ଅଭାବୀଙ୍କୁ ବସ୍ତ୍ର ରାସନ ଓ ଆର୍ଥିକ ସହାୟତା ପ୍ରଦାନ

ଭାପୁର, (ନୟାଗଡ଼ ଦର୍ପଣ): ଭାପୁର ବ୍ଲକର ବିଭିନ୍ନ ସ୍ଥାନରେ ନବମ ବାର୍ଷିକ ସେବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବ ସମିତିର ଅଧ୍ୟକ୍ଷ ଶିବରାମ ମହାପାତ୍ର ଏବଂ ସମ୍ପାଦକ ତ୍ରିନାଥ ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସେବା ଉତ୍ସବ ସମିତିର କାର୍ଯ୍ୟକର୍ତ୍ତା ବିଭିନ୍ନ ଗ୍ରାମ ପରିକ୍ରମା କରି ଅସହାୟ ବ୍ୟକ୍ତି ବିଶେଷଙ୍କୁ ଭେଟି ତାଙ୍କ ଅସୁବିଧା ପଚାରି ବୁଝିବା ସହ ସେମାନଙ୍କୁ ବସ୍ତ୍ର, ଚପଲ  ଆନୁଷଙ୍ଗିକ ସାମଗ୍ରୀ ସହ ଆର୍ଥିକ ସହାୟତା ବଣ୍ଟନ କରିଥିଲେ। ଏହି ଅବସରରେ ଭାପୁର ସଦର ମହକୁମା ସମେତ ଶାଳବଣିଆ, ଫତେଗଡ଼, ବିଜିପୁର, ଟାଙ୍ଗୀସାହି, ଦୁର୍ଗାପୁରା, ସୁନାଖଳାରେ ବିଭିନ୍ନ ଅଭାବୀଙ୍କୁ ବସ୍ତ୍ର, ରାସନ, ଚପଲ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସେବା ଉତ୍ସବ ସମିତି ର ସଦସ୍ୟ ଆଶୁତୋଷ ସାହୁ, ତପନ କୁମାର ସାହୁ ରଶ୍ମି ରଞ୍ଜନ ନାୟକ, ଅଭିଲିପ୍ସା ସାହୁ,…

Read More

ଦେବଦୂତ୍ତ ସେବା ପରିଷଦ ପକ୍ଷରୁ ବନ ମହୋତ୍ସବ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରତିବର୍ଷ ଜୁଲାଇ ମାସରେ ବନ ମହୋତ୍ସବ ପାଳିତ ହେଉଥିବା ବେଳେ ଏ ବର୍ଷ ମଧ୍ୟ ବର୍ଷାକୁ ଦେଖି ଦେବଦୂତ୍ତ ସେବା ପରିଷଦ,  ନୟାଗଡ ପକ୍ଷରୁ ଅନୁଷ୍ଠାନର ସମସ୍ତ ସଦସ୍ୟମାନଙ୍କ ଦ୍ୱାରା ଦୁର୍ଗାପ୍ରସାଦ, ନୂଆ ଘଡୁଆଳ, ନୟାଗଡ଼ ପରି ଅନେକ ଖାଲି ସ୍ଥାନ, ମଶାଣି ଏବଂ ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି। ଏଯାବତ ସମସ୍ତେ ମିଶି ପ୍ରାୟ୧୦୦ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରିସାରିଲେଣି। ଦୁର୍ଗାପ୍ରସାଦ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ପରୀକ୍ଷିତ ପ୍ରଧାନ,  ନୂଆ  ଘଡୁଆଳ ଗ୍ରାମର ସେନା ବାହିନୀରେ କାର୍ଯ୍ୟରତ ସୁରେଶ କୁମାର ପାଳ ଓ ଯୁବ ବେବସାୟୀ ମୁନା ପ୍ରଧାନ ସହଯୋଗ କରିଥିଲେ। ସେବା ପରିଷଦ ମୁଖ୍ୟ ଉମାକାନ୍ତ ମହାପାତ୍ର ଙ୍କ ଅଧକ୍ଷତା ରେ ଏହି ବର୍ଷ ର ବୃକ୍ଷରୋପଣ ଆରମ୍ଭ କରିଦେଇଛନ୍ତି। ସେବା ପରିଷଦ ର ସକ୍ରିୟ…

Read More

୪ଦିନହେବ ଅଙ୍ଗନବାଡି କେନ୍ଦ୍ରରେ ରୋଷେଇ ବନ୍ଦ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅଧିନସ୍ଥ ଟାକରା ଗ୍ରାମ ପଂଚାୟତ ଅଧୀନରେ ଥିବା ରଥିପୁର ଅଙ୍ଗନବାଡ଼ି କେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ଭିତରେ ଥିବା ଅଭିଯୋଗ ପୂର୍ବରୁ ହୋଇଆସୁଥିଲା। ଯେମିତି କି ଅଙ୍ଗନବାଡି କର୍ମୀ ଲିପ୍ସା ନାୟକ କେନ୍ଦ୍ରକୁ ମାଡୁନଥିବା ଠାରୁ ଆରମ୍ଭ କରି ହିତାଧିକାରୀଙ୍କ ପାଇଁ ଆସୁଥିବା ଖାଦ୍ୟକୁ ଅଙ୍ଗନବାଡି କେନ୍ଦ୍ରରେ ନରଖି ନିଜ ଘରେ ରଖି ହିତାଧିକାରୀଙ୍କୁ ବଣ୍ଟନ କରୁଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଥିଲା ଅଙ୍ଗନବାଡି କର୍ମୀଙ୍କ ନାମରେ। ଗତ ଏପ୍ରିଲ ୨୮ତାରିଖରେ ମଧ୍ୟ ଅଙ୍ଗନବାଡି କର୍ମୀ କେନ୍ଦ୍ରକୁ ଯାଉନଥିବା ସହ ଫୋନ ଉଠାଉନଥିବା ସମ୍ୱନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କୁ ଜଣାଇଥିଲେ ହେଲ୍ପର ରଂଜିତା ପରିଡ଼ା। ପରେ ଅଙ୍ଗନବାଡ଼ି କର୍ମୀଙ୍କ ବାପା ଫୋନ କରି ହେଲ୍ପରଙ୍କୁ ତାଗିଦ କଲାଭଳି ମନ୍ତବ୍ୟ ଦେଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ପରେ…

Read More

ନୟାଗଡ ଜିଲ୍ଲା କଂଗ୍ରେସ କମିଟି ଓ ବାମପନ୍ଥୀଙ୍କ ଦ୍ଵାରା ନୟାଗଡରେ ଓଡିଶା ବନ୍ଦ ସଫଳ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ସହରରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ଓ ବାମପନ୍ଥୀ ଓ ମିଳିତ ବିରୋଧ ଦଳ ପକ୍ଷରୁ ନୟାଗଡ ସହରରେ ଭାରତ ବନ୍ଦ ପୂର୍ଣ୍ଣ ମାତ୍ରାରେ ସଫଳ ହୋଇଛି।ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଦାସଙ୍କ ଆହ୍ଵାନ ଓ ଓଡ଼ିଶାର ସମସ୍ତ ବାମପନ୍ଥୀ ଦଳ ଓ ସମଭାବପନ ମିଳିତ ବିରୋଧ ଦଳ ପକ୍ଷରୁ ଡ଼ାକରା ଦିଆଯାଇଥିବା ଓଡିଶା ବନ୍ଦ ଆଜି ନୟାଗଡ ଜିଲ୍ଲାର ସମସ୍ତ ବ୍ଲକରେ ପୂର୍ଣ୍ଣ ସଫଳ ହୋଇଛି  ଫକୀର ମୋହନ ସ୍ଵଂୟଶାସିତ ମହାବିଦୟାଳୟର ଅସହାୟ ଛାତ୍ରୀ ସୌମ୍ୟାଶ୍ରି ଆତ୍ମାହୁତି ଉଦ୍ୟମ କରି ଦୁଇଦିନ କାଳ ଭୁନେଶ୍ବରସ୍ଥିତ ଏମ୍ସ ମେଡିକାଲ୍ ଠାରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜି ଦେଇଥିଲେ। ତାଙ୍କ ମୃତ୍ୟୁ ସହ ରାଜ୍ୟରେ ମାନବିକତାର ମଧ୍ୟ ଦୁଃଖଦ ଅନ୍ତ ଘଟିଛି। ଜଣେ ଅଧ୍ୟାପକଙ୍କ ଯୌନ…

Read More

ନୟାଗଡ଼ରେ ବନ୍ଦ ପାଳନ ସଫଳ

ନୟାଗଡ଼, (ନୟାଗଡ଼ ଦର୍ପଣ): ଶୌମ୍ୟାଶ୍ରୀ ମୃତ୍ୟୁର ପ୍ରତିବାଦରେ ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଜାତୀୟ କଂଗ୍ରେସ ଓ ବାମପନ୍ଥୀ ଦଳମାନଙ୍କ ଆହ୍ଵାନରେ ସଂଗଠିତ ବନ୍ଦ ଆନ୍ଦୋଳନକୁ ଜନସାଧାରଣଙ୍କ ସ୍ଵତଃସ୍ପୃତ ସମର୍ଥନ ହେତୁ ବନ୍ଦ ସଫଳ ହୋଇପାରିଛି। ଦଳୀୟ କର୍ମୀମାନେ ସକାଳୁ ସକାଳୁ ନୟାଗଡ଼ ମୁଖ୍ୟ ଛକରେ ଧାରଣା ଦେଇ ପିକେଟିଙ୍ଗ୍ କରିଥିଲେ ଏବଂ ନାରାବାଜି କରି ଛକକୁ ଅବରୋଧ କରିଥିଲେ। ଦୋକାନ ବଜାର, ଗାଡିମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଦଳୀୟ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଳକ ଅଫିସ, ବୀମା, ବ୍ୟାଙ୍କ, ସ୍କୁଲ, କଲେଜ ଆଗରେ ପିକେଟିଙ୍ଗ୍ କରି କାର୍ଯ୍ୟ ବନ୍ଦ କରାଇଥିଲେ। ଓକିଲ ସଂଘ ପକ୍ଷରୁ ଆନ୍ଦୋଳନକୁ ସମର୍ଥନ କରି ଜିଲ୍ଲା ଜଜକୋର୍ଟ ଠାରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କୂ  କାର୍ଯ୍ୟରୁ ନିବର୍ତ୍ତାଇ ଥିଲେ ଓ ବସ୍ତୁତଃ କୋର୍ଟ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ବିକ୍ଷୋଭକାରୀ…

Read More

ଇନର ହୁଇଲ କ୍ଲବ ପକ୍ଷରୁ ବିଶ୍ଵ ଯୁବ ଦକ୍ଷତା ଦିବସ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ଵ ଯୁବ ଦକ୍ଷତା ଦିବସ ଅବସରରେ “ଇନର ହୁଇଲ କ୍ଲବ”  ଦ୍ୱାରା ନୟାଗଡ଼ ସ୍ଥିତ ନୂଆରାଜବାଟି ଠାରେ ଥିବା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଇନର ହୁଇଲ କ୍ଲବର ସଭାପତି ସ୍ନିଗ୍ଧାରାଣୀ ପଟ୍ଟନାୟକ, ସମ୍ପାଦିକା ରଶ୍ମିତା ଚୌଧୁରୀ ଓ କ୍ଲବର ଅନ୍ୟ ସଦସ୍ୟା ମାନେ ଉପସ୍ଥିତ ରହିବା ସଙ୍ଗେ ସଙ୍ଗେ  ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା  ଦିଲ୍ଲୀପ କୁମାର ମହାପାତ୍ର, ଅଧ୍ୟକ୍ଷ ବସନ୍ତ କୁମାର ମିଶ୍ର, ଟାଏକୋଣ୍ଡା ଶିକ୍ଷକ ଭବାନୀଶଙ୍କର ରାୟଗୁରଙ୍କ ସହିତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ । ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜର ଅନ୍ତନିର୍ହିତ ଦକ୍ଷତାକୁ ପ୍ରଦର୍ଶନ କରିଥିଲେ । ଉତ୍କୃଷ୍ଟ ମାନର ଦକ୍ଷତା ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ କ୍ଳବତରଫରୁ ଟ୍ରଫି ଓ…

Read More

୧୭ ଜୁଲାଇ ଓଡ଼ିଶା ବନ୍ଦକୁ ନୟାଗଡ଼ ଜିଲ୍ଲାରେ ସଫଳ କରିବା ପାଇଁ କଂଗ୍ରେସ ଓ ବାମ ପନ୍ଥି ଦଳ ପକ୍ଷରୁ ଆହ୍ବାନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି, ସିପିଆଇ ଏମ, ସିପିଆଇ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ମିଳିତ ବିରୋଧୀ ଦଳ ପକ୍ଷରୁ ଆହ୍ବାନ କରାଯାଇଥିଲା। ଆସନ୍ତାକାଲି ହେବାକୁ ଥିବା ଓଡିଶା ବନ୍ଦକୁ ସଫଳ କରିବାକୁ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବିଭିନ୍ନ ସଙ୍ଗଠନର ନେତୃମଣ୍ଡଳୀ ଅନୁରୋଧ କରିଥିଲେ। ନ୍ୟାୟ ପାଇଁ ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅସହାୟ ଛାତ୍ରୀଜଣକ ଆତ୍ମାହୁତି ଉଦ୍ୟମ କରିଥିଲେ। ଦୁଇଦିନ କାଳ ଭୁବନେଶ୍ୱର ଏମସ୍‌ଠାରେ ମୃତ୍ୟୁସହ ସଂଗ୍ରାମ କରି ଶେଷରେ ସେ ଆଖି ବୁଜିଛନ୍ତି । ତାଙ୍କ ମୃତ୍ୟୁ ସହ ରାଜ୍ୟରେ ମାନବିକତାର ମଧ୍ୟ ଦୁଃଖଦ ଅନ୍ତ ଘଟିଛି । ଜଣେ ଜହ୍ଲାଦ ଅଧ୍ୟାପକଙ୍କ ଯୌନ ଆବେଦନ ଓ ନିର୍ଯାତନା ବିରୋଧରେ…

Read More

ଦଶପଲ୍ଲାରେ DYFIର ଦଶପଲ୍ଲା ବ୍ଲକ ସମ୍ମିଳନୀ ଅନୁଷ୍ଠିତ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେଶନ(DYFI)ର ଦଶପଲ୍ଲା ବ୍ଲକ ସମ୍ମିଳନୀ ଆଜି ସ୍ଥାନୀୟ ଇଲେଭେନ୍ ଷ୍ଟାର କ୍ଳବ୍ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସମ୍ମିଳନୀକୁ ସଂଗଠନର ରାଜ୍ୟ ସଭାପତି ସରୋଜ କୁମାର ନାୟକ ଉଦଘାଟନ କଲାପରେ ବ୍ଲକ  ସମ୍ପାଦକ ବିପିନ୍ କୁମାର ବାଜୁ ରିପୋର୍ଟ ଉପସ୍ଥାପନ କରିଥିଲେ। ରିପୋର୍ଟ ଉପରେ ପ୍ରତିନିଧିମାନେ ଆଲୋଚନା କଲାପରେ ତାହା ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା। ଅନ୍ୟତମ ଅତିଥି ଜିଲ୍ଲା କୋଷାଧ୍ୟକ୍ଷ ଧିରେନ୍ କୁମାର ପାତ୍ର ଉଦବୋଧନ ଦେବାପରେ ଆଗାମୀ ତିନି ବର୍ଷ ପାଇଁ ଏକ କମିଟି ନିର୍ବାଚିତ କରା ଯାଇଛି। ଏହି କମିଟିର ସଭାପତି ପ୍ରକାଶ ମଣ୍ଡଳ,ସମ୍ପାଦକ ସୁଧାଂଶୁ ଶେଖର ନାୟକ ଓ କୋଷାଧ୍ୟକ୍ଷ ଭାବେ ସୁଶାନ୍ତ ନାୟକ ସମେତ ସାତ ଜଣିଆ କମିଟି ଗଠନ କରାଯାଇଛି। ଶେଷରେ ବିଶିଷ୍ଟ  ବାମପନ୍ଥୀ ନେତା ଆଡଭୋକେଟ ଶରତ…

Read More

ସୌମ୍ୟାଶ୍ରୀଙ୍କ ବିୟୋଗରେ ଉତ୍ସର୍ଗ ଫାଉଣ୍ଡେସନ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଭୋଗରାଇ ବ୍ଲକର ଛାତ୍ରୀ ସୌମ୍ୟାଶ୍ରୀ ବିଶି । ସୋମବାର ବିଳମ୍ବିତ ରାତିରେ ଏମସ କତୃପକ୍ଷ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଖବର ଏବେ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିବା ବେଳେ ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଉତ୍ସର୍ଗ ଫାଉଣ୍ଡେସନ ପକ୍ଷରୁ ଟାକରା ମେଡିକାଲ ଠାରୁ ଆରମ୍ଭ କରି ଗୋପାଳପୁର, ରଥିପୁର ଅଞ୍ଚଳ ସହ ଟାକରା ବଜାର ପରିକ୍ରମା କରି ଏହି ଶୋଭାଯାତ୍ରା ଶେଷରେ ଟାକରା ସ୍ଥିତ ବାବା ସିଦ୍ଧେସ୍ୱର ମନ୍ଦିର ନିକଟରେ ପହଞ୍ଚିଥିଲା। ସେଠାରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି ରଖିଥିଲେ ଟ୍ରଷ୍ଟର…

Read More

ନବମ ବାର୍ଷିକ ଜିଲ୍ଲା ବ୍ୟାପି ସେବା ଉତ୍ସବ ଉଦଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୁଲ୍ୟରେ ନବମ ବାର୍ଷିକ ଜିଲ୍ଲା ବ୍ୟାପି ସେବା ମହୋତ୍ସବ ମହାସମାରୋହରେ ଉଦ୍ଘାଟିତ ହୋଇ ଯାଇଛି। ଏହି ଉଦ୍ଘାଟନୀ ଉତ୍ସବ ରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଦୁଇଶହ ମିଟରର ଲମ୍ବ ବିଶାଳ ଏକ ବିଶାଳ ତ୍ରିରଙ୍ଗା ପତାକା ଶତାଧିକ ଯୁବକ ଯୁବତୀ ଏଥିରେ ସାମିଲ ହୋଇଥିଲେ । ଶହ ଶହ ଯୁବକ ଏହି ଯାତ୍ରା ରେ ଯୋଗ ଦେଇ ଦେଶପ୍ରେମ ରେ ଉଦଭାସିତ ହୋଇଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ଯୁବକ ମାନଙ୍କ ସ୍ଵରରେ ଏବଂ ଦେଶପ୍ରେମ ନାରାରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଥିଲା। ଦେଶସେବା ପାଇଁ ଏ ସେବା ଉତ୍ସବ ର ନିଆରା ପ୍ରୟାସ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିଲା। ନୟାଗଡ଼ ସେବା ଉତ୍ସବ ସମିତି ର ଅଧ୍ୟକ୍ଷ ଶିବରାମ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ…

Read More