ରଣପୁର,(ନୟାଗଡ଼ ଦର୍ପଣ) : ଗଣଶିକ୍ଷା ବିଭାଗ ଓଡ଼ିଶାର ନିର୍ଦ୍ଦେଶ ଅନୁଯାୟୀ ଆଜି ସାରା ରାଜ୍ୟରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରଥମ ମାସିକ କ୍ଲଷ୍ଟର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକର ନରସିଂହପୁର କ୍ଲଷ୍ଟର ଅନ୍ତର୍ଗତ ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକ ରଣାପୁର କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣାଙ୍କ ନେତୃତ୍ୱ ଓ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ବୈଠକର ଶୁଭାରମ୍ଭ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଧୂପ-ଦୀପ ଦେଇ ହୋଇଥିଲା, ଯାହାର ଉଦ୍ଘାଟନ କରିଥିଲେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ନୟାଗଡ, ରାଜସୁନାଖଳା ର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ ଓ ରଣପୁର ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ରସାନନ୍ଦ ପ୍ରଧାନ। ପ୍ରାରମ୍ଭରେ ବରିଷ୍ଠ ଶିକ୍ଷକ ଭ୍ରମରବର…
Read MoreYear: 2025
ମୃତ୍ୟୁ ପରେ ମେଡିକାଲ କଲେଜକୁ କରାଯାଇଛି ଶରୀର ଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶରଣକୁଳ ନିକଟ କଟରାଝରୀ ଗ୍ରାମରେ ମୃତ ଗ୍ରାମ ମୁଖିଆ ହଜାରି ବରାଡଙ୍କ ଏକାଦଶାହ ଅବସରରେ ବରିଷ୍ଠ ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ହଜାରି ବରାଡ ଜୀବଦ୍ଦଶାରେ ନିଜ ମୃତ୍ୟୁ ପରେ ତାଙ୍କ ଶରୀର କଟକ ବଡ଼ ଡ଼ାକ୍ତରଖାନାକୁ ହସ୍ତାନ୍ତର କରି ଡାକ୍ତରୀ ଛାତ୍ର ଛାତ୍ରୀଙ୍କ ଗବେଷଣାରେ ଲାଗିବା ପାଇଁ ଇଛାପତ୍ର ସଂପାଦିତ କରିଥିଲେ ଓ ତାଙ୍କର ଏକମାତ୍ର ପୁତ୍ର ପବିତ୍ର ଇନ୍ଦ୍ରଜିତ ପିତାଙ୍କ ଶେଷ ଇଛା ପୂରଣ କରିଥିଲେ। ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ନୟାଗଡ଼ ତଥା ସ୍ଥାନୀୟ ଅଞ୍ଚଳର ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ପିତା ଓ ପୁତ୍ରଙ୍କର ସାଧୁ ଲକ୍ଷ୍ୟର ଭୂୟସୀ ପ୍ରଶଂସା କରିଥିଲେ ଏବଂ ପଚାଶରୁ ଉର୍ଦ୍ଧ୍ବ ବ୍ୟକ୍ତି ସ୍ଵର୍ଗତ ବରାଡଙ୍କ ପଦାଙ୍କ ଅନୁସରଣ କରିବାକୁ ଶପଥବଦ୍ଧ ହୋଇଥିଲେ। ବୈଜ୍ଞାନିକ ବିଚାରଧାରାର…
Read Moreନୟାଗଡ଼ରେ ବିଜେପିର ବିଶାଳ ବାଇକ୍ ଶୋଭାଯାତ୍ରା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଜେପି ପକ୍ଷରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ନୟାଗଡ଼ ବିଜିପୁର ଗେଟ ଠାରୁ ନୟାଗଡ଼ ପୁରୁଣା ରାଜବାଟି ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ଦଳୀୟ କାର୍ଯ୍ୟକର୍ତ୍ତା। ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହେବା ପରେ ନୟାଗଡ଼ର ବିଜେପି କର୍ମୀଙ୍କ ମହଲରେ ଉତ୍ସାହ ସୃଷ୍ଟି ହୋଇଛି। ଏହି ଶୋଭାଯାତ୍ରାରେ ରାସ୍ତାର ପ୍ରତ୍ୟେକ ଗାଁ ମୁଣ୍ଡରେ ପ୍ରତ୍ୟୁଷାଙ୍କୁ ଫୁଲମାଳ ଓ ପୁଷ୍ପଗୁଚ୍ଛ ଦେଇ ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମବାସୀ ସମ୍ବର୍ଦ୍ଧିତ କରୁଥିବା ଦେଖିବାକୁ ମିଳିଥିଲା। ପ୍ରବଳ ଖରା ସତ୍ତ୍ୱେ ମୋ ପ୍ରତି ନୟାଗଡ଼ବାସୀଙ୍କ ଏହି ଅଦ୍ଭୂତପୂର୍ବ ସମ୍ମାନ ପାଇଁ ସେମାନଙ୍କ ନିକଟରର ଚିରଋଣୀ ହୋଇ ରହିବା ସହ ନୟାଗଡ଼ିଆ ତଥା ଭାରତୀୟ ଜନତା ପାର୍ଟି…
Read Moreସୌମ୍ୟାଶ୍ରୀଙ୍କ ପାଇଁ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏଫ୍ ଏମ୍ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ କ୍ୟାଣ୍ଡେଲ ଶୋଭାଯାତ୍ରା। ଦିବଂଗତ ଛାତ୍ରୀ ସୌମ୍ୟାଶ୍ରୀଙ୍କ ସ୍ମୃତିରେ ତାଙ୍କୁ ଉଚିତ୍ ନାୟ, ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଇସ୍ତଫା ତଥା ଏହି ଘଟଣାର ନାୟିକ ଯାଞ୍ଚ ଜଣେ ଅବସର ପ୍ରାପ୍ତ ହାଇକୋର୍ଟ ବିଚାରପତି ଓ ସିବିଆଇ ଦ୍ଵାରା ତଦନ୍ତ ଦାବି ରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନାୟକଙ୍କ ନେତୃତ୍ୱରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ନୟାଗଡ ଡାକ ବଙ୍ଗଳା ଠାରୁ ବାହାରି ନୟାଗଡ ବସ ଷ୍ଟାଣ୍ଡ ପଯ୍ୟନ୍ତ ଯାଇ ସେଠାରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡଲ ଜାଳି ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଭାପତି ରଞ୍ଜିତ ଦାସ, ବରିଷ୍ଟ…
Read Moreନୟାଗଡ଼ରେ ୩ୟ ଦିନର ସେବା ଉତ୍ସବ କେଉଁ କେଉଁ ଗ୍ରାମରେ ?
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ସେବା ଉତ୍ସବ ପକ୍ଷରୁ ବିଭିର୍ଣ୍ଣ ସ୍ଥାନରେ ନବମ ବାର୍ଷିକ ସେବା ଉତ୍ସବ -2025 ଅନୁଷ୍ଠିତ ହୋଇଯାଇଛି। ଏହୀ ଅବସରରେ ନୟାଗଡ଼ ସେବା ସମିତି ଆନୁକୁଲ୍ୟରେ ଆଜି କଣ୍ଟାବଣିଆ, ଜୟ ମଙ୍ଗଳ, ଖେଡ଼ପଡା ଓ ବାଲୁଗାଁ ଆଦି ସ୍ଥାନରେ ଗରିବ ଓ ଅସହାୟ ମାନଙ୍କୁ ବସ୍ତ୍ର, ଚପଲ ବଣ୍ଟନ କରିଥିଲେ। ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ର ଏବଂ ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା ସନ୍ତୋଷ କୁମାର ପ୍ରଧାନଙ୍କ ତତ୍ତ୍ଵବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଲୁଗାଁର ଯୁବ ସମାଜସେବୀ ଅଜୟ କୁମାର ନାୟକ, ସେବା ସଦସ୍ୟ ଗୁଲସନ୍ କୁମାର, ସୌମ୍ୟା ସ୍ଵୟଂ ପ୍ରଭା, ବର୍ଷା ପ୍ରିୟଦର୍ଶିନୀ, କରନ ବଡଟିଆ, ଯୁଧିଷ୍ଠିର ବେହେରା, ଆଶୁତୋଷ ସାହୁ, ଅଂଶୁମାନ ସେଠୀ, ଗାୟତ୍ରୀ ପ୍ରିୟଦର୍ଶିନୀ, ଅନୁସୂୟା, ଅଭିଲିପସା, ଶୁଭସ୍ମିତା ମିଶ୍ର ପ୍ରମୁଖ ସାମିଲ୍ ହୋଇଥିଲେ। ପ୍ରାୟ ଦୁଇଶହ…
Read Moreଅଭାବୀଙ୍କୁ ବସ୍ତ୍ର ରାସନ ଓ ଆର୍ଥିକ ସହାୟତା ପ୍ରଦାନ
ଭାପୁର, (ନୟାଗଡ଼ ଦର୍ପଣ): ଭାପୁର ବ୍ଲକର ବିଭିନ୍ନ ସ୍ଥାନରେ ନବମ ବାର୍ଷିକ ସେବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବ ସମିତିର ଅଧ୍ୟକ୍ଷ ଶିବରାମ ମହାପାତ୍ର ଏବଂ ସମ୍ପାଦକ ତ୍ରିନାଥ ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସେବା ଉତ୍ସବ ସମିତିର କାର୍ଯ୍ୟକର୍ତ୍ତା ବିଭିନ୍ନ ଗ୍ରାମ ପରିକ୍ରମା କରି ଅସହାୟ ବ୍ୟକ୍ତି ବିଶେଷଙ୍କୁ ଭେଟି ତାଙ୍କ ଅସୁବିଧା ପଚାରି ବୁଝିବା ସହ ସେମାନଙ୍କୁ ବସ୍ତ୍ର, ଚପଲ ଆନୁଷଙ୍ଗିକ ସାମଗ୍ରୀ ସହ ଆର୍ଥିକ ସହାୟତା ବଣ୍ଟନ କରିଥିଲେ। ଏହି ଅବସରରେ ଭାପୁର ସଦର ମହକୁମା ସମେତ ଶାଳବଣିଆ, ଫତେଗଡ଼, ବିଜିପୁର, ଟାଙ୍ଗୀସାହି, ଦୁର୍ଗାପୁରା, ସୁନାଖଳାରେ ବିଭିନ୍ନ ଅଭାବୀଙ୍କୁ ବସ୍ତ୍ର, ରାସନ, ଚପଲ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସେବା ଉତ୍ସବ ସମିତି ର ସଦସ୍ୟ ଆଶୁତୋଷ ସାହୁ, ତପନ କୁମାର ସାହୁ ରଶ୍ମି ରଞ୍ଜନ ନାୟକ, ଅଭିଲିପ୍ସା ସାହୁ,…
Read Moreଦେବଦୂତ୍ତ ସେବା ପରିଷଦ ପକ୍ଷରୁ ବନ ମହୋତ୍ସବ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରତିବର୍ଷ ଜୁଲାଇ ମାସରେ ବନ ମହୋତ୍ସବ ପାଳିତ ହେଉଥିବା ବେଳେ ଏ ବର୍ଷ ମଧ୍ୟ ବର୍ଷାକୁ ଦେଖି ଦେବଦୂତ୍ତ ସେବା ପରିଷଦ, ନୟାଗଡ ପକ୍ଷରୁ ଅନୁଷ୍ଠାନର ସମସ୍ତ ସଦସ୍ୟମାନଙ୍କ ଦ୍ୱାରା ଦୁର୍ଗାପ୍ରସାଦ, ନୂଆ ଘଡୁଆଳ, ନୟାଗଡ଼ ପରି ଅନେକ ଖାଲି ସ୍ଥାନ, ମଶାଣି ଏବଂ ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି। ଏଯାବତ ସମସ୍ତେ ମିଶି ପ୍ରାୟ୧୦୦ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରିସାରିଲେଣି। ଦୁର୍ଗାପ୍ରସାଦ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ପରୀକ୍ଷିତ ପ୍ରଧାନ, ନୂଆ ଘଡୁଆଳ ଗ୍ରାମର ସେନା ବାହିନୀରେ କାର୍ଯ୍ୟରତ ସୁରେଶ କୁମାର ପାଳ ଓ ଯୁବ ବେବସାୟୀ ମୁନା ପ୍ରଧାନ ସହଯୋଗ କରିଥିଲେ। ସେବା ପରିଷଦ ମୁଖ୍ୟ ଉମାକାନ୍ତ ମହାପାତ୍ର ଙ୍କ ଅଧକ୍ଷତା ରେ ଏହି ବର୍ଷ ର ବୃକ୍ଷରୋପଣ ଆରମ୍ଭ କରିଦେଇଛନ୍ତି। ସେବା ପରିଷଦ ର ସକ୍ରିୟ…
Read More୪ଦିନହେବ ଅଙ୍ଗନବାଡି କେନ୍ଦ୍ରରେ ରୋଷେଇ ବନ୍ଦ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅଧିନସ୍ଥ ଟାକରା ଗ୍ରାମ ପଂଚାୟତ ଅଧୀନରେ ଥିବା ରଥିପୁର ଅଙ୍ଗନବାଡ଼ି କେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ଭିତରେ ଥିବା ଅଭିଯୋଗ ପୂର୍ବରୁ ହୋଇଆସୁଥିଲା। ଯେମିତି କି ଅଙ୍ଗନବାଡି କର୍ମୀ ଲିପ୍ସା ନାୟକ କେନ୍ଦ୍ରକୁ ମାଡୁନଥିବା ଠାରୁ ଆରମ୍ଭ କରି ହିତାଧିକାରୀଙ୍କ ପାଇଁ ଆସୁଥିବା ଖାଦ୍ୟକୁ ଅଙ୍ଗନବାଡି କେନ୍ଦ୍ରରେ ନରଖି ନିଜ ଘରେ ରଖି ହିତାଧିକାରୀଙ୍କୁ ବଣ୍ଟନ କରୁଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଥିଲା ଅଙ୍ଗନବାଡି କର୍ମୀଙ୍କ ନାମରେ। ଗତ ଏପ୍ରିଲ ୨୮ତାରିଖରେ ମଧ୍ୟ ଅଙ୍ଗନବାଡି କର୍ମୀ କେନ୍ଦ୍ରକୁ ଯାଉନଥିବା ସହ ଫୋନ ଉଠାଉନଥିବା ସମ୍ୱନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କୁ ଜଣାଇଥିଲେ ହେଲ୍ପର ରଂଜିତା ପରିଡ଼ା। ପରେ ଅଙ୍ଗନବାଡ଼ି କର୍ମୀଙ୍କ ବାପା ଫୋନ କରି ହେଲ୍ପରଙ୍କୁ ତାଗିଦ କଲାଭଳି ମନ୍ତବ୍ୟ ଦେଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ପରେ…
Read Moreନୟାଗଡ ଜିଲ୍ଲା କଂଗ୍ରେସ କମିଟି ଓ ବାମପନ୍ଥୀଙ୍କ ଦ୍ଵାରା ନୟାଗଡରେ ଓଡିଶା ବନ୍ଦ ସଫଳ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ସହରରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ଓ ବାମପନ୍ଥୀ ଓ ମିଳିତ ବିରୋଧ ଦଳ ପକ୍ଷରୁ ନୟାଗଡ ସହରରେ ଭାରତ ବନ୍ଦ ପୂର୍ଣ୍ଣ ମାତ୍ରାରେ ସଫଳ ହୋଇଛି।ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଦାସଙ୍କ ଆହ୍ଵାନ ଓ ଓଡ଼ିଶାର ସମସ୍ତ ବାମପନ୍ଥୀ ଦଳ ଓ ସମଭାବପନ ମିଳିତ ବିରୋଧ ଦଳ ପକ୍ଷରୁ ଡ଼ାକରା ଦିଆଯାଇଥିବା ଓଡିଶା ବନ୍ଦ ଆଜି ନୟାଗଡ ଜିଲ୍ଲାର ସମସ୍ତ ବ୍ଲକରେ ପୂର୍ଣ୍ଣ ସଫଳ ହୋଇଛି ଫକୀର ମୋହନ ସ୍ଵଂୟଶାସିତ ମହାବିଦୟାଳୟର ଅସହାୟ ଛାତ୍ରୀ ସୌମ୍ୟାଶ୍ରି ଆତ୍ମାହୁତି ଉଦ୍ୟମ କରି ଦୁଇଦିନ କାଳ ଭୁନେଶ୍ବରସ୍ଥିତ ଏମ୍ସ ମେଡିକାଲ୍ ଠାରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜି ଦେଇଥିଲେ। ତାଙ୍କ ମୃତ୍ୟୁ ସହ ରାଜ୍ୟରେ ମାନବିକତାର ମଧ୍ୟ ଦୁଃଖଦ ଅନ୍ତ ଘଟିଛି। ଜଣେ ଅଧ୍ୟାପକଙ୍କ ଯୌନ…
Read Moreନୟାଗଡ଼ରେ ବନ୍ଦ ପାଳନ ସଫଳ
ନୟାଗଡ଼, (ନୟାଗଡ଼ ଦର୍ପଣ): ଶୌମ୍ୟାଶ୍ରୀ ମୃତ୍ୟୁର ପ୍ରତିବାଦରେ ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଜାତୀୟ କଂଗ୍ରେସ ଓ ବାମପନ୍ଥୀ ଦଳମାନଙ୍କ ଆହ୍ଵାନରେ ସଂଗଠିତ ବନ୍ଦ ଆନ୍ଦୋଳନକୁ ଜନସାଧାରଣଙ୍କ ସ୍ଵତଃସ୍ପୃତ ସମର୍ଥନ ହେତୁ ବନ୍ଦ ସଫଳ ହୋଇପାରିଛି। ଦଳୀୟ କର୍ମୀମାନେ ସକାଳୁ ସକାଳୁ ନୟାଗଡ଼ ମୁଖ୍ୟ ଛକରେ ଧାରଣା ଦେଇ ପିକେଟିଙ୍ଗ୍ କରିଥିଲେ ଏବଂ ନାରାବାଜି କରି ଛକକୁ ଅବରୋଧ କରିଥିଲେ। ଦୋକାନ ବଜାର, ଗାଡିମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଦଳୀୟ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଳକ ଅଫିସ, ବୀମା, ବ୍ୟାଙ୍କ, ସ୍କୁଲ, କଲେଜ ଆଗରେ ପିକେଟିଙ୍ଗ୍ କରି କାର୍ଯ୍ୟ ବନ୍ଦ କରାଇଥିଲେ। ଓକିଲ ସଂଘ ପକ୍ଷରୁ ଆନ୍ଦୋଳନକୁ ସମର୍ଥନ କରି ଜିଲ୍ଲା ଜଜକୋର୍ଟ ଠାରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କୂ କାର୍ଯ୍ୟରୁ ନିବର୍ତ୍ତାଇ ଥିଲେ ଓ ବସ୍ତୁତଃ କୋର୍ଟ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ବିକ୍ଷୋଭକାରୀ…
Read More