ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟର ତରଫରୁ ଧରିତ୍ ଆବା- ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନର ଦ୍ବାରା ତିନି ଦିନିଆ ନୟାଗଡ଼ ଜିଲ୍ଲାସ୍ତରୀୟ ଆଦି କର୍ମଯୋଗୀ ଅଭିଯାନର ଏକ ପ୍ରୟୋଗଶାଳା ଦଶପଲ୍ଲା ବ୍ଲକରେ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଦଶପଲ୍ଲା ତହସିଲଦାର, ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ବାରା ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଲକର ମୋଟ ୧୧୩ଟି ଅନୂସୁଚିତ ଜନଜାତି ବହୁଳ ଗ୍ରାମର ସାମଗ୍ରିକ ଉନ୍ନତ କରାଯିବାର ଲକ୍ଷ ରଖାଯାଇଛି। ସେଇ ଗ୍ରାମର ଜନଜାତି ଯୁବକ ଯୁବତୀମାନେ ସଶକ୍ତ ହେବା ସହ ଗ୍ରାମ ଓ ସରକାରୀ କର୍ମଚାରୀଙ୍କ ସହ ସଂଯୋଗ ସ୍ଥାପନା କରି ବିକାଶ ବାହକ ହେବେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶିକ୍ଷକ ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଦଶପଲା, ଜିଲ୍ଲା ମଙ୍ଗଳ…
Read MoreYear: 2025
ବିଜେଡି ନଗର ସଭାପତିଙ୍କ ପରଲୋକ,
ଗଭୀର ଶୋକବ୍ୟକ୍ତ କଲେ ବିଧାୟକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୟାଗଡ଼ ପୈାର ପରିଷଦ ନଗର ସଭାପତି ତଥା ଅବସରପ୍ରାପ୍ତ ପୁଲିସ ଅଧିକାରୀ ଅମୁଲ୍ୟ କୁମାର ମହାନ୍ତିଙ୍କ ଆଜି ପରଲୋକ ଘଟିଛି । ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ସେ ଇହଳିଳା ସମ୍ବରଣ କରିଛନ୍ତି । ଦୀର୍ଘଦିନ ହେବ ସେ ଅସୁସ୍ଥ ରହିଥିଲେ । ତାଙ୍କର ଚିକିତ୍ସା କରାଯାଉଥିଲା । ଗତକାଲି ତାଙ୍କ ସ୍ୱାସ୍ଥ୍ୟରେ ଅବନତୀ ଘଟିଥିଲା । ତାଙ୍କ ପରଲୋକ ଖବର ପାଇ ନୟାଗଡ଼ରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ସେ ଜଣେ ଭଦ୍ର, ଅମାୟିକ, ପରପୋକାରୀ ମଣିଷ ଥିଲେ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ବୋରିଗିନା ନିକଟସ୍ଥ ଓଳାସ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଶ୍ରୀଯୁକ୍ତ ମହାନ୍ତି ପୁଲିସ ବିଭାଗରେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିଲେ । ଅଭିଭୁକ୍ତ ପୁରୀ ଜିଲ୍ଲାରେ ସେ କାର୍ଯ୍ୟ କରି ସୁନାମ ଅର୍ଜ୍ଜନ…
Read Moreକେ.ଏନ.ଜନତା ଉଚ୍ଚ ବିଦ୍ୟାଳୟ ସଜନାପଡାରେ ସଂସ୍କୃତ ସମ୍ଭାଷଣ ପ୍ରଶିକ୍ଷଣ ଶିବିର ଉଦଯାପିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ କେ.ଏନ୍. ଜନତା ଉଚ୍ଚ ବିଦ୍ୟାଳୟ, ସଜନାପଡ଼ା ଠାରେ ଅଖିଳଭାରତ ଅମୃତବାଣୀ ସେବାପ୍ରତିଷ୍ଠାନ, ବାଲେଶ୍ଵର ପକ୍ଷରୁ ଦଶଦିନଧରି ଚାଲିଥିବା ସରଳ ସଂସ୍କୃତ ଅଭ୍ୟାସଶିବିର ଉଦଯାପିତ ହୋଇଯାଇଛି। ଉଦଯାପନ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପବନ୍ଧୁ ଦାସ ସଭାପତିତ୍ବ କରିଥିଲାବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ମୁଖ୍ୟଅତିଥି, ସମାଜସେବୀ ତଥା ରୋଟାରିଆନ ପୂର୍ଣ୍ଣଚନ୍ଦ୍ର ସାହୁ ମୁଖ୍ୟବକ୍ତା, ଗୋଡ଼ିପଡ଼ା କଲେଜର ସଂସ୍କୃତ ଅଧ୍ୟାପକ ଡଃ ସନ୍ତୋଷ କୁମାର ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ସଭାରେ ଖଳିସାହି ଉଚ୍ଚବିଦ୍ୟାଳୟର ଶିକ୍ଷକ ଗୋସ୍ୱାମୀ ଦାସ ସଂଯୋଜନା କରିଥିବା ବେଳେ ସଂସ୍କୃତଶିକ୍ଷୟିତ୍ରୀ ବୀଣାପାଣି ସାହୁ ସ୍ବାଗତ ଭାଷଣ ଓ ଶିକ୍ଷୟିତ୍ରୀ ଇପ୍ସିତା ମିଶ୍ର ଅତିଥି ପରିଚୟ ଦେଇଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅମୃତବାଣୀ ଅନୁଷ୍ଠାନର ରାଷ୍ଟ୍ରୀୟ ମହାସଚିବ ଜୟପ୍ରକାଶ ଶାସ୍ତ୍ରୀ…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ସଂସ୍କୃତ ସମ୍ଭାଷଣ ଶିବିର ଉଦଯାପିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସଂସ୍କୃତ ମାସ ପାଳନ ଅବସରରେ ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଓ ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନ, ବାଲେଶ୍ୱରର ମିଳିତ ସହଯୋଗରେ ବିଦ୍ଯାଳୟର ପଞ୍ଚମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ଯୟନରତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ୧୦ ଦିବସୀୟ ସଂସ୍କୃତ ସମ୍ଭାଷଣ ଶିବିରର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ଉଦଯାପନୀ ସଭାରେ ମୁଖ୍ଯଅତିଥି ଭାବେ ନୟାଗଡ଼ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ପ୍ରଫେସର ହରପ୍ରସାଦ ମହାପାତ୍ର ଯୋଗଦେଇ ସଂସ୍କୃତ ଭାଷା ହେଉଛି ସମସ୍ତ ଭାଷାର ଜନନୀ ବୋଲି କହିବା ସହିତ ସକଳ ଜ୍ଞାନର ମୂଳ ହେଉଛି ବେଦ, ଏଣୁ ଏହି ବେଦକୁ ଜାଣିବା ପାଇଁ ହେଲେ ସଂସ୍କୃତ ଭାଷାରେ ଜ୍ଞାନ ଆହରଣ କରିବାକୁ ପଡିବ। କାରଣ ବେଦ…
Read More୧.୪ଲକ୍ଷ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଏବଂ ୯ହଜାର ସ୍ୱତନ୍ତ୍ର ଶିକ୍ଷକ ଆଶାୟୀ ନ୍ୟାୟ ଅପେକ୍ଷାରେ
ନୟାଗଡ଼, (ନୟାଗଡ଼ ଦର୍ପଣ): ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ୨୯ ଅଗଷ୍ଟ ୨୦୨୫ ତାରିଖରେ ଜାରିକରିଥିବା ଆଦେଶରେ ପୁନର୍ବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସମସ୍ତ ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ମାନ୍ୟବର କୋର୍ଟ ୯ସେପ୍ଟେମ୍ବର ୨୦୨୫ ଅପରାହ୍ନ ୨ଟାରେ ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି ଯେ ନିର୍ଦ୍ଦେଶ ପାଳନରେ ବିଳମ୍ବ କିମ୍ବା ଅନାଦର କଲେ ଗଭୀର ପରିଣାମ ହେବା ସହିତ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ କରାଯିବ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟରେ ଓଡିଶାର ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସ୍ରିଷ୍ଟି ଅଗ୍ନିହୋତ୍ରୀ ସୁପ୍ରିମକୋର୍ଟ ମାମଲା ପରିଚାଳନା କରିବା ସହ ଓଡିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ଶଙ୍କର ପ୍ରସାଦ ପାଣି ଉକ୍ତ ମାମଲାକୁ ତଦାରଖ କରୁଛନ୍ତି। ସୂଚନା ଥାଉ କି ଓଡିଶାରେ ପ୍ରାୟ ୬୪ହଜାର…
Read Moreଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ସାଇକେଲ ରାଲି
ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉ ଥିବା ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ଏନଏସି ହାଇସ୍କୁଲ ଏବଂ ବ୍ରଜେନ୍ଦ୍ର ହାଇସ୍କୁଲର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ପୁରୁଣା ସହରସ୍ଥିତ ଦକ୍ଷିଣକାଳୀ ମନ୍ଦିର ସମ୍ମୁଖରୁ ମହର୍ଷି ବିଦ୍ୟାମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ସାଇକେଲ ରାଲିକୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏବଂ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଉଭୟ ଅତିଥି ସାଇକେଲ ଚଳାଇ ଏହି ରାଲିରେ ସାମିଲ ହୋଇଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରିଣୀ ସୁଜାତା ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ରାଲିରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅନିଲ କୁମାର ଦାଶ, ଜିଲ୍ଲା…
Read Moreଜିଲ୍ଲା ଲେଖକ ପରିଷଦ ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଲେଖକ ପରିଷଦର ଆଗାମୀ ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସିନ୍ଦୁରିଆ ବକ୍ସି ସଦନଠାରେ ଅନୁଷ୍ଠିତ ହୋଇଯାଇଛି। ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ଶେଖ ଅବଦୁଲ ଖାଲିକ ଗତବର୍ଷ ଅନୁଷ୍ଠିତ ବାର୍ଷିକ ଉତ୍ସବର ସବିଶେଷ ତଥ୍ୟ ଉପସ୍ଥାପନା କରିବା ସହିତ ଚଳିତ ବର୍ଷର ବ୍ୟୟ ଅଟକଳ ଏବଂ କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା କରିଥିଲେ। ଚଳିତ ବର୍ଷ ବାର୍ଷିକ ଉତ୍ସବ ଡିସେମ୍ବର ୧୩ ଏବଂ ୧୪ ଦୁଇଦିନ ଧରି ଅନୁଷ୍ଠିତ ହେବ। ପ୍ରଥମ ଦିବସରେ ଲେଖକ ପରିଷଦ ସଦସ୍ୟ ମାନଙ୍କ ଦ୍ୱାରା ଏକ ନାଟକ ପରିବେଷଣ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ତେଣୁ ଏଥି ନିମନ୍ତେ ଏକ ନାଟକ ଓ କଳାକାର ଚୟନ କମିଟି ଗଠନ କରାଯାଇଥିବା ବେଳେ ପ୍ରଧାନୀ ବୃନ୍ଦାବନ…
Read Moreବରପଲ୍ଲୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ସରଳ ସଂସ୍କୃତ ଅଭ୍ୟାସ ଶିବିର ଉଦଯାପିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ବରପଲ୍ଲୀ ଉଚ୍ଚ ବିଦ୍ୟାଳୟଠାରେ ଅଖିଳ ଭାରତ ଅମୃତବାଣୀ ସେବାପ୍ରତିଷ୍ଠାନ, ବାଲେଶ୍ଵର ପକ୍ଷରୁ ଦଶଦିନଧରି ଚାଲିଥିବା ସରଳ ସଂସ୍କୃତ ଅଭ୍ୟାସ ଶିବିର ଉଦଯାପିତ ହୋଇଯାଇଛି। ଉଦଯାପନ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ କୁମାର ଦାଶ ସଭାପତିତ୍ବ କରିଥିଲାବେଳେ ଶିକ୍ଷକ ଜୟକୃଷ୍ଣ ସାହୁ ମୁଖ୍ୟଅତିଥି, ଶିକ୍ଷକ ସୁଦର୍ଶନ ପ୍ରଧାନ ମୁଖ୍ୟବକ୍ତା, ଗୋଡ଼ିପଡ଼ା କଲେଜର ସଂସ୍କୃତ ଅଧ୍ୟାପକ ଡଃ ସନ୍ତୋଷ କୁମାର ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥିଭାବେ ଶିକ୍ଷକ ସୁରେନ୍ଦ୍ର କୁମାର ସ୍ବାଇଁ ଓ ଶ୍ରୀଧର ସାହୁ ଯୋଗଦେଇ ସଂସ୍କୃତଭାଷାର ପ୍ରୟୋଗ ସମ୍ପର୍କରେ ଆଲୋଚନା କରିଥିଲେ। ସଭାରେ ବିଦ୍ୟାଳୟର ଶିକ୍ଷକ ଗୋସ୍ୱାମୀ ଦାସ ସଂଯୋଜନା କରିଥିବା ବେଳେ ସଂସ୍କୃତ ଶିକ୍ଷୟିତ୍ରୀ ସୁନୀତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ଅର୍ଚ୍ଚନା ଘଡେ଼ଇ ଓ ଶିକ୍ଷକ ଉଦେରାମ ସାହୁ…
Read Moreଓଡିଆ ଭାଷା ସାହିତ୍ୟ ତଥା ସଂସ୍କୃତିର ଗବେଷଣା ପାଇଁ ସମର୍ପିତ ଥିଲା ପଣ୍ଡିତ ବିନାୟକ ମିଶ୍ରଙ୍କ ଜୀବନ
ନୟାଗଡ଼, (ନୟାଗଡ଼ ଦର୍ପଣ): ସାରା ଜୀବନ ଅଧ୍ୟୟନ ଓ ଗବେଷଣାରେ ନିମଗ୍ନ ଥିବା ମହାନ୍ ସାହିତ୍ୟିକ ପଣ୍ଡିତ ବିନାୟକ ମିଶ୍ର ସାମାଜିକ, ଆର୍ଥିକ, ପାରିବାରିକ ଦୁଃଖକଷ୍ଟକୁ ଭୃକ୍ଷେପ ନକରି ସାହିତ୍ୟ ଗବେଷଣାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ। ମାତ୍ର ସପ୍ତମ ଶ୍ରେଣୀ ପାଠ ପଢି ମଧ୍ୟ ନିଜର ଅସାଧାରଣ ଜ୍ଞାନ ପାଇଁ କଲିକତା ବିଶ୍ଵବିଦ୍ୟାଳୟର ଅଧ୍ୟାପକ ହୋଇପାରିଥିଲେ । କିନ୍ତୁ ସେଠାରେ ମିଳୁଥିବା ଦରମାକୁ ସେ ଖର୍ଚ୍ଚ କରିଦେଉଥିଲେ ପୁସ୍ତକ କିଣା ଓ ଗବେଷଣା କାର୍ଯ୍ୟରେ ଫଳରେ ଜୀବନର ଅନ୍ତିମ ସମୟରେ ରହିବା,ଖାଇବା ସହ ଅସୁସ୍ଥତା ଯୋଗୁଁ ଔଷଧ ପାଇଁ ମଧ୍ୟ କଷ୍ଟ ସହିବାକୁ ପଡିଥିଲା।ସେ ଥିଲେ ସ୍ୱାଭିମାନୀ,କାହାପାଖରେ ହାତପାତିବାକୁ ପସନ୍ଦ କରୁନଥିଲେ। ତାଙ୍କ ରଚିତ ଓଡ଼ିଆ ଭାଷାର ଇତିହାସ, ଓଡ଼ିଆ ସାହିତ୍ୟ ଇତିହାସ (୧୯୨୯), ଓଡ଼ିଆ ସାହିତ୍ୟ ପ୍ରକାଶ, ଭାରତୀୟ ଦର୍ଶନ ପ୍ରବେଶିକା, ଆଧୁନିକ…
Read Moreଗୁରୁଜୀ ହେବେ ସମ୍ବର୍ଦ୍ଧିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଳକ ମାଳିସାହି ମଧ୍ୟ ଇଂରାଜୀ ବିଦ୍ୟାଳୟରେ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଶିକ୍ଷକତା କରି ଜଣେ କୃତବିଦ୍ୟ ଶିକ୍ଷକ ଭାବରେ ସହସ୍ରାଧିକ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଦାନ କରିବା ସହିତ ଦେଶବିଦେଶରେ ପ୍ରତିଷ୍ଠା ଲାଭ କରିବାରେ ମୂଳଦୁଆ ପକାଇଥିବା ଆଦର୍ଶ ଶିକ୍ଷକ ଅଲେଖ ବେହେରାଙ୍କୁ ଆସନ୍ତା ସେପ୍ଟେମ୍ବର ସାତ ତାରିଖରେ ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ଠାରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ଆବାହକ ବିଶ୍ଵନାଥ ମହାପାତ୍ର ପ୍ରକାଶ କରିଛନ୍ତି। ସେହି ଦିନ ପୂର୍ବାହ୍ନ ସାଢେ଼ ଦଶଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ସଭାରେ ନୟାଗଡ଼ର ବିଧାୟକ ଡ. ଅରୁଣ କୁମାର ସାହୁ ଓ ଦଶପଲ୍ଲାର ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ନୟାଗଡ଼ର ବହୁ ମାନ୍ୟଗଣ୍ୟ ଶିକ୍ଷାବିତ ଉପସ୍ଥିତ ରହି ଏହି ଗୁରୁପୂଜନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବେ। ଅଲେଖ…
Read More