Give Blood Save life ପକ୍ଷରୁ ବିଶ୍ୱ ଛେନାପୋଡ଼ ଦିବସ ପାଳିତ

ଇଟାମାଟି, (ନୟାଗଡ଼ ଦର୍ପଣ): ଅପ୍ରେଲ ୧୧ ଶୁକ୍ରବାର ଦିନ ଇଟାମାଟି ନିକଟସ୍ଥ ଭୈରବୀ ମନ୍ଦିର ପ୍ରାଙ୍ଗଣରେ Give Blood Save life ପକ୍ଷରୁ  ବିଶ୍ୱ ଛେନାପୋଡ଼ ଦିବସ ତୃତୀୟ ଥର ପାଇଁ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ୧୫୦ ରୁ ଉର୍ଦ୍ଧ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିବା ସହିତ ୨୦ କି.ଗ୍ରା.ରୁ ଉର୍ଦ୍ଧ ଛେନାପୋଡ଼ କଟାଯାଇଥିଲା। ଅନୁଷ୍ଠାନର ସଭାପତି ଭାଗିରଥି ବାଇ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।ନିକୁଲର ନିର୍ଦେଶକ ଦିଲ୍ଲୀପ କୁମାର ସାହୁ ଏହା କୁ ପରିଚାଳନା କରିଥିଲେ। ଇଟାମାଟିର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବି ମାନେ ଯଥା ଶ୍ରବଣ କୁମାର ରାମ, ବିଶ୍ୱନାଥ ମହାପାତ୍ର, କ୍ରିଷ୍ଣା କୁମାର ଅଗ୍ରୱାଲ, ପ୍ରଶାନ୍ତ କୁମାର…

Read More

ଶ୍ରୀକ୍ଷେତ୍ର ଧାମରେ ସାମ୍ବାଦିକାଙ୍କୁ ସେବାୟତ ଙ୍କ ଆକ୍ରମଣ ଘଟଣା

ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲାପାଳଙ୍କୁ ସ୍ମାରକ ପତ୍ର ଦେଲା ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ପ୍ରତିବାଦ କରି ଆଜି ୧୧ଘଟିକା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ ପବିତ୍ର ଶ୍ରୀକ୍ଷେତ୍ର ଧାମରେ କାର୍ଯ୍ୟରତ ସାମ୍ବାଦିକା ଳିନୁ ନାୟକଙ୍କୁ ମାଡ଼ ମାରିବା ଘଟଣା ନେଇ ସାରା ରାଜ୍ୟରେ ନିନ୍ଦା କରାଯାଇଛି। ଏହି ଘଟଣାକୁ ନେଇ ସାମ୍ବାଦିକ ମାନେ ୩୬ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଅନଶନରେ ବସିଥିଲେ ହେଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଦୁଃଖ ଦାୟକ ବୋଲି ଜଣାପଡ଼ିଛି। ରାଜ୍ୟର ଅନେକ ସାମ୍ବାଦିକ ସଙ୍ଘ ଏ ଘଟଣାର ପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଅନୁରୂପ ଭାବେ ଉକ୍ତ…

Read More

ଓଡ଼ିଆ ପକ୍ଷ ପାଳନ ନେଇ ରକ୍ତ ଦାନ ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଆ ପକ୍ଷ ପାଳନ ୨୦୨୫ ଅବସରରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓଡ଼ିଶା ରକ୍ତ କେନ୍ଦ୍ର ଠାରେ ଜିଲ୍ଲା ରେଡ କ୍ରସ, ରେଡକ୍ରସ ଭଲ୍ୟୁଣ୍ଟିରର୍ସ ଫୋରମ ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ଉଦ୍ୟମରେ ‘ରକ୍ତ ଦାନ ଦିବସ’ ଅଭିଯାନ ଏପ୍ରିଲ ୮ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତ ଦାନ ଦିବସ ଅଭିଯାନରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ସୁଶାନ୍ତ କୁମାର ଦାସ, ଏଡିଏମ ଡ଼. ଅଜୟ କୁମାର ବାହିନୀପତି, ଡେପୁଟି କଲେକ୍ଟର ତପତି ରାଜ, ଡ଼ ପୀତବାସ ନାୟକ, ଡ଼ ମୋନାଲିସା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ତତ ସହିତ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବିଜେପି ନେତା ସନ୍ତୋଷ ପ୍ରଧାନ, ଦାମୋଦର ସାହୁ ଉପସ୍ଥିତ ଥିଲେ। ରେଡ଼କ୍ରସ ଭଲ୍ୟୁଣ୍ଟର୍ସ ଫୋରମର ଉପଦେଷ୍ଟା ବିଭୁତି…

Read More

ମଧ୍ୟାହ୍ନ ଭୋଜନ ପାଚିକା ସଂଘର ବିକ୍ଷୋଭ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ସିଆଇଟିୟୁ ଦ୍ଵାରା ପରିଚାଳିତ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା/ସହାୟିକା ସଂଘର ବିକ୍ଷୋଭ। ଆଜି ଦଶପଲ୍ଲା ମଣ୍ଡଳ ଶିକ୍ଷା ଅଧିଆରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୧୨ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଅଛି। ବିକ୍ଷୋଭ ପୂର୍ବରୁ ଦଶପଲ୍ଲାର ଶିକ୍ଷକ ଭବନ ପରିସରରେ ଏକ ସାଧାରଣ ସଭା ସଭାପତି ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ପାଚିକାମାନଙ୍କର ବହୁବିଧ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଏହିସଭାରେ ସଂଘର ନୟାଗଡ଼ ଜିଲ୍ଲା ସମ୍ପାଦିକା ଜୟନ୍ତୀ ଦାସ, ସିଆଇଟିୟୁ ଜିଲ୍ଲା ଆବାହକ କମ୍ରେଡ୍ ବିଶ୍ଵନାଥ ମହାପାତ୍ର କୃଷକ ନେତା ବ୍ରଜବନ୍ଧୁ ପ୍ରଧାନ, ଯୁବନେତା ସୁଶାନ୍ତ ନାୟକ ଓ ସିପିଆଇ(ଏମ) ଦଶପଲ୍ଲା ଲୋକାଲ କମିଟି ସମ୍ପାଦକ ବିପିନ ବିହାରୀ ବାଜୁ ପ୍ରମୁଖ ଆଲୋଚନା କରିଥିଲେ। ଏହି ସଭାପରେ…

Read More

ଶ୍ରୀ ସୃଜନ ପକ୍ଷରୁ ଶ୍ରୀରାମ ନବମୀରେ ଭଜନ ସନ୍ଧ୍ୟା

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ଶ୍ରୀ ସୃଜନ ପକ୍ଷରୁ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ଗୁଣ୍ଡିଚା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଭାପତି  ଡ.ବିଜୟ କୁମାର ଚୋୖଧୁରୀ ଏବଂ ସମ୍ପାଦିକା -କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶିକା ଜୟଶ୍ରୀ ଦେବୀଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି ଭଜନ ସମାରୋହ କାର୍ଯ୍ୟକ୍ରମରେ ଶ୍ରୀ ସୃଜନର ଛାତ୍ରଛାତ୍ରୀ ତଥା କଣ୍ଠଶିଳ୍ପୀ  କାଦମ୍ବିନୀ ମହାପାତ୍ର, ଝୁମୁରି ସାହୁ, ମଧୁସ୍ମିତା ବେହେରା, ଶୁଭଶ୍ରୀ ମହାପାତ୍ର, ସାଇ  ଅମ୍ରିତ୍ ସାହୁ , ଆରାଧ୍ୟା, ତିତିକ୍ଷା ପରିଡ଼ା, ସାଇ କ୍ରିଷ୍ଣା ମଣ୍ଡଳ , ଅନନ୍ୟା ମାଧୁରୀ ଦାସ ପ୍ରମୁଖ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ ପ୍ରମୋଦ ପଟ୍ଟନାୟକ, ଲକ୍ଷ୍ମୀଧର ମହାପାତ୍ର, ମନୋଜ କୁମାର ମିଶ୍ର, ଲକ୍ଷ୍ମୀଧର ସାହୁ, ଲଳିତ ପରିଡ଼ା, ଆନନ୍ଦ ଦାସ, ଦିଲ୍ଲିପ…

Read More

‘ସୋହମ୍’ ସଙ୍ଗଠନ ସଦସ୍ୟଙ୍କ ସ୍ମୃତିରେ ରକ୍ତଦାନ ଶିବିର ଆୟୋଜନ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ “ସୋହମ୍” ତରଫରୁ ଏହାର ସଦସ୍ୟ ତଥା ଶିକ୍ଷକ ସ୍ବର୍ଗତ ରମେଶ କୁମାର ବେହେରାଙ୍କ ସ୍ମୃତିରେ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀରେ ତାରିଣୀ ନଗରସ୍ଥିତ କାର୍ଯ୍ୟାଳୟ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ବେହେରା ଦୀର୍ଘ ପାଞ୍ଚ ବର୍ଷ ରକ୍ତ କର୍କଟ ରୋଗରେ ଜୀବନ ସହିତ ସଂଗ୍ରାମ କରି ୨୦୨୪ ମସିହା ଅପ୍ରେଲ ୦୭ତାରିଖରେ ମୃତ୍ୟୁ ବରଣ କରିଥିଲେ। ସଙ୍ଗଠନର ଉପସଭାପତି ତଥା ପରିବେଶବିତ ଅନାଦି ଚରଣ ମହାନ୍ତି ଓ ଡାକ୍ତର ସୌମେନ୍ଦ୍ର ସାହୁ ଭଗବାନଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ କରି ଶିବିରକୁ ଉଦଘାଟନ  କରିଥିଲେ। ଶିବିରରେ ମୋଟ ୧୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ “ସୋହମ୍” ସଙ୍ଗଠନର ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ପରିଚାଳନା କରିଥିଲେ। ଏଥିରେ ଜିଲ୍ଲା ରେଡକ୍ରସ୍ ରକ୍ତ…

Read More

ନୟାଗଡ଼ରେ ସି.ଏମ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ ଉଦଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଖେଳ ପଡିଆରେ ଫାଓ, କଟକ, ଜିଲ୍ଲା କ୍ରୀଡା ବିଭାଗ ଏବଂ ଜିଲ୍ଲା ଅଥଲେଟିକ ଆସୋସିଏସନର ମିଳିତ ଆନୁକୂଲ୍ୟରେ ୭ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ସି.ଏମ ଟ୍ରଫି ଜିଲ୍ଲା ସ୍ତରୀୟ ଚମ୍ପିୟାନସିପ ସୋମବାର ସକାଳ ସମୟରେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି। ପ୍ରଥମ ମ୍ୟାଚଟି ମର୍ଣ୍ଣିଙ୍ଗ ସ୍ପୋର୍ଟ୍ସ କ୍ଲବ ନୟାଗଡ଼ ଏବଂ ପୋଲ ଷ୍ଟାରସ ସ୍ପୋର୍ଟ୍ସ ରାଜପଟଣା ମଧ୍ୟରେ ଖେଳାଯାଇ ଉଭୟ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ ଦେବାରୁ ଖେଳ ଅମୀମାଂଶିତ ରହିଥିଲା। ସେହିପରି ଅପରାହ୍ନରେ ଖେଳା ଯାଇଥିବା ଦ୍ଵିତୀୟ ମ୍ୟାଚକୁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ଉଦ୍ଘାଟନ କରିଥିବା ବେଳେ ଦ୍ଵିତୀୟ ମ୍ୟାଚ ଟି ୟୁଥ ସ୍ପୋର୍ଟ୍ସ କ୍ଲବ ବାଇଗୁଣିଆ ଏବଂ ମଧୁକେଶ ଅଥଲେଟିକ କ୍ଲବ…

Read More

ରେଳ କର୍ତ୍ତୃପକ୍ଷଙ୍କ ଉଦାସୀନତା ପ୍ରତିବାଦରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ବିକ୍ଷୋଭ ତଥା ଗଣଧାରଣା ଚେତାବନୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ରେଳ କର୍ତ୍ତୃପକ୍ଷଙ୍କ ଉଦାସୀନତା ପ୍ରତିବାଦରେ ନୟାଗଡ଼ ନାଗରିକ ମଞ୍ଚ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହିତ ଆଗାମୀ ମଇ ୧୧ ତାରିଖ ଦିନ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ସହିତ ଗଣ ଧାରଣା ଚେତାବନୀ ଦେଇଛି। ବାରମ୍ବାର ଦାବି ପରେ ଗତ ଜାନୁଆରୀ ମାସରୁ ଦଶପଲ୍ଲା-ପୁରୀ ପାସେଞ୍ଜର ଟ୍ରେନକୁ ବଦଳାଇ ମେମୁ ଟ୍ରେନ ପ୍ରଚଳନ କରିବା ପାଇଁ ପୂର୍ବତଟ ରେଳ ପକ୍ଷରୁ ନଭେମ୍ବର ୧୪ ତାରିଖ ୨୦୨୪ ମସିହାରେ ଚିଠି ନଂ-୪୭୫ରେ ସମସ୍ତଙ୍କୁ ଅବଗତ କରାଯାଇଥିଲା। ତେବେ ଏହା ମଧ୍ୟରେ ୩ ମାସରୁ ଉର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇ ଯାଇଥିଲେ ସୁଦ୍ଧା ମେମୁ ଟ୍ରେନ ଚାଲିଲା ନାହିଁ। ଏହାକୁ ନେଇ ତୀବ୍ର ପ୍ରତିବାଦ କରିଛି ନୟାଗଡ଼ ନାଗରିକ ମଞ୍ଚ। ନୟାଗଡ଼ ଜିଲ୍ଲାର ରେଳଯାତ୍ରୀ ମାନଙ୍କ ସର୍ବନିମ୍ନ ସୁବିଧା ପ୍ରତି ରେଳ ବିଭାଗ ଆଖି ବୁଜି ଦେଇଥିବା…

Read More

ଓଡଗାଁରେ ରାମ ନବମୀ ପାଇଁ ସାମାଜିକ ସେବା, ପ୍ରାଥମିକ ଚିକିତ୍ସା ଓ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଭାରତୀୟ ଜୁନିଅର୍ ରେଡ୍ କ୍ରସ୍ ସଂସ୍ଥା, ନୟାଗଡ଼ ଜିଲ୍ଲାର  ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ, ଓଡ଼ଗାଁର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ଆନୁକୁଲ୍ୟରେ ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଶ୍ରୀ ଶ୍ରୀ ରଘୁନାଥ ପୀଠଙ୍କ ଠାରେ ସାମାଜିକ ସେବା, ପ୍ରାଥମିକ ଚିକିତ୍ସା ଓ ଦହି ପଣା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ, ଓଡ଼ଗାଁର ଜୁନିଅର୍ ରେଡ୍ କ୍ରସ୍ ଏହି ସେବା କାର୍ଯ୍ୟର ଆୟୋଜନ କରିଥିଲା। ଏଥିରେ ନୟାଗଡ଼ ଜିଲ୍ଲା ଜୁନିଅର୍ ରେଡକ୍ରସ୍ ଅଧିକାରୀ ଘନଶ୍ୟାମ ରାଉତ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅନୀଲ କୁମାର ଦାସ ଏବଂ କାଉନସିଲର ଫାଷ୍ଟ ଏଡର, ଗୋସ୍ବାମୀ ଦାସ, ପରମାନନ୍ଦ ଦଳାଈ, ଡକ୍ଟର ପ୍ରତାପ କୁମାର ପରିଡ଼ା ଦେବରାଜ ସ୍ୱାଇଁ, ମାନସ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଜୁନିଅରମାନଙ୍କୁ ଉତ୍ସାହିତ…

Read More

ଜିଲ୍ଲା ଓକିଲ ସଙ୍ଘ ନବନିର୍ବାଚିତ କାର୍ଯ୍ୟକର୍ତାଙ୍କ ଶପଥପାଠ ସମାରୋହ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓକିଲ ସଙ୍ଘ ନବନିର୍ବାଚିତ କାର୍ଯ୍ୟକର୍ତାଙ୍କ ଶପଥ ଗ୍ରହଣ ସମାରୋହ ନିର୍ବାଚନ ଅଧିକାରୀ ବିଶ୍ୱଜିତ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ରାଜ୍ୟ ବାର କାଉନସିଲ ସଭ୍ୟ ପୀତବାସ ପଣ୍ଡା ଏବଂ ଅକ୍ଷୟ କୁମାର ସାମନ୍ତରାୟଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇ ଉଭୟଙ୍କୁ ଓକିଲ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଥିଲା।ଓକିଲ ସଂଘର ନବନିର୍ବାଚିତ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, ଉପସଭାପତି ସନ୍ତୋଷ କୁମାର ରାଉତରାୟ, ସମ୍ପାଦକ ଭାବେ ସ୍ବଦେଶ ମିଶ୍ର, ସହ-ସମ୍ପାଦକ ଆଶୁତୋଷ ସାମନ୍ତରାୟ, କୋଷାଧ୍ୟକ୍ଷ ବିଶ୍ୱେଶ ରଞ୍ଜନ ମହାପାତ୍ର ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଚିତ୍ତରଞ୍ଜନ ପ୍ରଧାନ, ଶୈଳେନ୍ଦ୍ର ନାରାୟଣ ପଟ୍ଟନାୟକ, ନୀରାକାର ମହଲ, ହରେକୃଷ୍ଣ ପ୍ରଧାନ, ବିଭୁଦତ୍ତ ସାହୁ ଏବଂ ସୁନୀଲ ମହାପାତ୍ରଙ୍କୁ ବରିଷ୍ଠ ଆଇନଜୀବୀ ଦଣ୍ଡପାଣି ନାୟକ ପଦ ଗୋପନୀୟତାର ଶପଥ…

Read More