ନୟାଗଡ଼, (ନୟାଗଡ଼ ଦର୍ପଣ): ମହାପୁରୁଷ ଇବ୍ରାହିମ, ଆହ୍ଲାଙ୍କ ଆଦେଶ ପାଳନ କରିବାକୁ ଯାଇ ନିଜର ସବୁଠୁ ପ୍ରିୟ ଏକମାତ୍ର ପୁତ୍ର ଇଶ୍ମାଇଲଙ୍କୁ ଆହ୍ଲାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର ପ୍ରଥାକୁ ବଜାୟ ରଖି ଇସଲାମ ଧର୍ମର ଦ୍ଵିତୀୟ ମହାନ୍ ପର୍ବ ଇଦୁଜ୍ଜୁହା ସିନ୍ଦୁରିଆ ଇଦଗାହ୍ ଠାରେ ପାଳିତ ହୋଇଯାଇଛି। ଆଜିର ଜିଲ୍ଲା ସ୍ତରୀୟ ଇଦ୍ ନମାଜ ମଉଲାନା ଜଳାଲୁଦ୍ଦିନ୍ ଖାଁ ମିଫତାହି ପାଠ କରାଇଥିବା ବେଳେ ପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଏଥିରେ ଯୋଗଦେଇଥିଲେ। ଘରେ ଘରେ ଭୋଜିଭାତ ଓ ମିଷ୍ଟାନ୍ନ ହୋଇଥିବା ବେଳେ ମୁସଲିମ ଭାଇମାନେ ପରସ୍ପରକୁ ଇଦ୍ ମୁବାରକ୍ କହି ଅଭିନନ୍ଦନ ଜଣାଇବା ସହିତ ଶ୍ରଦ୍ଧା ପୂର୍ବକ ଆଲିଙ୍ଗନ କରିଥିଲେ। ବାହାର ଅଞ୍ଚଳରୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ସିନ୍ଦୁରିଆ ଜାମା ମସଜିଦରେ ଏକତ୍ର କରାଯାଇ ଖାଦ୍ୟ ପରିବେଷଣ କରାଯାଇଥିଲା। ଏଇ ଅବସରରେ ନୟାଗଡର ଜନପ୍ରତିନିଧି ମାନଙ୍କ ଶୁଭେଚ୍ଛା…
Read MoreMonth: June 2024
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବୈଠକ ଭବନରେ “ବିଶ୍ଵ ରକ୍ତଦାତା ଦିବସ” ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବୈଠକ ଭବନରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡା. ନୌସତ୍ ଅଲ୍ଲୀ ଖାଁଙ୍କ ସଭାପତିତ୍ବରେ ୨୦ତମ “ବିଶ୍ଵ ରକ୍ତଦାତା ଦିବସ” ପାଳିତ ହୋଇଯାଇଛି । ଏଥିରେ ରକ୍ତ ଭଣ୍ଡାର ଅଧିକାରୀ ତଥା ଅତିରିକ୍ତ ଚିକିତ୍ସାଳୟ ଅଧିକାରୀ ଡ଼ା. ଅଜୟ କୁମାର ବାହିନୀପତି, ପରିଚାଳନା କମିଟି ସଦସ୍ୟ ଶ୍ରୀଯୁକ୍ତ ବ୍ରଜେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ ଓ ନୟାଗଡ଼ ମହାବିଦ୍ୟାଳୟ ର ରସାୟନ ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବସନ୍ତିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଓ ରକ୍ତଦାତା ର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ଉପସ୍ଥିତ ରକ୍ତଦାତା ମାନେ ନିଜର ଅଭିଜ୍ଞତା ଉପସ୍ଥାପନ କରିଥିଲେ ଓ ସେମାନଙ୍କୁ ରକ୍ତ ଭଣ୍ଡାର ତରଫରୁ ସମ୍ମାନିତ କରାଯାଇଥିଲା। ଏହାପରେ କୁରାଳ ସ୍ଥିତ ଆରୋମିରା ଟ୍ରଷ୍ଟ…
Read Moreନୟାଗଡ଼ରେ “ସୃଜନିକା”ର ରଜପର୍ବ ଅନୁଷ୍ଠିତ
ନୟାଗଡ,(ନୟାଗଡ଼ ଦର୍ପଣ): ଓଡ଼ିଶା ସଂସ୍କୃତି ଓ ପରମ୍ପରା ର ବାର ମାସରେ ତେର ପର୍ବ। ଏଇ ପର୍ବ ପର୍ବାଣୀ ମଧ୍ୟରେ ଭାଇଚାରାର ସମ୍ପର୍କ ଗଢ଼ିଉଠେ। ସମସ୍ତ ଙ୍କ ମଧ୍ୟରେ ଆନନ୍ଦ ଓ ଉଲ୍ଲାସ ର ବୃଦ୍ଧି ଘଟିଥାଏ ବୋଲି “ସୃଜନିକା” ର ରଜ ପର୍ବରେ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରେ ପ୍ରକାଶ କରିଥିଲେ । ଆଜି ପୂର୍ବାହ୍ନ ରେ ସ୍ଥାନୀୟ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହରେ “ସୃଜନିକା” ର ରଜପର୍ବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅବସରପ୍ରାପ୍ତ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର, ଅବସରପ୍ରାପ୍ତ ଅଧ୍ୟାପିକା ପ୍ରିୟମ୍ବଦା ଦାଶ ଓ ସମ୍ବର୍ଦ୍ଧନା ପରିବାର ର ସଭାପତି ନିରାକାର ସ୍ୱାଇଁ ଯୋଗ ଦେଇଥିଲେ।ଏହି ଅବସରରେ ଏକ ରାଜୟସ୍ତରୀୟ କବିତା ପାଠୋତ୍ସବ ର ଆୟୋଜନ ହୋଇଥିଲା ଏବଂ ଏଥିରେ କବିତା ଗୁଡ଼ିକୁ ହରପ୍ରିୟା ଦ୍ବିବେଦୀ ଓ ନୀଳମାଧବ ମିଶ୍ର ସଂଯୋଜନା…
Read Moreକଥାଦେଇ କଥା ରଖିଲେ ବିଧାୟକ ଡ଼. ଅରୁଣ
ନିର୍ବାଚନ ପୂର୍ବରୁ ମହାପ୍ରଭୁଙ୍କ ଅଳଙ୍କାର ମରାମତି ପାଇଁ ଟଙ୍କା ଦେବା ପାଇଁ ଡ. ସାହୁ ଏକ ସାଧାରଣ ସଭାରେ ଘୋଷଣା କରିଥିଲେ ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜା ରାଜୁଡ଼ା ସମୟରୁ ପ୍ରଦତ୍ତ ସ୍ବର୍ଣ୍ଣ ଅଳଙ୍କାର ଲାଗି ହୋଇ ପ୍ରଭୁଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀ ଜଗନ୍ନାଥ ସୁନାବେଶରେ ଦୁର୍ଲଭ ଦର୍ଶନ ଦେଇଥାନ୍ତି । ଦୀର୍ଘ ବର୍ଷର ଅଳଙ୍କାର ଉପରୁ ସୁନା ପ୍ରଲେପ ଛାଡ଼ିଯିବାରୁ ଗତ ତିନି ବର୍ଷ ଧରି ଠାକୁର ସୁନାବେଶ ହୋଇପାରୁ ନାହାନ୍ତି । ପ୍ରତ୍ୟେକ ବର୍ଷ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏ ସଂକ୍ରାନ୍ତିରେ ପ୍ରବଳ ହୋହାଲ୍ଲା ହୋଇଥିଲେ ହେଁ ଭକ୍ତଙ୍କ ଭାବାବେଗକୁ ଦେବୋତ୍ତର ବିଭାଗ ଅର୍ଥ ଅଭାବର ଆଳ ଦେଖାଇ ଦିନ ଗଡେଇ ଚାଲୁଥିଲେ । ଚଳିତ ବର୍ଷ ରଥଯାତ୍ରା ପରିଚାଳନା ପ୍ରସ୍ତୁତି ବୈଠକରେ ଉପସ୍ଥିତ ଜଗନ୍ନାଥ ପ୍ରେମୀ ସଭ୍ୟମାନେ ତୁରନ୍ତ ଅଳଙ୍କାର ମରାମତି…
Read Moreଦଶପଲ୍ଲାରୁ ଭୁବନେଶ୍ୱର ଆଜି ଗଡ଼ିବ ଏକ ସ୍ପେଶାଲ ମେମୁ ଟ୍ରେନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଏକ ନୂତନ ପାସେଞ୍ଜର ମେମୁ ଟ୍ରେନ ଦଶପଲ୍ଲାରୁ ଭୁବନେଶ୍ୱର ଚଳାଚଳ କରିବ। ମାନନୀୟ ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ନୂଆ ମୁଖ୍ୟ ମନ୍ତ୍ରୀଙ୍କ ଶପଥ ସମାରୋହ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଦଶପଲ୍ଲାରୁ ଏହି ଟ୍ରେନର ବ୍ୟବସ୍ଥା କରାଯାଇଛି । ଟ୍ରେନ ନଂ-୦୮୪୪୯ ଟ୍ରେନ ସକାଳ ୯ଟା ୪୫ରୁ ଛାଡ଼ିବ ଓ ଭୁବନେଶ୍ୱରରେ ମଧ୍ୟାହ୍ନ ୧ଟା ୧୫ରେ ପହଞ୍ଚିବ। ପୁନର୍ବାର ଏହି ଟ୍ରେନ ନଂ-୦୮୪୫୦ ଭୁବନେଶ୍ୱରରୁ ରାତ୍ର ୯ଟା ରେ ଛାଡ଼ି ଦଶପଲ୍ଲାରେ ୧୧ଟା ୪୫ରେ ପହଞ୍ଚିବ।
Read Moreସମ୍ବର୍ଦ୍ଧନା ପରିବାର ‘ସମ୍ବର୍ଦ୍ଧନା ସଭା ଓ କବିତାପାଠ” କାର୍ଯ୍ୟକ୍ରମ ଅନୁଷ୍ଠିତ
ଓଡଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ସର୍କଲ ଅଧିନସ୍ଥ ସମସ୍ତ ବିଦ୍ୟାଳୟର ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ ପାଇଥିବା ଛାତ୍ରଛାତ୍ରୀ ଙ୍କୁ ମେଧା ସମ୍ମାନ ସ୍ୱରୂପ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।ଶରଣକୁଳ ର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ସମ୍ବର୍ଦ୍ଧନା ପରିବାର ଦ୍ୱାରା ମୋ ଗାଁ ମୋ ଲେଖା କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସଦସ୍ୟ ଗୋଦାବରୀ ବସନ୍ତିଆ ଓ ଦୀନବନ୍ଧୁ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସଭାପତି ନିରାକାର ସ୍ବାଇଁଙ୍କ ଅଧକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଓ କବିତାପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲର ଛାତ୍ରୀ ସ୍ୱାଗତିକା ସାହୁ, ପ୍ରିୟଙ୍କା ବସନ୍ତିଆ, ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପୂଜା ପାତ୍ର ଓ ତୁଳସୀ ବରାଡ ,ସୋଲାପଟ। ସରକାରୀ ଉଚ୍ଚ ବିଦ୍ୟାଳୟର…
Read More