କବି ଶାନ୍ତନୁ ବିଶୋଇଙ୍କ କବିତା ସଂକଳନ ‘ଅଫେରା ସମୟ ସୁଅ’ ଉନ୍ମୋଚିତ

ଓଡଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଦଣ୍ଡୋର ଗ୍ରାମର ବିଶିଷ୍ଟ ତଥା ଜଣାଶୁଣା କବି ସାନ୍ତନୁ ବିଶୋଇଙ୍କ ଲିଖିତ କବିତା ସଂକଳନ ‘ଅଫେରା ସମୟ ସୁଅ’ ଉନ୍ମୋଚନ ହୋଇଯାଇଛି।ଓଡ଼ଗାଁ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ଠାରେ ଏହି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଅଧିବାସ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରାୟ ୪୦ରୁ ଉର୍ଦ୍ଧ୍ଵ କବି ଓ ସାମ୍ବାଦିକ ମାନେ ଯୋଗଦେଇଥ‌ିଲେ। କବିଙ୍କ ମଧ୍ୟରେ ଅଶୋକ କୁମାର ମହାପାତ୍ର, ଦିବାକର ନାୟକ, ପ୍ରଫୁଲ୍ଲ ମାଝି, ଲୋକନାଥ ମିଶ୍ର (ଭରଦ୍ୱାଜ) ରାଜକିଶୋର ନାୟକ, ବରିଷ୍ଠ ସାମ୍ବାଦିକ ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ଆଦର୍ଶ ପଟ୍ଟନାୟକ, ବିଶିଷ୍ଟ ଉଦ୍’ଘୋଷକ, ଗବେଷକ, କବି ଚନ୍ଦ୍ରବିଜୟୀ ମିଶ୍ର, ଯଶୋବନ୍ତ ପଟ୍ଟନାୟକ, ଭାବଗ୍ରାହୀ ମହାପାତ୍ର, ରଞ୍ଜନ କୁମାର ଦାସ, ସହିତ୍ୟାଚାର୍ଯ୍ୟ ସୁଶାନ୍ତ କୁମାର…

Read More

ରୋଟାରୀ କ୍ଳବରେ ସ୍ବାସ୍ଥ୍ଯ ସଚେତନତା ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡାରୋଡସ୍ଥ ରୋଟାରୀ ଭବନ ପରିସରରେ ସନ ସାଇନ୍ ହସ୍ପିଟାଲ, ଭୁବନେଶ୍ୱର ଓ ରୋଟାରୀ କ୍ଳବ୍, ନୟାଗଡ଼ ମିଳିତ ସହଯୋଗରେ ଏକ ସ୍ବାସ୍ଥ୍ଯ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ରୋଟାରୀ କ୍ଳବ୍ ନୟାଗଡ଼ ର ସଭାପତି ରୋଟାରିଆନ୍ ଅବଦୁଲ୍ ଆରିଫ୍ ଖାଁନ୍ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ଶିବିରରେ ସନ ସାଇନ୍ ହସ୍ପିଟାଲ ଭୁବନେଶ୍ୱର ର ଡାଇରେକ୍ଟର ତଥା ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ପ୍ରଫୁଲ୍ଲ କୁମାର ସାହୁ ଯୋଗଦେଇ ବ୍ରେନ୍ ଷ୍ଟ୍ରୋକ୍ କାହିଁକି ହୁଏ, ତା’ର କାରଣ ଓ ନିରାକରଣ ସହିତ ବାର୍ଦ୍ଧକ୍ଯ ବୟସରେ କଣ ସଚେତନତା ଅବଲମ୍ବନ କରାଯିବ, ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସନ ସାଇନ୍ ହସ୍ପିଟାଲ ଭୁବନେଶ୍ୱର ର ବରିଷ୍ଠ ଫିଜିଓଥେରାପିଷ୍ଟ୍ ଡାକ୍ତର ଆଭାସ ଦାସ ପଟ୍ଟନାୟକ ଯୋଗଦେଇ ଶାରୀରିକ ଶିକ୍ଷା ଉପରେ ଆଲୋଚନା…

Read More

ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟର ଧନ୍ଦାମୂଳକ ଶିକ୍ଷାର୍ଥୀଙ୍କ ଶିଳ୍ପ ପରିଭ୍ରମଣ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀ ଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି।ଏହି ପରିଭ୍ରମଣ ରେ ବନାରାୟଣ ଉଚ୍ଚ ବିଦ୍ୟାଳୟ(ହବ୍ ସ୍କୁଲ) ର ନବମ ବଓ ଦଶମ ଶ୍ରେଣୀର ୬୦ ଶିକ୍ଷାର୍ଥୀ ଏବଂ( ସ୍ପୋକ ସ୍କୁଲ)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣ କୁଳ ର ୧୮ଜଣ ଶିକ୍ଷାର୍ଥୀ ସାମିଲ ହୋଇଛନ୍ତି।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କାଞ୍ଚନ ଷଡ଼ଙ୍ଗୀ ଙ୍କ ତତ୍ୱାବଧାନ ରେ ଦୁଇଟି ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଓଡ଼ଗାଁ ସ୍ଥିତ ଅମନ ଟେକ୍ସଟାଇଲ କୁ ପରିଭ୍ରମଣ କରିଥିଲେ।ପ୍ରତିଷ୍ଠାତା ଶ୍ରୀମତୀ ମିନତୀ ସାହୁ ଏବଂ ନାରାୟଣ ଉଚ୍ଚ ହଁବିଦ୍ୟାଳୟ…

Read More