ଓଡ଼ଗାଁ ବନପାଳ ସରିତା ବରାଳଙ୍କୁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ବନପାଳ ପୁରସ୍କାର

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବନାଞ୍ଚଳ ଅଧିକାରିଣୀ ବନପାଳ ସରିତା ବରାଳଙ୍କୁ ବିଶ୍ୱ ବନ ଦିବସ ୨୦୨୪ ପାଇଁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ବନପାଳ ପୁରସ୍କାର ପ୍ରଦାନ। ଜଙ୍ଗଲ ସୁରକ୍ଷା ଓ ପରିଚାଳନା ପାଇଁ ଭୁବନେଶ୍ୱର ଜୟଦେବ ଭବନଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଶଂସା ପତ୍ର ସହ ଦଶ ହଜାର ଟଙ୍କାର ଚେକ ଏବଂ ମେଡାଲ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ସରିତା ବରାଳଙ୍କ କାର୍ଯ୍ୟଦକ୍ଷତା ଓ ଜଙ୍ଗଲ ସୁରକ୍ଷା ପାଇଁ ଉଦ୍ୟମ ପାଇଁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉତ୍ସବରେ ଭାରତୀୟ ପ୍ରଶାସନିକ ସେବା ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମୁଖ୍ୟ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଭାରତୀୟ ବନ ସେବା ପ୍ରଧାନ ମୁଖ୍ୟ ବନସଂରକ୍ଷକ ତଥା ଓଡିଶା ବନବାହିନୀ ମୁଖ୍ୟ ଦେବଦତ୍ତ ବିଶ୍ୱାଳ ଏବଂ ଭାରତୀୟ ବନ…

Read More

ଇଟାମାଟିରେ ବିଶ୍ୱ କବିତା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ମାର୍ଚ୍ଚ ଏକୋଇଶି ବିଶ୍ୱ କବିତା ଦିବସ ଅବସରରେ ନୟାଗଡର ସମସ୍ତ ସାହିତ୍ୟାନୁଷ୍ଠାନର ଆବାହକତ୍ୱରେ ଶିଶୁ ସାହିତ୍ୟିକା ଡ.ସୁକାନ୍ତି ମହାନ୍ତି ତଥା ବାର୍ଷଭାନବିର ଲେଖକ ସ୍ବର୍ଗତ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନଙ୍କ ବାସଭବନ “ଚନ୍ଦ୍ରକାନ୍ତି ନିଳୟ” ଇଟାମାଟି ଠାରେ ବିଶିଷ୍ଟ ସାହିତ୍ୟାନୁରାଗୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କବିତା ଆସର ଆୟୋଜିତ ହୋଇଥିଲା। ଏପରିକି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଓ ବେଗୁନିଆ ବ୍ଲକ୍ରୁ ଅନେକ କବି କବୟିତ୍ରୀ ଯୋଗଦେଇ କବିତା ପାଠ ଓ ଅଣୁଗଳ୍ପ ପଠନ କରିଥିଲେ। ଆଜିର ଆସରରେ କବି ନିର୍ମଳ ଚନ୍ଦ୍ର ଶୂରଦେଓ, ନାଟ୍ୟକାର ପ୍ରଧାନୀ ବୃନ୍ଦାବନ ମହାପାତ୍ର, କବୟିତ୍ରୀ ବସିରନ ବିବି, କବି ଗୋଦାବରୀଶ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ସେହିପରି କବି ଗୋଲଖ ବିହାରୀ ନାୟକ, କବି ଦାମୋଦର ସାହୁ, କବି ସୁଦର୍ଶନ ପ୍ରଧାନ, କବି ନିରାକାର ସ୍ବାଇଁ,…

Read More

ତିନିଦିନରେ ପହଞ୍ଚିଲା ଆମରଣ ଅନଶନ, ଭେଟିଲେ ବିଧାୟକ ଏବଂ ତହସିଲଦାର

ରାଜସୁନାଖଳା,(ନୟାଗଡ଼ ଦର୍ପଣ): ତିନିଦିନରେ ଏନ ଏ ସି ଦାବିରେ ଅନଶନ। ଅନଶନକାରୀ ସାମ୍ବାଦିକ ଆର୍ତତ୍ରାଣ ପ୍ରଧାନ ଙ୍କୁ ଭେଟିଲେ ରଣପୁର ବିଧାୟକ ଏବଂ ତହସିଲଦାର। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ଦାବି ନେଇ ତିନିଦିନ ହେବ ଆମରଣ ଅନଶନ ଜାରି ରଖିଛନ୍ତି ସାମ୍ବାଦିକ ତଥା ସମାଜସେବୀ ଆର୍ତତ୍ରାଣ ପ୍ରଧାନ। ମଙ୍ଗଳବାର ଠାରୁ ଚାଲିଥିବା ଏହି ଅନଶନ କୁ ସ୍ଥାନୀୟ ଅଞ୍ଚଳ ର ବିଭିନ୍ନ ସ୍ବେଛାସେବୀ ସଂଗଠନ, ସାମାଜିକ କର୍ମୀ, ଯୁବବର୍ଗ, ବରିଷ୍ଠ ନାଗରିକ ସାମ୍ବାଦିକ ସମର୍ଥନ ଜଣାଇଛନ୍ତି। ଆଜି ଦିନସାରା ଅନଶନସ୍ଥଳ ରେ ଭିଡ଼ ଲାଗି ରହିଛି। ଦିନକୁ ଦିନ ସ୍ଥାନୀୟ ଲୋକଙ୍କ ଭିତରେ ସରକାର ଙ୍କ ପ୍ରତି ଆକ୍ରୋଶ ତଥା ପ୍ରତିବାଦ ର ସ୍ୱର ମଜବୁତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ…

Read More

ରାଜସୁନାଖଳାକୁ ଏନଏସି ମାନ୍ୟତା ଦାବିରେ ଦ୍ୱିତୀୟ ଦିନରେ ପହଞ୍ଚିଲା ଆମରଣ ଅନଶନ

ରାଜସୁନାଖଳା, (ନୟାଗଡ଼ ଦର୍ପଣ): ରାଜସୁନାଖଳା କୁ ଏନ ଏ ସି ମାନ୍ୟତା ଦାବିରେ ଆମରଣ ଅନଶନ। ଦୁଇ ଦିନ ଧରି ଅବ୍ୟାହତ ରହିଛି ଅନଶନ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରା ଯାଇ ନ ଥିବାରୁ ଆମରଣ ଅନଶନ ରେ ବସି ରହିଛନ୍ତି ଯୁବ ସମାଜସେବୀ ଆର୍ତତ୍ରାଣ ପ୍ରଧାନ। ରାଜ୍ୟ ସରକାର ଦୁଇ ଦୁଇ ଥର ରାଜ୍ୟର ଅନେକ ସ୍ଥାନକୁ ଏନ ଏ ସି ମାନ୍ୟତା ଦେଇଥିଲେ। ମାତ୍ର ଜିଲ୍ଲାର ଦ୍ୱିତୀୟ ବୃହତମ ସହରାଞ୍ଚଳ ରାଜସୁନାଖଳା କୁ ଏହି ମାନ୍ୟତା ରୁ ବଞ୍ଚିତ କରିଥିବା ଅଭିଯୋଗ ହୋଇଛି। ନୟାଗଡ଼ ଶରଣକୁଳ ଏବଂ ବୋଲଗଡ଼ ଭଳି କମ ସହରାଞ୍ଚଳ ସ୍ଥାନକୁ ଏହି ମାନ୍ୟତା ମିଳିଥିବା ବେଳେ ରାଜସୁନାଖଳା କୁ କାହିଁକି ଉପେକ୍ଷା ବୋଲି ପ୍ରଶ୍ନ କରିଛନ୍ତି ଆର୍ତତ୍ରାଣ। ଏନେଇ…

Read More