ବରପଲ୍ଲୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ସରଳ ସଂସ୍କୃତ ଅଭ୍ୟାସ ଶିବିର ଉଦଯାପିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ବରପଲ୍ଲୀ ଉଚ୍ଚ ବିଦ୍ୟାଳୟଠାରେ ଅଖିଳ ଭାରତ ଅମୃତବାଣୀ ସେବାପ୍ରତିଷ୍ଠାନ, ବାଲେଶ୍ଵର ପକ୍ଷରୁ ଦଶଦିନଧରି ଚାଲିଥିବା ସରଳ ସଂସ୍କୃତ ଅଭ୍ୟାସ ଶିବିର ଉଦଯାପିତ ହୋଇଯାଇଛି। ଉଦଯାପନ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ କୁମାର ଦାଶ ସଭାପତିତ୍ବ କରିଥିଲାବେଳେ ଶିକ୍ଷକ ଜୟକୃଷ୍ଣ ସାହୁ ମୁଖ୍ୟଅତିଥି, ଶିକ୍ଷକ ସୁଦର୍ଶନ ପ୍ରଧାନ ମୁଖ୍ୟବକ୍ତା, ଗୋଡ଼ିପଡ଼ା କଲେଜର ସଂସ୍କୃତ ଅଧ୍ୟାପକ ଡଃ ସନ୍ତୋଷ କୁମାର ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥିଭାବେ ଶିକ୍ଷକ ସୁରେନ୍ଦ୍ର କୁମାର ସ୍ବାଇଁ ଓ ଶ୍ରୀଧର ସାହୁ ଯୋଗଦେଇ ସଂସ୍କୃତଭାଷାର ପ୍ରୟୋଗ ସମ୍ପର୍କରେ ଆଲୋଚନା କରିଥିଲେ। ସଭାରେ ବିଦ୍ୟାଳୟର ଶିକ୍ଷକ ଗୋସ୍ୱାମୀ ଦାସ ସଂଯୋଜନା କରିଥିବା ବେଳେ ସଂସ୍କୃତ ଶିକ୍ଷୟିତ୍ରୀ ସୁନୀତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ଅର୍ଚ୍ଚନା ଘଡେ଼ଇ ଓ ଶିକ୍ଷକ ଉଦେରାମ ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅମୃତବାଣୀ ଅନୁଷ୍ଠାନର ରାଷ୍ଟ୍ରୀୟ ମହାସଚିବ ଜୟପ୍ରକାଶ ଶାସ୍ତ୍ରୀ ଏହି ଶିବିର ପରିଚାଳନା କରୁଥିଲେ। ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତାରେ ଅଭିଲିପସା ନାୟକ, ସଂସ୍କୃତ ଗୀତଗାନରେ ଜ୍ୟୋତିର୍ମୟୀ ରାଉତ ଓ ଭାଷଣରେ ଶୁଭମ୍ ପ୍ରଧାନ ପ୍ରଥମ ସ୍ଥାନ ହାସଲ କରିଥିଲେ। ସଂସ୍କୃତ ନାଟକରେ ଅଂଶୁମାନ ଦାଶଙ୍କର ବ୍ୟଙ୍ଗ ଅଭିନୟ ସମସ୍ତଙ୍କୁ ବିଭୋର କରିଥିଲା।

Related posts