ଦଶପଲ୍ଲା, (ନୟାଗଡ଼ ଦର୍ପଣ): ରକ୍ତଦାନ ମହାପୁଣ୍ୟ ଓ ରକ୍ତଦାନ ଜୀବନ ଦାନ। ଆଜିର ଦିନରେ ସମଗ୍ର ଓଡ଼ିଶାରେ ରକ୍ତ ହୀନତା ଜନିତ ରୋଗୀ, ମାତୃତ୍ଵ ଲାଭ କରୁଥିବା ମହିଳା, ଜୀବନର ଅପରାହ୍ନରେ ଉପନୀତ ବ୍ୟକ୍ତି, ସିକଲିନ୍ ପୀଡିତ ରୋଗୀ, ଦୁରାରୋଗ୍ୟ ବ୍ୟାଧିରେ ପୀଡିତ ରୋଗୀ ଓ ଅପ୍ରତ୍ୟାଶିତ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିମାନଙ୍କ ପାଇଁ ରକ୍ତର ଆବଶ୍ୟକତା ଥିବା ବେଳେ ସଠିକ୍ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ରହୁଛି । ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପୂରଣକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ଅଗ୍ରଣୀ ସେବା ସଂଗଠନ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ଓ ଆମ ଓଡିଶା ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ମଣୀନାଗ ବହୁମୁଖୀ ଜୁନିୟର ମହାବିଦ୍ୟାଳୟ ଟାକରା ପରିସରରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ସମୁଦାୟ ୨୨ୟୁନିଟ…
Read MoreYear: 2025
ନୟାଗଡ଼ କ୍ଳବ୍ ତରଫରୁ ରାସ୍ତା ପାର୍ଶ୍ୱରେ ଲିମ୍ବ ଓ ମହାଲିମ୍ବ ବୃକ୍ଷ ରୋପଣ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟ ଲେଖନପୁର ସ୍ଥିତ ନୟାଗଡ଼ କ୍ଳବ୍ ପରିସରକୁ ଲାଗି ଯାଇଥିବା ରାସ୍ତାର ଦକ୍ଷିଣ ପାର୍ଶ୍ୱରେ କ୍ଳବ୍ ତରଫରୁ ବହୁ ଔଷଧୀୟ ଗୁଣର ଅଧିକାରୀ ଲିମ୍ବ ଓ ମହାଲିମ୍ବ ଗଛ ରୋପଣ କରାଯାଇଛି। ଏହି ଗଛ ଗୁଡିକ ପରିବେଶକୁ ଶୁଦ୍ଧ କରିବା ସହିତ ବହୁ ରୋଗ ଜୀବାଣୁକୁ ନଷ୍ଟ କରିଥାଏ। କାଛୁକୁଣ୍ଡିଆ ଠାରୁ ଆରମ୍ଭ କରି ବିଭିନ୍ନ ଚର୍ମ ରୋଗ ପାଇଁ ଏହି ଗଛର ଉପକାରିତାକୁ ଦୃଷ୍ଟିରେ ରଖି କ୍ଳବ୍ ତରଫରୁ ଏହି ଗଛ ଗୁଡିକୁ ରୋପଣ କରାଯାଉଥିବା ବିଷୟରେ କ୍ଳବ୍ ସଂପାଦକ ଶ୍ରୀଧର ସାହୁ ମତବ୍ୟକ୍ତ କରିଛନ୍ତି। ସଂପାଦକ ଶ୍ରୀଯୁକ୍ତ ସାହୁଙ୍କ ସଂଯୋଜନାରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ କ୍ଳବ୍ ସଭାପତି ପ୍ରାଧ୍ୟାପକ ଅଶୋକ କୁମାର ନାୟକ, ଉପସଭାପତି ଶରତଚନ୍ଦ୍ର ଆଚାର୍ଯ୍ୟ, ଯୁଗ୍ମ ସଂପାଦକ ପ୍ରକାଶ ଚନ୍ଦ୍ର ଷଡଙ୍ଗୀ, ବରିଷ୍ଠ ସଦସ୍ଯ…
Read Moreନୟାଗଡ଼ ଇନର୍ ହୁଇଲ କ୍ଲବ ପକ୍ଷରୁ “ବିଶ୍ଵ ଜନସଂଖ୍ୟା ଦିବସ” ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ଵ ଜନସଂଖ୍ୟା ଦିବସ ଉପଲକ୍ଷେ ଇନର ହୁଇଲ କ୍ଲବ ପକ୍ଷରୁ ତ୍ରିନାଥ ଛକ ନିକଟସ୍ଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲବର ସଭାପତି ସ୍ନିଗ୍ଧାରାଣୀ ପଟ୍ଟନାୟକ, ସମ୍ପାଦକ ରଶ୍ମିତା ଚୌଧୁରୀ, ଏଡିଟର ମମତାଜ ବେଗମ ତତ୍ ସହିତ କ୍ଳବର ସମସ୍ତ ସଦସ୍ୟାଙ୍କ ଉପସ୍ଥିତିରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତି ରହିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଶ୍ଵ ଜନସଂଖ୍ୟା ଦିବସକୁ ନେଇ ଏକ ତର୍କ ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ପ୍ରତିଯୋଗିତା ସଭାରେ ବିଦ୍ୟାଳୟର ଶିକ୍ଷକ ପ୍ରଦୀପ ମହାପାତ୍ର ସମ୍ପର୍ଣ୍ଣ ରୁପେ ସହଯୋଗ କରି ନୟାଗଡ଼ ଇନର ହୁଇଲ କ୍ଲବର ସଦସ୍ୟମାନଙ୍କ ଏହିପରି କାର୍ଯ୍ୟକୁ ଭୁରିଭୁରି ପ୍ରଶଂଶା କରିଥିଲେ। ପରିଶେଷରେ…
Read Moreରୋହିବାଙ୍କ ବିଦ୍ୟାଳୟରେ ବନ ମହୋତ୍ସବ ଓ ‘ଚରକ’ ଔଷଧୀୟ ବଗିଚା ଉନ୍ମୋଚନ
ଓଡଗାଁ, (ନୟାଗଡ଼ ଦର୍ପଣ): ପ୍ରାକୃତିକ ଔଷଧୀୟ ବୃକ୍ଷର ଦୈନନ୍ଦିନ ଜୀବନରେ ମନୁଷ୍ୟ ପାଇଁ ଦରକାରିତା ଓ ଶରୀର ପ୍ରତି ପାର୍ଶ୍ଵ ପ୍ରତିକ୍ରିୟା କାରି ଭେଷଜ ଔଷଧ ଠାରୁ ଦୂରରେ ରହିବାପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ରେ ବୃକ୍ଷ ରୋପଣ ସାଙ୍ଗକୁ “ଚରକ” ଔଷଧୀୟ ବଗିଚା ଉନ୍ମୋଚନ ହୋଇସାରିଛି। ଏଥିରେ ମୁଖ୍ୟ ଅତିଥିଭାବେ ଓଡଗାଁ ବ୍ଲକରେ ନୂତନ ଭାବେ ଯୋଗଦେଇଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ, ସମ୍ମାନିତ ଅତିଥିଭାବେ ଓଡଗାଁ ଫରେଷ୍ଟର ସୌମ୍ୟ ରଞ୍ଜନ ଦଳେଇ ଓ ଦିପ୍ତିମୟୀ ରାଉତ, କୋମଣ୍ଡ ସାଧନ କେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ ଓ ମୁଖ୍ୟ ଅତିଥି ଶ୍ରୀ ସାହୁଙ୍କ ଦ୍ୱାରା ପ୍ରଥମେ…
Read Moreପରମାନନ୍ଦ ମହାବିଦ୍ୟାଳୟରେ ଗୁରୁ ପୂର୍ଣ୍ଣିମା
ବୋଲଗଡ଼, (ନୟାଗଡ଼ ଦର୍ପଣ): ବୋଲଗଡ଼ ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ନିରାଡ଼ମ୍ବର ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । କଲେଜର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତଃ ଭାସ୍କର ମହାପାତ୍ରଙ୍କ ସ୍ମୃତି ଚାରଣ ପୂର୍ବକ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଗୁରୁପୂର୍ଣ୍ଣିମା ମହତ୍ତ୍ୱ ସମ୍ପର୍କିତ ଆଲୋଚନା ଆଧାରରେ ମହାବିଦ୍ୟାଳୟର ଅଧ୍ୟାପକ ମାନେ ନିଜ ନିଜର ଭାବନାକୁ ଉପସ୍ଥାପନ କରିଥିଲେ। ଅଧ୍ୟକ୍ଷ ମହୋଦୟ ଭଗବାନ କୃଷ୍ଣ ଏବଂ ସନ୍ଦିପନି ଋଷିଙ୍କ ସଂପର୍କିତ ମାର୍ମିକ ବାଣୀରେ ପରିବେଶକୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ପରେପରେ ଅଧ୍ୟାପିକା ଗାୟତ୍ରୀ ପଟ୍ଟନାୟକ, ଅଧ୍ୟାପିକା ଅନୁସୟା ପୃଷ୍ଟି, ଅଧ୍ୟାପକ ରଞ୍ଜନ କୁମାର ଦାଶ, ଅଧ୍ୟାପକ ଗାନ୍ଧୀ କୁମାର ସାହୁ, ଅଧ୍ୟାପକ ଆଲୋକ କୁମାର ଦାସ, ଅଧ୍ୟାପକ ମିନୁସ ମଲ୍ଲିକ, ପଦାର୍ଥ ବିଜ୍ଞାନ ବିଭାଗର ରାଜ କିଶୋର ସାହୁ ମଧ୍ୟ ସେମାନଙ୍କ…
Read Moreବାପାଙ୍କ ମୃତ ଶରୀରକୁ ଛାତ୍ରଛାତ୍ରୀଙ୍କ ପାଇଁ କଟକ ମେଡିକାଲ କଲେଜକୁ ଦାନ କଲେ ପୁଅ ଇନ୍ଦ୍ରଜିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ମନୁଷ୍ୟର ମୃତ୍ୟୁ ଘଟିଲେ ଅନ୍ତିମ ସଂସ୍କାର କରିବାର ପ୍ରଥା ପୂର୍ବପୁରୁଷରୁ ରହି ଆସିଛି। ଆଜି ବି ସମସ୍ତେ ଏହାକୁ ପାଳନ କରି ଆସୁଛନ୍ତି, କିନ୍ତୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଶରଣକୁଳ କଟରାଝରୀ ଗ୍ରାମର କୃଷକ ନେତା ପବିତ୍ର କୁମାର ଇନ୍ଦ୍ରଜିତ୍ ଭିନ୍ନ କିଛି ଉଦାହରଣ ସୃଷ୍ଟି କରିଛନ୍ତି। ପବିତ୍ରଙ୍କ ପିତା ହଜାରୀ ବରାଡ଼ଙ୍କ (୮୬) ବର୍ଷ ବୟସରେ ମୃତ୍ୟୁ ହେବା ପରେ ପିତାଙ୍କ ମର ଶରୀରକୁ ଗାଁ ଶ୍ମଶାନରେ ଦାହ ନ କରାଇ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ କଟକସ୍ଥିତ ଏସ୍ସିବି ମେଡିକାଲ କଲେଜକୁ ପ୍ରଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଦିନକୁ ଦିନ ବିଭିନ୍ନ ରୋଗରେ ଯୁବକ ଓ ଯୁବତୀମାନେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ମେଡିକାଲ କଲେଜ ଛାତ୍ରଛାତ୍ରୀ ପରୀକ୍ଷା-ନିରୀକ୍ଷା କରି ରୋଗର ନିରାକରଣ ଜାଣିବା…
Read Moreଅସମ୍ପୁର୍ଣ୍ଣ ରାସ୍ତାକୁ ସମ୍ପୁର୍ଣ୍ଣ କରିବା ପାଇଁ ସରକାରଙ୍କ ନିକଟରେ ଦାବି କଲେ ଗୁଡୁପାଙ୍ଗିବାସୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ବହୁଚର୍ଚ୍ଚିତ ବଳଭଦ୍ରପୁର – ଢ଼ିପାମାଳ ରାସ୍ତା ପ୍ରସଙ୍ଗରେ ଆଜି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ପୂର୍ବାହ୍ନରେ ଗୁଡୁପାଙ୍ଗି – ଢ଼ିପାମାଳ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ସଂଲଗ୍ନ ତିନିବାଙ୍କ ପଡିଆଠାରେ ଗୁଡୁପାଙ୍ଗି ମୌଜାର ପୁରୁଷ ଓ ମହିଳା ଏକତ୍ରିତ ହୋଇ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଦାୟିତ୍ବହୀନ ମନ୍ତବ୍ୟକୁ ନିନ୍ଦା କରିବାସହ ଅସମ୍ପୁର୍ଣ୍ଣ ରାସ୍ତାକୁ ସମ୍ପୁର୍ଣ୍ଣ କରିବା ପାଇଁ ସରକାରଙ୍କ ନିକଟରେ ଦାବି ରଖିଥିଲେ। ସରକାରୀ ଅଧିକାରୀଙ୍କ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମନ୍ତବ୍ୟ ଗ୍ରାମ-ଗ୍ରାମ ମଧ୍ୟରେ ବିବାଦର କାରଣ ବୋଲି ଗ୍ରାମବାସୀମାନେ ମତବ୍ୟକ୍ତ କରିଥିଲେ। ଗୁଡୁପାଙ୍ଗି ସହିତ ୧୭ଖଣ୍ଡ ମୌଜା ରାସ୍ତା ବିବାଦର କୌଣସି ସମାଧାନର ସୂତ୍ର ଏ ପର୍ଯ୍ଯନ୍ତ ବାହାରିନଥିବା ବେଳେ ସରକାରଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସାଧାରଣରେ ଆଲୋଚନା ହେଉଛି। ପ୍ରକାଶ ଥାଉକି ୨୦୨୩ ମସିହାରେ ତତ୍କାଳୀନ…
Read Moreଓଡ଼ିଶା ଡ୍ରାଇଭର ମହାସଂଘର ସାତ ଦଫା ସମ୍ବଳିତ ଦାବିକୁ ନୟାଗଡ ଜିଲ୍ଲା କଂଗ୍ରେସ୍ କମିଟିର ସମର୍ଥନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନୟାଗଡ ଠାରେ ଆନ୍ଦୋଳନକାରୀ ଡ୍ରାଇଭରମାନଙ୍କୁ ଅଖିଳ ଭାରତ କଂଗ୍ରେସ୍ କମିଟି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲୁ ନୟାଗଡ ଗସ୍ତ ସମୟରେ ଧାରଣ ସ୍ଥଳକୁ ଯାଇ ଆନ୍ଦୋଳନରତ ଗାଡ଼ିବଚାଳକ ମାନଙ୍କୁ ଭେଟି ସେମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ ୭ ଦଫା ସମ୍ବଳିତ ଦାବିପତ୍ରକୁ ସମର୍ଥନ କରିଥିଲେ। ସେମାନଙ୍କଠୁ ଦାବିପତ୍ର ଗ୍ରହଣ କରି ପ୍ରତିଶ୍ରୁତି ଦେଇଥିଲେ ଯେ ଆଗାମୀ ବିଧାନସଭା ସମୟରେ କଂଗ୍ରେସ ବିଧାୟକ ଦଳ ପକ୍ଷରୁ ବିଧାନସଭାରେ ଉପସ୍ଥାପନା କରିଯିବା। ଏହି ଆନ୍ଦୋଳନ ସ୍ଥଳରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି, ସାଧାରଣ ସମ୍ପାଦକ ୟାସିର ନୱାଜ୍, ନୟାଗଡ଼ ଜିଲ୍ଲା କଂଗ୍ରେସ୍ କମିଟି ସଭାପତି ସତ୍ୟବ୍ରତ ନାୟକ, ପୂର୍ବତନ ସାଂସଦ ନକୁଳ ନାୟକ, ପୂର୍ବତନ ସଭପତି ରଞ୍ଜିତ ଦାସ,…
Read Moreକେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ, ସଂଯୁକ୍ତ କିସାନ ମୋର୍ଚ୍ଚା ଓ ସ୍ଵାଧୀନ ଫେଡରେଶନ ମାନଙ୍କର ମିଳିତ ଆହ୍ବାନ କ୍ରମେ ଦଶପଲ୍ଲାରେ ଧର୍ମଘଟ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ, ସଂଯୁକ୍ତ କିସାନ ମୋର୍ଚ୍ଚା ଓ ସ୍ଵାଧୀନ ଫେଡରେଶନ ମାନଙ୍କର ମିଳିତ ଆହ୍ବାନ କ୍ରମେ ଦେଶବ୍ୟାପୀ ସାଧାରଣ ଧର୍ମଘଟ ପରିପ୍ରେଖିରେ ଆଜି ଦଶପଲ୍ଲାରେ ଶହ ଶହ କର୍ମୀ ଦଶପଲ୍ଲା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ବିଭିନ୍ନ ସ୍ଲୋଗାନ ମାନ ଦେବା ସହ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଶ୍ରମିକ ନେତା ବରିଷ୍ଠ ଆଇନଜୀବି ଶରତ ଚନ୍ଦ୍ର ବେହେରା, ଆଦିବାସୀ ନେତା ଶ୍ରୀନିବାସ ଜାନୀ, ମଧ୍ୟାହ୍ନ ଭୋଜନ ପାଚିକା ସଂଘ୍ ନୟାଗଡ଼ ଜିଲ୍ଲା ସମ୍ପାଦିକା ଜୟନ୍ତୀ ଦାଶ୍, ଯୁବନେତା ବିପିନ୍ କୁମାର ବାଜୁ, ସୁଶାନ୍ତ ନାୟକ, ଆଶାକର୍ମୀ ସଂଘର ଦଶପଲ୍ଲା ସମ୍ପାଦିକା ସସ୍ମିତା ପଟ୍ଟନାୟକ, କୃଷକ ନେତା ବ୍ରଜବନ୍ଧୁ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସାହୁ ଓ କ୍ଷେତ ମଜଦୂର୍ ନେତା ବିରଞ୍ଚି ନାୟକ ପ୍ରମୁଖ ବକ୍ତବ୍ୟ…
Read Moreପିତୃ ମାତୃହୀନ ଶିଶୁଙ୍କ ସର୍ବେକ୍ଷଣ ପାଇଁ ତାଲିମ କର୍ମଶାଳା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ନିର୍ଦେଶ କ୍ରମେ ଜ଼ିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ସଦଭାବନା ସଭାଗୃହରେ ଅତିରିକ୍ତ ଜ଼ିଲ୍ଲାପାଳ ରୋଜିନା ଦାସଙ୍କ ଅଧକ୍ଷତାରେ ଓ ଜ଼ିଲ୍ଲା ଶିଶୁସୁରକ୍ଷା ଅଧିକାରୀ ଶିବିୟନ ପ୍ରଧାନଙ୍କ ତତ୍ୱାବଧାନରେ ପିତୃ ମାତୃ ହୀନ ଶିଶୁଙ୍କ ସର୍ବେକ୍ଷଣ ପାଇଁ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ ଚଳିତ ମାସରେ ଜ଼ିଲ୍ଲାର ପ୍ରତ୍ୟେକ ଗ୍ରାମରେ ପିତୃ ମାତୃ ହୀନ ତଥା ଏକକ ଅଭିଭାବକ ଥିବା ଶିଶୁଙ୍କ ଚି଼ହ୍ନଟକରଣ ପାଇଁ ସର୍ବେକ୍ଷଣ କରାଯିବ। ମହିଳା ଓ ଶିଶୁ ବିକାଶ ବିଭାଗ ମାର୍ଗ ଦର୍ଶିକା ଅନୁଯାୟୀ ଜୁଲାଇ ୧୧ରୁ ୨୪ତାରିଖ ମଧ୍ୟରେ ଅଙ୍ଗନୱାଡି କର୍ମୀମାନେ ଘରକୁ ଘର ଯାଇ ଏହି ସର୍ବେକ୍ଷଣ କାର୍ଯ୍ୟ କରିବେ। ଏହି ସର୍ବେକ୍ଷଣ ମାଧ୍ୟମରେ ଜ଼ିଲ୍ଲାର ପ୍ରତେକ ପିତୃ ମାତୃ ହୀନ ଓ ଏକକ ଅଭିଭାବକ…
Read More