ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ-ପାକିସ୍ଥାନ ଯୁଦ୍ଧ ପରିପ୍ରେକ୍ଷୀରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ୧୧ ତାରିଖରେ ନୟାଗଡ଼ ଟାଉନ ରେଳ ଷ୍ଟେସନରେ ହେବାକୁ ଥିବା ବିକ୍ଷୋଭ ତଥା ଗଣଧାରଣାକୁ ସ୍ଥଗିତ ରଖା ଯାଇଛି।ପରିସ୍ଥିତି ସ୍ୱାଭାବିକ ହେଲେ ପୁନର୍ବାର ଆନ୍ଦୋଳନ କରାଯିବ ବୋଲି ନାଗରିକ ମଞ୍ଚ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ନୟାଗଡ଼ରୁ ହାୱଡ଼ା ଏବଂ ବାଙ୍ଗାଲୋରକୁ ରେଳ ସଂଯୋଗ କରାଯିବା, ଦଶପଲ୍ଲାରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନ (ନଂ ୧୮୪୨୩/୧୮୪୨୪)କୁ କଟକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ଦଶପଲ୍ଲାରୁ ପୁରୀ ଯାଉଥିବା ପାସେଞ୍ଜର ଟ୍ରେନ(ନଂ ୬୮୪୪୯/୫୦)କୁ ବଦଳାଇ ମେମୁ ଟ୍ରେନ ପ୍ରଚଳନ କରିବା, ଚଳାଚଳ କରୁଥିବା ଟ୍ରେନ ଗୁଡ଼ିକର ବଗି ସଂଖ୍ୟା ବୃଦ୍ଧି କରିବା, ରେଳ ଷ୍ଟେସନରେ ଆଉ ଏକ ଟିକେଟ କାଉଣ୍ଟର ଖୋଲିବା କିମ୍ବା ନୂତନ କରି ସ୍ଥାପିତ ହୋଇଥିବା ଟିକେଟ ଭେଣ୍ଡିଂ ମେସିନରେ କର୍ମଚାରୀ ନିଯୁକ୍ତି କରିବା ଆଦି ବିଭିନ୍ନ ଦାବି ନେଇ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଆନ୍ଦୋଳନ ପାଇଁ ଚେତାବନୀ ଦିଆ ଯାଇଥିଲା।
Related posts
-
ଇଟାମାଟିରେ ସାଇ ସିଦ୍ଧି ଫାଉଣ୍ଡେସନ ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ
ଇଟାମାଟି, (ନୟାଗଡ଼ ଦର୍ପଣ): ସାଇସିଦ୍ଧି ଫାଉଣ୍ଡେସନ ତରଫରୁ ଆୟୋଜିତ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର ନୟାଗଡ଼ ବ୍ଲକ ଇଟାମାଟି ଇଣ୍ଡୋର ଷ୍ଟାଡିୟମ୍... -
ରଥଯାତ୍ରାରେ ଚିନ୍ମୟ ମିଶନ ପକ୍ଷରୁ ହାଲୁଆ ବଣ୍ଟନ କରାଯିବ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ରଥଯାତ୍ରା ଅବସରରେ ନୟାଗଡ଼ ଚିନ୍ମୟ ମିଶନ ଶାଖା ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ହାଲୁଆ ବଣ୍ଟନ କରାଯିବ। ଏ ନେଇ... -
ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଦୈନିକ ଖବର କାଗଜର ଶିରୋନାମା ପାଲଟୁଛି ଅସଦାଚରଣ, ଦୁଷ୍କର୍ମ, ଅପହରଣ ଓ ହତ୍ୟା ଘଟଣା
June 24, 2025 Jajati Comments Off on ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଦୈନିକ ଖବର କାଗଜର ଶିରୋନାମା ପାଲଟୁଛି ଅସଦାଚରଣ, ଦୁଷ୍କର୍ମ, ଅପହରଣ ଓ ହତ୍ୟା ଘଟଣାନୟାଗଡ଼, (ନୟାଗଡ଼ ଦର୍ପଣ) : ରାଜ୍ୟରେ ଛାତ୍ରୀଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ରାଜ୍ୟ...