ବିଶିଷ୍ଟ ଔପନ୍ୟାସିକ ବିଶ୍ୱନାଥ ମହାପାତ୍ରଙ୍କ ଉପନ୍ୟାସ “ସେଇ ଝିଅ ଶିବାନୀ” ଲୋକାର୍ପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): କମ୍ରେଡ ବିଶ୍ଵନାଥ ମହାପାତ୍ରଙ୍କ ନୂତନ ଉପନ୍ୟାସ ‘ସେଇ ଝିଅ ଶିବାନୀ’ ଦଶପଲ୍ଲା ତୈଳିକ ବୈଶ୍ୟ ସମାଜ ସଭାକକ୍ଷରେ ଜିଲ୍ଲାର ଶତାଧିକ ସ୍ୱନାମଧନ୍ୟ କବି, ଲେଖକ ଓ ବୁଦ୍ଧିଜୀବୀଙ୍କ ଗହଣରେ ଲୋକାର୍ପଣ କରିଛନ୍ତି ସୁସାହିତ୍ୟିକ ତଥା ବିଧାୟକ ଡ. ଅରୁଣ କୁମାର ସାହୁ। ନିୟମିତ ଭାବେ ଔପନ୍ୟାସିକ ବିଶ୍ଵନାଥ ମହାପାତ୍ର ସମାଜର ଅବିକଳ ଚିତ୍ରକୁ ଉପନ୍ୟାସର ରଙ୍ଗ ତୂଳୀରେ ନିଚ୍ଛକ ଓ ନିର୍ଭୀକ ଭାବରେ ଅଙ୍କନ କରି ପ୍ରତି ବର୍ଷ ପାଠକମାନଙ୍କ ନିକଟରେ ଉପସ୍ଥାପିତ କରୁଥିବାରୁ ତାଙ୍କର ସାରସ୍ବତ କୀର୍ତ୍ତି କାଳେକାଳେ ସମାଜର ଉତ୍ତରଣରେ ସହାୟକ ହୋଇ ପାରିବ ବୋଲି ଡ. ସାହୁ ମତପ୍ରକାଶ କରିଥିଲେ।ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁସ୍ତକର ସମୀକ୍ଷାମୂଳକ ଉପସ୍ଥାପନା କରିଥିଲେ ବିଶିଷ୍ଟ ଶିକ୍ଷାବିତ ଡ. ମାଧବ ଚନ୍ଦ୍ର ମିଶ୍ର। ପୁସ୍ତକର ମୁଖ୍ୟ ଚରିତ୍ର ଶିବାନୀର…

Read More

କଣ୍ଟିଲୋକୁ ରେଳ ସଂଯୋଗ ନେଇ ସାଂସଦକୁ ଭେଟିଲେ କ୍ରିୟାନୁଷ୍ଠାନ କମିଟି ସଦସ୍ୟ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ କଣ୍ଟିଲୋସ୍ଥିତ ନୀଳମାଧବ ପୀଠକୁ ରେଳ ସେବା ନେଇ ତାଳଚେର -ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆବାହକ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବିନାୟକ ମିଶ୍ର, ରାମେଶ୍ୱର ଶତପଥୀ, ଶନିବାର ସନ୍ଧ୍ୟାରେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କୁ କଟକସ୍ଥିତ ପ୍ରଜାତନ୍ତ୍ର କାର୍ଯ୍ୟାଳୟରେ ସାକ୍ଷାତ ସହ ଆଲୋଚନା କରିଥିଲେ। ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଇଥିବା ପ୍ରତିଶୃତିକୁ ତ୍ୱରାନ୍ୱିତ କରିବା ଦିଗରେ ମାନ୍ୟବର ସାଂସଦ ତୁରନ୍ତ ପଦକ୍ଷେପ ନେବେ ବୋଲି କଥା ଦେଇଥିଲେ। ସୂଚନା ଯୋଗ୍ୟ ବଡମ୍ବା-ନରସିଂହପୁର, କଣ୍ଟିଲୋ, ଖଣ୍ଡପଡ଼ା, ନୟାଗଡ଼ ଦେଇ ଏକ ସ୍ୱତନ୍ତ୍ର ଲାଇନ କାଇପଦର ସହ ସଂଯୋଗ କରିବା ପାଇଁ ଡିପିଆର ପ୍ରସ୍ତୁତ ନିମନ୍ତେ ରେଳ ବିଭାଗ ତିନି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି। କ୍ରିୟାନୁଷ୍ଠାନ କମିଟିର ସଭ୍ୟମାନଙ୍କୁ ଦିଲ୍ଲୀ ଆସିବା ପାଇଁ ମାନ୍ୟବର ସାଂସଦ…

Read More