ନୟାଗଡ ଜିଲ୍ଲା ସ୍ତରୀୟ ପ୍ରଧାନ ମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନାର ମହା ଶିବିରର ସଫଳ ଆୟୋଜନ ନିମନ୍ତେ ପ୍ରାକ୍ ପ୍ରସ୍ତୁତି ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହରେ ଆଦିବାସୀ ମନ୍ତ୍ରଣାଳୟ ଭାରତ ସରକାରଙ୍କ ନିର୍ଦ୍ଦେଶରେ ପ୍ରଧାନ ମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନାର(PM-JUGA) ଜିଲ୍ଲା ସ୍ତରୀୟ ମହା ଶିବିରକୁ ସଫଳ  ଆୟୋଜନ ଲାଗି ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଳାପାଳ ନୟାଗଡଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ମଙ୍ଗଳ ଅଧିକାରୀ, ନୟାଗଡ ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନାର(PM-JUGA)ର ଆଭିମୂଖ୍ୟ ବିଷୟରେ ସୂଚନା ଦେଇଥିଲେ। ଏହି ଜିଲ୍ଲାର ଦଶପଲ୍ଲା, ଗଣିଆ ଓ ନୂଆଗାଁର ଅନୁସୂଚିତ ଜନଜାତି ବହୁଳ ମୋଟ ୧୧୩ଟି ଗ୍ରାମକୁ ଏହି ଯୋଜନା ମାଧ୍ୟମରେ ସାମିଲ୍ କରାଯାଇଛି । ଆଗାମୀ ତା- ୦୨.୧୦.୨୦୨୪ରିଖ ଦିନ  ମାନ୍ୟବର ପ୍ରଧାନମନ୍ତ୍ରୀ ଏହି ଯୋଜନାକୁ ଲୋକାର୍ପଣ କରିବେ ଯାହା ନୟାଗଡର ଦଶପଲ୍ଲା ଅନ୍ତର୍ଗତ ବାଣୀଗୋଛା ଉଚ୍ଚ ବିଦ୍ୟାଳୟରେ ଆଭାସି ମାଧ୍ୟମରେ ଅନୁଷ୍ଠିତ ହେବ । ଉଭୟ କେନ୍ଦ୍ର ଓ ରାଜ୍ୟ  ସରକାରଙ୍କର ସମସ୍ତ ଯୋଜନା କିପରି ଅନୁସୂଚିତ ଜନଜାତି  ଲୋକମାନଙ୍କ ପାଖରେ ପହଁଚିବ ତେଣୁ ଜିଲ୍ଲାର ସମସ୍ତ  ବିଭାଗର   ଷ୍ଟଲଗୁଡିକ ସ୍ଥାପନା କରାଯାଇ ଲୋକଙ୍କୁ  ଅବଗତ କାରଯିବା ଲାଗି ସ୍ଥିର କରାଯାଇଛି। ଏହି ବୈଠକରେ ଜିଲ୍ଲା ସ୍ତରୀୟ  ଅଧିକାରୀମାନେ ସହ ବିଡିଓ ତହସିଲଦାର ଉପସ୍ଥିତ ଥିଲେ ।

Related posts