ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ପ୍ରାୟ ଦେଢ଼କୋଟି ବ୍ୟୟ ବରାଦରେ ନିର୍ମିତ ଏହି ଦୁଇଶହ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷରେ ଆଜି ନୟାଗଡ଼ ଅଞ୍ଚଳରେ ଥିବା ବିଭିନ୍ନ ସହିତ୍ୟନୁଷ୍ଠାନ ମାନଙ୍କୁ ନେଇ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ନୟାଗଡ଼ ବିଧାୟକ ଡ.ଅରୁଣ ସାହୁ ଯୋଗଦେଇ ସାହିତ୍ୟ ଜୀବନକୁ ସରସ ସୁନ୍ଦର ଓ ସାବଲୀଳ କରିଥାଏ ବୋଲି ବକ୍ତବ୍ୟ ରଖିଥିଲେ। ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ବ୍ଲକ୍ ଶିକ୍ଷା ଅଧିକାରୀ ନିମାଇଁ ପ୍ରଧାନ, ନାଟ୍ୟଭୁଷଣ ଡ. ବିଜୟ କୁମାର ଚୌଧୁରୀ, ସମାଜସେବୀ ପ୍ରମୋଦ ପଟ୍ଟନାୟକ,ନାଟ୍ୟକାର ପ୍ରଧାନୀ ବୃନ୍ଦାବନ ମହାପାତ୍ର, କବୟିତ୍ରୀ ଡ. ସୁକାନ୍ତି ମହାନ୍ତି, ଅନୁବାଦକ ଶରତ ଆଚାର୍ଯ୍ୟ, କବି…
Read MoreMonth: February 2024
ଆଶ୍ରୟ ସେବା ସଂସ୍କୃତି ଉତ୍ସବ-୨୦୨୪” ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶରଣକୁଳ ନିକଟବର୍ତ୍ତୀ ବାଉଁଶିଆ ଗ୍ରାମରେ ଥିବା ଦିବ୍ୟାଙ୍ଗ, ଅସହାୟ, ବୃଦ୍ଧବୃଦ୍ଧା ଏବଂ ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ସାହାରା “ଆଶ୍ରୟ”ର ଦିବ୍ୟାଙ୍ଗ ସେବାଶ୍ରମ ପରିସରରେ ପ୍ରତିବର୍ଷ ଭଳି ଆଜି “ଆଶ୍ରୟର ସେବା ସଂସ୍କୃତି ଉତ୍ସବ- ୨୦୨୪” ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଶ୍ରୟ ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ତଥା ସାମାଜସେଵୀ ଲୋକନାଥ ଦାଶ ସଭାପତିତ୍ୱ କରିଥିଲାବେଳେ ଅତିଥି ଭାବେ ପୂର୍ବତନ ମହିଳା କମିଶନର, ଓଡିଶା ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି, ବରିଷ୍ଠ କୈବୟତ୍ରୀ ବସରିନ ବିବି, ଖ୍ୟାତନାମା ସାହିତ୍ୟିକ ଓ ଗବେଷକ ତଥା ଆଶ୍ରୟର ଦିଗଦ୍ରଷ୍ଟା ଦାଶ ବେନହୁର, ନାଟ୍ୟଭୂଷଣ ଡ. ବିଜୟ ଚୌଧୁରୀ, ଶରଣକୂଳ ମହାବିଦ୍ୟାଳୟ ଅଧକ୍ଷ ବସନ୍ତ କୁମାର ରଥ, ଅବସରପ୍ରାପ୍ତ ଶିକ୍ଷକ ତଥା କବି ବ୍ରଜବନ୍ଧୁ ମହାପାତ୍ର ଯୋଗଦେଇ ଥିଲେ। ଅତିଥି ମାନେ ଦିବ୍ୟାଙ୍ଗ, ଅସହାୟ, ବୃଦ୍ଧବୃଦ୍ଧା ଏବଂ ମାନସିକ ବିକାରଗ୍ରସ୍ତ…
Read Moreଦଶପଲ୍ଲାର ମହାବୀର ବଣିକ ମହାସଂଘର ବାର୍ଷିକ ଉତ୍ସବ, ୨୭ତାରିଖରେ ୧୦ ଘଣ୍ଟିଆ ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ବନ୍ଦ୍ ରହିବ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲାର ୧୪ଗୋଟି ବଜାରକୁ ନେଇ ଗଠିତ ମହାବୀର ବଣିକ ମହାସଂଘର ୧୩ତମ ବାର୍ଷିକ ସାରସ୍ୱତ ଉତ୍ସବ ଆସନ୍ତା ୨୭ତାରିଖ, ମଙ୍ଗଳବାର ଦିନ ପାଳନ ହେବାକୁ ଯାଉଛି। ଉକ୍ତଦିନ ସକାଳୁ ଦିନ ୩ଘଣ୍ଟା ପର୍ଯ୍ୟନ୍ତ ଦଶପଲ୍ଲାର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନର ଦୋକାନ ବଜାର ୧୦ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ ବନ୍ଦ୍ ରହିବ। ସକାଳ ୮ ଘଣ୍ଟା ସମୟ ରେ ଦଶପଲ୍ଲାର ବିଶ୍ୱକର୍ମା ବଜାର ଠାରୁ ବିଶାଲ ବାଇକ୍ ଶୋଭାଯାତ୍ରା ବାହାରି ସମସ୍ତ ବଜାର ପରିକ୍ରମା ପରେ ଆରାଧ୍ୟ ଦେବ ଶ୍ରୀ ରଘୁନାଥ ଓ ଶ୍ରୀ ମହାବୀରଙ୍କ ମନ୍ଦିର ପର୍ଯ୍ୟନ୍ତ ଯାଇ ମହାସଂଘ ଠାରେ ଆୟୋଜିତ ସମାବେଶ ସ୍ଥଳକୁ ପଟୁଆର ପ୍ରତ୍ୟାବର୍ତ୍ତନ କରିବ। ଶୋଭାଯାତ୍ରା ଯିବା ବେବେ ପୂର୍ବ ପରମ୍ପରା ଅନୁଯାୟୀ ରାସ୍ତା ପାର୍ଶ୍ବରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଡାକ୍ତରଖାନାରେ ଥିବା ଦୁସ୍ଥ…
Read Moreଶିଖରପୁରରେ ସି.ପି.ଆଇ.ଏମର କର୍ମୀ ସମ୍ମିଳନୀ
ଶରଣକୁଳ, (ନୟାଗଡ଼ ଦର୍ପଣ): ଶିଖରପୁରଠାରେ ସି.ପି.ଆଇ.(ଏମ୍) ପକ୍ଷରୁ ଏକ ବଡ଼ ଧରଣର କର୍ମୀ ସମ୍ମିଳନୀରେ କେନ୍ଦ୍ରରେ କୃଷକ-ଶ୍ରମିକ ବିରୋଧୀ ବିଜେପି ମେଣ୍ଟ ସରକାରକୁ ଏବଂ ତାକୁ ସମର୍ଥନ କରୁଥିବା ଓଡିଶାର ବିଜେଡ଼ି ଦଳକୁ ଆଗାମୀ ସାଧାରଣ ନିର୍ବାଚନରେ ପରାସ୍ତ କରିବା ପାଇଁ ନିଷ୍ପତ୍ତି ନେବା ସହିତ ସି.ପି.ଆଇ.ଏମ୍ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଅଣ୍ଟା ଭିଡିବାକୁ ଶପଥ ନିଆଯାଇଛି। ପାର୍ଟିର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ କମ୍ରେଡ୍ ସୁରେଶ ପାଣିଗ୍ରାହୀ ଓ ଦୁଷ୍ମନ୍ତ ଦାସ କେନ୍ଦ୍ର ବିଜେପି ସରକାରର ଦରବୃଦ୍ଧି ନୀତି,ଘରୋଇକରଣ ନୀତି, ଗଣତନ୍ତ୍ର ଆଉ ସାମ୍ବିଧାନିକ ବିଧିବ୍ୟବସ୍ଥା ବିରୋଧୀ ଏକଛତ୍ରବାଦ ନୀତି ବିରୁଦ୍ଧରେ ବ୍ୟାପକ ଆଲୋଚନା ରଖିଥିଲେ। ଜିଲ୍ଲାର ଅନ୍ୟତମ ନେତୃତ୍ବ କମ୍ରେଡ୍ ଶରତଚନ୍ଦ୍ର ବେହେରା, ଗୋଲକ ବିହାରୀ ମୁଦୁଲି, ପବିତ୍ର ଇନ୍ଦ୍ରଜିତ, ନିତ୍ୟାନନ୍ଦ…
Read Moreମାର୍ଚ୍ଚ ୩ରେ ନୟାଗଡ଼ ସାହିତ୍ୟ ଉତ୍ସବକୁ ନେଇ ନୟାଗଡ଼ରେ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ଆନୁକୂଲ୍ୟରେ ଆୟୋଜିତ ହେଉଛି ଜିଲ୍ଲାର ସର୍ବବୃହତ୍ ସାରସ୍ୱତ ସମାବେଶ ତୃତୀୟ ନୟାଗଡ଼ ସାହିତ୍ୟ ଉତ୍ସବ। ଆଜି ଅପରାହ୍ଣରେ ସ୍ଥାନୀୟ ସିନ୍ଦୁରିଆ ବିଦ୍ୟାଳୟ ପ୍ରାଙ୍ଗଣରେ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତା ମାର୍ଚ୍ଚ ୩ ତାରିଖ ରବିବାର ଦିନ ଏହି ଉତ୍ସବ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ନବନିର୍ମିତ ବଲାଙ୍ଗି ବନ୍ଧ ପ୍ରମୋଦ ଉଦ୍ୟାନ ପରିସରରେ ଏହି ଉତ୍ସବ ଆୟୋଜିତ ହେବ ବୋଲି ବିଶିଷ୍ଟ ଲେଖକ ତଥା ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି। ନୟାଗଡ଼ର ଲେଖକଙ୍କ ଭିତରେ ସହଭାବ (fellow feelings) ବୃଦ୍ଧି କରିବା ସହ ଆଞ୍ଚଳିକ ସାହିତ୍ୟର ପ୍ରଚାର ଓ ପ୍ରସାର ଲକ୍ଷ୍ୟରେ ୨୦୨୧ ମସିହାଠାରୁ ଏ ଉତ୍ସବ ଆୟୋଜିତ ହୋଇଆସୁଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏଥର ଜିଲ୍ଲାର…
Read Moreଆମ ପାଇଁ ବଡ଼ ଆମ ନୟାଗଡ଼
ଯକ୍ଷ୍ମା ମୁକ୍ତ ପଞ୍ଚାୟତ ସଚେତନତା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପଞ୍ଚାୟତ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟିବି ମୁକ୍ତ ପଞ୍ଚାୟତ ସଂପର୍କରେ ସମସ୍ତ ପଞ୍ଚାୟତ ବିଭାଗ କର୍ମକର୍ତାଙ୍କୁ ନେଇ ଜିଲ୍ଲାପରିଷଦର ସୃଜନ ଗୃହରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ବେହେରା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ପଣ୍ଡା, ରାଜ୍ୟ ଯକ୍ଷ୍ମା ବିଭାଗ ଯୁଗ୍ମ ନିର୍ଦେଶକ ଅର୍ଘ୍ୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଶରତ କୁମାର ଦାଶଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଯକ୍ଷ୍ମା ରୋଗର ଚିକିତ୍ସା ଓ ନିରାକରଣ ଯକ୍ଷ୍ମାମୁକ୍ତ ପଞ୍ଚାୟତ ଗଠନ କରିବା ପାଇଁ ପଞ୍ଚାୟତ ସ୍ତରରେ ସଚେତନତା କରାଯିବା ପାଇଁ ଆଲୋଚନା ହୋଇଥିଲା।ଅତିରିକ୍ତ…
Read Moreଗ୍ରୀଷ୍ମ ପ୍ରବାହ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ତାଲିମ ଓ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗ୍ରୀଷ୍ମ ପ୍ରବାହ ମୁକାବିଲା ଓ ପ୍ରସ୍ତୁତି ନିମନ୍ତେ ଏକ ଜିଲ୍ଲାସ୍ତରୀୟ ତାଲିମ ଶିବିର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ଡି.ପି.ଆର.ସି. ସଭାଗୃହରେ ଆୟୋଜନ କରାଯାଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳ ସଭାପତିତ୍ୱ କରିଥିଲେ । ସମ୍ବଳ ବ୍ୟକ୍ତିତ୍ଵ ଭାବରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତପତି ରାଜ, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ନୌସଦ୍ ଅଲ୍ଲୀ ଖାଁ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅଶୋକ କୁମାର ରଥ ଯୋଗ ଦେଇଥିଲେ । ସମସ୍ତ ଜିଲ୍ଲାସ୍ତରୀୟ ପଦାଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ସେମାନଙ୍କର ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ କାର୍ଯ୍ୟ ଖସଡ଼ା ଉପସ୍ଥାପନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ସବୁ ବିଭାଗ କିପରି ପ୍ରସ୍ତୁତ ରହିବେ ତାହା ଉପରେ ମତ…
Read Moreମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବହୁମୁଖୀ ଇନଡୋର ଷ୍ଟାଡିୟମ ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭାସୀ ମାଧ୍ୟମରେ ନୟାଗଡ଼ଠାରେ ବହୁମୁଖୀ ଇନଡୋର ଷ୍ଟାଡିୟମର ଉଦ୍ଘାଟନ କରିଛନ୍ତି । ଏହି ଉପଲକ୍ଷେ ନୟାଗଡ଼ ଇନ୍ଡୋର ଷ୍ଟାଡିୟମ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ, ଅର୍ଚ୍ଚନା ଦାସ, କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ଓ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଧାୟକ ଡ. ସାହୁ କ୍ରୀଡ଼ାର ବିକାଶ ନିମନ୍ତେ ଏହି ବହୁମୁଖୀ ଷ୍ଟାଡିୟମ ଅନେକ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ନୟାଗଡ଼ ଜିଲ୍ଲାର କ୍ରୀଡ଼ାର ବିକାଶ ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି ।…
Read Moreଗୋଲେଇ ଛକ ଟ୍ରାଫିକ, ମାଛ ମାର୍କେଟ ଏବଂ ଶୀତଳ ଭଣ୍ଡାର ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ମୁଖ୍ୟ ଟ୍ରାଫିକ ଗୋଲେଇ ଛକ, ଅତ୍ୟାଧୁନିକ ମାଛ ମାର୍କେଟ ଏବଂ ପରିବା ମଣ୍ଡି ଶୁକ୍ରବାର ଦିନ ସନ୍ଧ୍ୟାରେ ଉଦଘାଟିତ ହୋଇ ଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ପ୍ରମୂଖ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ନୟାଗଡ଼ ଦୁର୍ଗାମଣ୍ଡପଠାରେ ଅନୁଷ୍ଠିତ ସଭାରେ ବିଧାୟକ ନୟାଗଡ଼ର ଟ୍ରାଫିକ ସମସ୍ୟା ସମ୍ପର୍କରେ ଆଲୋକପାତ କରିବା ସହ ଟ୍ରାଫିକ ନିର୍ମାଣ ବେଳେ ସୃଷ୍ଟି ହୋଇଥିବା ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ । ନୟାଗଡ଼ ଡିଏଫ୍ଓ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତରଣ ପାଇଁ ବନବିଭାଗକୁ ବିଧାୟକ ପ୍ରସ୍ତାବ ଦେଇଥିବା ବିଧାୟକ କହିଥିଲେ । ବିଗତ ଦିନରେ ନୟାଗଡ଼ ଏବଂ ଆଜିର ରୂପାନ୍ତରିତ ନୟାଗଡ଼ ବିଷୟରେ କହିଥିଲେ । ନୟାଗଡ଼ବାସୀଙ୍କ ଅକୁଣ୍ଠ…
Read More