ସୌମ୍ୟାଶ୍ରୀଙ୍କ ବିୟୋଗରେ ଉତ୍ସର୍ଗ ଫାଉଣ୍ଡେସନ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଭୋଗରାଇ ବ୍ଲକର ଛାତ୍ରୀ ସୌମ୍ୟାଶ୍ରୀ ବିଶି । ସୋମବାର ବିଳମ୍ବିତ ରାତିରେ ଏମସ କତୃପକ୍ଷ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଖବର ଏବେ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିବା ବେଳେ ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଉତ୍ସର୍ଗ ଫାଉଣ୍ଡେସନ ପକ୍ଷରୁ ଟାକରା ମେଡିକାଲ ଠାରୁ ଆରମ୍ଭ କରି ଗୋପାଳପୁର, ରଥିପୁର ଅଞ୍ଚଳ ସହ ଟାକରା ବଜାର ପରିକ୍ରମା କରି ଏହି ଶୋଭାଯାତ୍ରା ଶେଷରେ ଟାକରା ସ୍ଥିତ ବାବା ସିଦ୍ଧେସ୍ୱର ମନ୍ଦିର ନିକଟରେ ପହଞ୍ଚିଥିଲା। ସେଠାରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି ରଖିଥିଲେ ଟ୍ରଷ୍ଟର…

Read More

ନବମ ବାର୍ଷିକ ଜିଲ୍ଲା ବ୍ୟାପି ସେବା ଉତ୍ସବ ଉଦଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୁଲ୍ୟରେ ନବମ ବାର୍ଷିକ ଜିଲ୍ଲା ବ୍ୟାପି ସେବା ମହୋତ୍ସବ ମହାସମାରୋହରେ ଉଦ୍ଘାଟିତ ହୋଇ ଯାଇଛି। ଏହି ଉଦ୍ଘାଟନୀ ଉତ୍ସବ ରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଦୁଇଶହ ମିଟରର ଲମ୍ବ ବିଶାଳ ଏକ ବିଶାଳ ତ୍ରିରଙ୍ଗା ପତାକା ଶତାଧିକ ଯୁବକ ଯୁବତୀ ଏଥିରେ ସାମିଲ ହୋଇଥିଲେ । ଶହ ଶହ ଯୁବକ ଏହି ଯାତ୍ରା ରେ ଯୋଗ ଦେଇ ଦେଶପ୍ରେମ ରେ ଉଦଭାସିତ ହୋଇଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ଯୁବକ ମାନଙ୍କ ସ୍ଵରରେ ଏବଂ ଦେଶପ୍ରେମ ନାରାରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଥିଲା। ଦେଶସେବା ପାଇଁ ଏ ସେବା ଉତ୍ସବ ର ନିଆରା ପ୍ରୟାସ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିଲା। ନୟାଗଡ଼ ସେବା ଉତ୍ସବ ସମିତି ର ଅଧ୍ୟକ୍ଷ ଶିବରାମ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ…

Read More

ବାଲେଶ୍ୱର ଛାତ୍ରୀ ସୈାମ୍ୟାଶ୍ରୀ ମୃତ୍ୟୁ ଘଟଣାକୁ ନେଇ ବିଜୁ ଛାତ୍ର ଜନତା ଦଳର ବିକ୍ଷୋଭ ସହ କ୍ୟାଣ୍ଡେଲ ଶୋଭାଯାତ୍ରା

ନୟାଗଡ଼,(ନୟାଗଡ଼ ଦର୍ପଣ): ବାଲେଶ୍ୱର ଏଫ୍‌ଏମ୍ ବିଶ୍ୱ ବିଦ୍ୟାଳୟରେ ଘଟିଥିବା ଅଘଟଣରେ ଛାତ୍ରୀ ସୈାମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ନୟାଗଡ଼ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯାଇଛି । ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ନୀଳମାଧବ ପଣ୍ଡାଙ୍କ ଆହ୍ୱାନ କ୍ରମେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସାମ୍ନାରେ ଅନୁଷ୍ଠିତ ବିକ୍ଷୋଭ କାର୍ଯ୍ୟକ୍ରମରେ ଶହ ଶହ ଛାତ୍ରଛାତ୍ରୀ ସାମିଲ ହୋଇ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରୁଜଙ୍କ ବ୍ୟାନରରେ ନିଆଁ ଲଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ଅବହେଳା ପାଇଁ ଜଣେ ଛାତ୍ରୀଙ୍କ ଜୀବନ ଚାଲି ଯାଇଥିବା ଛାତ୍ରନେତାମାନେ ଅଭିଯୋଗ କରିଛନ୍ତି । ଛାତ୍ର ବିଜେଡ଼ି ନେତା ଅମୁଲ୍ୟ ସାହୁ, ସଞ୍ଜୀବ କୁମାର ମିଶ୍ର, ପ୍ରମୋଦ କୁମାର ସାହୁ ପ୍ରମୂଖ…

Read More

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରାବଣ ମାସର ପ୍ରଥମ ସୋମବାର, ସକାଳୁ ଖେଳିଗଲା ଶୋକର ଛାୟା । ସ୍ତବ୍ଧ ପାଲଟିଗଲା ସାଲୁଣୀ ଗାଁ ଓ ଆଖ ପାଖ ଅଞ୍ଚଳ। ଗୋବର୍ଦ୍ଧନଙ୍କ ପରଲୋକରେ ନିରବି ଗଲେ ବନ୍ଧୁ, ପରିଜନ, ଶିଷ୍ୟ ଓ ଶୁଭେଚ୍ଛୁ। ସାରା ରାଜ୍ୟରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ମୃଦଙ୍ଗର ବାଦସାହା ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରା। ସୂଚନାନୁସାରେ, ନୟାଗଡ ବ୍ଲକ୍ ନାଟୁଗାଁ ପଞ୍ଚାୟତ ଅଧିନରେ ଥିବା ସାଲୁଣୀ ଗ୍ରାମରେ ୧୯୩୯ ମସିହା ଜନ୍ମ ଗ୍ରହଣ କରିଥିବା ଗୋବର୍ଦ୍ଧନ ବେହେରା ପଞ୍ଚମ ପାସ କରି ସାଂସ୍କୃତିକ ଲୋକକଳା ପାଲା ଜଗତରେ ମନ ବଳାଇଥିଲେ। ୧୫ବର୍ଷ ବୟସରୁ ପାଠକୁ ପଛରେ ପକାଇ ପାଲା ଜଗତରେ ମୃଦଙ୍ଗ ଧରିଥିଲେ। ଗାୟକ କେଶରୀ ସ୍ଵର୍ଗତ ଉଦୀୟନାଥ ଶର୍ମାଙ୍କ ସହ ମିଶି ପାଲା ପରିବେଷଣ କରିଆସୁଥିଲେ। ମୃଦଙ୍ଗରେ ସିଦ୍ଧହସ୍ତ ହୋଇ ସାରା ରାଜ୍ୟରେ ବାୟକ…

Read More

ନାରାୟଣ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଦକ୍ଷତା ଦିବସ ୨୦୨୫ପାଳିତ

ନୟାଗଡ, (ନୟାଗଡ଼ ଦର୍ପଣ): ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ଆନୁକୁଲ୍ୟରେ ଶରଣକୂଳ ସ୍ଥିତ ନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ଯୁବ ଦକ୍ଷତା ଦିବସ ୨୦୨୫ ପାଳିତ ହୋଇଯାଇଛି। ଏହି ବର୍ଷର ବିଶ୍ଵ ଯୁବ ଦକ୍ଷତା ଦିବସ, କୃତ୍ରିମ ବୁଦ୍ଧିମତା ଏବଂ ଡିଜିଟାଲ ଦକ୍ଷତା ଦ୍ଵାରା ଯୁବ ସଶକ୍ତିକରଣ ଉପରେ ଆଧାରିତ ଥିଲା । ଏହି ଦିବସ ପାଳନ ଅବସରରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ମନସ୍ୱୀ ସେଠୀ, ରାଷ୍ଟ୍ରୀୟ ବୃତ୍ତି ସେବାର ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ, ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଗବେଷଣା ଫେଲୋ ରବି କୁମାର, ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ଆଦି ଯୋଗଦେଇ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ…

Read More