ସ୍ବର୍ଗତ ଭବାନୀ ଦାଶଙ୍କ ଦ୍ଵାଦଶାହରେ ଶ୍ରଦ୍ଧା ନିବେଦନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ରାଜନୀତିର ଜଣେ ବିଚକ୍ଷଣ ରାଜନୀତିଜ୍ଞ, ବରିଷ୍ଠ ସାମ୍ବାଦିକ, ସ୍ପଷ୍ଟବାଦୀ, ନିର୍ଭୀକ, କ୍ରାନ୍ତିକାରୀ ବ୍ୟକ୍ତିତ୍ଵ ତଥା ନୟାଗଡ଼ ଏନଏସିର ତତ୍କାଳୀନ ନଗରପାଳ ଭବାନୀ ଶଙ୍କର ଦାଶଙ୍କ ଦ୍ଵାଦଶାହରେ ତାଙ୍କ ପୁରୁଣା ସହରସ୍ଥିତ ବାସଭବନ ଠାରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ଦାଶଙ୍କ ବଡପୁଅ ନାଗଭୂଷଣ ଦାଶ ଓ ସାନପୁଅ ନୀଳକଣ୍ଠ ଦାଶଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ସ୍ମୃତିସଭା କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ମାଧବ ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରବି ମିଶ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ, କମ୍ରେଡ ବିଶ୍ବନାଥ ମହାପାତ୍ର, ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ,…

Read More

ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ପ୍ରସ୍ତାବିତ ବିକ୍ଷୋଭ ତଥା ଗଣଧାରଣା ସ୍ଥଗିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ-ପାକିସ୍ଥାନ ଯୁଦ୍ଧ ପରିପ୍ରେକ୍ଷୀରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ୧୧ ତାରିଖରେ ନୟାଗଡ଼ ଟାଉନ ରେଳ ଷ୍ଟେସନରେ ହେବାକୁ ଥିବା ବିକ୍ଷୋଭ ତଥା ଗଣଧାରଣାକୁ ସ୍ଥଗିତ ରଖା ଯାଇଛି।ପରିସ୍ଥିତି ସ୍ୱାଭାବିକ ହେଲେ ପୁନର୍ବାର ଆନ୍ଦୋଳନ କରାଯିବ ବୋଲି ନାଗରିକ ମଞ୍ଚ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ  ନୟାଗଡ଼ରୁ ହାୱଡ଼ା ଏବଂ ବାଙ୍ଗାଲୋରକୁ ରେଳ ସଂଯୋଗ କରାଯିବା, ଦଶପଲ୍ଲାରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନ (ନଂ ୧୮୪୨୩/୧୮୪୨୪)କୁ କଟକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ଦଶପଲ୍ଲାରୁ ପୁରୀ ଯାଉଥିବା ପାସେଞ୍ଜର ଟ୍ରେନ(ନଂ ୬୮୪୪୯/୫୦)କୁ ବଦଳାଇ ମେମୁ ଟ୍ରେନ ପ୍ରଚଳନ କରିବା, ଚଳାଚଳ କରୁଥିବା ଟ୍ରେନ ଗୁଡ଼ିକର ବଗି ସଂଖ୍ୟା ବୃଦ୍ଧି କରିବା, ରେଳ ଷ୍ଟେସନରେ ଆଉ ଏକ ଟିକେଟ କାଉଣ୍ଟର ଖୋଲିବା କିମ୍ବା ନୂତନ କରି…

Read More

ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ରାଜ୍ୟପାଳଙ୍କ ଦ୍ଵାରା ପୁରସ୍କୃତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସେବା ତଥା ଶୃଙ୍ଖଳା ର ପ୍ରତୀକ ସମଗ୍ର ବିଶ୍ୱର ବୃହତ୍ତମ ଅନୁଷ୍ଠାନ ହେଉଛି ସ୍କାଉଟ ଗାଇଡ । ଦୀର୍ଘ ୩ବର୍ଷ ଧରି ନିଜର ସେବା ଓ ଶୃଙ୍ଖଳାର ଗୋଟିଏ ପରେ ଗୋଟିଏ ବ୍ୟେଚ ଧାରଣ କରିସାରିଲା ପରେ ଶେଷରେ ଦିଅନ୍ତି ରଜ୍ୟ ପୁରସ୍କର ପରୀକ୍ଷା। ରାଜ୍ୟ ପୁରସ୍କାର ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀମାନଙ୍କୁ ରାଜ୍ୟପାଳ ଦିଅନ୍ତି ସାର୍ଟିଫିକେଟ। ଆଜି ଥିଲା ଓଡ଼ିଶା ଭାରତ ସ୍କାଉଟ ଗାଇଡ ର ରାଜ୍ୟ ପୁରସ୍କାର ଉତ୍ସବ । ପ୍ରତି ଜିଲ୍ଲା ଭଳି ନୟାଗଡ ଜିଲ୍ଲାର ୨ଜଣ କବ ଓ ବୁଲ ବୁଲ ଏବଂ ୨ଜଣ ସ୍କାଉଟ ଓ ଗାଇଡ ନୟାଗଡ ଜିଲ୍ଲା ତରଫରୁ ରାଜ୍ୟପାଳଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ସେମାନେ ହେଲେ କବ୍ ବିଭାଗରୁ ଆଶୁତୋଷ ପରିଡ଼ା ଯେକି କଳିଙ୍ଗ ଭାରତୀ ବିଦ୍ୟାନିକେତନ କନ୍ଧ ନୟାଗଡ ରଣପୁରର…

Read More

ଅପରେସନ “SINDOOR”ର ସଫଳତା ପରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରଣପୁର ବିଜେପି କର୍ମୀ

ରଣପୁର, (ନୟାଗଡ଼ ଦର୍ପଣ): ଅପରେସନ SINDOOR ର ସଫଳତା ପରେ ରଣପୁରରେ ବିଜେପି କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବନ୍ଦେ ମାତରମ, ମୋଦି ଜି ଆଗେ ବଢ଼ୋ ଦେଶ୍ ଆପକେ ସାଥ ହେ ସ୍ଲୋଗାନରେ କମ୍ପିଲା ରଣପୁର ଦାଣ୍ଡ । ଶତାଧିକ ବିଜେପି କର୍ମୀ ରଣପୁର ଜଗନ୍ନାଥ ମନ୍ଦିର ଠାରୁ ବାହାରି ସ୍ଲୋଗାନ ଦେଇ ଶହୀଦ ରଘୁ ଦିବାକରଙ୍କ ମଣ୍ଡପ ଠାରେ ପହଞ୍ଚିଥିଲେ।  ରଘୁ ଦିବାକରଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଉପସ୍ଥିତ ରହି “ZERO TOLERANCE TO TERRORISM” ର ସଂକଳ୍ପ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ପରେଶ ମିଶ୍ର, ନିର୍ମଳ ମତ୍ତଗଜସିଂହ, ଗଣେଶ୍ୱର ମାନ୍ଧାତା, ଗୋପାଳପୁର ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର, ରାଜସୁନାଖଳା ମଣ୍ଡଳ ସଭାପତି ଜୟନ୍ତ କୁମାର ନାୟକ, ରଣପୁର ନଗର ମଣ୍ଡଳ…

Read More

‘ଅପରେସନ ସିନ୍ଦୁର’କୁ ନେଇ ଭାରତୀୟ ସେନାଙ୍କ ଗୁଣଗାନ

ନୂଆଗାଁ, (ନୟାଗଡ଼ ଦର୍ପଣ): ଭାରତୀୟ ସେନାର ‘ଅପରେସନ ସିନ୍ଦୁର’କୁ ସମର୍ଥନ କରି ନୂଆଗାଁ ମଣ୍ଡଳ ବିଜେପି କାର୍ଯ୍ୟକର୍ତାମାନେ ମହୀପୁର ଛକରେ ବୀର ଭାରତୀୟ ସେନାଙ୍କ ଗୁଣଗାନ କରିବା ସହ ତିନି ସେନାର ସୈନିକଙ୍କ ମନ ବଳ ବୃଦ୍ଧି ନିମିତ୍ତ ଏକ ସାଧାରଣ  ନାରାବାଜି କରି ବୀର ଯବାନଙ୍କୁ ସମର୍ଥନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନୂଆଗାଁ ମଣ୍ଡଳ ସାଧାରଣ ସମ୍ପାଦକ ରତ୍ନାକର ପ୍ରଧାନ, ଉପ ସଭାପତି ବିଜୟ କୁମାର ପାତ୍ର, ଯୁବମୋର୍ଚ୍ଚା କାର୍ଯ୍ୟକର୍ତା ଦେଶପ୍ରେମୀ ପରମେଶ୍ୱର ସାହୁ, ଜୋତି ରଞ୍ଜନ ସାହୁ ଓ ସମାଜ ସେବୀ ରାଜ କିଶୋର ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Read More

୧୬ରୁ ଗ୍ରୀଷ୍ମକାଳୀନ ଚେସ ପ୍ରଶିକ୍ଷଣ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ଅଲ ଓଡ଼ିଶା ଚେସ ଆସୋସିଏସନ, ଭୁବନେଶ୍ୱର ଏବଂ ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନର ମିଳିତ ସହଯୋଗରେ ଚଳିତ ମାସ ୧୬ ତାରିଖରୁ ଗ୍ରୀଷ୍ମକାଳୀନ ଚେସ ପ୍ରଶିକ୍ଷଣ ଶିବିର ଏନଏସି ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହେବ। ସମ୍ପୂର୍ଣ୍ଣ ଦେୟମୁକ୍ତ ଏହି ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଅଂଶ ଗ୍ରହଣ କରିପାରିବେ। ଦୀର୍ଘ ୧୨ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଶିକ୍ଷଣ ପାଇଁ ପିଲାମାନଙ୍କୁ ପ୍ରବେଶିକା ଫିସ ବାବଦରେ କେବଳ ଦୁଇଶହ ଟଙ୍କା ବ୍ୟତୀତ ଅନ୍ୟ କୌଣସି ଅତିରିକ୍ତ ଫିସ ଦେବାକୁ ପଡ଼ିବ ନାହିଁ। ଏ ନେଇ ଆଜି ଜିଲ୍ଲା ଚେସ ଆସୋସିଏସନ ପକ୍ଷରୁ ସ୍ଥାନୀୟ କେସି କ୍ଳବ ସଭାଗୃହରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ…

Read More

ଲାଠିପଡାରେ କାର୍ଲମାର୍କ୍ସ ଜୟନ୍ତୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ପୃଥିବୀ ସାମ୍ରାଜ୍ୟବାଦ, ଉପନିବେଶବାଦ ଓ ପୁଞ୍ଜିବାଦର ଦଂଶନରେ ତ୍ରାହି ତ୍ରାହି ଡାକୁଥିଲା ବେଳେ ସର୍ବହରା ଶ୍ରେଣୀ ମୁକ୍ତିମନ୍ତ୍ରର ଉଦଗାତା କାର୍ଲମାର୍କ୍ସ ୧୮୧୮ମସିହା ମଇ୫ତାରିଖରେ ଜର୍ମାନୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କରି ଲେଖା କମ୍ୟୁନିଷ୍ଟ ଇସ୍ତାହାର ଓ ଦାସ୍ କ୍ୟାପିଟାଲ ସାରା ବିଶ୍ୱରେ ନିପୀଡିତ ଶ୍ରେଣୀର ମୁକ୍ତି ଆନ୍ଦୋଳନକୁ ଚଳଚଞ୍ଚଳ କରିଥିଲା ଏବଂ ପ୍ୟାରିକମ୍ୟୁନ୍, ଆମେରିକା ଚିକାଗୋର ଶ୍ରମିକ ଆନ୍ଦୋଳନ, ଋଷ୍ ବିପ୍ଳବ, ଭାରତର ସ୍ଵାଧୀନତା ସଂଗ୍ରାମରେ ମାର୍କସବାଦ ମୁଖ୍ୟ ଚାଳିକାଶକ୍ତି ଭାବରେ କାର୍ଯ୍ୟ କରିଥିଲା ବୋଲି ବର୍ଣ୍ଣନା କରି ଆସନ୍ତା ମଇ୨୦ ହରତାଳକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ ସିଆଇଟିୟୁ ନେତା ବିଶ୍ଵନାଥ ମହାପାତ୍ର। କମ୍ରେଡ ଜଗବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଳନରେ ଶ୍ରମିକ ନେତା ପବିତ୍ର ଇନ୍ଦ୍ରଜିତ, ତ୍ରିଲୋଚନ ପ୍ରଧାନ ପ୍ରମୁଖ ମଇ୨୦ ସାଧାରଣ ଧର୍ମଘଟକୁ ସଫଳ କରିବାପାଇଁ ଆହ୍ୱାନ ଦେଇଥିଲେ।…

Read More

ରଣପୁରରେ ଚାଇଲଡ଼ି ଟ୍ରାକିଙ୍ଗ ସର୍ଭେ କାର୍ଯ୍ୟ ପରିଦର୍ଶନ କଲେ ଯୁଗ୍ମ ନିର୍ଦ୍ଦେଶିକା

ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ଚାଲିଥିବା ଚାଇଲଡ଼ି ଟ୍ରାକିଙ୍ଗ ସର୍ଭେ (CTS) କାର୍ଯ୍ୟର ବ୍ୟବସ୍ଥାପନା ଓ  ପ୍ରଗତିକୁ ନିଜେ ଘୁରି ଦେଖିଲେ ରାଜ୍ୟ ସରକାରଙ୍କ ଯୁଗ୍ମ ନିର୍ଦ୍ଦେଶିକା ରାଜଶ୍ରୀ ପଟ୍ଟନାୟକ | ଏହି ପରିଦର୍ଶନ ସମୟରେ ନୟାଗଡ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ବନଲତା ବେହେରା ଓ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ, ସାଧନ କେନ୍ଦ୍ର ସଂଯୋଜକ ପବିତ୍ର ମୋହନ ସାମନ୍ତରାୟ ମଧ୍ୟ ଉପସ୍ଥିତ ରହି ସ୍ଥାନୀୟ ଅଞ୍ଚଳରେ ହେଉଥିବା ସର୍ଭେ କାର୍ଯ୍ୟକୁ ନିରୀକ୍ଷଣ କରିଥିଲେ। ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ପଟ୍ଟନାୟକ ଏହି ବିଷୟରେ ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ସହିତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ସେମାନେ ଏହି କାର୍ଯ୍ୟକୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ସଂପର୍କିତ ଉଦ୍ୟମ ବୋଲି…

Read More

ବିଶ୍ୱ ହାସ୍ୟ ଦିବସ: ଜ୍ଞାନ ହୋତା ପାଇଲେ ଚଳିତବର୍ଷ ଉତ୍କଳ ଘଣ୍ଟ ହାସ୍ୟରସିକ ଉପାୟନ

ନୟାଗଡ଼,(ନୟାଗଡ଼ ଦର୍ପଣ) :ମଇ ମାସର ପ୍ରଥମ ରବିବାରକୁ ବିଶ୍ୱ ହାସ୍ୟ ଦିବସ ରୂପେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ବିଶ୍ବ ହାସ୍ୟ ଦିବସ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ନୟାଗଡ଼ ପୁରୁଣାସହର ଜଗନ୍ନାଥ ମନ୍ଦିର ସାମନା ଯଦୁମଣି ମଣ୍ଡପଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ ଏବଂ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବୋଲଗଡ଼ ଏକ୍ସପ୍ରେସ ବ୍ରଜ ସୁବୁଦ୍ଧି,ଡ.କୁଳାଙ୍ଗାର, ଶ୍ରୀଯୁକ୍ତ ସତ୍ୟାନାଶ, ଡ. ରମାକାନ୍ତ ମହାପାତ୍ର,ରବୀନ୍ଦ୍ର ରାଉତ, ମିଷ୍ଟର କାଳିଆ,ଆର୍ତ୍ତତ୍ରାଣ,ବାଳକୃଷ୍ଣ,…

Read More

ମାଟ୍ରିକ ଏ-୧ ଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାଟ୍ରିକ ପରୀକ୍ଷାରେ ଏନଏସି ହାଇସ୍କୁଲର ୫୬୦ ନମ୍ବର ରଖି ଏ-୧ ପାଇଥିବା ଛାତ୍ରୀ ପିଙ୍କି କୁମାରୀ ସିଂଙ୍କୁ ବିଦ୍ୟାଳୟ ପକ୍ଷରୁ ଉଚ୍ଛ୍ଵର୍ସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏଥି ସହିତ ଏ-୨ ପାଇଥିବା ଅନ୍ୟ ୫ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଏହି ଛାତ୍ରଛାତ୍ରୀ ମାନେ ହେଲେ ଐଶ୍ୱର୍ଯ୍ୟା ପ୍ରଧାନ,ଶୁଭମ ମୁଦୁଲି,ପ୍ଲାଜା ରାଣୀ ପାତ୍ର,ଶୁଭଶ୍ରୀ ଶୁଭସ୍ମିତା ମହାପାତ୍ର ଏବଂ ଆୟୁଷ କୁମାର। ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ସେମାନଙ୍କୁ ଫୁଲତୋଡ଼ା ଏବଂ ମିଠା ଖୁଆଇ ସମ୍ବର୍ଦ୍ଧିତ କରିଥିବା ବେଳେ ବରିଷ୍ଠ ଶିକ୍ଷକ ପ୍ରଦୀପ୍ତ ଡାକୁଆ, ପୂର୍ଣ୍ଣିମା ତ୍ରିପାଠୀ, ସୁଚିତ୍ରା ଦେବୀ, ରୋଜାଲିନ ମିଶ୍ର, ଜ୍ୟୋତିର୍ମୟୀ ରଥ, ଉମାକାନ୍ତ ମିଶ୍ର, କାଦମ୍ବିନୀ କରଣ, ସୌଦାମିନୀ ପ୍ରଧାନ, ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ସୂଚନା ଯୋଗ୍ୟ ଯେ ଏନଏସି ହାଇସ୍କୁଲର…

Read More