ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ଵ ଯୁବ ଦକ୍ଷତା ଦିବସ ଅବସରରେ “ଇନର ହୁଇଲ କ୍ଲବ” ଦ୍ୱାରା ନୟାଗଡ଼ ସ୍ଥିତ ନୂଆରାଜବାଟି ଠାରେ ଥିବା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଇନର ହୁଇଲ କ୍ଲବର ସଭାପତି ସ୍ନିଗ୍ଧାରାଣୀ ପଟ୍ଟନାୟକ, ସମ୍ପାଦିକା ରଶ୍ମିତା ଚୌଧୁରୀ ଓ କ୍ଲବର ଅନ୍ୟ ସଦସ୍ୟା ମାନେ ଉପସ୍ଥିତ ରହିବା ସଙ୍ଗେ ସଙ୍ଗେ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ଦିଲ୍ଲୀପ କୁମାର ମହାପାତ୍ର, ଅଧ୍ୟକ୍ଷ ବସନ୍ତ କୁମାର ମିଶ୍ର, ଟାଏକୋଣ୍ଡା ଶିକ୍ଷକ ଭବାନୀଶଙ୍କର ରାୟଗୁରଙ୍କ ସହିତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ । ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜର ଅନ୍ତନିର୍ହିତ ଦକ୍ଷତାକୁ ପ୍ରଦର୍ଶନ କରିଥିଲେ । ଉତ୍କୃଷ୍ଟ ମାନର ଦକ୍ଷତା ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ କ୍ଳବତରଫରୁ ଟ୍ରଫି ଓ…
Read MoreYear: 2025
୧୭ ଜୁଲାଇ ଓଡ଼ିଶା ବନ୍ଦକୁ ନୟାଗଡ଼ ଜିଲ୍ଲାରେ ସଫଳ କରିବା ପାଇଁ କଂଗ୍ରେସ ଓ ବାମ ପନ୍ଥି ଦଳ ପକ୍ଷରୁ ଆହ୍ବାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି, ସିପିଆଇ ଏମ, ସିପିଆଇ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ମିଳିତ ବିରୋଧୀ ଦଳ ପକ୍ଷରୁ ଆହ୍ବାନ କରାଯାଇଥିଲା। ଆସନ୍ତାକାଲି ହେବାକୁ ଥିବା ଓଡିଶା ବନ୍ଦକୁ ସଫଳ କରିବାକୁ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବିଭିନ୍ନ ସଙ୍ଗଠନର ନେତୃମଣ୍ଡଳୀ ଅନୁରୋଧ କରିଥିଲେ। ନ୍ୟାୟ ପାଇଁ ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅସହାୟ ଛାତ୍ରୀଜଣକ ଆତ୍ମାହୁତି ଉଦ୍ୟମ କରିଥିଲେ। ଦୁଇଦିନ କାଳ ଭୁବନେଶ୍ୱର ଏମସ୍ଠାରେ ମୃତ୍ୟୁସହ ସଂଗ୍ରାମ କରି ଶେଷରେ ସେ ଆଖି ବୁଜିଛନ୍ତି । ତାଙ୍କ ମୃତ୍ୟୁ ସହ ରାଜ୍ୟରେ ମାନବିକତାର ମଧ୍ୟ ଦୁଃଖଦ ଅନ୍ତ ଘଟିଛି । ଜଣେ ଜହ୍ଲାଦ ଅଧ୍ୟାପକଙ୍କ ଯୌନ ଆବେଦନ ଓ ନିର୍ଯାତନା ବିରୋଧରେ…
Read Moreଦଶପଲ୍ଲାରେ DYFIର ଦଶପଲ୍ଲା ବ୍ଲକ ସମ୍ମିଳନୀ ଅନୁଷ୍ଠିତ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେଶନ(DYFI)ର ଦଶପଲ୍ଲା ବ୍ଲକ ସମ୍ମିଳନୀ ଆଜି ସ୍ଥାନୀୟ ଇଲେଭେନ୍ ଷ୍ଟାର କ୍ଳବ୍ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସମ୍ମିଳନୀକୁ ସଂଗଠନର ରାଜ୍ୟ ସଭାପତି ସରୋଜ କୁମାର ନାୟକ ଉଦଘାଟନ କଲାପରେ ବ୍ଲକ ସମ୍ପାଦକ ବିପିନ୍ କୁମାର ବାଜୁ ରିପୋର୍ଟ ଉପସ୍ଥାପନ କରିଥିଲେ। ରିପୋର୍ଟ ଉପରେ ପ୍ରତିନିଧିମାନେ ଆଲୋଚନା କଲାପରେ ତାହା ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା। ଅନ୍ୟତମ ଅତିଥି ଜିଲ୍ଲା କୋଷାଧ୍ୟକ୍ଷ ଧିରେନ୍ କୁମାର ପାତ୍ର ଉଦବୋଧନ ଦେବାପରେ ଆଗାମୀ ତିନି ବର୍ଷ ପାଇଁ ଏକ କମିଟି ନିର୍ବାଚିତ କରା ଯାଇଛି। ଏହି କମିଟିର ସଭାପତି ପ୍ରକାଶ ମଣ୍ଡଳ,ସମ୍ପାଦକ ସୁଧାଂଶୁ ଶେଖର ନାୟକ ଓ କୋଷାଧ୍ୟକ୍ଷ ଭାବେ ସୁଶାନ୍ତ ନାୟକ ସମେତ ସାତ ଜଣିଆ କମିଟି ଗଠନ କରାଯାଇଛି। ଶେଷରେ ବିଶିଷ୍ଟ ବାମପନ୍ଥୀ ନେତା ଆଡଭୋକେଟ ଶରତ…
Read Moreସୌମ୍ୟାଶ୍ରୀଙ୍କ ବିୟୋଗରେ ଉତ୍ସର୍ଗ ଫାଉଣ୍ଡେସନ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଭୋଗରାଇ ବ୍ଲକର ଛାତ୍ରୀ ସୌମ୍ୟାଶ୍ରୀ ବିଶି । ସୋମବାର ବିଳମ୍ବିତ ରାତିରେ ଏମସ କତୃପକ୍ଷ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଖବର ଏବେ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିବା ବେଳେ ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଉତ୍ସର୍ଗ ଫାଉଣ୍ଡେସନ ପକ୍ଷରୁ ଟାକରା ମେଡିକାଲ ଠାରୁ ଆରମ୍ଭ କରି ଗୋପାଳପୁର, ରଥିପୁର ଅଞ୍ଚଳ ସହ ଟାକରା ବଜାର ପରିକ୍ରମା କରି ଏହି ଶୋଭାଯାତ୍ରା ଶେଷରେ ଟାକରା ସ୍ଥିତ ବାବା ସିଦ୍ଧେସ୍ୱର ମନ୍ଦିର ନିକଟରେ ପହଞ୍ଚିଥିଲା। ସେଠାରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି ରଖିଥିଲେ ଟ୍ରଷ୍ଟର…
Read Moreନବମ ବାର୍ଷିକ ଜିଲ୍ଲା ବ୍ୟାପି ସେବା ଉତ୍ସବ ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୁଲ୍ୟରେ ନବମ ବାର୍ଷିକ ଜିଲ୍ଲା ବ୍ୟାପି ସେବା ମହୋତ୍ସବ ମହାସମାରୋହରେ ଉଦ୍ଘାଟିତ ହୋଇ ଯାଇଛି। ଏହି ଉଦ୍ଘାଟନୀ ଉତ୍ସବ ରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଦୁଇଶହ ମିଟରର ଲମ୍ବ ବିଶାଳ ଏକ ବିଶାଳ ତ୍ରିରଙ୍ଗା ପତାକା ଶତାଧିକ ଯୁବକ ଯୁବତୀ ଏଥିରେ ସାମିଲ ହୋଇଥିଲେ । ଶହ ଶହ ଯୁବକ ଏହି ଯାତ୍ରା ରେ ଯୋଗ ଦେଇ ଦେଶପ୍ରେମ ରେ ଉଦଭାସିତ ହୋଇଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ଯୁବକ ମାନଙ୍କ ସ୍ଵରରେ ଏବଂ ଦେଶପ୍ରେମ ନାରାରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଥିଲା। ଦେଶସେବା ପାଇଁ ଏ ସେବା ଉତ୍ସବ ର ନିଆରା ପ୍ରୟାସ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିଲା। ନୟାଗଡ଼ ସେବା ଉତ୍ସବ ସମିତି ର ଅଧ୍ୟକ୍ଷ ଶିବରାମ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ…
Read Moreବାଲେଶ୍ୱର ଛାତ୍ରୀ ସୈାମ୍ୟାଶ୍ରୀ ମୃତ୍ୟୁ ଘଟଣାକୁ ନେଇ ବିଜୁ ଛାତ୍ର ଜନତା ଦଳର ବିକ୍ଷୋଭ ସହ କ୍ୟାଣ୍ଡେଲ ଶୋଭାଯାତ୍ରା
ନୟାଗଡ଼,(ନୟାଗଡ଼ ଦର୍ପଣ): ବାଲେଶ୍ୱର ଏଫ୍ଏମ୍ ବିଶ୍ୱ ବିଦ୍ୟାଳୟରେ ଘଟିଥିବା ଅଘଟଣରେ ଛାତ୍ରୀ ସୈାମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ନୟାଗଡ଼ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯାଇଛି । ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ନୀଳମାଧବ ପଣ୍ଡାଙ୍କ ଆହ୍ୱାନ କ୍ରମେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସାମ୍ନାରେ ଅନୁଷ୍ଠିତ ବିକ୍ଷୋଭ କାର୍ଯ୍ୟକ୍ରମରେ ଶହ ଶହ ଛାତ୍ରଛାତ୍ରୀ ସାମିଲ ହୋଇ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରୁଜଙ୍କ ବ୍ୟାନରରେ ନିଆଁ ଲଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ଅବହେଳା ପାଇଁ ଜଣେ ଛାତ୍ରୀଙ୍କ ଜୀବନ ଚାଲି ଯାଇଥିବା ଛାତ୍ରନେତାମାନେ ଅଭିଯୋଗ କରିଛନ୍ତି । ଛାତ୍ର ବିଜେଡ଼ି ନେତା ଅମୁଲ୍ୟ ସାହୁ, ସଞ୍ଜୀବ କୁମାର ମିଶ୍ର, ପ୍ରମୋଦ କୁମାର ସାହୁ ପ୍ରମୂଖ…
Read Moreବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରାବଣ ମାସର ପ୍ରଥମ ସୋମବାର, ସକାଳୁ ଖେଳିଗଲା ଶୋକର ଛାୟା । ସ୍ତବ୍ଧ ପାଲଟିଗଲା ସାଲୁଣୀ ଗାଁ ଓ ଆଖ ପାଖ ଅଞ୍ଚଳ। ଗୋବର୍ଦ୍ଧନଙ୍କ ପରଲୋକରେ ନିରବି ଗଲେ ବନ୍ଧୁ, ପରିଜନ, ଶିଷ୍ୟ ଓ ଶୁଭେଚ୍ଛୁ। ସାରା ରାଜ୍ୟରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ମୃଦଙ୍ଗର ବାଦସାହା ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରା। ସୂଚନାନୁସାରେ, ନୟାଗଡ ବ୍ଲକ୍ ନାଟୁଗାଁ ପଞ୍ଚାୟତ ଅଧିନରେ ଥିବା ସାଲୁଣୀ ଗ୍ରାମରେ ୧୯୩୯ ମସିହା ଜନ୍ମ ଗ୍ରହଣ କରିଥିବା ଗୋବର୍ଦ୍ଧନ ବେହେରା ପଞ୍ଚମ ପାସ କରି ସାଂସ୍କୃତିକ ଲୋକକଳା ପାଲା ଜଗତରେ ମନ ବଳାଇଥିଲେ। ୧୫ବର୍ଷ ବୟସରୁ ପାଠକୁ ପଛରେ ପକାଇ ପାଲା ଜଗତରେ ମୃଦଙ୍ଗ ଧରିଥିଲେ। ଗାୟକ କେଶରୀ ସ୍ଵର୍ଗତ ଉଦୀୟନାଥ ଶର୍ମାଙ୍କ ସହ ମିଶି ପାଲା ପରିବେଷଣ କରିଆସୁଥିଲେ। ମୃଦଙ୍ଗରେ ସିଦ୍ଧହସ୍ତ ହୋଇ ସାରା ରାଜ୍ୟରେ ବାୟକ…
Read Moreନାରାୟଣ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଦକ୍ଷତା ଦିବସ ୨୦୨୫ପାଳିତ
ନୟାଗଡ, (ନୟାଗଡ଼ ଦର୍ପଣ): ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ଆନୁକୁଲ୍ୟରେ ଶରଣକୂଳ ସ୍ଥିତ ନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ଯୁବ ଦକ୍ଷତା ଦିବସ ୨୦୨୫ ପାଳିତ ହୋଇଯାଇଛି। ଏହି ବର୍ଷର ବିଶ୍ଵ ଯୁବ ଦକ୍ଷତା ଦିବସ, କୃତ୍ରିମ ବୁଦ୍ଧିମତା ଏବଂ ଡିଜିଟାଲ ଦକ୍ଷତା ଦ୍ଵାରା ଯୁବ ସଶକ୍ତିକରଣ ଉପରେ ଆଧାରିତ ଥିଲା । ଏହି ଦିବସ ପାଳନ ଅବସରରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ମନସ୍ୱୀ ସେଠୀ, ରାଷ୍ଟ୍ରୀୟ ବୃତ୍ତି ସେବାର ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ, ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଗବେଷଣା ଫେଲୋ ରବି କୁମାର, ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ଆଦି ଯୋଗଦେଇ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ…
Read Moreଇଟାମାଟିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟି ଯଦୁମଣି ବରିଷ୍ଠ ନାଗରିକ ମଞ୍ଚ ଆନୁକୁଲ୍ୟରେ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଏନ୍.ସି.ସି କ୍ୟାଡେଟ୍ ମାନେ ବିଦ୍ୟାଳୟ ପରିସରରେ ଅର୍ଜ୍ଜୁନ, ପଣସ, ବଉଳ, ଗଙ୍ଗଶିଉଳି ଆଦି ଉପାଦେୟ ଚାରା ରୋପଣ କରିଥିଲେ। ବୃକ୍ଷରୋପଣର ଉପକାରିତା ଓ ଆବଶ୍ୟକତା ବିଷୟରେ ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ମାନେ ଏନ୍.ସି.ସି କ୍ୟାଡେଟମାନଙ୍କୁ ଅବଗତ କରାଇବା ସହ ଗଛକୁ ବଂଚାଇ ରଖିବା ଦିଗରେ ଯତ୍ନଶୀଳ ହେବାପାଇଁ ପରାମର୍ଶ ଦେଇଥିଲେ। ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ଡ.ରଙ୍ଗନାଥ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସଦସ୍ୟ ଡା. ରାଜକିଶୋର ବରାଡ, ଦୁର୍ଯ୍ୟୋଧନ ନାୟକ, ରମେଶ ଚନ୍ଦ୍ର ପଟ୍ଟନାୟକ, ମାଗୁଣି ଚରଣ ଖଣ୍ଡା ପ୍ରମୁଖ ସହଯୋଗ କରିଥିଲେ।
Read Moreସମଗ୍ର ରାଜ୍ୟରେ ବିତର୍କର ବିଜେତା ହେଲେ ବିଶ୍ୱବିଜିତା
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ବକୃତା ପ୍ରତିଯୋଗିତାରେ ନୟାଗଡ଼ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ବକୃତା ପ୍ରତିଯୋଗିତାରେ ଭାଗନେଇଥିଲେ ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ସପ୍ତମ ଶ୍ରେଣୀ ଛାତ୍ରୀ ବିଶ୍ୱବିଜିତା ମହାନ୍ତି । ସମସ୍ତ ଜିଲ୍ଲାରୁ ପ୍ରଥମ ସ୍ଥାନ ଅଧିକାର କରି ଆସିଥିବା ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ବକୃତା ବିଜେତା ହେଲେ ବିଶ୍ୱବିଜିତା। ପୂର୍ବରୁ ନୟାଗଡ଼ର ପ୍ରତିଭା ଏହି କୁନି ଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣକରି ଉତ୍କଳଜ୍ୟୋତି ସମ୍ମାନର ଅଧିକାରୀ ହୋଇଥିବା ସାଙ୍ଗକୁ ବିଜ୍ଞାନ ମେଳାରେ ପ୍ରଥମ ସ୍ଥାନ ଅଧିକାର କରି ନୟାଗଡ଼ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି। ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ମେଧାବୃତ୍ତି ସହିତ, ଗୀତାଶ୍ଳୋକ ଆବୃତ୍ତି ଓ କୁଇଜ଼ ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରି ନୟାଗଡ଼ ଜିଲ୍ଲାର ସୁନାମ ଅକ୍ଷୁର୍ଣ…
Read More