ନୟାଗଡ଼ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ରୋଗର ନିବାରଣ ପାଇଁ ସଚେତନତା ରାଲି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଶନିବାର ସକାଳେ ବିଭିନ୍ନ ରୋଗର ନିବାରଣ ପାଇଁ ଏକ ସଚେତନତା ରାଲି ସହରରେ ଅନୁଷ୍ଠିତ ହୋଇଯାଇଛି । ସକାଳ ୭.୩୦ ମି. ସମୟରେ ଏହି ରାଲି ମ୍ୟୁନିସ୍‌ପାଲ୍‌ କାର୍ଯ୍ୟାଳୟରୁ ବାହାରିଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ସମାପନ ହୋଇଥିଲା। ସେଠାରେ ଆୟୋଜିତ ସଭାରେ ନିଜ ଓ ନିଜ ପରିବାର ପାଇଁ ବର୍ଷାଦିନେ ପରିମଳ ନିହାତି ସଫା ରଖିବାକୁ ବକ୍ତାମାନେ ଗୁରୁତ୍ବାରୋପ କରିଥିଲେ । ସେହିପରି ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଭଳି ରୋଗର ନିରାକରଣ ପାଇଁ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା। ମ୍ୟୁନିସପାଲଟି ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ଯକ୍ଷ ଗୁରୁପ୍ରସାଦ ଜେନା, କାଉନସିଲର ଦିନବନ୍ଧୁ ଗୁରୁ, କାଉନସିଲର ମଞ୍ଜୁ ଗୁମାନ ସିଂ, ରୁଦ୍ରପ୍ରସାଦ ରଥ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ବନମାଳି…

Read More

“ମାଆ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ପାଳିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଆନୁକୂଲ୍ୟରେ ସାରା ରାଜ୍ୟର ବିଦ୍ୟାଳୟରେ ଗତ ୨୨ ତାରିଖରୁ ଚାଲୁ ରହିଛି ଶିକ୍ଷା ସପ୍ତାହ ପାଳନ। ଏ ଅବସରରେ ଶିକ୍ଷଣସାମଗ୍ରୀ ଦିବସ, ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଦିବସ,କ୍ରୀଡ଼ା ଦିବସ, ସାଂସ୍କୃତିକ ଦିବସ, ଦକ୍ଷତା ଓ ଡିଜିଟାଲ୍ ପ୍ରୋତ୍ସାହନ ଦିବସ, ଇକୋକ୍ଲବ୍ ତଥା ପୋଷଣ ଦିବସ ଏବଂ ଗୋଷ୍ଠୀ ସଂପୃକ୍ତି ଦିବସ ପାଳନ କରାଯିବା ପାଇଁ ନିର୍ଦ୍ଦେଶନାମା ରହିଛି। ଆଜି ଷଷ୍ଠ ଦିବସରେ ଓଡ଼ଗାଁ ବ୍ଲକ୍ ମଶାବାରୀ କ୍ଲଷ୍ଟର ଅନ୍ତର୍ଗତ ଉଦ୍ଧବ ସରକାରୀ ଉ.ପ୍ରା. ବିଦ୍ୟାଳୟରେ ପାଳିତ ହୋଇଛି ଏକ ନିଆରା କାର୍ଯ୍ୟକ୍ରମ “ମାଆ ପାଇଁ ଗଛଟିଏ”। ଏ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ନିଜ ନିଜର ମାଆମାନଙ୍କ ସହ ମିଶି ବିଦ୍ୟାଳୟ ହତା ମଧ୍ୟରେ ବୄକ୍ଷରୋପଣ କରିଥିଲେ।ସ୍ଥାନୀୟ ସରପଞ୍ଚ…

Read More