ରଣପୁର,(ନୟାଗଡ଼ ଦର୍ପଣ): ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ସଂଗ୍ରହରୁ ଜଣାପଡିଛି ଯେ ନୟାଗଡ ଜିଲ୍ଲା ରଣପୁର ନିକଟସ୍ଥ ଲୋଧାଚୁଆ ଛକ ଠାରେ ଏହି ଦୁର୍ଘଟଣା ଘଟିଛି। ଚୌଧୁରୀ ନାମକ ଏକ ଯାତ୍ରୀବାହୀ ଘରୋଇ ବସ କଟକ ନର୍ସିଙ୍ଗପୁର ଅଭୁମୁଖେ ଯାଉଥିବା ବେଳେ ଲୋଧାଛୁଆ ଛକ ଠାରେ ଏକ ବାଇକକୁ ଧକ୍କା ଦେଇଥିବା ଜଣାପଡିଛି। ବାଇକ ରେ ଥିବା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଅନ୍ୟ ଜଣେ ଗୁରୁତର ହୋଇଥିବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ପରିଚୟ ମିଳି ନଥିବା ବେଳେ ରଣପୁର ଅଂଚଳ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ରଣପୁର ପୋଲିସ ପହଂଚି ତଦନ୍ତ କରୁଥିବା ଜଣାପଡିଛି।
Read MoreMonth: November 2024
ଖଣ୍ଡପଡ଼ାରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ର ଖଣ୍ଡପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଅନୁଷ୍ଠାନର ସଭାପତି ଡ. ବିଜୟ କୁମାର ଚୌଧୁରୀ ଏବଂ ଶିକ୍ଷାକେନ୍ଦ୍ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ମିଶ୍ର ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର କଣ୍ଠଶିଳ୍ପୀ ମାନେ ଅଂଶ ଗ୍ରହଣ କରିଥିଲେ। ସଙ୍ଗୀତ ପ୍ରତିଯୋଗିତାରେ ବିଚାରକ ଭାବେ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶ, ଗୁରୁ ପ୍ରଭାତ ଦାଶ ଏବଂ କଣ୍ଠଶିଳ୍ପୀ ଅଧ୍ୟାପକ ଡ. ଆଶୁତୋଷ ମିଶ୍ର ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ କଣ୍ଠଶିଳ୍ପୀ ମାନଙ୍କୁ ସେମି ଫାଇନାଲ ପର୍ଯ୍ୟାୟ ପାଇଁ ଚୟନ କରିଥିଲେ। ସଙ୍ଗୀତଧାରା ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ…
Read Moreବିତର୍କ ପ୍ରତିଯୋଗିତା; ବରିଷ୍ଠରେ ଶୁଭାଶିଷ, କନିଷ୍ଠରେ ପ୍ରିୟରଞ୍ଜନ ପ୍ରଥମ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦୈନିକ ଖବରକାଗଜ ‘ସକାଳ’ ୪ର୍ଥ ସ୍ୱନ୍ନକ୍ଷତ୍ର ଦିବସ ଉପଲକ୍ଷେ ନୟାଗଡ଼ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ସଭାଗୃହରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ଅନେକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । କନିଷ୍ଠ ବର୍ଗରେ ବିଚାରକ ଭାବେ ଅବସରପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ମହମ୍ମର ଓମାର ମଲ୍ଲିକ, ସାମ୍ବାଦିକ ରାମକୃଷ୍ଣ ରଥ, ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ଶୁଭ୍ରାଂଶୁ ବିଶ୍ୱାଳ ଦାୟିତ୍ୱ ନିର୍ବାହ କରିଥିଲେ । ନୟାଗଡ଼ ଏନ୍ଏସି ଉଚ୍ଚ ବିଦ୍ୟାଳୟ ଛାତ୍ର ପ୍ରିୟରଞ୍ଜନ ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଭାପୁର ବ୍ଲକ କଇଁଫୁଲିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଛାତ୍ର ପ୍ରଦ୍ୟୁମ୍ନ କୁମାର ସାହୁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଓଡ଼ଗାଁ ଛାତ୍ରୀ…
Read Moreଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶାଦ୍ଵାରା ଜିଲ୍ଲାସ୍ତରୀୟ ଗୀତା ସୁଗୀତା କର୍ତ୍ତବ୍ୟା କାର୍ଯ୍ୟକ୍ରମ ତଥା ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ ସରସ୍ଵତୀ ବିଦ୍ୟା ମନ୍ଦିର ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ବ୍ଲକର ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଆସିଥିବା ୭୦ରୁ ଅଧିକ ଛାତ୍ରଛାତ୍ରୀମାନେ ଗୀତାର ଚତୁର୍ଥ ଅଧ୍ୟାୟକୁ ଆବୃତ୍ତି କରିଥିଲେ। ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠା କାର୍ଯ୍ୟକାରିଣୀ ସଦସ୍ୟା ମନୋରମା ପରିଡ଼ା ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଜିଲ୍ଲାସଂଯୋଜକ ହରେକୃଷ୍ଣ ମୁଦୁଲି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଉଦ୍ଘାଟକ ଭାବେ ଚନ୍ଦ୍ରଭାନୁ ବରାଡ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନପୂର୍ବକ ଉଦ୍ଘାଟନ କରିଥିଲେ। ବିଚାରକ ଭାବେ ଅଧ୍ୟାପିକା ଶୁଭଲକ୍ଷ୍ମି ସାହୁ, ଅଧ୍ୟାପକ ରବୀନ୍ଦ୍ର କୁମାର ଦାସ, ଶିକ୍ଷୟିତ୍ରୀ ଲକ୍ଷ୍ମୀ ଚନ୍ଦନା ବିଶ୍ଵାଳ, ରଜନୀ ରାଉତ, ଋତୁପର୍ଣ୍ଣା ମହାନ୍ତି, ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଆଲୋକ…
Read Moreନୟାଗଡ଼ ଜିଲ୍ଲା ୟୁନିଅନ ଅଫ୍ ଜର୍ଣାଲିଷ୍ଟର ଦ୍ୱିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ
ଆଚାର୍ଯ୍ୟ ବିଶ୍ୱରଂଜନ ସଭାପତି ଓ ପ୍ରଶାନ୍ତ ଜେନା ସମ୍ପାଦକ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ୟୁନିଅନ ଅଫ୍ ଜର୍ଣାଲିଷ୍ଟର ଦ୍ୱିବାର୍ଷିକ ସମ୍ମିଳନୀ ଓ ଛାଡଖାଇ ଭେଟଭାଟ ନୟାଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ତତସହିତ ସାଙ୍ଗଠନିକ ନିର୍ବାଚନ ଉପଦେଷ୍ଟା ସଞ୍ଜୟ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ସମ୍ମିଳନୀରେ ପରିବର୍ତ୍ତନଶୀଳ ଗଣମାଧ୍ୟମ ରୂପ ଉପରେ ଆଲୋଚନା କରାଯାଇଥିଲା। ମୁଖ୍ୟଅତିଥିଭାବେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ବକ୍ତାଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ସମ୍ମାନିତ ଅତିଥିଭାବେ ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ପୁରୀ ସାଂସଦ ଡ଼ଃ ସମ୍ବିତ ପାତ୍ରଙ୍କ ପ୍ରତିନିଧିଭାବେ ବରିଷ୍ଠ ଆଇନଜୀବି ପ୍ରିୟବ୍ରତ ପ୍ରହରାଜ, ରାଜ୍ୟ ଓୟୁଜେ ସମ୍ପାଦକ ପ୍ରସନ୍ନ ପାଇକରାୟ, ରଣପୁର ପୁର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ଼ ଜିଲ୍ଲା ୟୁନିଅନ ଅଫ୍ ଜର୍ଣାଲିଷ୍ଟ ସମ୍ପାଦକ…
Read Moreଡଃ.ସୁରେଶ ବରାଡଙ୍କ ପୁସ୍ତକ “ଗୀତାର ପ୍ରଥମ ଶବ୍ଦ” ବାଚସ୍ପତିଙ୍କ କରକମଳରେ ଉନ୍ମୋଚିତ
ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାରସ୍ଵତ ସାଧକ, ଗାଳ୍ପିକ, ଔପନ୍ୟାସିକ, କାବ୍ୟକାର, କବି ଡ.ସୁରେଶ ଚନ୍ଦ୍ର ବରାଡଙ୍କ ଆଧ୍ୟାତ୍ମିକ ପୁସ୍ତକ “ଗୀତାର ପ୍ରଥମ ଶବ୍ଦ” ରଣପୁର ବିଧାୟିକା ତଥା ଓଡ଼ିଶାର ମାନ୍ୟବର ବାଚସ୍ପତି ସୁରମା ପାଢ଼ୀଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି। ଶରଣକୁଳ ପଥୁରିଆସାହି ଦାମୋଦର ଶିଶୁରାଇଜର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀମତୀ ପାଢ଼ୀ ଡଃ.ବରାଡଙ୍କ ଏହି ପୁସ୍ତକର ଲୋକାର୍ପଣ କରିଥିଲେ। ଦାମୋଦର ଶିଶୁରାଇଜର ଏହି ସପ୍ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବିଭୁଦତ୍ତ ମହାପାତ୍ର ପୌରହିତ୍ୟ କରିଥିଲା ବେଳେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ବାଚସ୍ପତି ତଥା ରଣପୁର ନିର୍ବାଚନ ମଣ୍ଡଳୀ ବିଧାୟିକା ସୁରମା ପାଢ଼ୀ ଯୋଗଦେଇ ଉତ୍ସବର ଉଦ୍ଘାଟନ କରିଥିଲେ। ଜିଲ୍ଲା ପରିଷଦ ସଦସ୍ୟା ଚିନ୍ମୟୀ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥିଭାବରେ ଶରଣକୁଳ ଗ୍ରା.ପ.…
Read Moreପାଣିପୋଇଲା ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ପାଣିପୋଇଲା ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ପଂଚଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ବିଦ୍ୟାମନ୍ଦିରର ସଂପାଦକ ମନୋରଂଜନ ପଣ୍ଡା ତତ୍ତ୍ଵାବଧାନରେ ଆୟୋଜିତ ସଭାରେ ସଭାପତିତ୍ୱ କରିବା ସହିତ ସ୍ୱାଗତ ଅଭିଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିଲେ। ଏଥିସହିତ ଶିଶୁପ୍ରେମୀ ଜନନାୟକ ପଣ୍ଡିତ୍ ନେହେରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶିଶୁମାନେ ଦେଶ ଗଠନରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ବଉଳସାହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଣୀ ବିଜ୍ଞାନର ଅଧ୍ୟାପକ ଆଲୋକ ଚନ୍ଦ୍ର ସାମନ୍ତରାୟ ସୋସିଆଲ ମିଡିଆରୁ ଶିଶୁଙ୍କୁ ଦୂରେଇ ରଖି ଆଦର୍ଶ ଛାତ୍ର ଗଠନ କରିବା ପାଇଁ ଅଭିଭାବକ ଯତ୍ନଶୀଳ ହେବା ନିମନ୍ତେ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ଶୁଭ୍ରାଂଶୁ ବିଶ୍ୱାଳ ଯୋଗଦେଇ ଆଧ୍ୟାତ୍ମିକତା , ନୈତିକତା…
Read Moreନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଶିଶୁ ଦିବସ ପାଳିତ
“ପିଲାମାନେ ଦୁଷ୍ଟ ହୁଅ କିନ୍ତୁ ନଷ୍ଟ ହୁଅ ନାହିଁ”- ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥିଭାବେ ସ୍ଥାନୀୟ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଦୀର୍ଘ ୩୦ମିନିଟ୍ ସମୟ ଧରି ଶିଶୁମାନଙ୍କ ସହିତ ପ୍ରଶ୍ନ ଉତ୍ତର ମାଧ୍ୟମରେ ଆଳାପ କରିଥିଲେ। ଶିଶୁ ଦିବସ ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ଶିଶୁମାନଙ୍କ ମଧ୍ଯରେ କୌତୁକିଆ ପୋଷାକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ବିଭିନ୍ନ ପ୍ରକାର ବେଶ ହୋଇଥିବା ଶିଶୁମାନଙ୍କୁ ସେହି ବେଷ ହେବାର ଅଭିପ୍ରାୟ ଓ ଲକ୍ଷ୍ଯ ବିଷୟରେ ପ୍ରଶ୍ନ କରି ଶିଶୁମାନଙ୍କୁ ଶିକ୍ଷଣୀୟ ଉପଦେଶ…
Read Moreନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁଦିବସ ପାଳନ
ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁଦିବସ ପାଳନ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ନୟାଗଡ଼ର ଶିଶୁ ସାହିତ୍ୟିକା ପ୍ରଭାସିନୀ ବରାଡ ଯୋଗଦେଇ ଶିଶୁମାନଙ୍କୁ ଶିଶୁ ଦିବସର ମହତ୍ତ୍ୱ ଏବଂ ଶିଶୁଙ୍କ ଉତ୍ତମ ଭବିଷ୍ୟତ ପାଇଁ ଅନେକ ମାର୍ଗଦର୍ଶନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀମାନେ ଏବଂ ସମସ୍ତ ଗୁରୁଜୀ ଗୁରୁମା ଯୋଗଦେଇ ଉତ୍ସବକୁ ସରସ ସୁନ୍ଦର କରିଥିଲେ। ଏହି ଅବସରରେ ଶ୍ରୀମତୀ ବରାଡ ବିଦ୍ୟାଳୟର ପୁସ୍ତକ ଭଣ୍ଡାରକୁ ସ୍ବରଚିତ “ପୁସ୍ତକ ସାବାସ ସୁମନ”, “ଆହା କି ମିଠା” ,”ମା ଲୋ ମା କହିଦେ ମତେ” ଆଦି ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ, ବିଦ୍ୟାମନ୍ଦିର ସୁରେନ୍ଦ୍ର କୁମାର ପ୍ରଧାନ ଓ ପରିଚାଲନା ସମିତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସମାପନ ହୋଇଥିଲା।
Read Moreବିଦ୍ୟାଳୟରେ ଶିଶୁ ଦିବସ ପାଳନ ସହ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ରଣପୁର,(ନୟାଗଡ଼ ଦର୍ପଣ): ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ନଭେମ୍ବର ୧୪ ତାରିଖ, ୧୮୮୯ ମସିହାରେ ରେ ଜନ୍ମ ଗ୍ରହଣ କରିଥିଲେ। ସେ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ। ତାଙ୍କର ଜନ୍ମ ଦିନକୁ ସ୍ମରଣିୟ କରି ରଖିବା ପାଇଁଁ ସାରା ଦେଶରେ ଶୁଶୁ ଦିବସ ପାଳନ କରାଯାଉଛି। ସେହିପରି ରଣପୁର ସମସ୍ତ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି। ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ସାଧନ କେନ୍ଦ୍ର ସଂଯୋଜକ ସୁଧାକର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ମୋ ସ୍କୁଲ ସଭାପତି ଗଣେଶ୍ୱର ପ୍ରଧାନ, ୱାର୍ଡ ମେମ୍ବର ସରୋଜିନୀ ପ୍ରଧାନ, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ…
Read More