ନୟାଗଡ଼,(ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଯୁବ ତଥା ସବୁଜ ବାହିନୀ କ୍ଳବ୍ ଆନୁକୂଲ୍ୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜଙ୍ଗଲ ସୁରକ୍ଷା, ଗଛର ଉପକାରିତା ଓ ପରିବେଶ ଉପରେ ଅନୁଷ୍ଠିତ ପୋଷ୍ଟର , ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାଳୟର ବାର ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଓଡ଼ଗାଁ ଅଞ୍ଚଳର ବିଶିଷ୍ଟ ପରିବେଶବିତ୍, ପ୍ରକୃତି ମିତ୍ର, ଅବସରପ୍ରାପ୍ତ ଶିକ୍ଷକ ବନ୍ଧୁ ତଥା ଶିକ୍ଷାବିତ୍ ସୁକାନ୍ତ କୁମାର୍ ଚୌଧୁରୀ, ବିଦ୍ୟାଳୟର ଆଲୁମିନି ସଭାପତି ଭଗବାନ୍ ଜେନା ଯଥାକ୍ରମେ ମୁଖ୍ୟ ଓ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ଉତ୍ସବରେ ପ୍ରକୃତି ମିତ୍ର ସୁକାନ୍ତ ଚୌଧୁରୀ ପରିବେଶ ସନ୍ତୁଳନ ପାଇଁ ଜଙ୍ଗଲ ସୃଷ୍ଟି, ଜୀବଜନ୍ତୁଙ୍କ ସୁରକ୍ଷା, ଜଳ…
Read MoreYear: 2025
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରେସ ରୁମ ଖୋଲିବା ଦାବିରେ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ପ୍ରତୀକ ଧାରଣା
ଆନ୍ଦୋଳନ ସମୟରେ ଅଫିସକୁ ଆସିଲେନି ଜିଲାପାଳ ଓ ଏଡିଏମ, ପ୍ରତିବାଦରେ ଅପ୍ରେଲ ୯ରେ ହେବ ଜିଲ୍ଲାସ୍ତରିୟ ଆନ୍ଦୋଳନ ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରେସରୁମ ଖୋଲିବା ଦାବି ନେଇ ଆଜି ପୂର୍ବାହ୍ନ ସାଢେ ୧୦ଟା ସମୟ ରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରତୀକ ଧାରଣା ଦିଆ ଯାଇଥିଲା। ପୂର୍ବାହ୍ନ ସାଢେ ୧୦ଟା ସମୟରୁ ଆନ୍ଦୋଳନ ଚାଲୁ ରହିଥିବା ବେଳେ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ କୌଣସି ଅଧିକାରୀ ଓ ପଦାଧି କାରୀ ଆନ୍ଦୋଳନ ସ୍ଥଳକୁ ଆସିନଥିଲେ। ଅନ୍ୟପକ୍ଷେ ଜିଲାପାଳଙ୍କ କାର୍ଯ୍ୟଳୟକୁ ଜିଲାପାଳ, ଅତିରିକ୍ତ ଜିଲ୍ଲାପାଳ(ଏଡିଏମ) ବୁଧବାର ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ଆସି ନଥିଲେ। ଉପ ଜିଲାପାଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ନୟାଗଡ଼ ତହସିଲଦାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ସଂଗେ ସଂଗେ…
Read Moreଜିଲ୍ଲା ପ୍ୟାକ୍ସ ସଭାପତି ସଂଘ ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ପ୍ୟାକ୍ସ ସଭାପତି ସଂଘ ବୈଠକ ମୁଥାଗଡ଼ିଆ କଲ୍ୟାଣ ମଣ୍ଡପ ଅନୁଷ୍ଠିତ ହୋଇଯାଇଛି। ପ୍ୟାକ୍ସ ସଂଘ ସଭାପତି ପ୍ରତାପ କୁମାର ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବୀନ୍ଦ୍ର କୁମାର ସାହୁ, ନିର୍ଦ୍ଦେଶକ ସନ୍ୟାସୀ ପ୍ରଧାନ, ଦୁର୍ଯ୍ୟୋଧନ ବେହେରା, ଉପେନ୍ଦ୍ର କୁମାର ସାହୁ, ସଞ୍ଜୟ ଖୁଣ୍ଟିଆ, ସୁପ୍ରିୟା ମହାନ୍ତି, ବାସନ୍ତୀ ପ୍ରଧାନ, ପ୍ରଭାତ କୁମାର ଦଳବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବ୍ୟାଙ୍କ ପରିଚାଳନା ପରିଷଦ ଓ ସଭାପତିଙ୍କ ଅଗୋଚରରେ ସାଧାରଣ ସଭା ଆହ୍ଵାନ କରାଯିବାକୁ ନେଇ ବୈଠକରେ ଆଲୋଚନା ପାଇଁ ପ୍ରସ୍ତାବ ରଖା ଯାଇଥିଲା। ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଚାଷୀ…
Read Moreନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଉଦବେଗ ପ୍ରକାଶ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ଠାରେ ଏକ ନୂତନ ରେଳ ଷ୍ଟେସନ ଗତବର୍ଷ ଜାନୁଆରୀ ମାସରୁ ଉଦଘାଟିତ ହେବା ପରଠାରୁ ଦଶପଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟକ ଯାତ୍ରୀ ପୁରୀକୁ ନିୟମିତ ଯିବା ଆସିବା କରୁଛନ୍ତି। ଖୁବ୍ କମ୍ ଖର୍ଚ୍ଚରେ ଏବଂ ଗୋଟିଏ ଦିନରେ ପୁରୀ ଯାଇ ସେଠାରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହିତ ସମୁଦ୍ରକୂଳ ବୁଲାବୁଲି ହୋଇ ପାରୁଥିବାରୁ ଶ୍ରଦ୍ଧାଳୁ ମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦଶପଲ୍ଲା ନିକଟବର୍ତ୍ତି ଗଣିଆ, ଛାମୁଣ୍ଡିଆ, ବଡ଼ସିଲିଙ୍ଗା, ବାଣିଗୋଚ୍ଛା, ଟାକେରା, କଳସଖମଣ ଏପରିକି ବୌଦ୍ଧ, ଚାରିଛକ, ମାଧପୁର ଆଦି ଅଞ୍ଚଳରୁ ଲୋକମାନେ ପ୍ରତ୍ୟହ ଭୁବନେଶ୍ୱର ଏବଂ ପୁରୀ ଯା’ଆସ କରୁଛନ୍ତି । ଦିନକୁ ଦିନ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ପୁରୀକୁ ସ୍ୱତନ୍ତ୍ରଭାବେ ମେମୁ ଟ୍ରେନ ପ୍ରଚଳନ କରିବା…
Read Moreସହିଦ୍ ଭଗତ ସିଂହଙ୍କ ବଳିଦାନ ଦିବସ ପାଳନ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତର ଗଣତାନ୍ତ୍ରିକ ଯୁବ ଫେଡରେଶନ (DYFI) ପକ୍ଷରୁ ଦଶପଲ୍ଲା ବ୍ଲକ ଚଢ଼େୟାପଲ୍ଲୀ ପଞ୍ଚାୟତ ଯୁରଗଣ୍ଡା ଗ୍ରାମ ଠାରେ ସହିଦ୍ ଭଗତ ସିଂହଙ୍କ ବଳିଦାନ ଦିବସ ପାଳନ କରାଯାଇଅଛି। ପ୍ରଥମେ ସହିଦଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କଲାପରେ ଆଲୋଚନା ସଭା ଗୋପବନ୍ଧୁ ଜାନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସଂଗଠନର ବ୍ଲକ କମିଟି ସଂପାଦକ ବିପିନ କୁମାର ବାଜୁ ସ୍ବାଗତ ଭାଷଣ ଦେଲାପରେ, ଆଦିବାସୀ ନେତା ଶ୍ରୀନିବାସ ଜାନି ସମ୍ମାନିତ ଅତିଥି, ଆଡଭୋକେଟ୍ ଶରତ ଚନ୍ଦ୍ର ବେହେରା ମୁଖ୍ୟବକ୍ତା ଓ ବିଶିଷ୍ଟ ଲେଖକ ତଥା ବାମପନ୍ଥୀ ନେତା ବିଶ୍ବନାଥ ମହାପାତ୍ର ମୁଖ୍ୟଅତିଥି ଭାବେ ସହିଦଙ୍କ ସ୍ମୃତିଚରଣ ସହିତ ତାଙ୍କ ବେସାଲିସ ସଂଗ୍ରାମ ଓ ବଳିଦାନ ବିଷୟରେ ଆଲୋଚନା କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ମୁନା ନାୟକ,…
Read More୨୭ ମାର୍ଚ୍ଚ ବିଧାନସଭା ଘେରାଓ ପାଇଁ ନୟାଗଡ ଡିସିସି ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟରେ ସ୍କୁଲ କଲେଜ ଛାତ୍ରୀ ଏବଂ ନାରୀମାନଙ୍କୁ ନ୍ୟାୟ ପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ ଆହ୍ୱାନ କ୍ରମେ ଆଗାମୀ ୨୭ ମାର୍ଚ୍ଚ ଗୁରୁବାର ବିଧାନସଭା ଘେରାଓ ପାଇଁ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ପର୍ଯ୍ୟବେକ୍ଷକ ମାନସ ଆଚାର୍ଯ୍ୟ, ଅମ୍ରିତା ଦାସ ଯୋଗଦେଇ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରଠାରୁ ଏଯାଏଁ ୫୫ ଛାତ୍ରୀ ଗଣଧର୍ଷଣ ଶିକାର ଏବଂ ପ୍ରାୟ ୧୫୦୦ ନାବାଳିକା ମହିଳା ନିଖୋଜ ଏବଂ ଗଣଦୁଷ୍କର୍ମ ଶିକାର ହୋଇଥିବାରୁ କଂଗ୍ରେସ ଏହାର ତଦନ୍ତ ପାଇଁ ବିଧାନସଭା ରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବା ସହ ଗୃହ କମିଟି ଗଠନ ପାଇଁ ଦାବୀ ଉତ୍ଥାପନ କରିବା ବେଳେ…
Read Moreଘଟଣାର ଦିନକ ପରେ ବି ଏତଲା ଦେଉନାହାଁନ୍ତି କଲେଜ କର୍ତୃପକ୍ଷ, ଆସୁଛନ୍ତି ଏଆଇସିସି ସମ୍ପାଦିକା ରୋଜଲିନା ତିର୍କୀ
ମୃତ ଶିଶୁ ପ୍ରସବ କରିଥିବା ନୟାଗଡ କଲେଜ ପୀଡିତା ଛାତ୍ରୀଙ୍କୁ ମେଡିକାଲରେ ଭେଟିଲେ କଂଗ୍ରେସ ଟିମ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ ମାଳତୀ ଚୌଧୁରୀ ଛାତ୍ରୀ ନିବାସ ରେ ରହି ଯୁକ୍ତ ତିନି ଶ୍ରେଣୀ ର ଆଦିବାସୀ ଛାତ୍ରୀ ଙ୍କ ମୃତ ଶିଶୁ ପ୍ରସବ ଭଳି ସମ୍ବେଦନଶୀଳ ପ୍ରସଙ୍ଗ କୁ ଗମ୍ଭୀରତlର ସହ ନେଇଛନ୍ତି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ l ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଙ୍କ ଠାରୁ ଏହି ସ୍ପର୍ଶକାତର ଘଟଣା ସମ୍ପର୍କ ରେ ଅବଗତ ହେବା ପରେ ପୂର୍ବତନ ସାଂସଦ ନକୁଳ ନାଏକ,ପିସିସି ମୁଖପାତ୍ର ସୋନାଲି ସାହୁ, ଖୋର୍ଦ୍ଧା ଡିସିସି ସଭାପତି ରାଜୀବ ପଟନାୟକ ଏବଂ ନୟାଗଡ ଡିସିସି ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ପ୍ରମୁଖ ଙ୍କୁ ସାମିଲ କରାଇ ନୟାଗଡ ମେଡିକାଲରେ…
Read More୨୬ତମ ବିଶ୍ଵ କବିତା ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ୟୁନେସ୍କୋ ଦ୍ଵାରା ୧୯୯୯ମସିହାରେ ମାର୍ଚ୍ଚ ୨୧ ତାରିଖକୁ ବିଶ୍ଵ କବିତା ଦିବସ ଭାବରେ ଘୋଷଣା କରାଯିବା ପରେ ବିଶ୍ଵ ତମାମ ଏହି ଦିବସଟିକୁ ବିଶ୍ଵ କବିତା ଦିବସ ଭାବରେ ପାଳିତ ହୋଇଆସୁଛି। ନୟାଗଡ଼ର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସମୂହ ଏହି ଦିବସଟିକୁ ନୟାଗଡ଼ର ଖେଳପଡିଆ ମୁକ୍ତାକାଶ ତଳେ ପାଳନ କରୁଥିଲେ। ଦୁଇ ହଜାର ବାଇଶି ମସିହାରେ ଅସୁସ୍ଥ ଥିବା ବିଶିଷ୍ଟ ସାହିତ୍ୟିକ ତଥା ପ୍ରବଚକ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନଙ୍କ ମନକୁ ଉଶ୍ୱାସ ଦେବା ଉଦ୍ଦେଶ୍ୟରେ ତାଙ୍କ ବାସଭବନ “ଚନ୍ଦ୍ରକାନ୍ତି ନିଳୟ” ଇଟାମାଟି ଠାରେ ଆୟୋଜିତ ହୋଇଥିଲା ବିଶ୍ଵ କବିତା ଦିବସ। ଉକ୍ତ ଦିନ ସ୍ୱର୍ଗତ ଚନ୍ଦ୍ରମଣି ପ୍ରଧାନ ନିଜେ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥଲେ। ତତ୍ ସହିତ ସେ ଅନୁରୋଧରଖି କହିଥିଲେ ମୋର ବର୍ତ୍ତମାନ ହେଉ ବା ଅବର୍ତ୍ତମାନରେ ପ୍ରତିବର୍ଷ ଚନ୍ଦ୍ରକାନ୍ତି…
Read Moreଇଟାମାଟି ପୋଲିସକୁ ବଡ଼ ସଫଳତା, ଡକାୟତି ଉଦ୍ୟମ ପଣ୍ଡ, ୪ଗିରଫ ୫ଫେରାର
ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟି ଥାନା ପୋଲିସକୁ ସଫଳତା। ଡକାୟତି ଉଦ୍ୟମ ପଣ୍ଡ, ୪ଗିରଫ, ୫ଫେରାର। କୈାଣସି ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗତକାଲି ରାତି ୯ଟା ସମୟରେ ଏସ୍ଆଇ ଗୋପବନ୍ଧୁ ମଲ୍ଲିକଙ୍କ ନେତୃତ୍ବରେ ଇଟାମାଟି ପୋଲିସ ସଂଙ୍ଖେଇ ହାଇସ୍କୁଲ ପଛପଟେ ଚଢାଉ କରିଥିଲା । ସଂଙ୍ଖେଇ ଓ ନୋତର ଅଞ୍ଚଳର ବିଭିନ୍ନ ଘରେ ଡ଼କାୟତି ଯୋଜନା କରୁଥିବା ୯ଜଣଙ୍କ ମଧ୍ୟରୁ ୪ଜଣ ଗିରଫ ହୋଇଥିବା ବେଳେ ଅନ୍ଧାରର ସୁଯୋଗ ନେଇ ପାଞ୍ଚଜଣ ଫେରାର ହୋଇଯାଇଥିଲେ। ଗିରଫ ଡକାୟତମାନେ ହେଲେ ଡମସାହିର ଭାସ୍କର ରେଡ୍ଡୀ, କୁହୁଡିର ପ୍ରଦିପ ସିକାରୀ, ଛଣଗିରିର ଟୁକୁନା ରେଡ୍ଡୀ ଓ ଖଜୁରିପଡାର ମୁକ୍ତାର ଅଲ୍ଲୀ ସାହା । ଫେରାର ଡକାୟତମାନେ ହେଲେ ଏବଂ ପଳାତକ ଲୋକମାନେ ଥିଲେ ନିରାକାରପୁର ର ରାଜୁ ପ୍ରଧାନ ସାନଖୁଣ୍ଟୁଣି ର ସ୍ବାଧିନ ପ୍ରଧାନ, ଛଣଗିରି ର…
Read Moreନୟାଗଡ଼ ଜିଲ୍ଲାରେ ବି.ଏଡ. ପାଠ୍ୟକ୍ରମ ଖୋଲିବା ଦାବି
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଏଡ ପାଠ୍ୟକ୍ରମ ଖୋଲିଥିବା ବେଳେ ନୟାଗଡ଼ ଜିଲ୍ଲାରେ ଏହା ଖୋଲି ନାହିଁ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ସମସ୍ତ ଜିଲ୍ଲାରେ ବିଏଡ ପାଠ୍ୟକ୍ରମ ଖୋଲା ଯିବା କଥା। ପ୍ରାୟ ସମସ୍ତ ଜିଲ୍ଲାରେ ଏହି ପାଠ୍ୟକ୍ରମ କେବେ ଠାରୁ ଖୋଲି ପାଠ ପଢ଼ା ଆରମ୍ଭ ହେଲାଣି। କିନ୍ତୁ ଦୁର୍ଭାଗ୍ୟର କଥା ନୟାଗଡ଼ ଜିଲ୍ଲାରେ ତାହା ଏପର୍ଯ୍ୟନ୍ତ ଖୋଲି ପାରିଲା ନାହିଁ।୧୯୯୩ ମସିହାରେ ଜିଲ୍ଲା ମାନ୍ୟତା ପାଇଥିବା ବେଳେ ଏହା ରାଜ୍ୟ ରାଜଧାନୀ ଠାରୁ ମାତ୍ର ୮୫ କିଲୋମିଟର ଦୂରରେ ଅବସ୍ଥିତ। ଏହାର ଭୌଗଳିକ ପରିସୀମା ପ୍ରାୟ ୩୮୯୦ ବର୍ଗ କିଲୋମିଟର। ରାଜ୍ୟ ମାନଚିତ୍ରରେ ଯଦିଓ ଏହା ବିଶେଷ ଭାବେ ଜଣାଶୁଣା କିନ୍ତୁ ଏଠାରେ ସାଧାରଣ ଶିକ୍ଷାନୁଷ୍ଠାନ ବ୍ୟତୀତ କୌଣସି ଏକ ମାନ୍ୟତା ପ୍ରାପ୍ତ ଅନୁଷ୍ଠାନ ନାହିଁ। ଏଠାରୁ ବହୁ ମେଧାବୀ ଛାତ୍ରଛାତ୍ରୀ…
Read More