ନୟାଗଡ଼, (ନୟାଗଡ଼ ଦର୍ପଣ): ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ ତଥା ୩୩ତମ ଶ୍ରାଦ୍ଧ ବାର୍ଷିକୀ ସମାରୋହ ନୟାଗଡ଼ସ୍ଥିତ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ପୌରପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ, ପୌର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଯୋଗଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଜାତା କୁମାରୀ…
Read MoreDay: June 26, 2025
ଜିଲ୍ଲା ସ୍ତରୀୟ ତିନି ଦିନିଆ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ଏସ.ଜି. ଫାଉଣ୍ଡେସନ ଅନୁଷ୍ଠାନର ସ୍ମାର୍ଟ ସ୍କିଲ ପ୍ରକଳ୍ପ ଦ୍ଵାରା ନୟାଗଡ଼ ସହରସ୍ଥିତ ହୋଟେଲ ନୀଳମାଧଵ ଠାରେ ତିନି ଦିନିଆ ଜିଲ୍ଲା ସ୍ତରୀୟ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟତଃ ଓଡଗାଁ ଏବଂ ଦଶପଲ୍ଲା ବ୍ଲକରେ ରିୱାର୍ଡ ପ୍ରକଳ୍ପ ମାଧ୍ୟମରେ ଗଠନ କରାଯାଇଥିବା ଜଳ ବିଭାଜିକା କମିଟି ଗୁଡିକର ସାଙ୍ଗଠନିକ ଅଭିବୃଦ୍ଧି, ପ୍ରାକୃତିକ ସମ୍ପଦର ପରିଚାଳନା, ଜଳ ବାୟୁ ବିପତ୍ତିର ପରିଚାଳନା ଓ ଆର୍ଥିକ ସୁପରିଚାଳନା ବିଷୟରେ ଆଲୋଚନା କରାଯାଇଥିଲା। ଜଳ ବିଭାଜିକା ଅଞ୍ଚଳ ଗୁଡ଼ିକରେ କୃଷକ, ମହିଳା ଓ ଭୂମି ହୀନ ଲୋକମାନଙ୍କର କୃଷି ଓ ଜୀବନ ଜୀବିକାମାନରେ କିପରି ଅଭିବୃଦ୍ଧି ହୋଇପାରିବ ଏବଂ କୃଷି ଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ନିର୍ଧାରଣ ଏବଂ ସଠିକ ଉପାୟରେ ବଜାରୀକରଣ ହୋଇପାରିବ ସେ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। ଏହି ତାଲିମରେ…
Read Moreରଥଯାତ୍ରାରେ ଚିନ୍ମୟ ମିଶନ ପକ୍ଷରୁ ହାଲୁଆ ବଣ୍ଟନ କରାଯିବ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ରଥଯାତ୍ରା ଅବସରରେ ନୟାଗଡ଼ ଚିନ୍ମୟ ମିଶନ ଶାଖା ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ହାଲୁଆ ବଣ୍ଟନ କରାଯିବ। ଏ ନେଇ ଚିନ୍ମୟ ମିଶନ ପକ୍ଷରୁ ପିଟିଏସ ସ୍ଥିତ ଭାରତ ବିକାଶ ପରିଷଦ ସଭା ଗୃହରେ ଅନୁଷ୍ଠିତ ମାସିକ ବୈଠକରେ ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚିନ୍ମୟ ମିଶନ ସଭାପତି ସୁରେନ୍ଦ୍ରନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ବରିଷ୍ଠ ସଦସ୍ୟା ଡ. ବିଦ୍ୟୁତପ୍ରଭା ମିଶ୍ରଙ୍କ ଅକାଳ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପରବର୍ତ୍ତୀ ସମୟରେ ଗୁରୁ ବନ୍ଦନା ଏବଂ ଗୀତା ଆବୃତ୍ତି କରାଯାଇ ଏହା ଉପରେ ବ୍ୟାଖ୍ୟା କରାଯାଇଥିଲା। ଚିନ୍ମୟ ମିଶନ ନୟାଗଡ଼ ଶାଖାର ନିଜସ୍ୱ ଗୃହ ନଥିବାରୁ ଗୃହ ନିର୍ମାଣ ନିମନ୍ତେ ଏକ ସରକାରୀ ଜାଗା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସେହିପରି…
Read Moreଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୮୭ ତମ ଶ୍ରାଦ୍ଧଦିବସ ଅବସରରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼, (ନୟାଗଡ଼ ଦର୍ପଣ): ‘ସମାଜ’ ଅନୁଷ୍ଠାନ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୮୭ତମ ଶ୍ରାଦ୍ଧଦିବସ ଅବସରରେ ନୟାଗଡ ଗାନ୍ଧୀ ବିଚାର ପ୍ରଚାର ପ୍ରସାର ମଞ୍ଚ ପକ୍ଷରୁ ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ବିଶିଷ୍ଟ ସମାଜସେଵୀ ତଥା ନୂତନ ରୋଟାରୀ କ୍ଲବ ସଭାପତି ପ୍ରମୋଦ ପଟ୍ଟନାୟକ, ମଞ୍ଚର ଆବାହକ ତଥା ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶ, କେସି କ୍ଲବ ସମ୍ପାଦକ ତଥା ନୂତନ ରୋଟାରୀ କ୍ଲବ ସମ୍ପାଦକ ସଂଗ୍ରାମ ଗୁମାନସିଂ, କଂଗ୍ରେସ ନେତା ପୂର୍ଣ୍ଣଚନ୍ଦ୍ର ସାଆନ୍ତ ପ୍ରମୁଖ ଗୋପବନ୍ଧୁଙ୍କୁ ଶ୍ରଦ୍ଧାସୁମନ ଜଣାଇଥିଲେ।
Read More