ଗୁରୁଜୀ ହେବେ ସମ୍ବର୍ଦ୍ଧିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଳକ ମାଳିସାହି ମଧ୍ୟ ଇଂରାଜୀ ବିଦ୍ୟାଳୟରେ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଶିକ୍ଷକତା କରି ଜଣେ କୃତବିଦ୍ୟ ଶିକ୍ଷକ ଭାବରେ ସହସ୍ରାଧିକ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଦାନ କରିବା ସହିତ ଦେଶବିଦେଶରେ ପ୍ରତିଷ୍ଠା ଲାଭ କରିବାରେ ମୂଳଦୁଆ ପକାଇଥିବା ଆଦର୍ଶ ଶିକ୍ଷକ ଅଲେଖ ବେହେରାଙ୍କୁ ଆସନ୍ତା ସେପ୍ଟେମ୍ବର ସାତ ତାରିଖରେ ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ଠାରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ଆବାହକ ବିଶ୍ଵନାଥ ମହାପାତ୍ର ପ୍ରକାଶ କରିଛନ୍ତି। ସେହି ଦିନ ପୂର୍ବାହ୍ନ ସାଢେ଼ ଦଶଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ସଭାରେ ନୟାଗଡ଼ର ବିଧାୟକ ଡ. ଅରୁଣ କୁମାର ସାହୁ ଓ ଦଶପଲ୍ଲାର ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ନୟାଗଡ଼ର ବହୁ ମାନ୍ୟଗଣ୍ୟ ଶିକ୍ଷାବିତ ଉପସ୍ଥିତ ରହି ଏହି ଗୁରୁପୂଜନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବେ। ଅଲେଖ ସାର୍ଙ୍କ ପ୍ରାକ୍ତନ ଛାତ୍ର ଛାତ୍ରୀମାନେ ଏହି ବିଶେଷ ଉତ୍ସବରେ ଯୋଗ ଦେବା ପାଇଁ ଆବାହକ ବିଶ୍ଵନାଥ ମହାପାତ୍ର ଅନୁରୋଧ କରିଛନ୍ତି।

Related posts