ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶାର ଅନ୍ୟତମ ବରପୁତ୍ର, ବହୁମୁଖୀ ପ୍ରତିଭା,ମହାନ ନାଟ୍ୟକାର ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ନାଟ୍ୟରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ୧୪୧ତମ ଜନ୍ମ ଜୟନ୍ତୀ ‘ମୈତ୍ରୀ ଯୁବ ସଂସଦ’, ‘ନାଟ୍ୟଧାରା ‘ ଏବଂ ‘ସଙ୍ଗୀତଧାରା’ର ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଜି ପ୍ରତ୍ୟୁଷରେ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ନାଟ୍ୟରଥିଙ୍କ ପ୍ରତିମୂର୍ତ୍ତିରେ ଧୂପ, ପୁଷ୍ପ ଏବଂ ମାଲ୍ୟାର୍ପଣ କରାଯିବା ସହିତ ସ୍ବର୍ଗତ ନାଟ୍ୟରଥିଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରାଯାଇଥିଲା।ସ୍ୱର୍ଗତ ଗୋବିନ୍ଦ ଶୂରଦେଓ ନାଟକ ରଚନା ସହିତ ଚିତ୍ରସଜ୍ଜା,ମଞ୍ଚସଜ୍ଜା,ନାଟ୍ୟ ନିର୍ଦ୍ଦେଶନା, ଗୀତିକାର, ସଙ୍ଗୀତ ସଂଯୋଜନା, କଣ୍ଠଦାନ,ଅଭିନୟ ତଥା ଅଭିନେତା ମାନଙ୍କର ବେଶସଜ୍ଜା ଆଦି ନାଟକର ବିଭିନ୍ନ ବିଭାଗରେ ବିଚକ୍ଷଣ ଭାବେ ସଫଳ ହୋଇ ସୃଷ୍ଟି କରିଥିଲେ କିମ୍ବଦନ୍ତୀ । ସେହିପରି ରାସଲୀଳାକୁ ଅତ୍ୟାଧୁନିକ ନାଟ୍ୟରୂପ ଦେବାରେ ନାଟ୍ୟରଥି ଗୋବିନ୍ଦ…
Read MoreDay: April 12, 2025
ନୟାଗଡ଼ ଜିଲ୍ଲାରେ ଆୟୁଷ୍ମାନ ଭାରତ ଜନସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନର ଶୁଭାରମ୍ଭ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାକୁ ବାମନ ଅବକାଶ ଉଚ୍ଚବିଦ୍ୟାଳୟ ପରିସରରେ ରାଜସ୍ଵ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ଉଦ୍ଘାଟନ ହୋଇଯାଇଛି। ମାନ୍ୟବର ମନ୍ତ୍ରୀ ପତାକା ଦେଖାଇ ପ୍ରଚାର ରଥ ଶୁଭାରମ୍ଭ କରିଥିଲେ। ଏହି ଉତ୍ସବରେ ବହୁ ଆକାଂକ୍ଷୀତ ସମନ୍ୱିତ ଯୋଜନାର ଲାଭ ଓଡିଶାବାସୀ ବିଶେଷକରି ବରିଷ୍ଠ ନାଗରିକମାନଙ୍କ ପାଇଁ ଡାକ୍ତରୀ ପରୀକ୍ଷା, ଚିକିତ୍ସା ଏବଂ ପରାମର୍ଶ ବିନା ମୂଲ୍ୟରେ ଉପଲବ୍ଧ ହେବ ବୋଲି ମତପୋଷଣ କରିଥିଲେ । ମାନ୍ୟବର ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଲେ ଯେ,ଓଡ଼ିଶାର ସାଢ଼େ ତିନିକୋଟି ଓଡ଼ିଆଙ୍କର ଏବଂ ଓଡ଼ିଶାର ମାଆମାନଙ୍କର ପଇସା ପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ । କେବଳ ଓଡ଼ିଶା ନୁହେଁ ଭାରତବର୍ଷର ସମସ୍ତଙ୍କ ସ୍ୱାସ୍ଥ୍ୟ…
Read Moreସାଇସିଦ୍ଧି ଫାଉଣ୍ଡେସନ ଓ ଫିଟନେସ୍ ହବ୍ ପକ୍ଷରୁ ବିଶ୍ଵ ଛେନାପୋଡ଼ ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଅପ୍ରେଲ ୧୧ ଶୁକ୍ରବାର ଦିନ ସାଇସିଦ୍ଧି ଫାଉଣ୍ଡେସନ ଓ ଫିଟନେସ୍ ହବ୍ ପକ୍ଷରୁ ବିଶ୍ଵ ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ୍ବ ଯୁବକ ଯୋଗଦାନ କରିବା ସହିତ ୧୫ କି.ଗ୍ରା. ରୁ ଉର୍ଦ୍ଧ୍ବ ଛେନାପୋଡ଼ କଟାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠା ର ଅଧ୍ୟକ୍ଷ ସାଇ ଶୁଭମ୍, ପ୍ରଦିପ କୁମାର ସେଠୀ, ଶଙ୍କର୍ଷଣ ବେହେରା, ପୁର୍ନଚନ୍ଦ୍ର ମହାରଣା, ସୁଜିତ କୁମାର ରାଉତ, ମୁକେଶ କୁମାର ସାହୁ, ମୃତ୍ଯୁଞୟ ନାୟକ, କୁନା ନାୟକ, ସ୍ବାଧୀନ କୁମାର ସାହୁ, ରୁଦ୍ର ମାଧବ ଦାସ, ଶୁଭେନ୍ଦୁ ମହାନ୍ତି, ଜ୍ଞାନୀ ଦେବାଶିଷ, ଯୁବରାଜ, ସାଇ ସ୍ଵରାଜ, ସୁଶାନ୍ତ କୁମାର ସାହୁ, ସୁକାନ୍ତ ବେହେରା ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଛେନାପୋଡ଼ ବଣ୍ଟନ କରାଯିବା ସହିତ ଛେନାପୋଡ଼କୁ ନେଇ ସମସ୍ତଙ୍କର ସ୍ମୃତି ଅନୁଭୂତି…
Read Moreବିଶ୍ୱ ଛେନାପୋଡ଼ ଦିବସ ପାଳିଲା ଜିଲ୍ଲା ଓକିଲ ସଂଘ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଛେନାପୋଡ଼ ସ୍ରଷ୍ଟା ସ୍ବର୍ଗତ ସୁଦର୍ଶନ ସାହୁଙ୍କ ପୁଣ୍ୟ ଜନ୍ମତିଥିରେ ବିଶ୍ୱ ଛେନାପୋଡ଼ ଦିବସ ଧୁମଧାମରେ ପାଳିଛି ନୟାଗଡ ଜିଲ୍ଲା ଓକିଲ ସଂଘ। ଜିଲ୍ଲା ସ୍ୱତନ୍ତ୍ର ପୋକ୍ସ ଜଜ ମାନସ ରଞ୍ଜନ ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ ରୀଜା ରାୟ, ରେଜିଷ୍ଟାର ସୋନାଲି ସୁଚରିତାଙ୍କ ସମେତ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଜିଲ୍ଲା ଓକିଲ ସଙ୍ଘ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, ସମ୍ପାଦକ ସ୍ବଦେଶ ମିଶ୍ର, ସହସମ୍ପାଦକ ଆଶୁତୋଷ ସାମନ୍ତରାୟ, ବରିଷ୍ଠ ଆଇନଜୀବୀ ଦଣ୍ଡପାଣି ନାୟକ, ଅଜୟ ଚନ୍ଦ୍ର ମହାନ୍ତି, ପ୍ରଦ୍ୟୁମ୍ନ ଆଚାର୍ଯ୍ୟ, ଓକିଲ ସଙ୍ଘ ସମସ୍ତ ସଦସ୍ୟ ଗଣ ମିଶି ବାର ହଲ ରେ ସମବେତ ହୋଇ ଛେନାପୋଡ଼ କାଟି ଏହି ଖୁସି ମୁହୂର୍ତ୍ତରେ ପରସ୍ପର ଛେନାପୋଡ଼ ଖୁଆଖୁଇ ହୋଇଥିଲେ। ମୋହରିର, ଟାଇପିସ୍ଟି, ଲିଟିଗାଣ୍ଟ ପବ୍ଲିକ, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ…
Read Moreଓଡଗାଁରେ ପାଚିକା ସହାୟିକାଙ୍କ ବିକ୍ଷୋଭ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାଙ୍କ ବାର ଦଫା ଦାବି ନେଇ ପାଚିକା ସହାୟିକାଙ୍କ ବିକ୍ଷୋଭ। ଓଡଗାଁ ବ୍ଲକର ଶତାଧିକ ବିଦ୍ୟାଳୟ ପାଚିକା ବ୍ଳକ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ଡାକରାରେ ୧୧ଏପ୍ରିଲରେ ଏକ ଶୋଭାଯାତ୍ରାରେ ବାହାରି ସି.ଆଇ.ଟି.ୟୁ.ପରିଚାଳିତ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ୟୁନିଅନର ସଦସ୍ୟାମାନେ ଓଡଗାଁ ବଜାର ପରିକ୍ରମା କରି ଶ୍ରମିକ ନେତା ଗୋଲକବିହାରୀ ମୁଦୁଲିଙ୍କ ଅଧ୍ୟକ୍ଷତାରେ ବି.ଇ.ଓ.ଅଫିସ୍ ସମ୍ମୁଖରେ ସଭା କରି ସରକାରୀ କର୍ମଚାରୀର ମାନ୍ୟତା, ମାସିକ ସର୍ବନିମ୍ନ ପ୍ରାପ୍ୟ ଟ୨୬୦୦୦କରିବା, ଅବସର ବୟସ ୬୫କୁ ବୃଦ୍ଧି କରିବା, ମାସିକ ପେନସନ ସର୍ବନିମ୍ନ ୧୦୦୦୦କରିବା, ବେଆଇନ ଛଟେଇ ବନ୍ଦ କରିବା ଓ ଛଟେଇ ପାଚିକାଙ୍କୁ ଆବଶ୍ୟକ ସ୍ଥଳେ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତ କରିବା ପ୍ରଭୃତି ଦାବି ଉପରେ…
Read Moreଜିଲ୍ଲାରେ ୩ଜଣ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ଯୋଗଦାନ, ଶିକ୍ଷକ ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାର ନୟାଗଡ଼ ଜିଲ୍ଲାରେ ୩ଜଣ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିଯୁକ୍ତି ଦେଇଥିବା ବେଳେ ଆଜି ସେମାନେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ସେମାନଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ଜଣାଇଥିବା ବେଳେ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ଅନୁରୂପ ଭାବେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପ୍ରକାଶଥାଉ କି କେନ୍ଦ୍ରାପଡ଼ା ବ୍ଲକ ଶିକ୍ଷାଧିକାରିଣୀ ଗୀତାଞ୍ଜଳି ସାହୁ, ଟାଙ୍ଗୀ ବ୍ଲକ ଶିକ୍ଷାଧିକାରିଣୀ ବନଲତା ବେହେରା ଏବଂ ଖୋର୍ଦ୍ଧା ବ୍ଲକ ଶିକ୍ଷାଧିକାରିଣୀ ସନ୍ଧ୍ୟାରାଣୀ ରାଉତ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭାବେ ପଦୋନ୍ନତି ପାଇ ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ(ପିଷ୍ଟା), ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଏବଂ ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ନେତା ଜ୍ୟୋତି ରଞ୍ଜନ ଦାଶ,…
Read MoreGive Blood Save life ପକ୍ଷରୁ ବିଶ୍ୱ ଛେନାପୋଡ଼ ଦିବସ ପାଳିତ
ଇଟାମାଟି, (ନୟାଗଡ଼ ଦର୍ପଣ): ଅପ୍ରେଲ ୧୧ ଶୁକ୍ରବାର ଦିନ ଇଟାମାଟି ନିକଟସ୍ଥ ଭୈରବୀ ମନ୍ଦିର ପ୍ରାଙ୍ଗଣରେ Give Blood Save life ପକ୍ଷରୁ ବିଶ୍ୱ ଛେନାପୋଡ଼ ଦିବସ ତୃତୀୟ ଥର ପାଇଁ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ୧୫୦ ରୁ ଉର୍ଦ୍ଧ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିବା ସହିତ ୨୦ କି.ଗ୍ରା.ରୁ ଉର୍ଦ୍ଧ ଛେନାପୋଡ଼ କଟାଯାଇଥିଲା। ଅନୁଷ୍ଠାନର ସଭାପତି ଭାଗିରଥି ବାଇ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।ନିକୁଲର ନିର୍ଦେଶକ ଦିଲ୍ଲୀପ କୁମାର ସାହୁ ଏହା କୁ ପରିଚାଳନା କରିଥିଲେ। ଇଟାମାଟିର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବି ମାନେ ଯଥା ଶ୍ରବଣ କୁମାର ରାମ, ବିଶ୍ୱନାଥ ମହାପାତ୍ର, କ୍ରିଷ୍ଣା କୁମାର ଅଗ୍ରୱାଲ, ପ୍ରଶାନ୍ତ କୁମାର…
Read More