ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟଳୟ ପରିସରରେ ଥିବା ସଦଭାବନା ଗୃହରେ ରାଜ୍ୟ ଶିଶୁ ସୁରକ୍ଷା ସମିତି, ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଡ଼ିଓ ସଚିଦା ନନ୍ଦ ମିଶ୍ର, ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ୧୬ ନଂ ଜିଲ୍ଲା ପରିଷଦ ସଭ୍ୟା ଜସ୍ମୀନ ଦାସ, ୧୭ ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା ପ୍ରମୁଖ ଯୋଗଦେଇଥିଲେ। ନୂଆଗାଁ ବ୍ଲକ ସିଡ଼ିପିଓ ଶୁଭ୍ରକେଶୀ ମଲ୍ଲିକଙ୍କ ତତ୍ବାବଧାନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କମିଟିର ମୂଳଲକ୍ଷ ସମାଜରେ ନିଷ୍ପେସିତ ହେଉଥିବା ଶିଶୁମାନଙ୍କୁ କିପରି ସୁରକ୍ଷା ଦିଆଯିବ ତାରି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି…
Read MoreYear: 2023
ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ମହାଦେବଙ୍କ ପୀଠରେ ପୂର୍ଣ୍ଣାହୁତି ଓ ଯଜ୍ଞ ଉତ୍ସବରେ ଯୋଗଦେଲେ ଦଶପଲ୍ଲା ବିଧାୟକ
ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବଡଗୋଠ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଖୁଣ୍ଟୁବନ୍ଧ ଠାରେ ଅବସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବଙ୍କ ପୀଠରେ ପୂର୍ଣ୍ଣାହୁତି ଓ ଯଜ୍ଞ ଉତ୍ସବ ଅନୁଷ୍ଠିତ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବ ଙ୍କୁ ଦର୍ଶନ କରିବା ସହ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।ତତ୍ ସହିତ ଯଜ୍ଞ ଓ ବେଦମନ୍ତ୍ର ପାଠ ଦ୍ଵାରା ଅଞ୍ଚଳରେ କିପରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୁଏ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ ଦ୍ଵାରା କିପରି ଭାଇଚାରା ସୃଷ୍ଟି ହୁଏ ସେ ଉପରେ ବକ୍ତବ୍ୟ ରଖିଥିଲେ ଦଶପଲ୍ଲା ଯୁବ ବିଧାୟକ। ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା…
Read Moreଜନ୍ତାଳ ପର୍ବର ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଲେ ଦଶପଲ୍ଲା ବିଧାୟକ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରାଢିପି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ପୋକସୁଙ୍ଗା ଠାରେ ମା ଚମ୍ପେଶ୍ଵରି ଠାକୁରାଣୀଙ୍କ ଜନ୍ତାଳ ପର୍ବ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନର ଉଦ୍ଦେଶ୍ୟ ଓ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନୀତ ଅତିଥିଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ, ଜାକେଡା ସମିତି ସଭ୍ୟା ପ୍ରଭାତୀ ମଳିକଙ୍କ ସମେତ ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ ।
Read Moreନୂଆଗାଁ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ଅଧିବେଶନ ଅନୁଷ୍ଠିତ
ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଉପରେ ବିଧାୟକଙ୍କ ଗୁରୁତ୍ୱାରୋପ ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ଥିବା ପଞ୍ଚାୟତ ସମିତି ସଭା ଗୃହରେ ଚତୁର୍ଥ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚତୁର୍ଥ ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଏବଂ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଚ୍ଚିଦାନନ୍ଦ ମିଶ୍ର,ବ୍ଲକ୍ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସମଲ, ୧୬ ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ଜସ୍ମିନୀ ଦାସ, ୧୭ ନଂ ଜିଲ୍ଲାପରିଷଦ ସଭ୍ୟା ପ୍ରତିମା ଦଳବେହେରା ଯୋଗ ଦେଇଥିଲେ।ଏହି…
Read Moreଦାସିଆ ଅଜାଙ୍କ ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟ କରଣ ପାଇଁ ଦାବିପତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର କର୍ଣ୍ଣଧାର ତଥା ଦାଶରଥି ପଟ୍ଟନାୟକ ପାଠାଗାର ର ପ୍ରତିଷ୍ଠାତା ସ୍ବର୍ଗତ ଦାଶରଥି ପଟ୍ଟନାୟକଙ୍କର ଏକ ପ୍ରତିମୂର୍ତ୍ତି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଜିଲ୍ଲା ସଂସ୍କୃତି ବିଭାଗ ଦ୍ବାରା ସ୍ଥାପିତ କରାଯାଇଛି । ରକ୍ଷଣାବେକ୍ଷଣା ଅଭାବରୁ କାଳକ୍ରମେ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ସମ୍ମାନ ବଦଳରେ ପ୍ରତିମୂର୍ତ୍ତିର ଏ ଅବସ୍ଥା ଏହି ମହାପୁରୁଷଙ୍କୁ ଅଧିକ ଅସମ୍ମାନ କରୁଥିବା ପରି ଜଣାପଡ଼ୁଛି । ଯେଉଁ ମହାପୁରୁଷଙ୍କ ଅବଦାନକୁ ଦେଶ ବିଦେଶର ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି ତାଙ୍କର ଗରିମା ବୃଦ୍ଧି ପାଇଁ ପ୍ରତିମୂର୍ତ୍ତି ର ଉପଯୁକ୍ତ ରକ୍ଷଣାବେକ୍ଷଣ ସହିତ ଶୋଭା ବର୍ଦ୍ଧନ କରିବା ପାଇଁ ଦାବି କରିଛି ପୂଜ୍ୟପୂଜା କମିଟି, ନୟାଗଡ଼। ଏ ସଂକ୍ରାନ୍ତରେ ଆଜି ପୂଜ୍ୟପୂଜା କମିଟି ର ସଂପାଦକ ଅରୁଣ ମହାନ୍ତି, ସହ ସଂପାଦକ ଧିରେନ୍ଦ୍ର କୁମାର…
Read Moreନୟାଗଡ଼ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ମହାନ୍ ସ୍ବାଧୀନତା ସଂଗ୍ରାମୀ, ଆଧୁନିକ ଓଡ଼ିଶାର ନିର୍ମାତା, ଓଡ଼ିଆ ଭାଷା ଆନ୍ଦୋଳନର ମୂଖ୍ୟ ପୁରୋଧା, ଓଡ଼ିଶାର ପ୍ରଥମ ସ୍ନାତକ, ସୁପ୍ରସିଦ୍ଧ ଆଇନଜୀବୀ, ସମାଜ ସଂସ୍କାରକ, ସାମ୍ବାଦିକ, ଲେଖକ ତଥା କବି, ମଧୁ ବାରିଷ୍ଟର ନାମରେ ଓଡ଼ିଶାର ଘରେ ଘରେ ସୁପରିଚିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଆଜି ନୟାଗଡ଼ ରେ ପାଳିତ ହୋଇଯାଇଛି। ନୟାଗଡ଼ ସ୍ଥିତ ପୂଜ୍ୟପୂଜା କମିଟି ପକ୍ଷରୁ ସ୍ଥାନୀୟ ବ୍ରଜେନ୍ଦ୍ର ହାଇସ୍କୁଲ ରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବା ସହ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂଜ୍ୟପୂଜା କମିଟି ର ସଂପାଦକ ଅରୁଣ ମହାନ୍ତି, ସହ ସଂପାଦକ ଧିରେନ୍ଦ୍ର ପଟ୍ଟନାୟକ, ସଭ୍ୟ ଆରିଫ ଖାଁ, ଅବିନାଶ ସାହୁ, ବିମଳ ପଟ୍ଟନାୟକ, ପ୍ରଦୀପ ସାହୁ, ପ୍ରଫୁଲ୍ଲ ନାୟକ ପ୍ରମୁଖ ଙ୍କ ସହିତ ଧରିତ୍ରୀ ଜିଲ୍ଲା ପ୍ରତିନିଧି…
Read Moreଜୀବନ ବିକାଶ କ୍ଷେତ୍ରରେ ନାଟକର ଭୂମିକା ଗୁରୁତ୍ଵପୂର୍ଣ୍ଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ନାଟ୍ୟସଂଘ ତରଫରୁ ନୟାଗଡ଼ରେ ଜିଲ୍ଲାସ୍ତରୀୟ ନାଟ୍ୟ ଆଲୋଚନାଚକ୍ର ଓ ଏକକ ଅଭିନୟ ସ୍ଥାନୀୟ ଇନସ୍ପାୟାର ସଭାକକ୍ଷ ମଧ୍ୟରେ ଓଡ଼ିଶା ନାଟ୍ୟସଂଘର ଜିଲ୍ଲା ସଂଯୋଜକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ମୁଖ୍ୟ ବକ୍ତା ରୂପେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା ପବିତ୍ର କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ଓଡ଼ିଶା ନାଟ୍ୟସଂଘର ଉପସଭାପତି ଜିତେନ୍ଦ୍ର ପଟ୍ଟନାୟକ ଯୋଗଦେଇ ନାଟକ ଜୀବନ ବିକାଶର ଏକ କଳା ଶୀର୍ଷକରେ ଆଲୋଚନା କରିଥିଲେ। କବୀ ସୌଦାମିନୀ ସ୍ୱାଇଁ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ଗୋକୁଳ କୁମାର ଷଡଙ୍ଗୀ। ଦ୍ୱିତୀୟ ଅଧିବେଶନରେ ଅଭିନେତା କାମାକ୍ଷା ପ୍ରସାଦ ଦାଶଙ୍କ ସଂଯୋଜନାରେ ବସିରନ ବିବି,ଯାମିନୀକାନ୍ତ…
Read Moreକାଜୁଜମି ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କଲେ ଆଦିବାସୀ
ନୟାଗଡ଼,୨୭/୪(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକର ଶାଳିଆଝରି ଓ ଅନ୍ୟାନ୍ୟ ଗ୍ରାମର ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ନିଜଗ୍ରାମ ସନ୍ନିକଟ କାଜୁପଦରରେ ପାରମ୍ପରିକ ଅଧିକାର ସାବ୍ୟସ୍ତ କରିବା ଦାବିରେ ଆଜି ଓଡିଶା ଆଦିବାସୀ ଅଧିକାର ମଞ୍ଚ ଓ କୃଷକ ସଭା ନେତୃତ୍ୱରେ ପଟୁଆର ସହକାରେ ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ଓ ସଭା କରିଛନ୍ତି। ବିଶିଷ୍ଟ ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଆଦିବାସୀ ଅଧିକାର ମଞ୍ଚର ରାଜ୍ୟ ସଂଗଠକ ସାଲ ମାରାଣ୍ଡି ଓ ଚାମ୍ବୁର ସୋରେନ ଯୋଗଦେଇ ଆଦିବାସୀମାନଙ୍କର ଜମିପାଇଁ ସଂଗ୍ରାମକୁ ଆହୁରି ଶକ୍ତ ଓ ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଥିଲେ। ବୁଢ଼ାବୁଢ଼ୀଆଣି ଜଳଭଣ୍ଡାରର ବିସ୍ଥାପିତ ଆଦିବାସୀମାନେ ଗାଁ ପାଖ ପଦରମାନଙ୍କରେ ଚାଷବାସ କରି ଚଳି ଆସୁଥିବା ସମୟରେ ବନ ଉନ୍ନୟନ ନିଗମ ସେମାନଙ୍କୁ କାଜୁଫଳଭୋଗର ଲୋଭ ଦେଖାଇ…
Read Moreରଣପୁର ମହତପଲ୍ଲାରେ ଦଳିଦେଲା ଦନ୍ତା, ଚାଲିଗଲା ଯୁବକଙ୍କ ଜୀବନ
ରଣପୁର,(ନୟାଗଡ଼ ଦର୍ପଣ): ହାତୀ ଆକ୍ରମଣରେ ଯୁବକ ମୃତ। ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ମହତପଲ୍ଲା ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଉକ୍ତ ଗ୍ରାମର କିଛି ଚାଷୀ ଫସଲ ଜଗିବାକୁ ବିଲକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ଜଗବନ୍ଧୁ ଜେନା ନାମକ ଜଣେ ଚାଷୀଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲା। ତେବେ ଗୁରୁତର ଅବସ୍ଥାରେ ରଣପୁର ବନବିଭାଗ ଜଗବନ୍ଧୁଙ୍କୁ ନିକଟସ୍ଥ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଜଗବନ୍ଧୁଙ୍କ ମୃତ୍ୟୁରେ ପରିବାରରେ ଶୋକର ଛାୟାର ଖେଳିଯାଇଥିବା ବେଳେ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସାଧାରଣରେ ଦାବି ହୋଇଛି। ବାରମ୍ବାର ହାତୀ ଆକ୍ରମଣରେ ଅନେକ ଲୋକଙ୍କର ଜୀବନ ଯାଉଥିବାବେଳେ ରଣପୁର ବନବିଭାଗର ବନ କର୍ମଚାରୀଙ୍କ…
Read Moreନୟାଗଡ଼ ଜିଲ୍ଲାକୁ ୨ ସ୍ବର୍ଣ୍ଣ, ୭ ରୈପ୍ୟ ଓ ୬ କାଂସ୍ୟ ପଦକ
ନୟାଗଡ଼,(ନୟାଗଡ଼ ଦର୍ପଣ): ବରଗଡ଼ର ଗଣପତି ଭିଲ୍ଲାରେ ୩ଦିନ ଧରି ଆୟୋଜିତ ୨ୟ ଓ୍ବେଷ୍ଟ ଜୋନ ଟାଇକୋଣ୍ଡ ଚମ୍ପିୟାନସିପ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଗନେବା ପାଇଁ ନୟାଗଡ଼ ଜିଲ୍ଲାରୁ ବିଭିନ୍ନ ବର୍ଗର ୧୬ )ଜଣ ଖେଳାଳି ୩ଜଣ ଅଫିସିଆଲ୍ ଓ ଜଣେ ଜାତୀୟ ରେଫରୀ ବରଗଡ଼ ଯାତ୍ରାକରିଥିଲେ। ନୟାଗଡ଼ ମାର୍ଶାଲ ଆର୍ଟ ଏକାଡେମୀର ପ୍ରିୟଂଶୁ ପାଲ, ସତ୍ୟବ୍ରତ ବିଶ୍ବାଳ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ, ଦିକ୍ସା ପ୍ରିୟା, ରିତିକା ପାଣିଗ୍ରାହୀ, ପ୍ରତିୟୁସା ରାୟଗୁରୁ, ଆନନ୍ଦ କୁମାର, ଅଙ୍କିତ ବେହେରା, ଆଶୁତୋଷ ସାହୁ, ସ୍ମୁତିପ୍ରଜ୍ଞା ସାହୁ ରୈପ୍ୟ ପଦକ ଓ ବିରାଟ ପ୍ରୟାସ, ସମ୍ୱିତ ରଞ୍ଜନ ବିଶ୍ବାଳ, ଶୁଚିସ୍ମୀତା ବେହେରା, ଅସ୍ମିତା ସାହୁ, ଆସୁତୋଶ ସ୍ବାଇଁ, ବୈଦ୍ୟନାଥ ସାହୁ କାଂସ୍ୟ ପଦକ ହାସଲ କରି ନୟାଗଡ଼ ଜିଲ୍ଲା ପାଇଁ ସୁନାମ ଅର୍ଜନ କରିଛନ୍ତି । ନୟାଗଡ଼ ଟିମ୍ କୋଚ୍…
Read More