ନୟାଗଡ଼, (ନୟାଗଡ଼ ଦର୍ପଣ): ଇଟାମାଟି ଜୟ ଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ଗୋପବନ୍ଧୁ ସେବା ପରିଷଦ ପକ୍ଷରୁ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ସମାଜସେବୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯାହାକୁ ପରିଚାଳନା କରିଥିଲେ ଅନୁଷ୍ଠାନର ସମ୍ପାଦକ କ୍ରିଷ୍ଣା କୁମାର ଅଗ୍ରୱାଲ। ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଏହି ଶିବିରରେ ପ୍ରାୟ ୬୦ରୁ ଉର୍ଦ୍ଧ ବୃଦ୍ଧ ଓ ବୃଦ୍ଧା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ବ୍ୟକ୍ତିଙ୍କୁ ଉପଢୌକନ ପ୍ରଦାନ କରାଯିବା ସହିତ ରାମଚନ୍ଦ୍ର ସାହୁ (ଚକ୍ଷୁ ବିଶେଷଜ୍ଞ)ଙ୍କ ଦ୍ଵାରା ଚକ୍ଷୁ ପରୀକ୍ଷା କରାଯାଇ ମାଗଣାରେ ଚଷମା ଯୋଗାଇ ଦିଆଯାଇଛି । ଅଭିଜ୍ଞ…
Read MoreMonth: January 2025
ସମର୍ପଣ(ବୃଦ୍ଧାଶ୍ରମ)ରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ମହାସମାରୋହରେ ପାଳିତ ହୋଇ ଯାଇଛି ୭୬ତମ ସାଧାରଣତନ୍ତ୍ର ଦିବସ। ରଣପୁରର ମାନ୍ଯବର ପୂର୍ବତନ ବିଧାୟକ ସତ୍ଯ ନାରାୟଣ ପ୍ରଧାନ ଅତିଥି ଭାବେ ଯୋଗଦେଇ ଆଶ୍ରମ ଅନ୍ତେବାସୀ ଓ ସଦସ୍ଯମାନଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରି ମହାନ୍ ଦେଶଭକ୍ତ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରିବା ସହିତ ଆଶ୍ରମ ପରିଚାଳନା କମିଟି ସଦସ୍ଯମାନଙ୍କ ସେବା ଓ ସମୟଦାନ ପାଇଁ ସାଧୁବାଦ ଜଣାଇଥିଲେ। ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ଶ୍ରୀଧର ସାହୁ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ, ସଦସ୍ଯ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଶ୍ରୀକାନ୍ତ ପଟ୍ଟନାୟକ, ରାଧେଶ୍ଯାମ ମୋହତା, ଦୁର୍ଯ୍ଯୋଧନ ସାହୁ ସମେତ ପ୍ଳେସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।
Read Moreରୋଟାରୀ କ୍ଳବରେ ପାଳିତ ହେଲା ୭୬ ତମ ସାଧାରଣ ତନ୍ତ୍ର ଦିବସ
ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ କ୍ଳବରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। କ୍ଳବର ସଭାପତି ଶ୍ରୀକାନ୍ତ କୁମାର ଖଟେଇ ପତାକା ଉତ୍ତୋଳନ କରି ସ୍ବାଧୀନତା ସଂଗ୍ରାମୀମାନଙ୍କର ସ୍ମୃତି ଚାରଣ କରି ମହାପୁରୁଷମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଏବଂ ସମ୍ବିଧାନ ପ୍ରଣୟନ କରିବାରେ ବି.ଆର. ଆମ୍ବେଦକରଙ୍କ ଭୂମିକା ଅବିସ୍ମରଣୀୟ ବୋଲି ବକ୍ତବ୍ଯ ରଖିଥିଲେ। ସମ୍ବିଧାନ କାର୍ଯ୍ଯକାରୀ ହୋଇଥିବା ସେଇ ଦିନର କଥାକୁ ମନ ପକାଇବା ପାଇଁ ଆଜିର ଦିନଟି ବହୁ ଗୁରୁତ୍ବପୂର୍ଣ୍ଣ ବୋଲି ଆଲୋଚନା କରିବା ସହିତ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ, ଭାରତ ମାତାର ସନ୍ତାନ, ଏହା ହେଉଛି ଆମର ପରିଚୟ ବୋଲି ଅଭିଭାଷଣ ରଖିଥିଲେ। ସକାଳ ୧୧ଟା ୧୫ ମିନିଟ୍ ସମୟରେ ନୟାଗଡ଼ ମୁଖ୍ଯ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରରେ ରୋଟାରୀ କ୍ଳବ୍ ଆନୁକୂଲ୍ୟରେ ରକ୍ତ ଦାନ ଶିବିର…
Read Moreନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମିହାବିଦ୍ୟାଳୟ ଅଧ୍ୟକ୍ଷ ଡ. ବିପିନ କୁମାର ପଟ୍ଟନାୟକ ପତାକା ଉତ୍ତୋଳନ କରିବା ସହିତ ପରେଡ ଅଭିବାଦନ ଗ୍ରହଣ କରିଥିଲେ। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷାକର୍ମୀ ଏବଂ ବହୁ ପୁରାତନ ଛାତ୍ର ଉପସ୍ଥିତ ରହି ଜାତୀୟ ପତାକାକୁ ସମ୍ମାନ ଜଣାଇଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଲେ. ଗୋଲୋକ ବିହାରୀ ନାୟକ, ଲେ. ବିନ୍ଦୁଲତା ଷଣ୍ଢ, ଲେ. କମଳ କୁମାର ବର୍ମା। ଉଲ୍ଲେଖଯୋଗ୍ୟ ଯେ ସମର ଶିକ୍ଷାର୍ଥୀ ବାହନୀର ନୌବାହିନୀ ବର୍ଗ ଜିଲ୍ଳାସ୍ତରୀୟ ପରେଡ୍ ରେ ଅଂଶ ଗ୍ରହଣକରି ‘ବେଷ୍ଟ୍ କଣ୍ଟିଜେଣ୍ଟ’ ପୁରସ୍କାର ପ୍ରାପ୍ତହୋଇ ମହାବିଦ୍ୟାଳୟକୁ ଗୌରବାନ୍ଵିତ କରିଛନ୍ତି। ଅଧ୍ୟକ୍ଷ ଡ. ପଟ୍ଟନାୟକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ପତାକା ଉତ୍ତୋଳନ କଲେ ରଣପୁରର ପ୍ରାକ୍ତନ ବିଧାୟକ ସତ୍ଯ ନାରାୟଣ ପ୍ରଧାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସମଗ୍ର ଦେଶ ଉତ୍ସବ ମୁଖର। ପୁରପଲ୍ଲୀ ସବୁଠି ଫରଫର ହୋଇ ଉଡୁଛି ତ୍ରିରଙ୍ଗା। ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରେ ପାଳିତ ହୋଇଥିବା ସାଧାରଣତନ୍ତ୍ର ଦିବସରେ ମୁଖ୍ଯ ଅତିଥି ଭାବେ ରଣପୁରର ପୂର୍ବତନ ବିଧାୟକ ସତ୍ଯ ନାରାୟଣ ପ୍ରଧାନ ଯୋଗଦେଇ ବିଦ୍ଯାଳୟ ପରିସରରେ ସ୍ଥାପିତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାପରେ ବିଦ୍ଯାଳୟ ପଡିଆରେ ସମ୍ମିଳିତ ଛାତ୍ରଛାତ୍ରୀ ଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରି ସାଧାରଣତନ୍ତ୍ର ଦିବସର ମହାନତା ବିଷୟରେ ଆଲୋକପାତ କରିଥିଲେ । ଆଜିର ଛାତ୍ର କାଲିର ନାଗରିକ। ତେଣୁ ଭଲ ପାଠ ପଢିବା ସହିତ ଭଲ ମଣିଷ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। …
Read Moreପଠାଣି ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର ୭୬ତମ ସାଧାରଣତନ୍ତ୍ର ଦିବସର ଐତିହାସିକ ପରମ୍ପରାକୁ ସ୍ମରଣ କରି ପଠାଣି ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଆବାସିକ) ନୟାଗଡ଼ ଅନୁଷ୍ଠାନର ପରିସର ମଧ୍ୟରେ ମହାସମାରୋହରେ ପାଳନ କରାଯାଇଛି। ବିଦ୍ୟାଳୟ ର ସମ୍ପାଦିକା ମିସ୍ ତନୁଜା ମିଶ୍ର “ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପରିଡ଼ା, ନିର୍ଦ୍ଦେଶକ ଦେବାଶିଷ ମିଶ୍ର, ଅଧ୍ୟାପକ ଗଣ ଯଥା ମନୋଜ କୁମାର ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ବିପିନ ପ୍ରଧାନ, ଦେବାଶିଷ ମିଶ୍ର, କେଦାର ଚନ୍ଦ୍ର ନାୟକ, ଦିଲ୍ଲୀପ କୁମାର ଵରାଡ, ସହକର୍ମ ଚାରି ଗ୍ୟାନରନ୍ଜନ ମହାପାତ୍ର, ରବିନ୍ଦ୍ର ସାଥୁଆ, ରବିନ୍ଦ୍ର ସେଠୀ,ସତ୍ୟଭାମା ପୃଷ୍ଟି, ସୁଭାଶିଷ ମହାନ୍ତି, ଏବଂ ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ଅଧ୍ୟକ୍ଷ ସୈ!ମ୍ୟରଞ୍ଜନ ପରିଡ଼ା ପତାକା ଉତ୍ତୋଳନ କରିବା ସହିତ ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଅନ୍ୟାନ୍ୟ ଅଧ୍ୟାପକମାନେ ବକ୍ତବ୍ୟ ମାଧ୍ୟମରେ…
Read Moreସିଭିଲ ସୋସାଇଟି ନୟାଗଡ଼ ପକ୍ଷରୁ ୭୬ତମ ଗଣତନ୍ତ୍ର ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ସିଭିଲ ସୋସାଇଟି ନୟାଗଡ଼ ପକ୍ଷରୁ ୭୬ତମ ଗଣତନ୍ତ୍ର ଦିବସ ସକାଳ ୦୭.୩୦ ସମୟରେ ସ୍ଥାନୀୟ ହୋଟେଲ ନିଳମାଧବ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଭେଟେରାନ ଶରତ କୁମାର ସାହୁ ସୋସାଇଟି ଅଧ୍ୟକ୍ଷ ଗୋଦାବରୀଶ ସାହୁଙ୍କୁ ଆମନ୍ତ୍ରିତ କରି ପତକା ଉନ୍ମୋଚନ କରାଇଥିଲେ। ଏହି ରାଷ୍ଟ୍ରୀୟ ପର୍ବରେ ନୟାଗଡ଼ର ବିଶିଷ୍ଟ ସମାଜସେବୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଦଣ୍ଡପାଣି ନାୟକ, ଭଗବତୀ ଚରଣ ପଟ୍ଟନାୟକ ଓ ନିରଂଜନ ମିଶ୍ରଙ୍କୁ ମାନପତ୍ର ସହିତ ସମ୍ମାନିତ କରାଯାଇଥିଲା। ନୟାଗଡ଼ର ପୂଜ୍ୟ ପୁଜା କମିଟିର ସଭାପତି ପ୍ରଶନ୍ନ କୁମାର ବସନ୍ତିଆ ଓ ଶିବ ଶକ୍ତି ଯୋଗ କେନ୍ଦ୍ରର ଆବାହକ ଧର୍ମେନ୍ଦ୍ର କୁମାର ସାହୁଙ୍କୁ ସମ୍ମାନିତ କରାଯାଇଥିଲା। ଧିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ସହଯୋଗରେ ଏହି ପର୍ବରେ ସିଭିଲ ସୋସାଇଟି, ପୂଜ୍ୟପୁଜା କମିଟି ଓ ଶିବଶକ୍ତି ଯୋଗ କେନ୍ଦ୍ରର ବହୁ ସଦସ୍ୟ ଯୋଗଦାନ କରିଥିଲେ।
Read Moreନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ନୟାଗଡ଼ ପୁରୁଣା ସହର ଜଗନ୍ନାଥ ମନ୍ଦିର ଯଦୁମଣି ମଣ୍ଡପଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସଙ୍ଘର ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ପତାକା ଉତୋଳନ କରି ସ୍ୱାଧୀନତା, ସମାନତା ଓ ସମୃଦ୍ଧିର ସହ ଦେଶକୁ ବିଶ୍ୱର ସର୍ବୋତମ ଦେଶ କରି ଗଢିତୋଳିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲା ସାମ୍ବାଦିକ ସଙ୍ଘର ଶୁଭେଛୁଙ୍କ ସମେତ ସାମ୍ବାଦିକ ପ୍ରଦୀପ୍ତ କୁମାର ରଥ, ନିଶିକାନ୍ତ ରଥ, ଲୋକନାଥ ମିଶ୍ର, ପୁରୁଷୋତମ ମହାପାତ୍ର, ଜୟନ୍ଦ୍ର କୁମାର ବେହେରା, ଚିତ୍ତରଞ୍ଜନ ପାଶା, ଗୋକୁଳ କୁମାର ଷଡ଼ଙ୍ଗୀ, ପ୍ରମୋଦ କୁମାର ନନ୍ଦ, ଜିତୁନ କୁମାର ମହାପାତ୍ର, ବିକ୍ରମ କୁମାର ସ୍ୱାଇଁ, ରଞ୍ଜନ ବେହେରା, ବିଭୁତି ଭୁଷଣ ପଟ୍ଟନାୟକ ପ୍ରମୁଖ ଉତ୍ସବରେ…
Read Moreରାମଚନ୍ଦ୍ର ଉଚ୍ଚବିଦ୍ୟାଳୟରେ ଅନ୍ନପୂର୍ଣ୍ଣା -୧ ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ।
ନୟାଗଡ଼, (ନୟାଗଡ଼ ଦର୍ପଣ): ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବାର୍ଷିକ ଖାଦ୍ୟ ପ୍ରଦର୍ଶନୀ “ଅନ୍ନପୂର୍ଣ୍ଣ।- ୧” ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀକୁ ଶିଶୁ କବି କାଶୀନାଥ ଦାସ(ମୋ ସ୍କୁଲ ସଭାପତି ତଥା ଶିଶୁ କବି)ଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ରାକେଶ କୁମାର ସାହୁ, (ଧନ୍ଦାମୂଳକ ଶିକ୍ଷକ KC ବିଦ୍ୟାପୀଠ, ଗଣିଆ, ଆଲୋକ କୁମାର ପଗଡ଼ ପ୍ରମୁଖ ବିଚାରପତି ଭବରେ ପିଲାମାନଙ୍କୁ ମୂଲ୍ୟାଙ୍କନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୋଟ ୧୯ ଟି ଷ୍ଟଲ୍ ରେ ଖାଦ୍ୟ ପ୍ରଦର୍ଶିତ ହୋଇଥିଲା। ପିଲାମାନେ ସୁସ୍ଵାଦୁ ଓ ସ୍ୱାସ୍ଥ୍ୟକର ଖାଦ୍ୟ ପରିବେଷଣ କରିଥିଲେ। ପରିଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଧନ୍ଦାମୂଳକ ପ୍ରଶିକ୍ଷକ ଶ୍ରୀ ବିଶ୍ଵମ୍ବର ପ୍ରଧାନ (ପର୍ଯ୍ୟଟନ ଓ ଆତିଥ୍ଯ) ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇ…
Read Moreସହରରେ ପାର୍କିଂ ଓ ଟ୍ରାଫିକ ସମସ୍ୟା ନେଇ ସାମ୍ବାଦିକଙ୍କ ଅସନ୍ତୋଷ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ଓ ପାର୍କିଂ ସମସ୍ୟାକୁ ନେଇ ଜିଲ୍ଲା ସାମ୍ବାଦିକମାନେ ଗଭୀର ଉଦବେଗ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ଆଜି ସାମ୍ବାଦିକ ଭବନ ପରିସରରେ ଆଲୋଚନା କରାଯାଇ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଓ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ୭ ଦିନ ମଧ୍ୟରେ ଜବରଦଖଲ ମୁକ୍ତ କରାଯିବାକୁ ଦାବି କରାଯାଇଛି । ନୟାଗଡ଼ ସହରର ବିଭିନ୍ନ ରାସ୍ତା ପାଶ୍ୱର୍କୁ ଜବରଦଖଲ କରି ଉଠା ବ୍ୟବସାୟୀ, ପରିବା ଦୋକାନ, ଜଳଖିଆ ଦୋକାନ ଖୋଲ ଯାଉଛି । ଫଳରେ ରାସ୍ତା ପାଶ୍ୱର୍ରେ ଯାନବାହନ ରଖିବା ପାଇଁ ସମସ୍ୟା ସୃଷ୍ଟି ହେଉଛି । ରାସ୍ତା ଉପରେ ଯାନ ବାହାନ ରଖାଯିବା ଦ୍ୱାରା ଟ୍ରାଫିକ ସମସ୍ୟା ଉପୁଜୁଛି । ତୁରନ୍ତ ନୟାଗଡ଼ ସହର…
Read More