ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତୀୟ ଡାକ ବିଭାଗ ନୟାଗଡ଼ ଡ଼ାକ ମଣ୍ଡଳ ପକ୍ଷରୁ ଦୁଇ ଦିନିଆ ପ୍ରଥମ ଜିଲ୍ଲା ସ୍ତରୀୟ ଡ଼ାକ ଟିକେଟ ପ୍ରଦର୍ଶନୀ ‘ନୟାଗଡ଼ ପେକ୍ସ – ୨୦୨୫’ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ମୁଖ୍ୟ ଅତିଥି ନିର୍ଦ୍ଦେଶକ ମୁଖ୍ୟାଳୟ ଅମିତ୍ କୁମାର ଝା, ଓଡିଶା ପରିମଣ୍ଡଳ, ସମ୍ମାନିତ ଅତିଥି ଭାବେ ଅନିଲ କୁମାର ଧିର ଫିଲାଟେଲଇଷ୍ଟ, ଅଜୟ କୁମାର ବାରିକ ଫିଲାଟେଲିଇଷ୍ଟ, ଖଗେଶ୍ଵର ମଲ୍ଲିକ, ଅଧୀକ୍ଷକ, ନୟାଗଡ ଡାକ ମଣ୍ଡଳ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପ୍ରଦର୍ଶନି ୧୦୦ରୁ ଉର୍ଦ୍ଧ୍ବ ଫ୍ରେମରେ ଉଭୟ ଭାରତୀୟ ଏବଂ ବିଦେଶୀ ଡାକ ଟିକେଟ,ବିରଳ ଡାକ ଟିକେଟ, ଡାକ ଉପକରଣ, ଜିଲ୍ଲା ଓ ରାଜ୍ୟ ସଂଗ୍ରାହକ ମାନଙ୍କ ଦ୍ଵାରା ସଂଗୃହୀତ ଡାକ ଟିକେଟ ଇତ୍ୟାଦି ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ଶିକ୍ଷାନୁଷ୍ଠାନ ଗୁଡ଼ିକର ୮୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଏହି…
Read MoreMonth: January 2025
ରଣପୁର ମହୋତ୍ସବରେ ବାଚସ୍ପତିଙ୍କ ଦ୍ଵାରା ସମ୍ମାନିତ ହେଲେ ଗୁରୁ ଓ ଶିଷ୍ୟ
ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ମହୋତ୍ସବ ଅର୍ଜୁନ-୨୦୨୫ ଆନୁକୂଲ୍ୟରେ “ବୈଷ୍ଣବ କବି ଭକ୍ତଚରଣ ଦିବସ” ପାଳନ ଅବସରରେ ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର କବି ସମ୍ମିଳନୀରେ କବିତା ପାଠ ଉତ୍ସବରେ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ ସମ୍ବର୍ଦ୍ଧିତ କଲେ ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଡ଼ାଝୋଲାର ଦଶମ ଶ୍ରେଣୀ ଛାତ୍ର କାହ୍ନା ପ୍ରଧାନ ଓ ଆଦର୍ଶ ଶିକ୍ଷକ ତଥା ନୟାଗଡ଼ ଜିଲ୍ଲା ସାହିତ୍ୟ ସୃଜନୀର ଏସ.ଆର.ଜି ଡ଼କ୍ଟର ପ୍ରତାପ କୁମାର ପରିଡ଼ାଙ୍କୁ ସମ୍ମାନପତ୍ର ଉପହାର ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ମାଧ୍ଯମିକ ସ୍କୁଲ ଶିକ୍ଷକ ସଂଘ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଉତ୍ସବରେ କାହ୍ନା ପ୍ରଧାନ କବିତା ରଚନାରେ ରାଜ୍ୟରେ ପ୍ରଥମ ହୋଇଥିଲେ ଓ ବକ୍ତୃତାରେ ଜିଲ୍ଲାରେ ପ୍ରଥମ ରାଜ୍ୟରେ ଚତୁର୍ଥ କୃତୀ ଛାତ୍ରୀ ସୁଶ୍ରୀ ସମୀକ୍ଷା ସମ୍ବର୍ଦ୍ଧିତ କଲେ।ବାଚସ୍ପତି କହିଲେ ଓଡିଆ ଅସ୍ମିତା ଯେପରି ପ୍ରତି…
Read Moreନୟାଗଡ଼ ପୂଜ୍ୟପୂଜା କମିଟି ପକ୍ଷରୁ ଯଦୁମଣି ଜୟନ୍ତୀ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ପୂଜ୍ୟପୂଜା କମିଟି ଆନୁକୂଲ୍ୟରେ ଉତ୍କଳ ଘଣ୍ଟ ଯଦୁମଣି ଜୟନ୍ତୀ ପାଳିତ ହୋଇଯାଇଛି। ସ୍ଥାନୀୟ ଗୋଦାବରୀ କଲ୍ୟାଣ ମଣ୍ଡପ ଠାରେ ସମାଜସେବୀ ଗୋଦାବରୀ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ମହାନ ସାରସ୍ୱତ ସାଧକଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ଯଦୁମଣିଙ୍କ ତୈଳ ଚିତ୍ରରେ ପୂଜ୍ୟପୂଜା କମିଟି ସଭାପତି ଶିକ୍ଷାବିତ ପ୍ରସନ୍ନ କୁମାର ବସନ୍ତିଆ, ସଂପାଦକ ଶରତଚନ୍ଦ୍ର ଆଚାର୍ଯ୍ୟ, ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଶ୍ରୀକାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ହାସ୍ୟକବିଙ୍କ ରଚନା ସମ୍ପର୍କରେ ବ୍ୟାପକ ଆଲୋଚନା କରିବା ସହ ଆଗାମୀଦିନରେ ଯଦୁମଣିଙ୍କ ଜୟନ୍ତୀକୁ ସଦର ମହକୁମାରେ ବ୍ୟାପକତା ସହ ପାଳନ କରିବା ନେଇ ପୂଜ୍ୟପୂଜା କମିଟି ପକ୍ଷରୁ ସ୍ଥିରୀକୃତ ହେଲା।
Read Moreନୟାଗଡ଼ ଶରଣକୁଳରୁ ତିନି ଜଣଙ୍କୁ ଗିରଫ, ରସୁଲଗଡ଼ ହତ୍ୟାକାଣ୍ଡ ଘଟଣା
ନୟାଗଡ଼, (ନୟାଗଡ଼ ଦର୍ପଣ): ରସୁଲଗଡ଼ ହତ୍ୟାକାଣ୍ଡ ଘଟଣା, ଏହା ପଛରେ କିଏ ଅଛି କହିଲେ DCP। ଆଜି ସକାଳେ ରସୁଲଗଡ଼ରେ ଛାତିଥରା ହତ୍ୟାକାଣ୍ଡ ଘଟିଯାଇଛି। ବିଚ୍ ରାସ୍ତାରେ ଯୁବକଙ୍କୁ କରାଯାଇଥିଲା ବିଭତ୍ସ ହତ୍ୟା । ରସୁଲଗଡ଼ ପ୍ଲାଏଓଭରେ ମୁଣ୍ଡବିହୀନ ମୃତଦେହ ଦେଖିବାକୁ ମିଳିଥିଲା । ମୃତଦେହ ନିକଟରେ ଏକ ନାରଙ୍ଗି ରଙ୍ଗର ସ୍କୁଟି ଏବଂ ହେଲମେଟ୍ ପଡ଼ିଥିଲା। ପ୍ରାଣହରାଇଥିବା ଯୁବକଜଣକ ହେଲେ ଭୁବନେଶ୍ୱର ମ୍ୟୁନିସିପାଲଟି ସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକ । ସହଦେବ ପୋଲିସ ମିତ୍ର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ । ନୟାଗଡ଼ ଶରଣକୁଳରୁ ତିନି ଜଣଙ୍କୁ ଗିରଫ କରାଯାଇଥିବା ଜଣାଇଛାନ୍ତି DCP । ଗିରଫ ତିନି ଜଣଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡ଼ିଛି।
Read Moreଜିଲ୍ଲା ଏଡିଇଓ ସଂଘ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ନିକଟସ୍ଥ ମୁଥାଗାଡିଆ କଲ୍ୟାଣମଣ୍ଡପଠାରେ ନୟାଗଡ଼ ଜିଲ୍ଲା ଏଡିଇଓ ସଂଘ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ବାଦଲ କୁମାର ଷଡ଼ଙ୍ଗୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ବୈଠକରେ ସଂଘର ପରିଚାଳନା ପାଇଁ ନୂତନ କମିଟି ଗଠନ କରାଯାଇଛି। ନୂତନ କମିଟି ସଭାପତି ଭାବେ ଓଡ଼ଗାଁ ବ୍ଲକର ଜିତେନ୍ଦ୍ର କୁମାର ପୃଷ୍ଟି ଓ ସମ୍ପାଦକଭାବେ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି। ସଂଘର ସୁପରିଚାଳନା ପାଇଁ ଉପଦେଷ୍ଟା ଭାବେ ବାଦଲ କୁମାର ଷଡଙ୍ଗୀ, ସରୋଜ କାନ୍ତ ରଥ, ରବୀନ୍ଦ୍ର କୁମାର ସ୍ବାଇଁ, ଅବିନାଶ ନାୟକ, ରଶ୍ମିତା ପଣ୍ଡା, ରଶ୍ମୀରେଖା ସାହୁ, ବବିତା ବସନ୍ତରା ଓ କୋଷାଧ୍ୟକ୍ଷ ଭାବେ ରଣପୁର ବ୍ଲକର ନିରଞ୍ଜନ ମିଶ୍ରଙ୍କୁ ମନୋନୀତ କରାଯାଇଛି। ଆଗାମୀ ଦିନରେ ସଂଘର ସମସ୍ତ କାର୍ଯ୍ୟକ୍ରମକୁ ସମସ୍ତ ସଭ୍ୟଙ୍କ ମତାମତକୁ ଗ୍ରହଣ କରି ଶୃଙ୍ଖଳିତ ଭାବରେ…
Read Moreସାହିତ୍ୟିକ ଓ ଶିକ୍ଷାବିତଙ୍କ ସଫଳତା
ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ (Ministry of Information & Broadcasting) ତରଫରୁ ଶିକ୍ଷାବିତ୍, ସଂପାଦକ, ଭାଷାତତ୍ତ୍ୱବିତ୍, ସାହିତ୍ୟିକ, ଅନୁବାଦକ ଡ. ଜଗମୋହନ ଆଚାର୍ଯ୍ୟଙ୍କୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମି ସାର୍ଟିଫିକେସନର ପରାମର୍ଶଦାତା ପ୍ୟାନେଲ୍, କୋଲକାତା ରିଜନର ସଦସ୍ୟ ଭାବେ ମନୋନୀତ କରାଯାଇଛି। ନୟାଗଡ଼ ଜିଲ୍ଲା କଣ୍ଟାବଣିଆ ଶାସନରେ ଜନ୍ମ ହୋଇଥିବା ଡ. ଆଚାର୍ଯ୍ୟ, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସଂସ୍କୃତ ସମ୍ମାନରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଇଂରାଜୀ, ସଂସ୍କୃତ, ଓଡ଼ିଆ ଓ ବଙ୍ଗଳା ଭାଷାରେ ଅନେକ ଗବେଷଣାତ୍ମକ ପୁସ୍ତକ ରଚନା କରିବା ସହ ଓଡ଼ିଆ ଭାଷାର ଅନେକ ନାଟକ ମଧ୍ୟ ଉଭୟ ସଂସ୍କୃତ ତଥା ବଙ୍ଗଳା ଭାଷାରେ ଅନୁବାଦ କରିଛନ୍ତି। ସର୍ବଭାରତୀୟସ୍ତରର ରିସର୍ଚ୍ଚ ଜର୍ଣ୍ଣାଲ୍ “ଋତାୟନୀ” ର ସଂପାଦନା କରିଥିବା ବେଳେ ଭାରତୀୟ ଅନୁବାଦ ସାହିତ୍ୟର ଉପଦେଷ୍ଟାମଣ୍ଡଳୀର ସଦସ୍ୟ…
Read Moreକବିତା ରଚନାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କଲେ କାହ୍ନା
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଡ଼ାଝୋଲାର ଦଶମ ଶ୍ରେଣୀ ଛାତ୍ର କାହ୍ନା ପ୍ରଧାନ କବିତା ରଚନାରେ ଜିଲ୍ଲା ଏବଂ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ଚୌଧୁରୀ ଓ ଶିକ୍ଷକ ତଥା ନୟାଗଡ଼ ଜିଲ୍ଲା ସାହିତ୍ୟ ସୃଜନୀର ଏସ ଆର ଜିଡ଼କ୍ଟର ପ୍ରତାପ କୁମାର ପରିଡ଼ା ସମ୍ବର୍ଦ୍ଧିତ କରିଛନ୍ତି ଏବଂ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ସାଙ୍ଗସାଥି ଉପସ୍ଥିତ ରହି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହା ଓଡ଼ିଶା ମାଧ୍ଯମିକ ସ୍କୁଲ ଶିକ୍ଷକ ସଂଘ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ଡିସେମ୍ବର ମାସ ୨୭ ଠାରୁ ୨୯ ମଧ୍ୟରେ ନିରାଡମ୍ବରରେ ଉଦଯାପନୀ ହୋଇଥିଲା। ଶିଶୁର ସର୍ବାଙ୍ଗୀନ ବିକାଶରେ ପରିବାର, ବିଦ୍ୟାଳୟ, ଗୋଷ୍ଠୀର ଭୂମିକା ଗୁରୁତ୍ବପୂର୍ଣ । ଶିଶୁଟିର ଅଭିଜ୍ଞତା ଓ ଦକ୍ଷତାକୁ…
Read Moreଉଦଘାଟିତ ହେଲା ରଣପୁର ମହୋତ୍ସବ ‘ଅର୍ଜୁନ-୨୦୨୫’
ମନ ମୋହିଲା ପୁରୁଲିଆ ଛଉ ନୃତ୍ୟ ଓ ସୌରଭଙ୍କ ସଙ୍ଗୀତ ରଣପୁର,(ନୟାଗଡ଼ ଦର୍ପଣ): ରଣପୁର କଳା ସଂସ୍କୃତି ଐତିହ୍ୟ ପରମ୍ପରା ଓ ଶହୀଦମାନଙ୍କ ବୀରତ୍ୱ ସ୍ମୃତି ସାଉଁଟିବା ପାଇଁ ୨୦୦୬ ମସିହାରୁ ରଣପୁର ମହୋତ୍ସବ ଅର୍ଜୁନ ଅନୁଷ୍ଠିତ ହୋଇଆସୁଥିବା ବେଳେ ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ଆଜି ଠାରୁ ଆରମ୍ଭ ହୋଇଛି। ଏହି ମହୋତ୍ସବ ପାଞ୍ଚଦିନ ଧରି ଯଥା ଜାନୁଆରୀ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଓଡିଶା ଅନୁଷ୍ଠିତ ହେଉଥିବା ବିଭିନ୍ନ ମହୋତ୍ସବ ଭିତରୁ ଏହା ଭିନ୍ନ ହୋଇଥିବା ବେଳେ ରଣପୁର ମାଟିରେ ଶହୀଦ ହୋଇଥିବା ବିରଙ୍ଗନାମାନଙ୍କ ସ୍ମୃତି ଉଦ୍ଦେଶ୍ୟ ପାଳନ କରାଯାଉଥିବାରୁ ଅନ୍ୟ ଅଞ୍ଚଳରେ ପାଳନ କରାଯାଉଥିବା ମହୋତ୍ସବ ଅପେକ୍ଷା ଏହି ମହୋତ୍ସବର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ୧୯୩୯ ମସିହା ଜାନୁଆରୀ ୫ ତାରିଖରେ ବେଜେଲଗେଟ ଗୁଳିରେ ଅର୍ଜୁନ ରାଉତ…
Read Moreଭକ୍ତି ସଙ୍ଗୀତ ସେମି ଫାଇନାଲ, ଫାଇନାଲକୁ ଗଲେ ୧୩ଜଣ ପ୍ରତିଯୋଗୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା ନୟାଗଡ଼ ପକ୍ଷରୁ ଆୟୋଜିତ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଆଜି ଅନୁଷ୍ଠିତ ସେମି ଫାଇନାଲରେ ୧୩ ଜଣ ପ୍ରତିଯୋଗୀ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ସେମି ଫାଇନାଲ ପ୍ରତିଯୋଗିତାରେ ଜିଲ୍ଲାର ମୋଟ ୮ଟି ବ୍ଲକରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରୁ ୫୭ ଜଣ ପ୍ରତିଯୋଗୀ ମନୋନୀତ ହୋଇ ସେମି ଫାଇନାଲରେ ଭାଗ ନେଇଥିଲେ । ନୟାଗଡ଼ ପୁରୁଣା ସହରସ୍ଥିତ ବୁଦ୍ଧ ମଣ୍ଡପରେ ଆୟୋଜିତ ସେମି ଫାଇନାଲରେ ବିଚାରକ ଭାବେ ସୂରଗନ୍ଧର୍ବ ନବକିଶୋର ମିଶ୍ର,ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଗୋଦାବରୀଶ ପାତ୍ର ଏବଂ ଏବଂ ବେତାର କଣ୍ଠଶିଳ୍ପୀ ରବିନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ ୧୩ ଜଣ ପ୍ରତିଯୋଗୀଙ୍କୁ ଫାଇନାଲ ପାଇଁ ବାଛିଥିଲେ । ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ଏହି ପ୍ରତିଯୋଗୀ ମାନେ ହେଲେ ଓମ ପ୍ରକାଶ ମହାରଣା, ବିଷ୍ନୁପ୍ରିୟା…
Read Moreନୟାଗଡ଼ ଜଙ୍ଗଲରେ ପୁଣି ଥରେ ମାଆ ହେଲା କଳା ବାଘ
ନୟାଗଡ଼, (ନୟାଗଡ଼ ଦର୍ପଣ): ଦ୍ୱିତୀୟ ଥର ପାଇଁ ମା’ ହେଲା କଳା କଲରା ପତରିଆ ବାଘ । ଏଭଳି ସୂଚନା ଦେଇଛନ୍ତି ନୟାଗଡ ବନାଞ୍ଚଳ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀ । ନୟାଗଡ ବନାଞ୍ଚଳ ଓ ମହାନଦୀ ୱାଇଲଡ଼ ଲାଇଫ ବନାଞ୍ଚଳ ଅଧୀନରେ ୪ ଗୋଟି କଳା କାଳରପତରିଆ ବାଘ ରହିଥିଲେ। ଗତ ବର୍ଷ ୨ ଟି ଛୁଆ ଜନ୍ମ କରିଥିଲେ। ଚଳିତ ବର୍ଷ କିଛି ଛୁଆ ଜନ୍ମ ଦେଇଥିବା ନଜର ଆସିଛି। ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି ପିସିସିଏଫ ପ୍ରେମ୍ କୁମର ଝା। ବାଘଟି ଛୁଆକୁ ପାଟିରେ ନେଇକି ଯାଉଥିବା ସିସି କ୍ୟାମେରାରେ କଏଦ ହୋଇଛି । କିନ୍ତୁ କେତୋଟି ଛୁଆ ଜନ୍ମ ହୋଇଛନ୍ତି ବନ ବିଭାଗ ପାଖରେ ଖବର ନାହିଁ । ବାଘ ଚଳ ପ୍ରଚଳ କ୍ୟାମେରାରେ କଏଦ ହେଲେ…
Read More