ନୂଆ ଜୀବନ ପାଇଲେ ୩ଜଣ, ମରି ବି ଅମର କୁନ୍ତଳା

ରଣପୁର, (ନୟାଗଡ଼ ଦର୍ପଣ): ଅଙ୍ଗଦାନ ହେଉଛି ସର୍ବକାଳୀନ ଶ୍ରେଷ୍ଠ ଦାନ। ଏହାକୁ ପ୍ରମାଣ କରି ଦେଖାଇ ଦେଇଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗୌରାଙ୍ଗପୁର ପଞ୍ଚାୟତ ଅଧୀନ ଗଉଡ଼ିଆପଡ଼ା ଗାଁ’ର ବାସିନ୍ଦା କୁନ୍ତଳା ନନ୍ଦ। ତେବେ ମୃତକ କୁନ୍ତଳାଙ୍କ ପରିବାରର ଉଦାର କାର୍ଯ୍ୟ ଦ୍ବାରା ଏହା ସମ୍ଭବ ହୋଇପାରିଛି। ସୂଚନା ଥାଉକି, କୁନ୍ତଳା ନନ୍ଦଙ୍କୁ ଗତ ମାସ ୨୯ତାରିଖରେ ଏକ ବିଷଧର ସାପ କାମୁଡ଼ି ଥିଲା । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ୪୯ ବର୍ଷୀୟା କୁନ୍ତଳାଙ୍କୁ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ବ୍ରେନ୍ ଡେଡ୍ (ମସ୍ତିଷ୍କମୃତ) ଘୋଷଣା କରାଯାଇଥିଲା ବେଳେ ପରିବାର ଲୋକେ ତାଙ୍କ ଅଙ୍ଗଦାନ କରିବାକୁ ସମ୍ମତି ଦେଇଥିଲେ। ସାପ କାମୁଡ଼ାରେ ମୃତ୍ୟୁ…

Read More

ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷା ବନ୍ଧନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳନ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି କେଶବଚନ୍ଦ୍ର ରାଉତରାୟ ଉପସ୍ଥିତ ରହି ରକ୍ଷା ବନ୍ଧନର ମହତ୍ତ୍ଵ ବର୍ଣ୍ଣନା କରିଥିଲେ ଏବଂ ବର୍ତ୍ତମାନ ସମାଜରେ ସଂସ୍କୃତିର ଉତ୍ଥାନ କରି କଳୁଷିତ ସମାଜକୁ ଶୃଙ୍ଖଳିତ କରିବାର ଦାଇତ୍ୱ ଶିଶୁଙ୍କ ଉପରେ ନ୍ୟସ୍ତ ବୋଲି ମାର୍ଗଦର୍ଶନ ଦେଇଥିଲେ। ସଂପାଦକ ଭାସ୍କର ଚନ୍ଦ୍ର ସାହୁ, ପ୍ରଧାନ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟର ୫୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ, ଆଚାର୍ଯ୍ୟ ଆଚାର୍ଯ୍ୟା, ଅଭିଭାବକ ଭାଇ ଭଉଣୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସୁନ୍ଦର କରିଥିଲେ। ପରେପରେ ଲେଖନପୁର ଗ୍ରାମରେ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଥିଲା।

Read More

ନୟାଗଡ଼ ଗାୟତ୍ରୀ ଶକ୍ତିପୀଠରେ ଶ୍ରାବଣୀ ପର୍ବ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରାବଣୀ ପର୍ବରେ ଦ୍ବିଜତ୍ବ ସଙ୍କଳ୍ପର ନବୀକରଣ କରାଯାଏ। ଏଥିପାଇଁ ପରମ୍ପରାଗତ ଢଙ୍ଗରେ ଲୋକେ ଏକତ୍ରିତ ହୋଇ ତୀର୍ଥ ଆବାହନ କରନ୍ତି। ଦଶସ୍ନାନ, ହେମାଦ୍ରୀ ସଂକଳ୍ପ ଏବଂ ତର୍ପଣ ଆଦି କର୍ମ କରି ଶ୍ରାବଣୀ ପର୍ବ ପାଳନ କରନ୍ତି। ଶ୍ରାବଣୀ ପର୍ବରେ ପୁରାତନ ପଇତାକୁ ବଦଳା ଯାଇ ନୂତନ ପଇତା ଧାରଣ କରାଯାଏ। ପ୍ରାୟଶ୍ଚିତ୍ତ ସଂକଳ୍ପ ପଢାଯାଏ, ପୂର୍ବରୁ କରାଯାଇଥିବା ଅବାଞ୍ଛନୀୟତାର ପ୍ରାୟଶ୍ଚିତ୍ତ ବିଧାନ କରାଯାଏ। ଶ୍ରାବଣୀ ପର୍ବ ବ୍ରାହ୍ମଣତ୍ୱର, ଋଷିତ୍ବର ଅଭିବର୍ଦ୍ଧନ ପର୍ବ। ସଦଜ୍ଞାନ ଓ ସତକର୍ମର ଯଦି କେଉଁଠି ଖଣ୍ଡନ ହୋଇଛି ତେବେ ତାହାକୁ ପ୍ରାୟଶ୍ଚିତ୍ତ କରି ଉଚ୍ଚ ଆଦର୍ଶବାଦୀ ଜୀବନକୁ ଅଧିକ ତେଜସ୍ବୀ କରିବା ପାଇଁ ଏହି ପର୍ବରେ ଆତ୍ମସଂକଳ୍ପ ଏବଂ ପରମାତ୍ମ ଅନୁଦାନକୁ ଯୋଗ କରିବାର ବିଧାନ କରାଯାଇଥାଏ। ଏହି ମର୍ମରେ ନୟାଗଡ଼ ଷ୍ଟାଡିୟମ ନିକଟସ୍ଥ ଗାୟତ୍ରୀ ଶକ୍ତିପୀଠରେ…

Read More

ସୁଭଦ୍ରା ଯୋଜନାର ୩ୟ କିସ୍ତି ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନାର ୩ୟ କିସ୍ତି ପ୍ରଦାନ ପାଇଁ ଏକ ବୈଠକ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ୍ ରାଉତ ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ମୁଖ୍ୟ ଉନ୍ନୟନ ଅଧିକାରୀ ସ୍ୱାଗତ ଭାଷଣ ଦେଇଥିଲେ। ଇଂ. ଦେବାଶିଷ ପଟ୍ଟନାୟକ ସ୍ୱାଗତ ଭାଷଣ ପରେ ସୁଭଦ୍ରା ଯୋଜନା ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ । ଖଣ୍ଡପଡ଼ା ବିଧାୟକ ତାଙ୍କ ଅଭିଭାଷଣରେ କହିବାକୁ ଯାଇ ନୟାଗଡ଼ ଜିଲ୍ଲା ଆଗାମୀ ଲକ୍ଷପତି ଦିଦିର ପ୍ରଥମ ସ୍ଥାନରେ ପହଞ୍ଚି ପାରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସେହିପରି ନୟାଗଡ଼ ଜିଲ୍ଲାର ଉନ୍ନତି ଓ…

Read More

କନ୍ୟା ଶିଶୁମାନଙ୍କ ସୁରକ୍ଷା ଉପରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ଉଚ୍ଚ ନ୍ୟାୟାଳୟ କଟକଙ୍କ ନିର୍ଦ୍ଦେଶରେ ଜିଲ୍ଲା ଜଜଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କନ୍ୟା ଶିଶୁମାନଙ୍କ ସୁରକ୍ଷା ଉପରେ କୋର୍ଟର ସମ୍ମିଳନୀ ଗୃହଠାରେ ଶିଶୁ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ସମସ୍ତ ବିଭାଗର ଶତାଧିକ କର୍ମଚାରୀମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଦୌରା ଜଜ୍ ତଥା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଆନୁଷ୍ଠାନିକଭାବେ ଉଦଘାଟନ କରି ନିଜ ବକ୍ତବ୍ୟରେ କନ୍ୟା ଶିଶୁମାନଙ୍କ ଅଧିକାର ଓ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ପୋକ୍ସୋ ବିଚାରପତି, ମାନସ କୁମାର ପଣ୍ଡା ପୋକ୍ସୋ ଆଇନ ଓ ଶିଶୁ କନ୍ୟାମାନଙ୍କ ସୁରକ୍ଷା ଉପରେ, ପରିବାର ଅଦାଲତ ବିଚାରପତି, ଡକ୍ଟର ଇନ୍ଦୁ ଶର୍ମା ଶିଶୁ ବିବାହ ନିରୋଧ ଆଇନ ଉପରେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ, ଅଞ୍ଜଳି ମଛଖଣ୍ଡ  ପୋଷୋ ଆଇନ…

Read More

ସ୍ୱଭାବ କବିଙ୍କ ୧୬୩ତମ ଜୟନ୍ତୀ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ୱଭାବ କବି ଗଙ୍ଗାଧର ମେହେର ଥିଲେ ଜଣେ ସଫଳ କାବ୍ୟକାର। ତାଙ୍କର ସୃଷ୍ଟି  ଆଧୁନିକ ଓ ପ୍ରାଚୀନ କାବ୍ୟ କବିତା ମଧ୍ୟରେ ଥିଲା ଏକ ମୁଖ୍ୟ ସେତୁ । ସମାଲୋଚକମାନେ ତାଙ୍କୁ  ଭାଷା ଓ ଭାବ ର ସମନ୍ୱୟ କବି ଭାବେ ଅଭିହିତ କରିଥାନ୍ତି। ପ୍ରାଚ୍ୟ ପରମ୍ପରା ଓ ଆଦର୍ଶରେ ଅନୁଗାମୀ ସ୍ୱଭାବ କବି ଗଙ୍ଗାଧର ମେହେର ଆମ ସଂସ୍କୃତି ଓ ସାହିତ୍ୟକୁ ଆଧାର କରି “ତପସ୍ୱିନୀ”, “ଇନ୍ଦୁମତୀ”, ” କୀଚକ ବଧ” , “ପଣୟବଲ୍ଲରୀ ” ପରି ଉଚ୍ଚକୋଟୀର କାବ୍ୟ କବିତା ରଚନା କରିଥିବା ବେଳେ ଅନେକ ଜାତୀୟ ଚିନ୍ତାଧାରା ଆଧାରିତ ସୃଷ୍ଟି ଯୋଗୁଁ ଓଡ଼ିଆ ସାହିତ୍ୟରେ  ଯୁଗ ସ୍ରଷ୍ଟା ଭାବେ ବିବେଚିତ ।  ୧୮୬୨ ମସିହା ଅଗଷ୍ଟ ୯ ରେ ଜନ୍ମଗ୍ରହଣ କରିଥିବା ଏହି ମହାନ କବିଙ୍କ ୧୬୩ ତମ…

Read More