ନୟାଗଡ଼, (ନୟାଗଡ଼ ଦର୍ପଣ): ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାର ଆସିଛି ରାୟ। ନୟାଗଡ଼ର ଏହି ଚର୍ଚ୍ଚିତ ହତ୍ୟା ଘଟଣାର ଶୁଣାଣୀ କରି ଦୋଷୀ ସରୋଜ ସେଠୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ନୟାଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ । ୨୦୨୦ ମସିହା ଜୁଲାଇ ୧୪ ତାରିଖରେ ନୟାଗଡ଼ ନିକଟସ୍ଥ ଯଦୁପୁର ଗାଁରେ ପରୀକୁ ହତ୍ୟା କରାଯାଇଥିଲା ।ଏସ୍.ଆଇ.ଟି ଧରିଥିବା ନାବାଳକକୁ ଆଜି କୋର୍ଟରେ ହାଜର କରାଯାଇଥିଲା । ଏଥିପାଇଁ ରାଉରକେଲା ବାଳ ସ୍ୱଧାର ଗୃହରୁ ଅଭିଯୁକ୍ତକୁ ନୟାଗଡ଼ ଚିଲଡ୍ରେନ୍ କୋର୍ଟକୁ ଅଣାଯାଇଥିଲା । ଗତ ଜାନୁଆରୀ ୩୦ ତାରିଖରେ ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ କରିଥିଲେ କୋର୍ଟ । ପରୀ ହତ୍ୟାକାଣ୍ଡ ଘଟଣାରେ ଗଠିତ ଏସଆଇଟି ଗତ ୨୦ ଡିସେମ୍ବର ୨୦୨୦ରେ ଅଭିଯୁକ୍ତକୁ ଗିରଫ କରିଥିଲା । ରାଜ୍ୟ ସରକାର…
Read MoreMonth: February 2024
ଓଡ଼ିଆ ଭାଷା, ସାହିତ୍ୟ ଓ ସୄଜନୀ ଉତ୍ସବ ଅନୁଷ୍ଠିତ
ଓଡ଼ଗାଁ,(ନୟାଗଡ଼ଦର୍ପଣ): ଆଜି ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଓଡ଼ଗାଁସ୍ଥିତ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସୄଜନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଓଡ଼ଗାଁ ମଣ୍ଡଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜ ନିଜ କ୍ଲଷ୍ଟରରୁ ମନୋନୀତ ହୋଇ ଉକ୍ତ କାର୍ଯ୍ୟକ୍ରମ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ଏ ଅବସରରେ କନିଷ୍ଠ ବର୍ଗ ବିତର୍କ ପ୍ରତିଯୋଗିତାରେ ଅନ୍ନପୂର୍ଣ୍ଣା ଜେନା,କୁଇଜରେ ପୂରବୀ ବରାଡ଼,ଚିତ୍ରାଙ୍କନରେ ପ୍ରତ୍ୟୁଷ କୁମାର ମହାଙ୍କୁଡ଼ ଏବଂ ବରିଷ୍ଠବର୍ଗରୁ ବିତର୍କରେ ବିଭୁତି ନାହାକ,କୁଇଜରେ ଜ୍ୟୋତିର୍ମୟୀ ବିଶୋଇ,ଚିତ୍ରାଙ୍କନରେ ଅଞ୍ଜଳି ସାହୁଙ୍କ ସମେତ ଭାଷାସାହିତ୍ୟ ବିଭାଗରେ ପାପାଲି ପ୍ରିୟଦର୍ଶିନୀ ଓ ସୁଲଗ୍ନା ସେଠୀ,ଚିତ୍ରକଳାରେ ସ୍ୱାଗତିକା ସାହୁ ଓ କେ.ଅନୁ ଚୌଧୁରୀ ଏବଂ ଓଡ଼ିଆ ସଂସ୍କୃତି ପ୍ରକଳ୍ପରେ ବିଷ୍ଣୁପ୍ରିୟା ଦାଶ ପ୍ରମୁଖ ଜିଲ୍ଲା ସ୍ତର ପ୍ରତିଯୋଗିତାରେ ଭାଗ ନେବାପାଇଁ ଉନ୍ନୀତ ହୋଇଛନ୍ତି।ସମସ୍ତ ମନୋନୀତ ପ୍ରତିଭାମାନଙ୍କୁ ମଣ୍ଡଳ ଶିକ୍ଷାଧିକାରିଣୀ ଗୀତାଞ୍ଜଳି…
Read Moreନୟାଗଡ଼ ଜିଲ୍ଲାରେ ବନ୍ଦେ ଉତ୍କଳ ଜନନୀ ଗାନ ଏବଂ ଲାଇଭ୍ ଷ୍ଟ୍ରିମିଙ୍ଗ ମାଧ୍ୟମରେ ଏହାର ଦୃଶ୍ୟ ଶ୍ରାବ୍ୟ ପ୍ରଦର୍ଶନ
ନୟାଗଡ଼, (ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜନତା ମୈଦାନ, ଭୁବନେଶ୍ବର ଠାରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦ୍ଘାଟନ କରୁଥିଲାବେଳେ ଠିକ୍ ଏକା ସମୟରେ ନୟାଗଡ଼ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳଙ୍କ ନେତୃତ୍ବରେ ଜିଲ୍ଲାକାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଉପସ୍ଥିତ ରହି ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିବା ସହ କାର୍ଯ୍ୟକ୍ରମକୁ ଲାଇଭ୍ ଷ୍ଟ୍ରିମିଙ୍ଗ୍ ମାଧ୍ୟମରେ ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ମଧ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନେ ଭାଗ ନେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶନାମା ଜାରୀ କରାଯାଇଥିଲା । ଜିଲ୍ଲା ମଧ୍ୟରେ ଥିବା ସମସ୍ତ ବରପୁତ୍ରମାନଙ୍କ ଚତୁଃପାର୍ଶ୍ଵ ପରିସ୍କାର କରିବା ସହ…
Read Moreଧନ୍ଦାମୂଳକ ଶିକ୍ଷାର୍ଥୀଙ୍କ ଶିଳ୍ପ ପରିଭ୍ରମଣ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣ କୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରୀ ଛାତ୍ର ଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି।ଏହି ପରିଭ୍ରମଣ ରେ ନାରାୟଣ ଉଚ୍ଚ ବିଦ୍ୟାଳୟ ର ନବମ ଓ ଦଶମ ଶ୍ରେଣୀର ପରିଧାନ ବିଭାଗ ର ୬୮ ଶିକ୍ଷାର୍ଥୀ ଏବଂ( ସ୍ପୋକ ସ୍କୁଲ)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣ କୁଳ ର ୧୧ ଶିକ୍ଷାର୍ଥୀ ସାମିଲ ହୋଇଛନ୍ତି।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କାଞ୍ଚନ ଷଡ଼ଙ୍ଗୀ ଙ୍କ ତତ୍ୱାବଧାନ ରେ ଦୁଇଟି ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନେ ସୋଲପଟା ସ୍ଥିତ ବାଲୁଙ୍କେଶ୍ୱର ତନ୍ତୁବାୟ ସମିତି କୁ ପରିଭ୍ରମଣ କରିଥିଲେ।…
Read Moreଉଦଘାଟିତ ହେଲା ପଞ୍ଚୁପାଣ୍ଡଵ ମହୋତ୍ସବ ଓ ପଲିଶ୍ରୀ ମେଳା – ୨୦୨୪
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ମହୋତ୍ସଵ ପଡିଆରେ ଉଦଘାଟିତ ହେଲା ପଞ୍ଚୁପାଣ୍ଡଵ ମହୋତ୍ସବ ଓ ପଲିଶ୍ରୀ ମେଳା। ନୂଆଗାଁ ମହୋତ୍ସବ କମିଟି ସଭାପତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତତେ ଉଦଘାଟିତ ହୋଇଯାଇଛି। ପ୍ରଥମ ଦିବସରେ ପ୍ରାରମ୍ଭରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ନୂଆଗାଁ ପଞ୍ଚୁପାଣ୍ଡଵ ମନ୍ଦିର ସମ୍ମୁଖରୁ ପୂଜାର୍ଚନା କରାଯାଇ ମଶାଲ ଯାତ୍ରା ଆରମ୍ଭ ହୋଇଥିଲା। ଏହି ଯାତ୍ରାରେ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୂଆଗାଁ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଏକତ୍ରିତ ଭାବରେ ନୂଆଗାଁ ବିରୁପାଖେଶ୍ୱର ମନ୍ଦିର ନୂଆଗାଁ ଯାଇଥିଲେ ଏବଂ ସେଠାରୁ ମୃଦଙ୍ଗ, ଢୋଲ ଘୋଡା ନାଚ ଓ ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ଏକ ବିରାଟ ପାଟୁଆର ବାହାରିଥିଲା। ନୂଆଗାଁ ଗ୍ରାମ ଭ୍ରମଣ କଲାପରେ ମହୋତ୍ସବ ପଡିଆରେ ଏହି ଶୋଭାଯାତ୍ରା ପହଞ୍ଚିଥିଲା। ଅପରାହ୍ନରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…
Read Moreନୟାଗଡ ଜିଲ୍ଲାରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ନିମନ୍ତେ ତତ୍ପରତା
ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଫେବୃଆରୀ ୩ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପି ଜନତା ମୈଦାନ ଭୁବନେଶ୍ବର ଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେବୃଆରୀ ୩ ତାରିଖ ଦିବା ୧୧:୩୦ ମିନିଟ ସମୟରେ ଶୁଭ ଉଦଘାଟନ କରିବେ । ଏହି ଉଦଘାଟନ ସମୟ ପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ ଏବଂ ସେହି ଏକା ସମୟରେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ ଓ ଜିଲ୍ଲା ମଧ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନେ ଏଥିରେ ଭାଗ ନେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଉଛି । ଭାଗ ନେଉଥିବା ସମସ୍ତ ଅନୁଷ୍ଠାନ ମାନେ ରାଜ୍ୟ ସଙ୍ଗୀତକୁ ସମ୍ମାନ ଜଣାଇବା ପାଇଁ ଛିଡା…
Read Moreବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟର ଦୁଇ ଜଣ ଶିକ୍ଷକ ଓ ୪ ଜଣ ଛାତ୍ରଛାତ୍ରୀ ହେଲେ ସମ୍ମାନିତ
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନୟାଗଡ଼,(ନୟାଗଡ଼ ଦର୍ପଣ): 5t ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣର ଏକ ପ୍ରୟାସ ସ୍ୱରୂପ ଚଳିତ ବର୍ଷ ପ୍ରଦାନ କରାଯାଇଛି ” ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର”। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ପରିସରରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ପୁରସ୍କାର ସମାରୋହର ରାଜ୍ୟର ବିଭିନ୍ନ ବିଦ୍ୟାଳୟ,ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ମିଳିବ ସମ୍ମାନ, ବଢିବ ଉତ୍ସାହ, ଆଣିବ ଆଗ୍ରହର ବାର୍ତ୍ତା ପ୍ରଦାନ କରୁଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ରାଜ୍ୟ ସରକାରଙ୍କ ଏକ ଅଭିନବ ପ୍ରୟାସ। ପୁରସ୍କାର ପ୍ରଦାନ ଉତ୍ସବରେ ନୟାଗଡ ଜିଲ୍ଲା ସ୍ଥିତ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ, ଇଟାମାଟିର ଗଣିତ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡା, ଜିଲ୍ଲାସ୍ତରୀୟ ମାଧ୍ୟମିକ ଶିକ୍ଷକ ପୁରସ୍କାର ପାଇଥିବା ବେଳେ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ ଜିଲ୍ଲାର ଏକମାତ୍ର ସି. ଆର. ସି. ସି ଭାବେ ଏହି ସମ୍ମାନ ଗ୍ରହଣ…
Read More