ନୟାଗଡ଼,(ଲଷ୍ମୀଧର ସାହୁ):-ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କନିଷ୍ଠ କିରାଣୀ ବନମାଳୀ ସିଂ(୪୬)ଙ୍କ ପାକସ୍ଥଳୀ ଜନିତ ରୋଗରେ ମୃତ୍ୟୁ ଘଟିଛି । ତାଙ୍କର ଦୀର୍ଘଦିନ ଧରି ପାକସ୍ଥଳୀ ଜନିତ ସମସ୍ୟା ରହିଥିଲା । ଦୁଇଦିନ ତଳେ ଅଫିସ କାର୍ଯ୍ୟରେ କଟକ ହାଇକୋର୍ଟ ଯାଇଥିବା ବେଳେ ସେଠାରେ ଅସୁସ୍ଥ ଅନୁଭବ କରିଥିଲେ । ତେବେ ଗତକାଲି ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଥବାବେଳେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ନୟାଗଡ଼ ଦେବୋତ୍ତର କଲୋନୀରେ ରହୁଥିବା ସ୍ୱଗର୍ତ ସିଂଙ୍କୁ ତାଙ୍କ ନିଜ ବାସସ୍ଥାନ ଗୁଣ୍ଠୁଣି ପଞ୍ଚାୟତ ଅନ୍ତର୍ଗତ ଚଣ୍ଡିପ୍ରସାଦ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଥିବା…
Read MoreYear: 2021
ବାହାଘର ଭୋଜି ଖାଇ ଜଣେ ମୃତ, ୨୫ଗୁରୁତର
ଓଡ଼ଗାଁ: ଓଡ଼ଗାଁ ବ୍ଲକ ରବିଗାଡ଼ିଆ ପଞ୍ଚାୟତ କୁରୁମବାଙ୍କତରା ଗାଁର ଆଡୁଆ ସାହିରେ ଗତକାଲି ରାତିରେ ବାହାଘର ଭୋଜି ଖାଇ ୨୫ରୁ ଉର୍ଦ୍ଧ୍ବ ଗୁରୁତର ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଅଛି । ମୃତକ ଜଣଙ୍କ ହେଲେ ୫୫ବର୍ଷୀୟା ମାଟିଆଣୀ ବାରିକ। ମୃତକ ରାଧା ବାରିକଙ୍କ ସ୍ତ୍ରୀ ଅଟନ୍ତି। ତତ୍ ସହିତ ଗୁରୁତର ଆକ୍ରାନ୍ତ ହୋଇଥିବା ଲୋକମାନଙ୍କୁ ସ୍ଥାନୀୟ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ସହ ଚିକିତ୍ସା ଜାରି ରହିଛି।
Read Moreଅକ୍ଷୟ କୁମାରଙ୍କ ବେଲଵଟମ ରିଲିଜ ହେବ ଓଟିଟି ପ୍ଲାଟଫର୍ମରେ
ମୁମ୍ବାଇ: କରୋନାର କରାଳ ରୂପ ବେଳେ ଥିଏଟରରେ ଫିଲ୍ମ ରିଲିଜ ହେବା କାଠିକାର ପାଠ ହେଇଥିବା ବେଳେ ଏହାକୁ ଦେଖି ଅକ୍ଷୟ କୁମାର ତାଙ୍କର ବହୁ ପ୍ରତୀକ୍ଷୀତ ସିନେମା ବେଲବଟମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ପାଇଁ ଯୋଜନା କରିଛନ୍ତି । ପୂର୍ବରୁ ଏହା ୨୮ ମେ’ରେ ଥିଏଟରରେ ରିଲିଜ ହେବାର ଥିଲା । ଡିଜନୀ ପ୍ଲସ ହଟଷ୍ଟାର ଲୋଭନୀୟ ଅର୍ଥ ଦେଇ ଏହାକୁ ଚୁକ୍ତି କରିଛି ବୋଲି ଜଣାପଡିଛି। ଫିଲ୍ମର ପ୍ରଡ୍ୟୁସର ନିଖିଳ ଆଡଭାନୀଙ୍କ ସବୁଜ ସଙ୍କେତକୁ ସମସ୍ତେ ଅପେକ୍ଷା କରିଛନ୍ତି । ବେଲବଟମରେ ଅକ୍ଷୟଙ୍କ ସହ ବନୀ କାପୁର, ହୁମା କ୍ୟୁରେଶୀ, ଲାରା ଦତ୍ତ ଓ ଅଦିଲ ହୁସେନ ପରି ପ୍ରତିଷ୍ଠିତ କଳାକାର ଅଭିନୟ କରୁଛନ୍ତି । ପୂର୍ବରୁ ଅକ୍ଷୟଙ୍କ ଲକ୍ଷ୍ମୀ ମଧ୍ୟ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା ।
Read Moreଗଡ଼ଜାତ ନୟାଗଡ଼ରେ ଦ୍ୱାଦଶ ଶିବଲିଙ୍ଗ
ଉଗ୍ରେଶ୍ୱର ବଡ଼ ପଣ୍ଡୁସର ଧବଳେଶ୍ୱର ଲଛିପୁର ନୀଳକଣ୍ଠେଶ୍ୱର ଚନ୍ଦ୍ରଶେଖରପୁର କପିଳେଶ୍ୱର ଗୁଞ୍ଜବାରଣ ଲଡ଼ୁକେଶ୍ୱର ଶରଣକୂଳ ଫୁଲେଶ୍ୱର ବାହାଡ଼ାଝୋଲା ସିଂହେଶ୍ୱର ଯଦୁପୁର ମଧୂକେଶ୍ୱର ରାବେରା ସୋମନାଥଦେବ ଗୋବିନ୍ଦପୁର ମୁକ୍ତେଶ୍ୱର କଲ୍ୟାଣପୁର ଦୂତୀକେଶ୍ୱର ଜାମୁପାଟଣା ଗତୀଶ୍ୱର ମାଳିସାହି
Read Moreମୁନିସପାଲଟିର ୩ଜଣ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ନୟାଗଡ଼: ନୟାଗଡ଼ ପୌରପରିଷଦ କାର୍ଯ୍ୟାଳୟର ୩ଜଣ କର୍ମଚାରୀ ଯଥା ପୂର୍ଣ୍ଣଚନ୍ଦ୍ର ପାଣି, ଶରତ ଚନ୍ଦ୍ର ପାଣି ଓ ସନ୍ତୋଷ କୁମାର ଦାଶଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ପୌର କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ କୋଭିଡ୍ ନିୟମ ଅନୁସାରେ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ସମସ୍ତେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରଖି ୩ଜଣ କର୍ମଚାରୀଙ୍କୁ ଉତ୍ତରୀୟ, ମାନପତ୍ର ସହ ଉପହାର ଦିଆଯାଇ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ ଉତ୍ସବରେ ଲକ୍ଷ୍ମୀଧର ମହାପାତ୍ର, କୈଳାସ ଚନ୍ଦ୍ର ଜେନା, ନଳିନୀକାନ୍ତ ମିଶ୍ର, ହଜରତ ଅଲ୍ଲୀ ଖାଁ ପ୍ରମୁଖ ପ୍ରବକ୍ତା ଉପସ୍ଥିତ ରହି ୩ଜଣ କର୍ମଚାରୀଙ୍କ ଅବଦାନକୁ ଭୁୟଶ୍ରୀ ପ୍ରଂଶସା କରିଥିଲେ। ପ୍ରତିଷ୍ଠାନ ବିଭାଗର ଇନଚାର୍ଜ ଗୋପାଳ ଚରଣ ନାୟକ, ଶିଶିର ମହାପାତ୍ର ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପୌର ଲୋକସଂପର୍କ…
Read Moreବ୍ୟବସାୟୀ ମହାସଂଘର ବଡ଼ ନିଷ୍ପତ୍ତି
ନୟାଗଡ଼:- ୧ ଆଉ ୨ତାରିଖ ସଟଡାଉନ ପରେ ଅର୍ଥାତ ମେ ୩ତାରିଖରୁ ସାରା ରାଜ୍ୟରେ ଦିନ ଦୁଇ ଟାରୁ ସମସ୍ତ ଦୋକାନ ବଜ଼ାର ବନ୍ଦ ରହିବ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ଘୋଷଣା କରଛି। କୋଭିଡ-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବ୍ୟବସାୟୀ ମହାସଂଘ ଏହି ନିଷ୍ପତି ନେଇଛି।ଏହା ଆସନ୍ତା ମେ ୧୫ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ମିଳିଛି।
Read Moreନୟାଗଡ଼ ଜିଲ୍ଲା ସମାନ ସଂଜ୍ଞାବିଶିଷ୍ଠ ଗ୍ରାମପୁଞ୍ଜ
୨୮ ପଡ଼ାର ନାମଗୋଡ଼ିପଡ଼ା, ତୋଟାପଡ଼ା, ସରପଡ଼ା, ରାଣୀପଡ଼ା, ଖଣ୍ଡପଡ଼ା, ବାଉଁଶିଆପଡ଼ା,ବୋଦାପଡ଼ା, ଲାଠିପଡ଼ା, ଡିଆଁପଡ଼ା, ପଥୁରିପଡ଼ା, ଆଡ଼ିପଡ଼ା, ସଂପଡ଼ା, ଜିଗିନିପଡ଼ା,ଗୋପାଳିପଡ଼ା, ସଜନାପଡ଼ା, ଟିକିରିପଡ଼ା, ଶାଳପଡ଼ା, ଲେଙ୍କୁଡ଼ିପଡ଼ା, ଓସ୍ତପଡ଼ା,କେସ୍ତପଡ଼ା, ଫାଶିପଡ଼ା, ଜିରିପଡ଼ା, କାଣିପଡ଼ା, ପାଣ୍ଡିରିପଡ଼ା, ମାଛିପଡ଼ା, ଖେଡ଼ପଡ଼ା,ନୁଆପଡ଼ା, ଘୁଗୁଡ଼ିପଡ଼ା । ୧୨ ଗାଁଖଣ୍ଡୁଗାଁ, ଓଡ଼ଗାଁ, ଦେଓଗାଁ, ଡିହଗାଁ, ଦୁଆରଗାଁ, ଖୁଣ୍ଟଗାଁ, ବାଲୁଗାଁ, ନାଟୁଗାଁ,ନୂଆଗାଁ, ଖମଣନୂଆଗାଁ, ବାଟଗାଁ, ଗୋଲଗାଁ । ୯ ବନ୍ଧଘଡ଼େଇବନ୍ଧ, ବକଳବନ୍ଧ, ଖୁଣ୍ଟୁବନ୍ଧ, ଆଡ଼ିବନ୍ଧ, ପାଣିବନ୍ଧ, କଦଳୀବନ୍ଧ,ତଲାରିବନ୍ଧ, ହରିଡ଼ାବନ୍ଧ, ବଲାଙ୍ଗିବନ୍ଧ । ୧୩ ଗାଡ଼ିଆରାଣୀଗାଡ଼ିଆ, ବେଣାଗାଡ଼ିଆ, ମୁଥାଗାଡ଼ିଆ, ଶୁକଳଗାଡ଼ିଆ, ହିଂଜଳଗାଡ଼ିଆ,କଇଥଗାଡ଼ିଆ, ବିଟଳଗାଡ଼ିଆ, ମଦନଗାଡ଼ିଆ, ରବିଗାଡ଼ିଆ, ମୀନାଗାଡ଼ିଆ,ବାଉଁଶଗାଡ଼ିଆ, କୁସୁମଗାଡ଼ିଆ, ତୋଡ଼ିଗାଡ଼ିଆ, । ୧୧ ପ୍ରସାଦକାଳିକାପ୍ରସାଦ, ନରସିଂହପ୍ରସାଦ, ଜଗନ୍ନାଥପ୍ରସାଦ, ବଳରାମପ୍ରସାଦ,କୃଷ୍ଣପ୍ରସାଦ, ରଘୁନାଥପ୍ରସାଦ, ପ୍ରତାପପ୍ରସାଦ, ଖଡ୍ଗ ୍ରସାଦ, ଦୁର୍ଗା ୍ରସାଦ,ଲକ୍ଷ୍ମୀପ୍ରସାଦ, ପୁରୁଷୋତ୍ତମପ୍ରସାଦ । ୪ ବସ୍ତହାଟବସ୍ତ, କଦଳୀବସ୍ତ, ଚଣ୍ଡିବସ୍ତ, ତାଳବସ୍ତ । ୫ ମଡ଼ାଗୋଡ଼ିମଡ଼ା, ରଗଡ଼ିମଡ଼ା, ଖାଲମଡ଼ା, ଡାଳିଆମଡ଼ା, ଧୁଆଁମଡ଼ା । ୧୭…
Read Moreନୂଆସାହି ଅଗ୍ନି ବିପନ୍ନଙ୍କୁ ସହାୟତା
ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ନୟାଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସୋହମ” ତରଫରୁ ଅଗ୍ନି ବିପନ୍ନ ଗ୍ରାମବାସୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ସୋହମ ସ୍ବେଚ୍ଛାସେବୀ ସଂଗଠନର ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ତଥା ସମାଜସେବୀ ଦାମସାର୍ ଏହି ସହାୟତା ଅଭିଯାନରେ ସାମିଲଥିଲେ। ସଂଗଠନର ସ୍ବେଚ୍ଛାସେବୀ ନରେନ୍ଦ୍ର କୁମାର ବେହେରା, ଗତିକୃଷ୍ଣ ପ୍ରଧାନ, ପ୍ରସନ୍ନ ବସନ୍ତିଆ, ପ୍ରଦୀପ କୁମାର ସାହୁ, ଶରତ ଚନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ କୁମାର ନାୟକ ପ୍ରମୁଖ ଏହି ବିପନ୍ନ ସହାୟତା ଅଭିଯାନରେ ସାମିଲ ଥିଲେ । ଅଗ୍ନିକାଣ୍ଡ ପ୍ରପୀଡ଼ିତମାନଙ୍କୁ ଶାଢୀ, ଧୋତି ଲୁଙ୍ଗି,ଗାମୁଛା, ଡ୍ରେସ, ବିସ୍କୁଟ, ସାବୁନ ଓ ବ୍ରଶ ,ପେଷ୍ଟ , ମାସ୍କ ଛତୁଆ, ଟ୍ରେ ଆଦି ସାମଗ୍ରୀ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ପୋଡ଼ାସାହି ଗ୍ରାମର ନୂଆସାହିରେ ଗତ ୨୬ତାରିଖ ଦିନ ନିଆଁ ଲାଗି ୨୨ଟି ପରିବାରର ୩୫ବଖରା…
Read More