ବ୍ଲକସ୍ତରୀୟ ଉଚ୍ଚ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ତାଲିମ କାର୍ଯ୍ୟକ୍ରମ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ପଞ୍ଚାୟତ ହାଇସ୍କୁଲ୍ ବକଳ ବନ୍ଧରେ ବ୍ଲକସ୍ତରୀୟ ଉଚ୍ଚ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବ୍ଲକସ୍ତରୀୟ ଉଚ୍ଚ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସି ଆର୍ ସି ସି ବିଭୂତି ଭୂଷଣ ମିଶ୍ର ଏବଂ ରାକେଶ କୁମାର ଘଡେ଼ଇଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆର୍ ପି ଦେବବ୍ରତ ଶତପଥୀ, ସିଦ୍ଧାର୍ଥ ରତ୍ନ, ପ୍ରଭାତୀ ଦେଇ ଏବଂ ସୁଭଦ୍ରା ସାହୁ ଶିକ୍ଷକମାନଙ୍କର ବିକାଶତ୍ମକ ମନୋବୃତ୍ତି, ସାମାଜିକ,  ଆବେଗିକ ନୈତିକ ଶିକ୍ଷା, ଅନ୍ତର୍ନୀବେଶୀ ଶିକ୍ଷା, ବସ୍ତାନୀ ବିହୀନ ପାଠପଢ଼ା ଦିବସ, ଜାତୀୟ ଉପଲବ୍ଧି ସର୍ବେକ୍ଷଣ ଆଦି ଉପରେ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୫୫ଜଣ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ।ତାଲିମ ଶିବିର…

Read More

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ  ଥିବା ସଂପଡା କ୍ଲଷ୍ଟର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ  ଆଜି କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ମୁଖ୍ୟ ଅତିଥି ଭାବେ ମାଇଛେଳି ଗ୍ରାମପଞ୍ଚାୟତ ସରପଞ୍ଚ ସ୍ୱାଗତିକା ପ୍ରିୟଦର୍ଶିନୀ ପ୍ରଧାନ  ଯୋଗଦେଇ ଶିଶୁ ମାନଙ୍କ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।ସମ୍ମାନୀତ ଅତିଥି ଭାବେ ଚିନ୍ତାମଣି ବିଦ୍ୟାପୀଠର ଶିକ୍ଷକ ବିନାୟକ ପରିଡ଼ା, ହରିହର ତ୍ରିପାଠୀ, ହ୍ରୁଶିକେଶ ପ୍ରଧାନଙ୍କ ସହିତ ଶିକ୍ଷକ ପ୍ରମୋଦ କୁମାର ଖଣ୍ଡୁଆଳ, ସୁଧିର ପ୍ରଧାନ,  ପ୍ରଧାନଶିକ୍ଷକ ପୁଲୋଚନ କହଁର, ଶିକ୍ଷୟତ୍ରୀ ଶଞ୍ଜୁକ୍ତା ପରିଡା, ପ୍ରଭାତି ପରିଡା ପ୍ରମୁଖ ଯୋଗଦେଇଥିଲେ। ସଂପଡା କ୍ଲଷ୍ଟରରେ ଥିବା କାଣିଗିରି, କୃଷ୍ଣଚନ୍ଦପୁର, ମାଇଛେଳି, ପାରାଢିପି, ଗୋହିରିବାଦୁ ଆଦି ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି ସୁରଭି କାର୍ଯ୍ୟକ୍ରମରେ କୁଇଜ୍, ଇଲୋକୁସନ୍, ଚିତ୍ରାଙ୍କନ, ଗୀତ, ନୃତ୍ୟ  ଇତ୍ୟାଦି ପ୍ରତିଯୋଗିତା…

Read More

ନୟାଗଡ ଜିଲ୍ଲା ସ୍ତରୀୟ ପ୍ରଧାନ ମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନାର ମହା ଶିବିରର ସଫଳ ଆୟୋଜନ ନିମନ୍ତେ ପ୍ରାକ୍ ପ୍ରସ୍ତୁତି ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହରେ ଆଦିବାସୀ ମନ୍ତ୍ରଣାଳୟ ଭାରତ ସରକାରଙ୍କ ନିର୍ଦ୍ଦେଶରେ ପ୍ରଧାନ ମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନାର(PM-JUGA) ଜିଲ୍ଲା ସ୍ତରୀୟ ମହା ଶିବିରକୁ ସଫଳ  ଆୟୋଜନ ଲାଗି ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଳାପାଳ ନୟାଗଡଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ମଙ୍ଗଳ ଅଧିକାରୀ, ନୟାଗଡ ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନାର(PM-JUGA)ର ଆଭିମୂଖ୍ୟ ବିଷୟରେ ସୂଚନା ଦେଇଥିଲେ। ଏହି ଜିଲ୍ଲାର ଦଶପଲ୍ଲା, ଗଣିଆ ଓ ନୂଆଗାଁର ଅନୁସୂଚିତ ଜନଜାତି ବହୁଳ ମୋଟ ୧୧୩ଟି ଗ୍ରାମକୁ ଏହି ଯୋଜନା ମାଧ୍ୟମରେ ସାମିଲ୍ କରାଯାଇଛି । ଆଗାମୀ ତା- ୦୨.୧୦.୨୦୨୪ରିଖ ଦିନ  ମାନ୍ୟବର ପ୍ରଧାନମନ୍ତ୍ରୀ ଏହି ଯୋଜନାକୁ ଲୋକାର୍ପଣ କରିବେ ଯାହା ନୟାଗଡର ଦଶପଲ୍ଲା ଅନ୍ତର୍ଗତ ବାଣୀଗୋଛା ଉଚ୍ଚ ବିଦ୍ୟାଳୟରେ ଆଭାସି ମାଧ୍ୟମରେ ଅନୁଷ୍ଠିତ ହେବ । ଉଭୟ କେନ୍ଦ୍ର ଓ ରାଜ୍ୟ  ସରକାରଙ୍କର…

Read More

ଗାନ୍ଧୀ ବିଚାର, ପ୍ରଚାର-ପ୍ରସାର ମଞ୍ଚ ବୈଠକ

ଗାନ୍ଧୀ ବିଚାର ପ୍ରାସଙ୍ଗିକତା ଶୀର୍ଷକ ଆଲୋଚନା ନୟାଗଡ଼,(ନୟାଗଡ଼ ଦର୍ପଣ): ଗାନ୍ଧୀ ବିଚାର ପ୍ରଚାର-ପ୍ରସାର ମଞ୍ଚ ଆବାହକ ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଆବାହକତ୍ବରେ ଗାନ୍ଧୀ ବିଚାର ପ୍ରଚାର-ପ୍ରସାର ସହ ବିଚାର ମଞ୍ଚ ଗଠନ କରାଯାଇ ବିପଦରେ ଥିବା ଦେଶର ସମ୍ବିଧାନ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁରକ୍ଷା ଦେବା କ୍ଷେତ୍ରରେ ଏହି ବିଚାର ମଞ୍ଚ କାର୍ଯ୍ୟ କରିବ। ଏହି ଅବସରରେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ନୟାଗଡ ସଂଗ୍ରାମୀ ଭବନ ଠାରେ ଗାନ୍ଧୀ ବିଚାର ପ୍ରାସଙ୍ଗିକତା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ଗବେଷକ ଡ଼ ବିଜୟ ଚୌଧୁରୀ ଗାନ୍ଧୀ ବିଚାର ଆଦର୍ଶ ଉପରେ ଆଲୋକପାତ କରି ଗାନ୍ଧୀ ବିଚାରଧାରା ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଗାନ୍ଧୀ ଦର୍ଶନ ବିଭିନ୍ନ ଦିଗ ଆଗାମୀ ପିଢ଼ି ଯୁବ ବର୍ଗଙ୍କୁ ସଚେତନ କରାଇବା ଉପରେ ତାତ୍ୱିକ…

Read More

ନୂଆଗାଁ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ସ୍ତରୀୟ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ନୂଆଗାଁ, (ନୟାଗଡ଼ ଦର୍ପଣ):  ନୂଆଗାଁ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଶିକ୍ଷଣ ପ୍ରତିଷ୍ଠାନ ରାଜସୁନାଖଳା ଶିକ୍ଷକ ପ୍ରଶିକ୍ଷକ ଦୀପକ ବେହେରା ଯୋଗଦେଇ ସ୍ଵଚ୍ଛତା କଣ, ସ୍ଵଚ୍ଛତାର ଅର୍ଥ ଛାତ୍ରଛାତ୍ରୀଙ୍କୁ କହିବା ସହ ଛାତ୍ରଛାତ୍ରୀମାନଙ୍କ ସ୍ଵଚ୍ଛତା ଉପରେ ଛୋଟ ଛୋଟ ପ୍ରୟାସ ଦେଶକୁ ସ୍ଵଚ୍ଛତା ଦିଗରେ ଆଗେଇ ନେଇଥାଏ। ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା ଦାଶ, କୋରଡ଼ା ପଞ୍ଚାୟତ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଖଣ୍ଡୁଆଳ, ନୂଆଗାଁ ହାଇସ୍କୁଲ୍ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୀମସେନ ଦାସ, ଜଗନ୍ନାଥ ପ୍ରସାଦ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ସୁକଦେବ ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ମହତ୍ତ୍ୱ…

Read More

ଲୋକନୃତ୍ୟ ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେବା ଆବଶ୍ୟକ: ବିଇଓ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଯୋଗଦେଇ ଲୋକନୃତ୍ୟର ମହତ୍ତ୍ଵ ଉପରେ କହିଥିଲେ। ସମ୍ମାନୀତ ଅତିଥିଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା ଦାସ, ନୂଆଗାଁ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୀମସେନ ଦାସ ପ୍ରମୁଖ ଯୋଗ ଦେଇଥିଲେ। ମହିପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଶୁଭ ସ୍ୱାଗତିକା ବିଶ୍ଵାଳ, ଶୁଭଶ୍ରୀ ପ୍ରଧାନ, ପ୍ରିୟଦର୍ଶିନୀ ବେହେରା, ଜ୍ୟୋତ୍ସ୍ନାରାଣୀ ରାୟ, ଶ୍ରେୟା ଶତପଥୀ, ସୋନାଲି ବେହେରା ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି। କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ବ୍ଲକ୍ ଶିକ୍ଷା ଅଧିକାରୀ ପୁରସ୍କୃତ କରିଥଲେ। ଆସନ୍ତା…

Read More

ସୁଭଦ୍ରା ଯୋଜନାର ସଫଳ ରୁପାୟନ ନିମନ୍ତେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶରେ କଲେଜ ମାନଙ୍କରେ “ସୁଭଦ୍ରା” ଯୋଜନା ସମ୍ପର୍କିତ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ସୁଭଦ୍ରା ଯୋଜନାର ସଫଳ ରୁପାୟନ ନିମନ୍ତେ ଏଭଳି କାର୍ଯ୍ୟକ୍ରମ କରାଯାଉଥିବା ଜଣାପଡିଛି। ଏନେଇ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିପିନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। “ସୁଭଦ୍ରା ମହିଳା ସଶକ୍ତି କରଣ ପାଇଁ ଏକ ମାଧ୍ୟମ” ଉକ୍ତ ବିଷୟ ବସ୍ତୁକୁ ନେଇ ବକ୍ତୃତା, ଚିତ୍ରାଙ୍କନ, ମୁରୂଜ, ଚିତ୍ରତ୍ତୋଳନ ଆଦି ପ୍ରତିଯୋଗୀତା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଅଧ୍ୟାପିକା ସ୍ମିତା ସ୍ବାଇଁ, ନିବେଦିତା ସାହୁ ଓ ବୈଶାଳୀ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

Read More

ନୟାଗଡ଼ରେ ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ପ୍ରତି ଯୋଗିତା ଅନୁଷ୍ଠିତ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ଲୋକନୃତ୍ୟ (ଫଲ୍କ ଡ୍ୟାନ୍ସ) ପ୍ରତିଯୋଗିତା ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲ୍ଲାର ୮ଟି ବ୍ଲକରେ ଥିବା ବିଦ୍ୟାଳୟର ୪୭ ଜଣ ପ୍ରତି ଯୋଗୀ ଯୋଗ ଦେଇଥିଲେ। ବ୍ରଜେନ୍ଦ୍ର ହାଇସ୍କୁଲର ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ, ବରିଷ୍ଠ ଶିକ୍ଷକ ବଟ କିଶୋର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶରତ ଚନ୍ଦ୍ର ସାହୁ ଆଗେଇ ନେଥିବାବେଳେ ବିଚାରକ ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ନାଟ୍ୟକାର ପ୍ରଧାନୀ ବୃନ୍ଦାବନ ମହାପାତ୍ର, ସଂଗୀତ ସଂଯୋଜକ ଗୋପୀନାଥ ସେଠୀ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ଏଥିରେ ନୟାଗଡ଼ ବ୍ଲକର ଲାଠିପଡ଼ା ହାଇସ୍କୁଲ ପ୍ରଥମ ହୋଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାପାଇଁ ମନୋନୀତ…

Read More