ଦଶପଲ୍ଲା, (ନୟାଗଡ଼ ଦର୍ପଣ): ପୂଜ୍ୟ ପୂଜା ସମିତି, ଦଶପଲ୍ଲାର ଆୟୋଜନ କ୍ରମେ ଏପ୍ରିଲ ୧୩ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଇଲେଭେନ ଷ୍ଟାର କ୍ଲବ୍ରର ସଭା ଗୃହରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଓଡ଼ିଶାର ପ୍ରଥମ ବ୍ୟକ୍ତି ଯିଏକି ଗାନ୍ଧିଜୀଙ୍କ ନିକଟକୁ ଯାଇ ସାବରମତି ଗାନ୍ଧିଜୀଙ୍କ ଆଶ୍ରମରେ ରହି ଅସହଯୋଗ ଆନ୍ଦଳନରେ ଯୋଗଦେଇଥିଲେ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ୫୯ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଅଛି। ସମିତିର ସଭାପତି ତଥା ବିଶିଷ୍ଟ ଆଇନଜୀବି ଶରତ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଯାଇଅଛି। ସଭାର ପ୍ରାରମ୍ଭରେ ସମସ୍ତେ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏହିସଭାରେ ମୁଖ୍ୟବକ୍ତା ଅଧ୍ୟାପକ ଅଲେଖ କୁମାର ସ୍ୱାଇଁ ସଂଗ୍ରାମୀଙ୍କ ଜୀବନୀ ଓ ଆଦର୍ଶ ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଦଶପଲ୍ଲା ବରିଷ୍ଠ…
Read MoreYear: 2025
ପୂର୍ବତଟ ରେଳ ମହାପ୍ରବନ୍ଧକଙ୍କୁ ସାକ୍ଷାତ କଲା ନୟାଗଡ଼ ନାଗରିକ ମଞ୍ଚ
ବିଭିନ୍ନ ସମସ୍ୟା ସମାଧାନ ପାଇଁ ଦେଲେ ନିର୍ଭର ପ୍ରତିଶୃତି ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ପୂର୍ବାହ୍ନରେ ପୂର୍ବତଟ ରେଳ ମହାପ୍ରବନ୍ଧକଙ୍କୁ ନୟାଗଡ଼ ଟାଉନ ରେଳ ଷ୍ଟେସନ ଠାରେ ସାକ୍ଷାତ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛି ନୟାଗଡ଼ ନାଗରିକ ମଞ୍ଚ। ସୂଚନାଯୋଗ୍ୟ ଯେ, ପୂର୍ବତଟ ରେଳ ମହାପ୍ରବନ୍ଧକ ପରମେଶ୍ୱର ଫୁଂକୱାଲ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଭୁବନେଶ୍ୱରରୁ ଦଶପଲ୍ଲା ଅଭିମୁଖେ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଆଜି ସକାଳ ୯ ଟାରେ ଯାତ୍ରା ଆରମ୍ଭ କରିଥିଲେ। ଏ ସଂକ୍ରାନ୍ତରେ ଖବର ପାଇ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ମହାପ୍ରବନ୍ଧକଙ୍କ ସହିତ ସାକ୍ଷାତ ଆଲୋଚନା ପାଇଁ ସମୟ ମଗା ଯାଇଥିଲା ଏବଂ ଏହାକୁ ଗ୍ରହଣ କରି ମହାପ୍ରବନ୍ଧକଙ୍କ ସ୍ୱତନ୍ତ୍ର ଟ୍ରେନ ନୟାଗଡ଼ ଟାଉନ ରେଳ ଷ୍ଟେସନଠାରେ ଅଟକି ଥିଲା। ନୟାଗଡ଼ ନାଗରିକ ମଞ୍ଚ…
Read Moreପୂର୍ବତନ ବିଧାୟକ ବଂଶୀଧର ସାହୁଙ୍କ ସ୍ମୃତିଚାରଣ ଏବଂ ୩୨ତମ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର ପିସ ଆଣ୍ଡ ଡେଭଲପମେଣ୍ଟ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ରାଜନେତା, ସାହିତ୍ୟିକ, ଶିକ୍ଷାବିତ୍, ନାଟ୍ୟକାର ସମାଜସେବୀ ତଥା ପୂର୍ବତନ ବିଧାୟକ ନୟାଗଡ଼ ସ୍ୱର୍ଗତ ବଂଶୀଧର ସାହୁଙ୍କ ସ୍ମୃତିରେ ପ୍ରତିବର୍ଷ ପରି ଚଳିତ ବର୍ଷ ୩୨ତମ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ୨୦୨୫ ବଂଶୀଧର ମହାବିଦ୍ୟାଳୟ, ଇଟାମାଟି ପରିସରରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧକ୍ଷ ମନୋଜ କୁମାର ସାହୁଙ୍କ ପରିଚାଳନାରେ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ଼. ଜ୍ୟୋତି ରଞ୍ଜନ ସାମନ୍ତରାୟ, ମୁଖ୍ୟ ବକ୍ତା ଭାବେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ଼. ଆଶୁତୋଷ ମିଶ୍ର, ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ଶେଖ ଅବଦୁଲ…
Read Moreବହୁ ଆଡ଼ମ୍ବରରେ ପାଳିତ ହେଲା ବନ୍ଧୁମିଳନ ଉତ୍ସବ, ସହପାଠୀ ମାନଙ୍କ ପୁନଃ ମିଳନ!
ନୟାଗଡ଼ (ନୟାଗଡ଼ ଦର୍ପଣ): ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ରଘୁନାଥ ବିଦ୍ୟାପୀଠ ଏବଂ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ର ମାଟ୍ରିକ ୨୦୦୯ ବ୍ୟାଚ୍ ବନ୍ଧୁବାନ୍ଧବୀ ମାନଙ୍କ ଦ୍ଵାରା ଏକ ବନ୍ଧୁମିଳନ ଉତ୍ସବ ସ୍ଥାନୀୟ ସେପଟା ବଗିଚା, ବୁଢ଼ାବୁଢ଼ୀଆଣି ଡ୍ୟାମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଧୁମିଳନ ଉତ୍ସବ ରେ ଉପରୋକ୍ତ ଦୁଇ ବିଦ୍ୟାଳୟ ର ସମସ୍ତ ବନ୍ଧୁବାନ୍ଧବୀ ସେମାନଙ୍କ ପରିବାର ସହିତ ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ବନ୍ଧୁବାନ୍ଧବୀ ଉପସ୍ଥିତ ରହି ଉତ୍ସବ ଟିକୁ ସାଫଲ୍ୟ ମଣ୍ଡିତ କରିଛନ୍ତି।ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକତ୍ରିତ ହୋଇଥିବା ବାଲ୍ୟ ବନ୍ଧୁମାନେ ଅତୀତର ଶିକ୍ଷାର୍ଥୀ ଜୀବନର ସ୍ମୃତି ରୋମନ୍ଥନ କରିବା ଏବଂ ଅତୀତର ସ୍ମୃତି ସବୁ କୁ ମନେପକାଇ ଭାବବିହ୍ବଳ ହୋଇପଡ଼ିଥିଲେ। ଏହା ସହିତ ପୂର୍ବରୁ ସମସ୍ତ ବନ୍ଧୁମାନଙ୍କ ଦ୍ଵାରା ଅନେକ୍ ସମାଜସେବା କାର୍ଯ୍ୟ (ପ୍ରତିବର୍ଷ ଅଭାବୀ/…
Read Moreନାଟ୍ୟରଥି ଗୋବିନ୍ଦ ଶୂରଦେଓଙ୍କ ୧୪୧ତମ ଜୟନ୍ତୀ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶାର ଅନ୍ୟତମ ବରପୁତ୍ର, ବହୁମୁଖୀ ପ୍ରତିଭା,ମହାନ ନାଟ୍ୟକାର ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ନାଟ୍ୟରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ୧୪୧ତମ ଜନ୍ମ ଜୟନ୍ତୀ ‘ମୈତ୍ରୀ ଯୁବ ସଂସଦ’, ‘ନାଟ୍ୟଧାରା ‘ ଏବଂ ‘ସଙ୍ଗୀତଧାରା’ର ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଜି ପ୍ରତ୍ୟୁଷରେ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ନାଟ୍ୟରଥିଙ୍କ ପ୍ରତିମୂର୍ତ୍ତିରେ ଧୂପ, ପୁଷ୍ପ ଏବଂ ମାଲ୍ୟାର୍ପଣ କରାଯିବା ସହିତ ସ୍ବର୍ଗତ ନାଟ୍ୟରଥିଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରାଯାଇଥିଲା।ସ୍ୱର୍ଗତ ଗୋବିନ୍ଦ ଶୂରଦେଓ ନାଟକ ରଚନା ସହିତ ଚିତ୍ରସଜ୍ଜା,ମଞ୍ଚସଜ୍ଜା,ନାଟ୍ୟ ନିର୍ଦ୍ଦେଶନା, ଗୀତିକାର, ସଙ୍ଗୀତ ସଂଯୋଜନା, କଣ୍ଠଦାନ,ଅଭିନୟ ତଥା ଅଭିନେତା ମାନଙ୍କର ବେଶସଜ୍ଜା ଆଦି ନାଟକର ବିଭିନ୍ନ ବିଭାଗରେ ବିଚକ୍ଷଣ ଭାବେ ସଫଳ ହୋଇ ସୃଷ୍ଟି କରିଥିଲେ କିମ୍ବଦନ୍ତୀ । ସେହିପରି ରାସଲୀଳାକୁ ଅତ୍ୟାଧୁନିକ ନାଟ୍ୟରୂପ ଦେବାରେ ନାଟ୍ୟରଥି ଗୋବିନ୍ଦ…
Read Moreନୟାଗଡ଼ ଜିଲ୍ଲାରେ ଆୟୁଷ୍ମାନ ଭାରତ ଜନସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନର ଶୁଭାରମ୍ଭ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାକୁ ବାମନ ଅବକାଶ ଉଚ୍ଚବିଦ୍ୟାଳୟ ପରିସରରେ ରାଜସ୍ଵ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ଉଦ୍ଘାଟନ ହୋଇଯାଇଛି। ମାନ୍ୟବର ମନ୍ତ୍ରୀ ପତାକା ଦେଖାଇ ପ୍ରଚାର ରଥ ଶୁଭାରମ୍ଭ କରିଥିଲେ। ଏହି ଉତ୍ସବରେ ବହୁ ଆକାଂକ୍ଷୀତ ସମନ୍ୱିତ ଯୋଜନାର ଲାଭ ଓଡିଶାବାସୀ ବିଶେଷକରି ବରିଷ୍ଠ ନାଗରିକମାନଙ୍କ ପାଇଁ ଡାକ୍ତରୀ ପରୀକ୍ଷା, ଚିକିତ୍ସା ଏବଂ ପରାମର୍ଶ ବିନା ମୂଲ୍ୟରେ ଉପଲବ୍ଧ ହେବ ବୋଲି ମତପୋଷଣ କରିଥିଲେ । ମାନ୍ୟବର ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଲେ ଯେ,ଓଡ଼ିଶାର ସାଢ଼େ ତିନିକୋଟି ଓଡ଼ିଆଙ୍କର ଏବଂ ଓଡ଼ିଶାର ମାଆମାନଙ୍କର ପଇସା ପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ । କେବଳ ଓଡ଼ିଶା ନୁହେଁ ଭାରତବର୍ଷର ସମସ୍ତଙ୍କ ସ୍ୱାସ୍ଥ୍ୟ…
Read Moreସାଇସିଦ୍ଧି ଫାଉଣ୍ଡେସନ ଓ ଫିଟନେସ୍ ହବ୍ ପକ୍ଷରୁ ବିଶ୍ଵ ଛେନାପୋଡ଼ ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଅପ୍ରେଲ ୧୧ ଶୁକ୍ରବାର ଦିନ ସାଇସିଦ୍ଧି ଫାଉଣ୍ଡେସନ ଓ ଫିଟନେସ୍ ହବ୍ ପକ୍ଷରୁ ବିଶ୍ଵ ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ୍ବ ଯୁବକ ଯୋଗଦାନ କରିବା ସହିତ ୧୫ କି.ଗ୍ରା. ରୁ ଉର୍ଦ୍ଧ୍ବ ଛେନାପୋଡ଼ କଟାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠା ର ଅଧ୍ୟକ୍ଷ ସାଇ ଶୁଭମ୍, ପ୍ରଦିପ କୁମାର ସେଠୀ, ଶଙ୍କର୍ଷଣ ବେହେରା, ପୁର୍ନଚନ୍ଦ୍ର ମହାରଣା, ସୁଜିତ କୁମାର ରାଉତ, ମୁକେଶ କୁମାର ସାହୁ, ମୃତ୍ଯୁଞୟ ନାୟକ, କୁନା ନାୟକ, ସ୍ବାଧୀନ କୁମାର ସାହୁ, ରୁଦ୍ର ମାଧବ ଦାସ, ଶୁଭେନ୍ଦୁ ମହାନ୍ତି, ଜ୍ଞାନୀ ଦେବାଶିଷ, ଯୁବରାଜ, ସାଇ ସ୍ଵରାଜ, ସୁଶାନ୍ତ କୁମାର ସାହୁ, ସୁକାନ୍ତ ବେହେରା ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଛେନାପୋଡ଼ ବଣ୍ଟନ କରାଯିବା ସହିତ ଛେନାପୋଡ଼କୁ ନେଇ ସମସ୍ତଙ୍କର ସ୍ମୃତି ଅନୁଭୂତି…
Read Moreବିଶ୍ୱ ଛେନାପୋଡ଼ ଦିବସ ପାଳିଲା ଜିଲ୍ଲା ଓକିଲ ସଂଘ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଛେନାପୋଡ଼ ସ୍ରଷ୍ଟା ସ୍ବର୍ଗତ ସୁଦର୍ଶନ ସାହୁଙ୍କ ପୁଣ୍ୟ ଜନ୍ମତିଥିରେ ବିଶ୍ୱ ଛେନାପୋଡ଼ ଦିବସ ଧୁମଧାମରେ ପାଳିଛି ନୟାଗଡ ଜିଲ୍ଲା ଓକିଲ ସଂଘ। ଜିଲ୍ଲା ସ୍ୱତନ୍ତ୍ର ପୋକ୍ସ ଜଜ ମାନସ ରଞ୍ଜନ ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ ରୀଜା ରାୟ, ରେଜିଷ୍ଟାର ସୋନାଲି ସୁଚରିତାଙ୍କ ସମେତ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଜିଲ୍ଲା ଓକିଲ ସଙ୍ଘ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, ସମ୍ପାଦକ ସ୍ବଦେଶ ମିଶ୍ର, ସହସମ୍ପାଦକ ଆଶୁତୋଷ ସାମନ୍ତରାୟ, ବରିଷ୍ଠ ଆଇନଜୀବୀ ଦଣ୍ଡପାଣି ନାୟକ, ଅଜୟ ଚନ୍ଦ୍ର ମହାନ୍ତି, ପ୍ରଦ୍ୟୁମ୍ନ ଆଚାର୍ଯ୍ୟ, ଓକିଲ ସଙ୍ଘ ସମସ୍ତ ସଦସ୍ୟ ଗଣ ମିଶି ବାର ହଲ ରେ ସମବେତ ହୋଇ ଛେନାପୋଡ଼ କାଟି ଏହି ଖୁସି ମୁହୂର୍ତ୍ତରେ ପରସ୍ପର ଛେନାପୋଡ଼ ଖୁଆଖୁଇ ହୋଇଥିଲେ। ମୋହରିର, ଟାଇପିସ୍ଟି, ଲିଟିଗାଣ୍ଟ ପବ୍ଲିକ, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ…
Read Moreଓଡଗାଁରେ ପାଚିକା ସହାୟିକାଙ୍କ ବିକ୍ଷୋଭ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାଙ୍କ ବାର ଦଫା ଦାବି ନେଇ ପାଚିକା ସହାୟିକାଙ୍କ ବିକ୍ଷୋଭ। ଓଡଗାଁ ବ୍ଲକର ଶତାଧିକ ବିଦ୍ୟାଳୟ ପାଚିକା ବ୍ଳକ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ଡାକରାରେ ୧୧ଏପ୍ରିଲରେ ଏକ ଶୋଭାଯାତ୍ରାରେ ବାହାରି ସି.ଆଇ.ଟି.ୟୁ.ପରିଚାଳିତ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ୟୁନିଅନର ସଦସ୍ୟାମାନେ ଓଡଗାଁ ବଜାର ପରିକ୍ରମା କରି ଶ୍ରମିକ ନେତା ଗୋଲକବିହାରୀ ମୁଦୁଲିଙ୍କ ଅଧ୍ୟକ୍ଷତାରେ ବି.ଇ.ଓ.ଅଫିସ୍ ସମ୍ମୁଖରେ ସଭା କରି ସରକାରୀ କର୍ମଚାରୀର ମାନ୍ୟତା, ମାସିକ ସର୍ବନିମ୍ନ ପ୍ରାପ୍ୟ ଟ୨୬୦୦୦କରିବା, ଅବସର ବୟସ ୬୫କୁ ବୃଦ୍ଧି କରିବା, ମାସିକ ପେନସନ ସର୍ବନିମ୍ନ ୧୦୦୦୦କରିବା, ବେଆଇନ ଛଟେଇ ବନ୍ଦ କରିବା ଓ ଛଟେଇ ପାଚିକାଙ୍କୁ ଆବଶ୍ୟକ ସ୍ଥଳେ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତ କରିବା ପ୍ରଭୃତି ଦାବି ଉପରେ…
Read Moreଜିଲ୍ଲାରେ ୩ଜଣ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ଯୋଗଦାନ, ଶିକ୍ଷକ ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାର ନୟାଗଡ଼ ଜିଲ୍ଲାରେ ୩ଜଣ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିଯୁକ୍ତି ଦେଇଥିବା ବେଳେ ଆଜି ସେମାନେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ସେମାନଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ଜଣାଇଥିବା ବେଳେ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ଅନୁରୂପ ଭାବେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପ୍ରକାଶଥାଉ କି କେନ୍ଦ୍ରାପଡ଼ା ବ୍ଲକ ଶିକ୍ଷାଧିକାରିଣୀ ଗୀତାଞ୍ଜଳି ସାହୁ, ଟାଙ୍ଗୀ ବ୍ଲକ ଶିକ୍ଷାଧିକାରିଣୀ ବନଲତା ବେହେରା ଏବଂ ଖୋର୍ଦ୍ଧା ବ୍ଲକ ଶିକ୍ଷାଧିକାରିଣୀ ସନ୍ଧ୍ୟାରାଣୀ ରାଉତ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭାବେ ପଦୋନ୍ନତି ପାଇ ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ(ପିଷ୍ଟା), ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଏବଂ ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ନେତା ଜ୍ୟୋତି ରଞ୍ଜନ ଦାଶ,…
Read More