ୍ରାମର ଉନ୍ନୟନ ନିମନ୍ତେ ଗ୍ରାମ କାର୍ଯ୍ୟ ଖସଡା(VAP) କାର୍ଯ୍ୟଶୈଳୀର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ମଙ୍ଗଳ ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ନିମନ୍ତେ ସହଭାଗିତାରେ କାର୍ଯ୍ୟ କରିବା ଲାଗି ଜିଲ୍ଲାପାଳ ଶ୍ରୀଯୁକ୍ତ ଅଗ୍ରୱାଲ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ।
Read MoreDay: November 1, 2025
“ଶ୍ରୀ ସୃଜନ” ନୟାଗଡ଼ ସଙ୍ଗୀତ ବିଦ୍ୟାଳୟର ଚତୁର୍ଥ ସାମ୍ବତ୍ସରିକ ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଅଁଳା ନବମୀ ଅବସରରେ ‘ଶ୍ରୀସୃଜନ’,ନୟାଗଡ଼ ସଙ୍ଗୀତ ବିଦ୍ୟାଳୟର ଚତୁର୍ଥ ସାମ୍ବତ୍ସରିକ ଉତ୍ସବ ନୟାଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସ୍ଥାୟୀ ସଭାପତି ଡ.ବିଜୟ କୁମାର ଚୌଧୁରୀ, ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ସୁର ଗନ୍ଧର୍ବ ନବକିଶୋର ମିଶ୍ର, ଅନୁଷ୍ଠାନର କୋଷାଧ୍ୟକ୍ଷ ମନୋଜ କୁମାର ମିଶ୍ର, ସମ୍ପାଦିକା ଜୟଶ୍ରୀ ଦେବୀ,ସଭ୍ୟ ଲକ୍ଷ୍ମୀଧର ମହାପାତ୍ର ,କମ୍ରେଡ ବିଶ୍ବନାଥ ମହାପାତ୍ରଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଉତ୍ସବକୁ ଉଦ୍ଘାଟନ କରାଯାଇଥିଲା।ଏହି ଉତ୍ସବରେ ଓଡ଼ିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ, ପ୍ରସିଦ୍ଧ ଢୁମ୍ପା ସଙ୍ଗୀତ ଗାୟକ ସଚ୍ଚିଦାନନ୍ଦ ମହାପାତ୍ରଙ୍କୁ “ଶ୍ରୀ ସୃଜନ ସଙ୍ଗୀତ ପ୍ରତିଭା” ସମ୍ମାନରେ ସମ୍ମାନିତ କରାଯାଇଥିଲା ଅନୁଷ୍ଠାନର ଛାତ୍ର ସାଇଅମ୍ରିତ୍ ସାହୁ, ଛାତ୍ରୀ କାଦମ୍ବିନୀ ମହାପାତ୍ର,ଝୁମୁରି ସାହୁ, ମଧୁସ୍ମିତା ବେହେରା,ଅନନ୍ୟା ମାଧୁରୀ ଦାସ,ତିତିକ୍ଷା ପରିଡ଼ା,ଶୁଭଶ୍ରୀ ମହାପାତ୍ର, ଆରାଧ୍ୟା ମହାରଣା ଓ ମାନିନୀ ମନସ୍ମିତାଙ୍କ ସମେତ…
Read Moreବାଲୁଗାଁ ଚଣ୍ଡୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଲୁଗାଁ ରେ ଶନିବାର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ତମିଶ୍ରା ସେଠୀଙ୍କ ଅଧ୍ୟକ୍ଷତାରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସର୍ବମୋଟ ୫୩ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପଦ୍ମଚରଣ ସାହୁ, ପଦ୍ମନାଭ ବେହେରା ଓ ଭବାନୀ ମିଶ୍ରଙ୍କ ତତ୍ତ୍ଵାବଧାନରେ ଏହି ପ୍ରକଳ୍ପ ଗୁଡ଼ିକ ସ୍ଥାନିତ ହୋଇଥିଲା। ବିଦ୍ୟାଳୟର ଅନ୍ୟ ଶିକ୍ଷକ ମାନଙ୍କ ମଧ୍ୟରେ ଜିତେନ୍ଦ୍ର କହଁର, ମନମୋହନ ଚମ୍ପତି, ସ୍ମିତାରାଣୀ ରାଉତ, ଶୁଭାଶିଷ ସାହୁ ପୂର୍ଣ୍ଣ ସହୋଯୋଗ କରିଥିଲେ। ଏହି ବିଜ୍ଞାନ ମେଳାରେ ଭାଗିରଥି ଉଚ୍ଚ ବିଦ୍ୟାଳୟ, ଗୋବିନ୍ଦପୁରର ବିଜ୍ଞାନ ଶିକ୍ଷକ ବିଭୂତିଭୂଷଣ ରଣସିଂ ବିଚାରପତି ଭାବରେ ଯୋଗ ଦେଇ ବିଜ୍ଞାନ ମେଳାକୁ ପରିଚାଳନା କରିଥିଲେ। ଏହି ଅବସରରେ ବର୍ତ୍ତମାନ ବିଜ୍ଞାନର…
Read More