ସାଧାରଣ ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଓଡ଼ଗାଁ ବି.ଡ଼଼ି.ଓ ଙ୍କ ଜରିଆରେ ମୁଖ୍ୟଶାସନ ସଚ଼ିବଙ୍କୁ ଦାବିପତ୍ର

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଡବ୍ଲୁ.ପି (ସି) ୧୩୨; ୨୦୧୬ ତା: ୨୮/୧୦/୨୦୨୧ରେ ଏକ ରାୟର ଶୁଣାଣି କରି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଆଜି ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ(ଓଏସ୍ଇଏଫଡ଼ି) ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ଯୁଗ୍ମ ସମ୍ପାଦକ ଆର୍ଷୀ ଉପାସନା କର,ନିବେଦିତା ଅଲ୍ଟିଆ, ସାନ୍ତ୍ଵନା ସାଗନିକା,ଟୁକୁନା ବେହେରା,ପ୍ରିତିମୟ ସାହୁ ଓଡ଼ଗାଁ ବ୍ଲକ ବି.ଡ଼ି.ଓ ଙ୍କ ଜରିଆରେ ମାନନୀୟ ମୁଖ୍ୟ ଶାସନ ସଚ଼ିବଙ୍କୁ ଦାବିପତ୍ର ପ୍ରଦାନ କଲେ।ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମଧ୍ୟ ଏକ ସାଧାରଣ ବିଦ୍ୟାର୍ଥୀ ପରି ସମାନ ଶିକ୍ଷା ପାଇବାର ଆବଶ୍ୟକତା…

Read More

ଗଣିଆରେ ନୂତନ ବିଡିଓଙ୍କ ଯୋଗଦାନ

ଗଣିଆ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ କାର୍ଯ୍ୟାଳୟରେ ନୂତନ ବିଡିଓ ଭାବେ ଖଗେଶ୍ବର ପାତ୍ର ଯୋଗଦାନ କରିଛନ୍ତି । ସୂଚନା ଥାଉକି ଗଣିଆ ବ୍ଲକରେ ବିଡିଓ ଭାବେ ସିରିୟାଲ ଶୁଭ୍ର ପଟେଲ କାର୍ଯ୍ୟଭାର ତୁଲାଉଥିବାବେଳେ ତାଙ୍କୁ ପରଜଙ୍ଗ ବିଡିଓ ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ପରଜଙ୍ଗ ତହସିଲଦାର ଖଗେଶ୍ଵର ପାତ୍ରଙ୍କୁ ଅବସ୍ଥାପିତ କରାଯାଇଛି। ସୋମବାର ନୂତନ ବିଡିଓ ପୂର୍ବତନ ବିଡିଓଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ନୂତନ ବିଡିଓ କାର୍ଯ୍ୟଭାର ଗ୍ରହଣ କରିବା ପରେ ବ୍ଲକସ୍ତରୀୟ କର୍ମଚାରୀମାନଙ୍କ ସହିତ ସୌଜନ୍ୟମୂଳକ ପରିଚୟ ଆଦାନ ପ୍ରଦାନ କରାଯିବା ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉନ୍ନୟନ ବିଭାଗ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା ନୂତନ…

Read More

ନୟାଗଡ଼ ଜିଲ୍ଲା ଅମଲା ସଂଘର ଗୁରୁତ୍ୱପୁର୍ଣ୍ଣ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ଅମଲା ସଂଘର ଆହ୍ୱାନ କ୍ରମେ ଜିଲ୍ଲା ଅମଲା ସଂଘର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଜିଲ୍ଲା କୃଷି ଭବନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଅମଲା ସଂଘ ସଭାପତି ବାଳକୃଷ୍ଣ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଅମଲାମାନଙ୍କ ବିଭିନ୍ନ ଦାବି ପୂରଣ କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରିବା ସହିତ ସେମାନଙ୍କ ସମସ୍ୟା ସମାଧାନ କରିବାରେ ସରକାର ବିମୂଖ ରହୁଥିବା ନେଇ ସଂଘ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ରାଜ୍ୟ ସରକାର ଅମଲାମାନଙ୍କର ସର୍ବନିମ୍ନ ଯୋଗ୍ୟତା ସ୍ନାତକ ଏବଂ କମ୍ପ୍ୟୁଟର ଡିପ୍ଲୋମା ଧାର୍ଯ୍ୟ କରିଥିବା ବେଳେ ସେହି ଅନୁଯାୟୀ ସେମାନଙ୍କୁ ୪୨୦୦ ଗ୍ରେଡ ପେ’ରେ ଦରମା ଦେବାପାଇଁ ସଂଘ ଦୀର୍ଘ ଦିନଧରି ଦାବି କରି ଆସୁଅଛି । ମାତ୍ର ସରକାର ବିଗତ ଦିନରେ ରାଜ୍ୟ ଅମଲା ସଂଘ ସହିତ ଆଲୋଚନା…

Read More

ଓଡଗାଁ ବ୍ଲକ ଶିକ୍ଷକ ସଙ୍ଘର ପ୍ରତିବାଦ ସଭା

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ (NPS)ର ସଭାପତି ନରେଶ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେଇଯାଇଛି। ନଭେମ୍ବର ୨୭ଆନ୍ଦୋଳନ ସମୟରେ ସରକାରଙ୍କ ତରଫରୁ ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘକୁ ୩ଦଫା ଦାବୀ ପୂରଣ ନେଇ ଲିଖିତ ପ୍ରତିଶୃତି ମିଳିଥିଲା। ଅଦ୍ୟାବଧି ୨ ମାସ ବିତି ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ। ଯଦି ସରକାର ବିଧାନ ସଭା ଅଧିବେଶନ ପୂର୍ବରୁ ଦାବୀ ପୂରଣ ନ କରନ୍ତି, ତେବେ ପୁଣିଥରେ ମିଳିତ ପ୍ରାଥମିକ ମହାସଂଘ ନେତୃତ୍ୱରେ ଆନ୍ଦୋଳନକୁ ଓଲ୍ହାଇବାକୁ ନିଷ୍ପତି ନିଆଗଲା। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସୁକାନ୍ତ କୁମାର ସାହୁ, ନୀଳମାଧଵ ମହାରଣା, ଚିତ୍ତ ରଞ୍ଜନ ମିଶ୍ର, ମୋହନ ସାହୁ, ନାରାୟଣ ଡାକୁଆ, ମହନ୍ତ କୁମାର ସେଠୀ,…

Read More

ନୟାଗଡ଼ ପାଇଁ ଗୌରବ ଆଣିଲେ ସ୍ବୟଂପ୍ରଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ଇକୋନୋମିକ୍ସରେ ଗୋଲଡ଼ ମେଡାଲ ପାଇ ଜିଲ୍ଲା ପାଇଁ ଗୌରବ ଆଣିଲେ ନୟାଗଡର ଝିଅ ସ୍ବୟଂପ୍ରଭା । ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଚାହାଳୀ ଗ୍ରାମର ଝିଅ ସ୍ୱୟଂପ୍ରଭା ବେହେରା ଜିଲ୍ଲା ସମଗ୍ର ପାଇଁ ଆଣିଛନ୍ତି ଗୌରବ । ଶ୍ରୀଯୁକ୍ତ ସତ୍ୟବାଦୀ ବେହେରା ଓ ଶ୍ରୀମତି ଜୟନ୍ତୀ ବେହେରାଙ୍କ ଝିଅ ହେଉଛନ୍ତି ସ୍ୱୟଂପ୍ରଭା ବେହେରା । ଭୁବନେଶ୍ବର ରମାଦେବୀ ମହିଳା ମହାବିଦ୍ୟାଳୟର ଇକୋନୋମିକ୍ସ ବିଭାଗରେ ଟପ୍ପର ହୋଇ ସମଗ୍ର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ଉଦାହରଣ ପାଲଟିଛନ୍ତି ସ୍ୱୟଂପ୍ରଭା ବେହେରା | ସ୍ୱୟଂପ୍ରଭା ପିଲାଟି ଦିନରୁ ଅତି ସରଳ ଏବଂ ମେଧାଵୀ ଛାତ୍ରୀ ଥିଲେ । ରମାଦେବୀ ମହିଳା ମହାବିଦ୍ୟାଳୟର ୨ ୟ ସମାବର୍ତ୍ତନ ଉତ୍ସବରେ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଗୋଲଡ଼ ମେଡାଲ ଓ ବୃତ୍ତି ପାଇଛନ୍ତି…

Read More

ରଣପୁର ବ୍ଲକ କଂଗ୍ରେସ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକ କଂଗ୍ରେସ ପକ୍ଷରୁ ସ୍ଥାନୀୟ ମାର୍ଥାପଦର ସ୍ଥିତ ଶିମିଳି ଠାକୁରାଣୀ ମନ୍ଦିର ଠାରେ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ୩୯ଗୋଟି ପଞ୍ଚାୟତରୁ ଦଳୀୟ କର୍ମୀ ଯୋଗ ଦେଇ ବୁଥ ସ୍ତରରୁ ଦଳର ନୂତନ ସଂଗଠନ ଆରମ୍ଭ କରିବା ଉପରେ ଗୁରୁତ୍ୱ ଦେବା ସହ ତୁରନ୍ତ ରଣପୁରରେ ଦଳୀୟ କାର୍ଯ୍ୟାଳୟ ଖୋଲାଯିବା ଏବଂ ଗାଁଗାଁ ରେ କଂଗ୍ରେସ ଦଳ ହାତ ଚିହ୍ନ କାନ୍ଥବାଡ଼ ୱାଲିଙ୍ଗ କରାଇବା ଏବଂ ପ୍ରତ୍ୟେକ ପଞ୍ଚାୟତରେ ଦଳୀୟ କର୍ମୀ ସମ୍ମିଳନୀ କରାଯାଇ ବୁଥ କମିଟି ଗଠନ ଉପରେ ପ୍ରସ୍ତାବ ଆସିଥିଲା l ଜିଲ୍ଲା ସଭାପତି ଶ୍ରୀ ଦାଶ ଦଳର ନୂତନ ସଂଗଠନ ଆରମ୍ଭ ପାଇଁ କର୍ମୀ ମାନଙ୍କ ସମସ୍ତ ପ୍ରସ୍ତାବକୁ ଖୁବଶୀଘ୍ର…

Read More

ଦକ୍ଷିଣକାଳୀ ପଡ଼ିଆରେ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା

ପୁସ୍ତକ ମେଳାକୁ ଆକର୍ଷଣୀୟ କରିବା ପାଇଁ ପ୍ରୟାସ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ପୁସ୍ତକ ମହୋତ୍ସବ କମିଟି ଦ୍ୱାରା ଆୟୋଜିତ ହେବାକୁ ଯାଉଛି ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା । ଏଥିପାଇଁ ଶନିବାର ସଂନ୍ଧ୍ୟାରେ ନୟାଗଡ଼ ବିଧାୟକଙ୍କ ଅଧ୍ୟକ୍ଷତାରେ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଫେବୃୟାରୀ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ଅନିବାର୍ଯ୍ୟ କାରଣ ପାଇଁ ସ୍ଥାନ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି । ପଠାଣି ସାମନ୍ତ ଅଡିଟୋରିୟମ ପଡ଼ିଆ ବଦଳରେ ପୁସ୍ତକ ମହୋତ୍ସବ ପୂର୍ବ ନିଷ୍ପତ୍ତି ମୁତାବକ ଦକ୍ଷିଣକାଳୀ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ସଂଖ୍ୟାଧିକ ପୁସ୍ତକ ବିକ୍ରେତା ଓ କ୍ୟାରିୟର କାଉନସେଲିଂ ସଂସ୍ଥା ଏହି କାର୍ଯ୍ୟକ୍ରମରେ ଯୋଗ…

Read More

ନୟାଗଡ ସହର ଶ୍ରୀରାମ ନଗରରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ୫୦ହଜାର ଟଙ୍କା ଚୋରି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସହର ମଧ୍ୟରେ ଥିବା ଶ୍ରୀରାମ ନଗରରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ୫୦ହଜାର ଟଙ୍କା ଚୋରି ହୋଇଥିବା ରାଉନ ଥାନାରେ ଅଭିଯୋଗ ହୋଇଛି। ଦିନଦିପହରେ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୁତ୍ତମାନେ କଳାକନା ବୁଲେଇ ଦେଇଛନ୍ତି। ସୂଚନା ଅନୁସାରେ ଶ୍ରୀରାମ ନଗର କଲୋନୀରେ ରହୁଥିବା ସୁଦାମ ଚରଣ ଜେନା ଏବଂ ତାଙ୍କ ପରିବାର ଲୋକ ଘର ତାଲା ପକେଇ ବାହାରକୁ ଯାଇଥିବା ସମୟରେ ଘର ପଛପାଖ ଗ୍ରିଲ ଭାଙ୍ଗି ଘରେ ପଶିଥିଲେ ଲୁଟେରା। ଚୋରମାନେ ଘରେପଶି ଆଲମିରା ଭାଙ୍ଗି ଆଲମିରାରେ ଥିବା ପାଖାପାଖି ୨ଶହ ୫୦ଗ୍ରାମ ସୁନା ସହ ନଗଦ ପଚାଶ ହଜାର ଟଙ୍କା ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ଚୋରିହୋଇଥିବା ସୁନାର ଆନୁମାନିକ ମୂଲ୍ୟ ପାଖାପାଖି ୨୦ଲକ୍ଷ୍ୟ ହେବ। ପୋଲିସ ଘଟଣା ସ୍ଥଳରେ ପହଂଚି ପ୍ରାଥମିକ…

Read More

ନୟାଗଡ ଅବକାରୀ ବିଭାଗକୁ ସଫଳତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଦାମୀ କାର ଓ ଜିପରେ ଗଞ୍ଜେଇ ଫୁଲବାଣୀରୁ ଭାୟା ନୟାଗଡ଼ ଦେଇ ଭୁବନେଶ୍ୱରକୁ ଚୋରା ଚାଲାଣ ବେଳେ ନୟାଗଡ଼ରେ ଜବତ। ଗଞ୍ଜେଇ ବୋଝେଇ କାର ଓ ଜିପ ସହ ୩ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଜବତ ହୋଇଥିବା ଗଞ୍ଜେଇ ପ୍ୟାକେଟର ଓଜନ ୨୨କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ ଫୁଲବାଣୀରୁ ଗଞ୍ଜେଇ ଭୁବନେଶ୍ୱରକୁ ଦିନ ବେଳେ ଚୋରା ଚାଲାଣ ହେଉଥିବା ସୁରାକ ପାଇଁ ଅବକାରୀ ବିଭାଗ ପକ୍ଷରୁ ନୟାଗଡ଼ ସହରରେ ଚଢ଼ାଉ କରାଯାଇଥିଲା। ନୟାଗଡ଼ ସହର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗର କର୍ମଚାରୀଙ୍କ ହାତରେ ଧରାପଡିଲା ଗଞ୍ଜେଇ ବୋଝେଇ କାର ଏବଂ ଜିପ, ଏହା ଭିତରେ ଥିଲା ୨୨କେଜି…

Read More

ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଆଜି ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଉଦଯାପିତ ହୋଇଯାଇଛି। ଏଠାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ଭଗବାନ ଚନ୍ଦ୍ର ଦାସ, କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ପଟ୍ଟନାୟକ ନୟାଗଡ଼ ଜିଲ୍ଲାପାଳଙ୍କ ସଭାପତିତ୍ବରେ ପାଣି ପଞ୍ଚାୟତର ଆଲୋଚନା ଚକ୍ରକୁ ସଫଳାନ୍ଵିତ କରିଥିଲେ। ଫେବୃଆରୀ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ସରକାର ଘୋଷଣା କରିଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ଏହି ଯୋଜନାକୁ ଗଣତାନ୍ତ୍ରିକ ପଦ୍ଧତିରେ ସଫଳ ଓ ଦୀର୍ଘାୟୁ କରିବାକୁ କିପରି ମିଳିମିଶି ପାଣିର ସଦ୍ ବିନିଯୋଗ କରିବା ଏବଂ ପାଣିକୁ କିପରି ସଞ୍ଚୟ କରିବା, ଏହାକୁ କୃଷି କ୍ଷେତ୍ରରେ…

Read More