ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ପ୍ରୟାସରେ ‘ସଙ୍ଗୀତଧାରା’, ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତିସଙ୍ଗୀତ ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ଅଡିସନ ଓଡ଼ଗାଁ ଠାରେ ଆସନ୍ତା ଅକ୍ଟୋବର ୬ତାରିଖରେ ଅନୁଷ୍ଠିତ ହେବ। ଓଡ଼ଗାଁ କଲେଜ ରୋଡ଼ରେ ଥିବା ରେସପ୍ଲସ ଶିକ୍ଷା କେନ୍ଦ୍ରରେ ବିନା ବାଦ୍ୟଯନ୍ତ୍ରରେ ପ୍ରତିଯୋଗୀମାନଙ୍କ ଅଡିସନ ହେବା ପାଇଁ ସ୍ଥିର କରାଯାଇଅଛି। ଏଥିରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଅଂଶ ଗ୍ରହଣ କରିପାରିବେ। ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ସଂଗୀତ ଅନୁଷ୍ଠାନ ଓ ଏହା ବାହାରେ ଥିବା ପୁଅଝିଅମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧି ସହିତ ନଗଦ ୧୧ହଜାର ଟଙ୍କା ପୁରସ୍କାର ଅର୍ଥରାଶି ଏବଂ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର…
Read MoreYear: 2024
“ସୋହମ” ପକ୍ଷରୁ ନୟାଗଡ଼ ରେଳ ଷ୍ଟେସନ ଠାରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ “ସୋହମ”, ଭାରତ ସରକାରଙ୍କ ଯୁବ ଓ କ୍ରିଡା ବ୍ୟାପାର ବିଭାଗର ସହଯୋଗରେ ମୋ ଭାରତ କାର୍ଯ୍ୟକ୍ରମ ଅଧିନସ୍ଥ “ସ୍ଵଚ୍ଛତା ହିଁ ସେବା – ୨୦୨୪” ନୟାଗଡ ରେଳ ଷ୍ଟେସନ ଠାରେ ପାଳନ କରାଯାଇଅଛି। ଏଥିରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ସହ ଅନ୍ୟାନ୍ୟ ଅଳିଆ ଓ ବର୍ଜ୍ୟବସ୍ତୁକୁ ସଂଗ୍ରହ କରାଯାଇ ପ୍ଳାଟଫର୍ମ, ଏହାର ଚତୁର୍ପାର୍ଶ୍ୱ ଓ ଷ୍ଟେସନର ସମ୍ମୁଖ ଭାଗକୁ ସଫା କରାଯିବା ସହ “ସ୍ବଚ୍ଛତା ହିଁ ସେବା” ସମ୍ପର୍କରେ ଯାତ୍ରୀମାନଙ୍କୁ ସଚେତନ କରଯାଇଥିଲା। ଏଥିରେ ସୋହମ ସଙ୍ଗଠନର ଉପସଭାପତି ତଥା ବିଶିଷ୍ଠ ପରିବେଶବିତ ଓ ପରିବେଶ ମିତ୍ର ଅନାଦି ଚରଣ ମହାନ୍ତି, ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ, ସଦସ୍ୟ ପ୍ରସନ୍ନ କୁମାର ବସନ୍ତିଆ, ଉଦୟ ନାଥ ନାୟକ, ଦୁର୍ଜ୍ୟୋଧନ ସାହୁ, ବିଦ୍ୟାଧର ଆଚାର୍ଯ୍ୟ, ପ୍ରଫୁଲ୍ଲ କୁମାର ନାୟକ,…
Read Moreଓଡ଼ଗାଁରେ ଉତ୍କଳ ସାମ୍ବାଦିକ ସଂଘ ସାଂଗଠନିକ ବୈଠକ
ଆଗାମୀ କାର୍ଯ୍ୟପନ୍ଥା ଓ ଶୃଙ୍ଖଳାଗତ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସାମ୍ବାଦିକ ସଂଘ କାର୍ଯ୍ଯାଳୟଠାରେ ଉତ୍କଳ ସାମ୍ବାଦିକ ସଂଘ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର, ଓଡ଼ଗାଁ ବ୍ଲକ ସଭାପତି ଅଶୋକ ମହାପାତ୍ର, ସମ୍ପାଦକ ଗଣେଶ୍ୱର ସାହୁ, କୋଷାଧ୍ୟକ୍ଷ ସାରସ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସଂଘକୁ ଅଧିକ ସୁସଙ୍ଗଠିତ ଓ ମଜଭୁତ କରିବା ସହିତ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ସାଂଗଠନିକ କାର୍ଯ୍ଯକ୍ରମ ଉପରେ ଜିଲ୍ଲା ସଭାପତି ତଥ୍ୟ ରଖିଥିଲେ। ସଂଘର ଆଗାମୀ କାର୍ଯ୍ୟପନ୍ଥା ଓ ଶୃଙ୍ଖଳା ଗତ କାର୍ଯ୍ଯଧାରା ସମ୍ପର୍କରେ ଆଲୋଚନା କରିବା ସହିତ ସାମ୍ବାଦିକଙ୍କ ସୁରକ୍ଷା ନିମନ୍ତେ ସଂଘର ପ୍ରତିବଦ୍ଧତା…
Read Moreଜିଲ୍ଲା ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟାଳୟ ଗୃହ ନୟାଗଡ଼ ପୁରୁଣା ସହର ଠାରେ ଉଦଘାଟିତ ହୋଇଯାଇଛି। ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଓକିଲ ସଂଘ ସଭାପତି ବୃନ୍ଦାବନ ପଣ୍ଡା ପ୍ରମୁଖ ଅତିଥିଭାବେ ଯୋଗଦାନ କରି କାର୍ଯ୍ୟାଳୟ ଗୃହ ଉଦଘାଟନ କରିଥିଲେ। ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ଦାଶ, ସୁବାସ ମହାପାତ୍ର, ନିଶିକାନ୍ତ ରଥ, ଏମ. ଔରଙ୍ଗଜେବ, ଶୁଭେନ୍ଦୁ ଦାସ, ଲୋକନାଥ ମିଶ୍ର, ସନ୍ଦୀପ ଲେଙ୍କା, ପୁରୁଷୋତ୍ତମ ମହାପାତ୍ର, ଉଦିତ ଦାସ, ପ୍ରଦୀପ୍ତ ରଥ, ସୁରେନ୍ଦ୍ର ପ୍ରଧାନ, ଗୋକୁଳ ଷଡ଼ଙ୍ଗୀ, ଲକ୍ଷ୍ମୀଧର ସାହୁ, ଯଯାତି କେଶରୀ ମହାପାତ୍ର, ପ୍ରଭାସିନୀ ନନ୍ଦ, ବିକ୍ରମ ସ୍ବାଇଁ, ବିଭୂତି ପଟ୍ଟନାୟକ, ପ୍ରଜ୍ଞାପାର୍ଥ ପଟ୍ଟନାୟକ, ପ୍ରମୋଦ କୁମାର ନନ୍ଦ, ଶୁଭାଶିଷ ପଟ୍ଟନାୟକ,…
Read Moreଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଦୁରୁଦୁରା କ୍ଲଷ୍ଟର ସିଆରସିସି ରାକେଶ କୁମାର ଘଡେ଼ଇଙ୍କ ତତ୍ବାବଧାନରେ ଦୁରୁଦୁରା କ୍ଳଷ୍ଟରରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ହେଉଛି ଶିଶୁମାନଙ୍କ ଭିତରେ ଥିବା ପ୍ରତିଭାକୁ ବିକଶିତ କରିବା ବୋଲି ସିଆରସିସି କହିଥିଲେ। ଶିଶୁ ମହୋତ୍ସବ ସୁରଭିରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୀତ, ନୃତ୍ୟରେ ବିଚାରକ ଭାବେ ରକ୍ ଷ୍ଟାର ନୃତ୍ୟ ଏକାଡେମୀ କୋରିଓ ଗ୍ରାଫର ଅରବିନ୍ଦ ବାରିକ, ଶାବରୀ ପରମଗୁରୁ ଯୋଗଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଚାହାଳି କ୍ଲଷ୍ଟର ସିଆରସିସି ବିଭୂତି ଭୂଷଣ ମିଶ୍ରଙ୍କ ତତ୍ବାବଧାନରେ ଜନଶକ୍ତି ହାଇସ୍କୁଲ୍ ଚାହାଳିରେ , ବିଜୟ କୁମାର ବେହେରାଙ୍କ ତତ୍ବାବଧାନରେ ନୀଳାଦ୍ରିପୁର କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିଲାଦ୍ରିପୁର କ୍ଲଷ୍ଟରରେ ଅନୁଷ୍ଠିତ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ…
Read Moreସ୍ୱଚ୍ଛତା ହିଁ ସେବା, ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ୱଚ୍ଛତା ହିଁ ସେବା ଅଭିଯାନ-୨୦୨୪ ଅବସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି।ଛାତ୍ରଛାତ୍ରୀ ମାନଙ୍କୁ ସ୍ୱଚ୍ଛତା ପ୍ରତି ଅଧିକ ଦାୟିତ୍ୱବାନ କରିବା ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତାର ମୂଳ ଉଦ୍ଦେଶ୍ୟ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲାର ସମସ୍ତ ୮ଟି ବ୍ଲକ ଏବଂ ପୌରାଞ୍ଚଳର ୬୪ ଜଣ କୃତି ଛାତ୍ରଛାତ୍ରୀମାନେ ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସ୍ୱଚ୍ଛତା ସମ୍ପର୍କିତ ଚିତ୍ରାଙ୍କନ, ପ୍ରବନ୍ଧ, ସ୍ଲୋଗାନ ଲିଖନ ଏବଂ କବିତା ଲିଖନ ବିଷୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବେ ପ୍ରଶାନ୍ତ ପଟ୍ଟନାୟକ, ପ୍ରଦ୍ୟୁମ୍ନ ନନ୍ଦ, ଗିରିଜା ଶଙ୍କର ମହାପାତ୍ର, ଯୋଗେନ୍ଦ୍ର ନାୟକ,ଗୋପବନ୍ଧୁ ଦାସ,ଶରତ ଆଚାର୍ଯ୍ୟ,ମାଣିକେଶ୍ୱର ସ୍ବାଇଁ,ସୌଦାମିନୀ ସ୍ବାଇଁ,ବେଲାରସେନ ପାତ୍ର ପ୍ରମୁଖ ଉପସ୍ଥିତ…
Read Moreବ୍ଲକସ୍ତରୀୟ ଉଚ୍ଚ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ତାଲିମ କାର୍ଯ୍ୟକ୍ରମ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ପଞ୍ଚାୟତ ହାଇସ୍କୁଲ୍ ବକଳ ବନ୍ଧରେ ବ୍ଲକସ୍ତରୀୟ ଉଚ୍ଚ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବ୍ଲକସ୍ତରୀୟ ଉଚ୍ଚ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସି ଆର୍ ସି ସି ବିଭୂତି ଭୂଷଣ ମିଶ୍ର ଏବଂ ରାକେଶ କୁମାର ଘଡେ଼ଇଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆର୍ ପି ଦେବବ୍ରତ ଶତପଥୀ, ସିଦ୍ଧାର୍ଥ ରତ୍ନ, ପ୍ରଭାତୀ ଦେଇ ଏବଂ ସୁଭଦ୍ରା ସାହୁ ଶିକ୍ଷକମାନଙ୍କର ବିକାଶତ୍ମକ ମନୋବୃତ୍ତି, ସାମାଜିକ, ଆବେଗିକ ନୈତିକ ଶିକ୍ଷା, ଅନ୍ତର୍ନୀବେଶୀ ଶିକ୍ଷା, ବସ୍ତାନୀ ବିହୀନ ପାଠପଢ଼ା ଦିବସ, ଜାତୀୟ ଉପଲବ୍ଧି ସର୍ବେକ୍ଷଣ ଆଦି ଉପରେ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୫୫ଜଣ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ।ତାଲିମ ଶିବିର…
Read Moreକ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସଂପଡା କ୍ଲଷ୍ଟର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଜି କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ମୁଖ୍ୟ ଅତିଥି ଭାବେ ମାଇଛେଳି ଗ୍ରାମପଞ୍ଚାୟତ ସରପଞ୍ଚ ସ୍ୱାଗତିକା ପ୍ରିୟଦର୍ଶିନୀ ପ୍ରଧାନ ଯୋଗଦେଇ ଶିଶୁ ମାନଙ୍କ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।ସମ୍ମାନୀତ ଅତିଥି ଭାବେ ଚିନ୍ତାମଣି ବିଦ୍ୟାପୀଠର ଶିକ୍ଷକ ବିନାୟକ ପରିଡ଼ା, ହରିହର ତ୍ରିପାଠୀ, ହ୍ରୁଶିକେଶ ପ୍ରଧାନଙ୍କ ସହିତ ଶିକ୍ଷକ ପ୍ରମୋଦ କୁମାର ଖଣ୍ଡୁଆଳ, ସୁଧିର ପ୍ରଧାନ, ପ୍ରଧାନଶିକ୍ଷକ ପୁଲୋଚନ କହଁର, ଶିକ୍ଷୟତ୍ରୀ ଶଞ୍ଜୁକ୍ତା ପରିଡା, ପ୍ରଭାତି ପରିଡା ପ୍ରମୁଖ ଯୋଗଦେଇଥିଲେ। ସଂପଡା କ୍ଲଷ୍ଟରରେ ଥିବା କାଣିଗିରି, କୃଷ୍ଣଚନ୍ଦପୁର, ମାଇଛେଳି, ପାରାଢିପି, ଗୋହିରିବାଦୁ ଆଦି ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି ସୁରଭି କାର୍ଯ୍ୟକ୍ରମରେ କୁଇଜ୍, ଇଲୋକୁସନ୍, ଚିତ୍ରାଙ୍କନ, ଗୀତ, ନୃତ୍ୟ ଇତ୍ୟାଦି ପ୍ରତିଯୋଗିତା…
Read Moreନୟାଗଡ ଜିଲ୍ଲା ସ୍ତରୀୟ ପ୍ରଧାନ ମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନାର ମହା ଶିବିରର ସଫଳ ଆୟୋଜନ ନିମନ୍ତେ ପ୍ରାକ୍ ପ୍ରସ୍ତୁତି ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହରେ ଆଦିବାସୀ ମନ୍ତ୍ରଣାଳୟ ଭାରତ ସରକାରଙ୍କ ନିର୍ଦ୍ଦେଶରେ ପ୍ରଧାନ ମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନାର(PM-JUGA) ଜିଲ୍ଲା ସ୍ତରୀୟ ମହା ଶିବିରକୁ ସଫଳ ଆୟୋଜନ ଲାଗି ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଳାପାଳ ନୟାଗଡଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ମଙ୍ଗଳ ଅଧିକାରୀ, ନୟାଗଡ ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନାର(PM-JUGA)ର ଆଭିମୂଖ୍ୟ ବିଷୟରେ ସୂଚନା ଦେଇଥିଲେ। ଏହି ଜିଲ୍ଲାର ଦଶପଲ୍ଲା, ଗଣିଆ ଓ ନୂଆଗାଁର ଅନୁସୂଚିତ ଜନଜାତି ବହୁଳ ମୋଟ ୧୧୩ଟି ଗ୍ରାମକୁ ଏହି ଯୋଜନା ମାଧ୍ୟମରେ ସାମିଲ୍ କରାଯାଇଛି । ଆଗାମୀ ତା- ୦୨.୧୦.୨୦୨୪ରିଖ ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ଏହି ଯୋଜନାକୁ ଲୋକାର୍ପଣ କରିବେ ଯାହା ନୟାଗଡର ଦଶପଲ୍ଲା ଅନ୍ତର୍ଗତ ବାଣୀଗୋଛା ଉଚ୍ଚ ବିଦ୍ୟାଳୟରେ ଆଭାସି ମାଧ୍ୟମରେ ଅନୁଷ୍ଠିତ ହେବ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର…
Read Moreଗାନ୍ଧୀ ବିଚାର, ପ୍ରଚାର-ପ୍ରସାର ମଞ୍ଚ ବୈଠକ
ଗାନ୍ଧୀ ବିଚାର ପ୍ରାସଙ୍ଗିକତା ଶୀର୍ଷକ ଆଲୋଚନା ନୟାଗଡ଼,(ନୟାଗଡ଼ ଦର୍ପଣ): ଗାନ୍ଧୀ ବିଚାର ପ୍ରଚାର-ପ୍ରସାର ମଞ୍ଚ ଆବାହକ ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଆବାହକତ୍ବରେ ଗାନ୍ଧୀ ବିଚାର ପ୍ରଚାର-ପ୍ରସାର ସହ ବିଚାର ମଞ୍ଚ ଗଠନ କରାଯାଇ ବିପଦରେ ଥିବା ଦେଶର ସମ୍ବିଧାନ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁରକ୍ଷା ଦେବା କ୍ଷେତ୍ରରେ ଏହି ବିଚାର ମଞ୍ଚ କାର୍ଯ୍ୟ କରିବ। ଏହି ଅବସରରେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ନୟାଗଡ ସଂଗ୍ରାମୀ ଭବନ ଠାରେ ଗାନ୍ଧୀ ବିଚାର ପ୍ରାସଙ୍ଗିକତା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ଗବେଷକ ଡ଼ ବିଜୟ ଚୌଧୁରୀ ଗାନ୍ଧୀ ବିଚାର ଆଦର୍ଶ ଉପରେ ଆଲୋକପାତ କରି ଗାନ୍ଧୀ ବିଚାରଧାରା ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଗାନ୍ଧୀ ଦର୍ଶନ ବିଭିନ୍ନ ଦିଗ ଆଗାମୀ ପିଢ଼ି ଯୁବ ବର୍ଗଙ୍କୁ ସଚେତନ କରାଇବା ଉପରେ ତାତ୍ୱିକ…
Read More