ଓଡଗାଁ ବ୍ଲକ ଶିକ୍ଷକ ସଙ୍ଘର ପ୍ରତିବାଦ ସଭା

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ (NPS)ର ସଭାପତି ନରେଶ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେଇଯାଇଛି। ନଭେମ୍ବର ୨୭ଆନ୍ଦୋଳନ ସମୟରେ ସରକାରଙ୍କ ତରଫରୁ ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘକୁ ୩ଦଫା ଦାବୀ ପୂରଣ ନେଇ ଲିଖିତ ପ୍ରତିଶୃତି ମିଳିଥିଲା। ଅଦ୍ୟାବଧି ୨ ମାସ ବିତି ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ। ଯଦି ସରକାର ବିଧାନ ସଭା ଅଧିବେଶନ ପୂର୍ବରୁ ଦାବୀ ପୂରଣ ନ କରନ୍ତି, ତେବେ ପୁଣିଥରେ ମିଳିତ ପ୍ରାଥମିକ ମହାସଂଘ ନେତୃତ୍ୱରେ ଆନ୍ଦୋଳନକୁ ଓଲ୍ହାଇବାକୁ ନିଷ୍ପତି ନିଆଗଲା। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସୁକାନ୍ତ କୁମାର ସାହୁ, ନୀଳମାଧଵ ମହାରଣା, ଚିତ୍ତ ରଞ୍ଜନ ମିଶ୍ର, ମୋହନ ସାହୁ, ନାରାୟଣ ଡାକୁଆ, ମହନ୍ତ କୁମାର ସେଠୀ, ବସନ୍ତ କୁମାର ବିଶୋଇ, ପୁର୍ଣିମା ମହାରଣା, ରାଜଲଷ୍ମୀ ପଣ୍ଡା ପ୍ରଭୃତି ଯୋଗ ଦେଇଥିଲେ।

Related posts