ଦ୍ୱିତୀୟ ସାଧନକେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ନିର୍ଦ୍ଦେଶ ଅନୁଯାୟୀ ଆଜି ସମଗ୍ରଶିକ୍ଷା କାର୍ଯ୍ୟାଳୟ ନୟାଗଡ଼ ପକ୍ଷରୁ ସାରା ଜିଲ୍ଲାର ପ୍ରତ୍ୟେକ ବ୍ଲକର ସାଧନକେନ୍ଦ୍ର ତରଫରୁ ଏହାର ସଂଯୋଜକମାନଙ୍କ ଜରିଆରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ଓଡ଼ଗାଁ ବ୍ଲକ୍ ମଶାବାରୀ ସାଧନକେନ୍ଦ୍ର ତରଫରୁ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ କୁରୁମବାଙ୍କତରାଠାରେ ସାଧନକର୍ମୀ ଯଶୋବନ୍ତ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗଦୀଶ ମିଶ୍ର ବୈଠକକୁ ଉଦଘାଟନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ବଂଶୀଧର ପାଲ୍ ଓ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ସାଧନକେନ୍ଦ୍ର ପରିସରଭୁକ୍ତ ବାରଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ସମୁଦାୟ ଯୋଗଦାନ କରି ବୈଠକର ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ସରକାରଙ୍କ ପକ୍ଷରୁ ଆହୂତ ବିଭିନ୍ନ…

Read More

ଓଡଗାଁରେଦୀକ୍ଷାନ୍ତ ଗ୍ରହଣ ଉତ୍ସବ

ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆଖୁପଦର ଠାରେ ୫୪ଜଣ ସ୍କାଉଟ୍ ଓ ୫୪ଜଣ ଗାଇଡର ଛାତ୍ରଛାତ୍ରୀଙ୍କୁ ନେଇ ଦୀକ୍ଷାନ୍ତ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଆଣ୍ଡ୍ ଗାଇଡ୍ ରାଜ୍ୟ ସଂଯୋଜକ ତଥା ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ନାୟକ ଯୋଗଦେଇଥିଲେ। ଦୀକ୍ଷାନ୍ତ ଗ୍ରହଣ ଉତ୍ସବ ରେ ସ୍କାଉଟ୍ ଗାଇଡ୍ ମାନଙ୍କଦ୍ୱାରା ଜାତୀୟ ସଙ୍ଗୀତ,ସ୍କାଉଟ୍ ପ୍ରାର୍ଥନା ଓ ଝଣ୍ଡା ଗୀତ ଗାନ କରାଯାଇଥିଲା।ସ୍କାଉଟ୍ ମାଷ୍ଟର ପଞ୍ଚାନନ ପଣ୍ଡା, ଗାଇଡ୍ କ୍ୟାପଟେନ୍ ସୌଦାମିନୀ ମହାପାତ୍ର, ଜ୍ଞାନଲିପ୍ସା ପ୍ରିୟଦର୍ଶିନୀ, କବ୍ ମାଷ୍ଟର ରଞ୍ଜନ କୁମାର ଦାଶ ଛାତ୍ର ଛାତ୍ରୀ ମାନଙ୍କୁ ଦୀକ୍ଷାନ୍ତ ଗ୍ରହଣ କରାଇ ବ୍ୟାଚ୍, ସ୍କାର୍ପ ଓ ଟୋପି ପ୍ରଦାନ କରାଇଥିଲେ।ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନ ସମସ୍ତଙ୍କୁ ମିଷ୍ଟାନ୍ନ…

Read More

ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ଜ୍ଞାନବିଜ୍ଞାନ ମେଳା ଓ ସଂସ୍କୃତି ମହୋତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଓ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀ ଗୋପୀନାଥ ସାହୁ ମା ସାରଦାଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ସମସ୍ତଙ୍କ ପାଇଁ ଆଶିଷ ଭିକ୍ଷା କରିଥିଲେ। ବିଦ୍ୟାଳୟ ର ପ୍ରଧାନାଚାର୍ଯ୍ୟ ନିର୍ଣ୍ଣାୟକ ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ସେମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା। ମୁଖ୍ୟଅତିଥି ଶ୍ରୀ ଗୋପୀନାଥ ସାହୁ ଦୈନନ୍ଦୀନ ଜୀବନରେ ବିଜ୍ଞାନ ର ଆବଶ୍ୟକତା, ଛାତ୍ରଛାତ୍ରୀ ଙ୍କ ମନରେ ବିଜ୍ଞାନ ମନସ୍ଥତା ସୃଷ୍ଟି ନିମନ୍ତେ ପତ୍ରପତ୍ରିକା ପଠନ ନିମନ୍ତେ ଅଧ୍ୟୟନ ମନୋବୃତି ର ବିକାଶ ହେବା ଇତ୍ୟାଦି ସମ୍ପର୍କ ରେ ଆହ୍ୱାନ ଦେଇଥିଲେ। ବୈଜ୍ଞାନିକ ମାନଙ୍କ ଉଦାହରଣ ଦେଇ ନିଜେ ପ୍ରତ୍ୟେକ ଛାତ୍ର ବିଜ୍ଞାନୀ ହେବାପାଇଁ ପ୍ରେରଣା…

Read More

ରିଜର୍ଭ ପୋଲିସ୍ କାର୍ଯ୍ଯାଳୟ ପରିସରରେ ନୟାଗଡ଼ ପୋଲିସ ଓ ରୋଟାରୀ କ୍ଳବ୍ ତରଫରୁ ମେଗା ରକ୍ତଦାନ ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ରକ୍ତ ଦାନ ମହତ୍ ଦାନ। ରକ୍ତ ଦାନ ଦ୍ବାରା ଆଉ ଗୋଟିଏ ଜୀବନ ବଞ୍ଚି ପାରୁଥିବା ବେଳେ ଅନ୍ୟ ମୁଁହରେ ହସ ଫୁଟାଇ ମହାପୁଣ୍ୟ ଅର୍ଜନ କରିବାର ବଳିଷ୍ଠ ମାଧ୍ଯମ ହେଉଛି ରକ୍ତଦାନ। ଏହି ଭଳି ଏକ ମହତ୍ ପ୍ରୟାସରେ ନୟାଗଡ଼ ପୋଲିସ୍ ଓ ରୋଟାରୀ କ୍ଳବ୍ ନୟାଗଡ଼ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି ଏକ ମେଗା ରକ୍ତଦାନ ଶିବିର। ଏହି ଶିବିରରୁ ମୋଟ ୧୨୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଓ ରୋଟାରୀ କ୍ଳବ୍ ସଭାପତି ରୋଟାରିଆନ୍ ଶ୍ରୀକାନ୍ତ କୁମାର ଖଟେଇଙ୍କ ନେତୃତ୍ବରେ ଆୟୋଜିତ ଏହି ମେଗା ରକ୍ତଦାନ ଶିବିରକୁ ନୟାଗଡ଼ ଜିଲ୍ଲାପାଳ ସ୍ବାଧାଦେବ ସିଂହ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼…

Read More