ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ପାଇଁ ବିପଦରେ ସଙ୍ଘ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ନୀଳମାଧବ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ପୈାରହିତ୍ୟରେ ଅନୁଷ୍ଠିତ ବୈଠକରେ ବର୍ଷିୟାନ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ସାମ୍ବାଦିକ ଜୀବନରେ ଘଟୁଥିବା ସଂଘର୍ଷ ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ ସଂଗଠନକୁ ମଜବୁତ କରିବା ଉପରେ ଆଲୋକପାତ କରିଥିଲେ । ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର ସଂଘର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ଗାଁ ଶାଖା ସଭାପତି ଅଶୋକ କୁମାର ମହାପାତ୍ର, ଦଶପଲ୍ଲା ବ୍ଲକ ସଂଯୋଜନ ପ୍ରଫୁଲ କୁମାର ଦାଶ ସାମ୍ବାଦିକଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ନୟାଗଡ଼ ଜିଲ୍ଲାରେ ବିଶୃଙ୍ଖଳା ସୃଷ୍ଟି କାରୀ ସଂଘ ପାଇଁ ବିପଦ ବୋଲି ଅନ୍ୟତମ…

Read More

ସୁରଭି କାର୍ଯ୍ୟକ୍ରମ ଦ୍ଵାରା ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ହୋଇଥାଏ: ଦଶପଲ୍ଲା ବିଧାୟକ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ। ।ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିବା  ସହ ଛାତ୍ର ଛାତ୍ରୀ ହେଉଛନ୍ତି ଦେଶର ଶ୍ରେଷ୍ଠ ସମ୍ପଦ,ଅଳଙ୍କାର ପିନ୍ଧିବା ଦ୍ଵାରା ଯେପରି ଜଣେ ସୁନ୍ଦର ଦେଖାଯାଏ ସେହିପରି ଛାତ୍ର ଛାତ୍ରୀ ମାନଙ୍କ ସାମଗ୍ରିକ ବିକାଶ ହେଲେ ଛାତ୍ର ଛାତ୍ରୀ ମାନଙ୍କ ସୁନ୍ଦରତା ବଢ଼ିଥାଏ ,ଯାହାକି ଏହି କାର୍ଯ୍ୟକ୍ରମ ଦ୍ବାରା ସମ୍ଭବ ବୋଲି ବିଧାୟକ କହିଥିଲେ।  ବିଶ୍ୱ ଶିକ୍ଷକ ଦିବସ ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଥିଲେ।ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା…

Read More

ଗାନ୍ଧୀ ବିଚାରାଧାରା ଉପରେ ଆଲୋଚନା ଚକ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ଲାଠିପଡାସ୍ଥିତ ମଡେଲ ଡିଗ୍ରୀ କଲେଜଠାରେ କଳା ସମାଜ ଆନୁକୁଲ୍ୟରେ ଗାନ୍ଧୀଜୀଙ୍କ ଚିନ୍ତାଧାରାକୁ ନେଇ ଏକ ଆଲୋଚନାଚକ୍ର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରଖ୍ୟାତ ସାହିତ୍ୟିକ ତଥା ଗାନ୍ଧୀ ଆଲୋଚକ ଡକ୍ଟର ବିଜୟ କୁମାର ଚୌଧୁରୀ ଯୋଗଦେଇ ‘ଗାନ୍ଧୀ ବିଚାର; ସମକାଳ ପ୍ରାସଙ୍ଗିକତା’ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଆଧୁନିକ ସମାଜରେ ଗାନ୍ଧୀ ଚେତନାର ଉପଯୋଗିତା ତଥା ଦୈନନ୍ଦିନ ଜୀବନରେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ଉପରେ ଛାତ୍ରଛାତ୍ରୀମାନଙ୍କୁ ପ୍ରେରିତ କରିଥିଲେ। ପ୍ରାୟ ୨୦୦ କଳା ଛାତ୍ରଛାତ୍ରୀମାନଙ୍କୁ ନେଇ ଆୟୋଜିତ ଆଲୋଚନା ଚକ୍ରରେ ମଧୁସ୍ମିତା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ଡକ୍ଟର ଜ୍ୟୋତ୍ସ୍ନାରାଣୀ କର ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ର ପ୍ରତିନିଧି ଚିନ୍ମୟ ପ୍ରସାଦ ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ସୁନୀଲ କୁମାର…

Read More

ଚିନ୍ମୟ ମିଶନ ପକ୍ଷରୁ ଆରମ୍ଭ ହେବ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ, ନୟାଗଡ଼ ଶାଖା ପକ୍ଷରୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶ୍ରୀମଦଭାଗବତଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଚଳିତ ମାସ ଶେଷ ସପ୍ତାହରେ ଆରମ୍ଭ ହେବାକୁ ଯାଉଛି। ଜୁନିୟର ଏବଂ ସିନିୟର ଦୁଇଟି ବିଭାଗରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଚିନ୍ମୟ ମିଶନ ପକ୍ଷରୁ ପ୍ରମାଣ ପତ୍ର ସହିତ ପୁରସ୍କୃତ କରାଯିବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ଚିନ୍ମୟ ମିଶନ, ନୟାଗଡ଼ ଶାଖା ସଭାପତି ସୁରେନ୍ଦ୍ରନାଥ ମହାପାତ୍ରଙ୍କ ପୌରୋହିତ୍ୟରେ ଭାରତ ବିକାଶ ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମିଶନ ସଂଯୋଜିକା ଶ୍ରାବଣୀ ମିଶ୍ର, ଅର୍ଥ ସଚିବ ପ୍ରଦୀପ କୁମାର ସାହୁଙ୍କ ସମେତ ସଦସ୍ୟ ପ୍ରଫୁଲ କୁମାର ନାୟକ, କୃପାସିନ୍ଧୁ କରଣ, ପଦ୍ମ ଚରଣ ସାହୁ, ରବୀନ୍ଦ୍ର ନାଥ ମହାପାତ୍ର, ସତ୍ୟରଞ୍ଜନ ଦାଶ, କୃଷ୍ଣପ୍ରିୟା ଦାଶ,…

Read More

ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କୁ ସମ୍ବର୍ଦ୍ଧନା

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମାଈଛେଳି ପଞ୍ଚାୟତ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଠାରେ ଆନ୍ତର୍ଜାତୀୟ ମାନବାଧିକାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ମୀନକେତନ ପଟ୍ଟନାୟକ ଓ ନୂଆଗାଁ ବ୍ଲକ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଦଶପଲ୍ଲା ବିଧାୟକ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷାକାରୀ, ସାଧାରଣ ଜନତାଙ୍କ ସମସ୍ଯା, ବୃଦ୍ଧ ବୃଦ୍ଧା, ଅସହାୟକଙ୍କ ପାଇଁ ହେବାକୁ ଥିବା ୧୦୦ଶଯ୍ୟା ବିଶିଷ୍ଟ ଘର ପ୍ରୋଜେକ୍ଟ ସାଇଟ୍ ପରିଦର୍ଶନ କରିଥିଲେ। ଦଶପଲ୍ଲା ନିର୍ବାଚନ ମଣ୍ଡଳୀ କୃଷଚଦ୍ର ପୁର ଠାରେ ଏଭଳି ଅନୁଷ୍ଠାନ ହେଉଥୁବାରୁ ପୂର୍ଣ୍ଣ ସହଯୋଗ କରିବା ପାଈଁ ବିଧାୟକ କହିଥିଲେ। ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ବୃଦ୍ଧାଶ୍ରମ ଓ ଅନାଥାଶ୍ରମର ଗୃହ କାଯ୍ୟ ଯଥାଶୀଘ୍ର ଆରମ୍ଭ କରିବା ପାଈଁ  ଅନୁଷ୍ଠାନର ପ୍ରତିଷ୍ଠାତା ମୀନକେତନ ପଟ୍ଟନାୟକଙ୍କୁ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦଙ୍କ…

Read More

ଜଗବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ଦଶପଲ୍ଲା ବିଧାୟକ

ନୂଆଗାଁ,(ନୟାଗଡ଼ ଦର୍ପଣ):  ୬୮ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଯୋଗ ଓ ସନ୍ତରଣ ପ୍ରତିଯୋଗିତା ସମ୍ବଲପୁରର ଲେଡି ଲୁଇସ୍ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅକ୍ଟୋବର  ୨ତାରିଖ ଠାରୁ ୪ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ୧୭ବର୍ଷରୁ କମ ବାଳକ ବିଭାଗରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ଥିବା ଚିନ୍ତାମଣି ବିଦ୍ୟାପୀଠ ସମ୍ପଡା, ନବମ ଶ୍ରେଣୀର ଛାତ୍ର ଜଗବନ୍ଧୁ ସାମନ୍ତରା ରାଜ୍ୟସ୍ତରରେ କୃତିତ୍ୱ ଅର୍ଜନ କରିଛନ୍ତି। ଆସନ୍ତା ୧୮ତାରିଖରୁ ମହାରାଷ୍ଟ୍ରରେ ହେବାକୁଥିବା ଜାତୀୟ ଯୋଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ସେ ଜାତୀୟ ସ୍ତରରେ ଜଣେ କୃତି ପ୍ରତିଯୋଗୀ । ପୂର୍ବରୁ ସେ ୧୪ବର୍ଷରୁ କମ ବୟସ୍କ ଦଳରେ ଅଂଶ ଗ୍ରହଣ କରି ଜାତୀୟ ସ୍ତରରେ ଦିଲ୍ଲୀ, ଭୋପାଳ ଓ ରାଜସ୍ଥାନର ଜୟପୁର ଠାରେ ଅଂଶ ଗ୍ରହଣ କରିସାରିଛନ୍ତି। ଚିନ୍ତାମଣି ବିଦ୍ୟାପୀଠର ଯୋଗ ଶିକ୍ଷକ ପରମାନନ୍ଦ ପରିଡ଼ାଙ୍କ ଠାରୁ ନିୟମିତ ଯୋଗ ଶିକ୍ଷା…

Read More

ଓଡ଼ିଶା ହକି ସଂଘ ଆୟୋଜିତ ଖେଳରେ ନୈରାଶ୍ୟ ପ୍ରଦର୍ଶନ କଲା ଜିଲ୍ଲା ହକି ଦଳ

ରଣପୁର,(ନୟାଗଡ଼ ଦର୍ପଣ): ୨୦୨୨ ମସିହାରେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ ଦ୍ୱାରା ରଣପୁର ଠାରେ ଉଦ୍ଘାଟନ ହୋଇଥିଲା ଓଡିଶା ନାଭାଲ୍-ଟାଟା ହକି ଗ୍ରାସ ରୁଟ୍ ସେଣ୍ଟର। ସେବେଠୁ ନୟାଗଡ ଜିଲ୍ଲାରେ ଦେଖିବାକୁ ମିଳିଥିଲା ହକିର ଯାଦୁ। ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସର୍ବଦା ଫାଇନାଲ୍ ରାଉଣ୍ଡ୍ ପର୍ଯ୍ୟନ୍ତ ଦଳ ଉତୀର୍ଣ୍ଣ ହେବାର ଯଶ ବଜାୟ ରଖୁଥିଲା। ବିଗତ ଦିନରେ ରଣପୁର ଅଞ୍ଚଳରୁ ଦୁଇଜଣ ଜାତୀୟ ସ୍ତରୀୟ ମ୍ୟାଚ୍ ପରିଚାଳକ, ଜଣେ ଜାତୀୟ ସ୍ତରୀୟ ଖେଳାଳି ଏବଂ ଦୁଇ ଜଣ ନୂତନ କୋଚ୍ ଏବଂ ଜଣେ ରାଜ୍ୟ କ୍ରିଡା ଛାତ୍ରବାସରେ ରହି ପ୍ରଶିକ୍ଷଣ ନେବାର ସୌଭାଗ୍ୟ ଅର୍ଜନ କରିବା ସହ ରଣପୁର ତଥା ସମଗ୍ର ନୟାଗଡ ଜିଲ୍ଲା ପାଇଁ ଗୌରବ ଆଣିଥିଲେ। କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ପରିଲିକ୍ଷିତ ହୋଇଛି। ଟାଟା ଦ୍ୱାରା ଆୟୋଜିତ ଚଉଦ ବର୍ଷରୁ କମ୍ ପୁରୁଷ…

Read More

ଭକ୍ତିସଙ୍ଗୀତ ପ୍ରତିଯୋଗିତା: ଅକ୍ଟୋବର ୬ରୁ ପ୍ରଥମ ପର୍ଯ୍ୟାୟ ଅଡିସନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ବର୍ଷ ‘ସଙ୍ଗୀତଧାରା’, ନୟାଗଡ଼ ପକ୍ଷରୁ ଆୟୋଜିତ ହୋଇଥିବା ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଅପୂର୍ବ ସଫଳତା ହାସଲ କରିଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ୬ତାରିଖରୁ ପୁନର୍ବାର ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣି ସେମାନଙ୍କୁ ସମାଜରେ ନୂତନ ପରିଚୟ ସୃଷ୍ଟି କରାଇବା ପ୍ରୟାସରେ ‘ସଙ୍ଗୀତଧାରା’, ନୟାଗଡ଼ ପକ୍ଷରୁ ଗତ ବର୍ଷ ଠାରୁ ଏହି ଅଭିନବ ଉଦ୍ୟମ ଆରମ୍ଭ ହୋଇଛି। ଗତବର୍ଷ ଅନୁଷ୍ଠିତ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଗୀତା ଦାଶ, ଆଲୋକ କୁଣ୍ଡୁ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଅଶୋକ ଗଣ୍ଠିଆ ପ୍ରମୁଖ ବିଚାରକ ଭାବେ ଯୋଗଦାନ କରି ଶ୍ରେଷ୍ଠ ୩ଜଣ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷର ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ଅଡିସନ…

Read More

ଅକ୍ଟୋବର ୫ତାରିଖରେ ହେବାକୁ ଥିବା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପାଇଁ ପ୍ରସ୍ତୁତି ବୈଠକ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ, କବିତା ଦାସ, ନୂଆଗାଁ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ଭୀମସେନ ଦାସ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୀମାଞ୍ଚଳ ସେନାପତି, ସମ୍ପାଦକ ସୁରେଶ ଚନ୍ଦ୍ର ମହାପାତ୍ର, ଉପ ସଭାପତି ପୁରୋଷୋତ୍ତମ ଜାନୀ, ଓଷ୍ଟା ରାଜ୍ୟ ଇସି ସଦସ୍ୟ ବିନାୟକ ପରିଡ଼ା, ଅଲ ଓଷ୍ଟା ସଭାପତି କବିରାଜ ବିଶ୍ଵାଳ, ଏନପିଏସ ଶିକ୍ଷକ ସଂଘ ସଭାପତି ସୁଧିର କୁମାର ପ୍ରଧାନ, ପ୍ରାଥମିକ ଶିକ୍ଷକ ସଂଘ ଏକ୍ସ କ୍ୟାଡ଼ର ସଭାପତି ପ୍ରକାଶ ବେହେରା, ସମ୍ପାଦକ ସୁଧିରଞ୍ଜନ ପରିଡ଼ା, ସିଆରସିସି ବିଭୂତି ଭୂଷଣ ମିଶ୍ର, କୈଳାଶ…

Read More

ଗାନ୍ଧୀ ଦର୍ଶନ ଏବଂ ବିଚାର ପ୍ରାସଙ୍ଗିକତା ସମ୍ପର୍କିତ ଆଲୋଚନାଚକ୍ର, ତ୍ରିରଙ୍ଗା ଯାତ୍ରା

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ପୁଣ୍ୟ ଜନ୍ମତିଥିରେ ଗାନ୍ଧୀ ବିଚାର ପ୍ରଚାର ପ୍ରଚାର ମଞ୍ଚ ଆନୁକୂଲ୍ୟରେ ତ୍ରିନାଥ ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ୭୮ ବର୍ଷ ଦେଶ ସ୍ୱାଧୀନତା ସ୍ମାରକୀ ଭାବେ ୭୮ମିଟର ଲମ୍ବା ବିଶାଳ ତ୍ରିରଙ୍ଗା ପତାକା ସହ ଗାନ୍ଧୀ ବିଚାରଧାରା କୁ ସମ୍ମାନ ଦେଉଥିବା ଶହଶହ ଗାନ୍ଧୀ ପ୍ରେମୀ ତ୍ରିରଙ୍ଗା ଶୋଭାଯାତ୍ରା ରେ ସହର ପରିକ୍ରମା କରି ସ୍ଥାନୀୟ ବ୍ଲକ ଯାଏଁ ଆସିଥିଲେ। ବ୍ଲକ ସମ୍ମିଳନୀ କକ୍ଷ ମଧ୍ୟରେ “ଗାନ୍ଧୀ ଦର୍ଶନ ଓ଼ ବିଚାର ପ୍ରାସଙ୍ଗିକତା” ସମ୍ପର୍କିତ ତାତ୍ୱିକ ଆଲୋଚନାଚକ୍ର ଆୟୋଜନ କରି ଗାନ୍ଧୀ ଦର୍ଶନ ପ୍ରସଙ୍ଗ ରେ ସମାଜ ଉପଯୋଗୀ ତଥ୍ୟ କୁ ଲୋକାଭିମୁଖୀ କରାଯାଇ ଗାନ୍ଧିଜୀ ଙ୍କ ସତ୍ୟ, ଅହିଂସା ଏବଂ ସତ୍ୟାଗ୍ରହ ପ୍ରଚାର ପ୍ରସାର କରାଇବା ପାଇଁ ଏଭଳି ଆଲୋଚନାଚକ୍ର…

Read More