ନୟାଗଡ଼, (ନୟାଗଡ଼ ଦର୍ପଣ): କେନ୍ଦ୍ର ମୋଦି ସରକାର ବିକଶିତ ଭାରତ ଜୀ ରାମଜୀ ଯୋଜନା ପ୍ରବର୍ତ୍ତନ ଆଳରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ କବର ଦେଇ ଉପା ସରକାରଙ୍କ ପ୍ରଣୀତ ଜନବାଦୀ କାର୍ଯ୍ୟକ୍ରମକୁ ହଟେଇ ଦେଇଛନ୍ତି। ଆଉ ଗଡସେପନ୍ଥୀ ପ୍ରତିକ୍ରିୟାଶୀଳ ନୀତିର ପୃଷ୍ଠପୋଷକତାରେ ଗାନ୍ଧିଜୀଙ୍କ ନାମକୁ ମୂଳପୋଛ କରିବାର ହୀନଚକ୍ରାନ୍ତ କରିଛନ୍ତି। ଏହାର ଦୃଢ଼ ବିରୋଧ କରି ସିପିଆଇ ଏମ୍ ପକ୍ଷରୁ ନୟାଗଡ଼ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କର୍ମୀମାନେ ମନରେଗା ଯୋଜନାର ପୁନଃ ପ୍ରଚଳନ କରିବା ସହିତ କର୍ମ ଦିବସ ୨୦୦ଦିନକୁ ବୃଦ୍ଧି କରିବାର ଦାବି ନେଇ ସହର ପରିକ୍ରମା କରିଥିଲେ ଏବଂ ଏହି ମର୍ମରେ ଜିଲ୍ଲାପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ବରିଷ୍ଠ ସିପିଆଇ ଏମ୍ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭ ସଭାରେ ପାର୍ଟିର ନେତୃତ୍ବ ସାଥୀ ଗୋଲକ ବିହାରୀ ମୁଦୁଲି, ପବିତ୍ର ଇନ୍ଦ୍ରଜିତ, ସରୋଜ କୁମାର ନାୟକ, ଜ୍ୟୋତିପ୍ରଭା ଜେନା, ବିପିନ ବାଜୁ, ବୁଦ୍ଧି ନାୟକ, ନିରଞ୍ଜନ ସାହୁ, କୁଳମଣି ପୃଷ୍ଟି, ଚାପଧାରୀ ରାଉତ ପ୍ରମୁଖ ବକ୍ତବ୍ୟ ରଖିଥିଲେ।
“ମନରେଗା” ବଦଳରେ “ଜୀ ରାମ ଜୀ”କୁ ନେଇ ନୟାଗଡ଼ରେ ସିପିଆଇଏମର ବିକ୍ଷୋଭ
