ରୋଗୀଙ୍କୁ ଫେରାଇ ପାରିବନି କୋଭିଡ ହସ୍ପିଟାଲ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୋଭିଡ୍ ହସପିଟାଲରେ କୋଭିଡ୍ ରୋଗୀଙ୍କ ଭର୍ତ୍ତି ସମ୍ପର୍କିତ ଜାତୀୟ ନୀତିକୁ ପରିବର୍ତ୍ତନ କରିଛନ୍ତି । ଏଣିକି ଜଣେ ରୋଗୀ କୋଭିଡ୍ ହସପିଟାଲରେ ଭର୍ତ୍ତି ହେବାବେଳେ କୋଭିଡ୍ ପଜିଟିଭି ପ୍ରମାଣପତ୍ର ଥିବା ଜରୁରୀ ନୁହେଁ । ସେହିପରି ଜଣେ ସଂଦିଗ୍ଧ କୋଭିଡ୍ ରୋଗୀ କୌଣସି କୋଭିଡ୍ କେୟାର ସେଣ୍ଟର (ସିସିସି), ଡେଡିକେଟେଡ କୋଭିଡ କେୟାର ସେଣ୍ଟର (ଡିସିସିସି) ଆଦିରେ ଭର୍ତ୍ତି କରାଯ଼ାଇପାରିବ । ତେବେ ସେମାନଙ୍କୁ ଉକ୍ତ ହସପିଟାଲର ସଂଦିଗ୍ଧ ଓ୍ବାର୍ଡରେ ରଖାଯ଼ିବ ।ସେହିପରି କୌଣସି ରୋଗୀଙ୍କୁ ହସପିଟାଲରେ ଫେରାଯ଼ିବ ନାହିଁ । ଅକ୍ସିଜେନ ଅଭାବ, ଔଷଧ ଅଭାବ କିମ୍ବା ରୋଗୀ ଅନ୍ୟ ସହରର ବୋଲି ଦର୍ଶାଇ ରୋଗୀଙ୍କୁ ଫେରାଇ ଦିଆଯିବ ନାହିଁ । ପୁଣି ଜଣେ ରୋଗୀଙ୍କ ପାଖରେ କୌଣସି ବୈଧ ପରିଚୟପତ୍ର ନଥିବା ଦର୍ଶାଇ ତାଙ୍କୁ ହସପିଟାଲରୁ ଫେରାଇଦିଆଯ଼ିବ ନାହିଁ…

Read More

ଦୁଇ ନାବାଳିକା ବିବାହ ଅଟକାଇଲା ଚାଇଲ୍ଡ ଲାଇନ

ନୟାଗଡ଼/ନୂଆଗାଁ: ଚାଇଲ୍ଡ ଲାଇନ ଏବଂ ପୁଲିସର ମିଳିତ ଉଦ୍ୟମରେ ଦୁଇଟି ନାବାଳିକା ବିବାହ ବନ୍ଦ ହୋଇଥିବା ଜଣାଯାଇଛି । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବିରୁଡ଼ା ଗ୍ରାମରେ ଏକ ନାବାଳିକା ବିବାହ କରାଯିବା ନେଇ ପ୍ରସ୍ତୁତି ଚାଲିଥିବା ବେଳେ ବିବାହ ବନ୍ଦ କରଯାଇଛି । ବିରୁଡ଼ା ଗ୍ରାମର ନିରଞ୍ଜନ ମୁଦୁଲିଙ୍କ ସହ ବିବାହ ପାଇଁ କନ୍ୟାକୁ ବାପଘରୁ ଅଣାଯାଇଥିବା ବେଳେ ନାବାଳିକା କନ୍ୟାକୁ ଉଦ୍ଧାର କରି ସିଡ୍ବ୍ୟୁସିରେ ହାଜର କରାଯାଇଥିଲା । ପରେ ପରେ ସେଠାରୁ ପରିବାର ଲୋକଙ୍କ ହେପାଜତରେ ଛଡ଼ା ଯାଇଥିବା ଜଣାଯାଇଛି । ସେହିଭଳି ଭାବେ ନୂଆଗାଁ ଅଞ୍ଚଳର ଜଣେ ନାବାଳିକା ସହ ଓଡ଼ଗାଁ କୋରପିଠା ଗ୍ରାମର ଲକ୍ଷ୍ମୀଧର ସାହୁଙ୍କ ବିବାହ ପାଇଁ ସ୍ଥିର ହୋଇଥିବା ବେଳେ ଏହାକୁ ମଧ୍ୟ ଚାଇଲ୍ଡ ଲାଇନ ଏବଂ ପୁଲିସର ମିଳିତ ଉଦ୍ୟମରେ ବନ୍ଦ କରାଯାଇଥିବା ଜଣାପଡ଼ିଛି।

Read More

ଦଶପଲ୍ଲା ଅଞ୍ଚଳରେ ସାବାଡ଼ ହେବେ ଅମାନିଆ

ଦଶପଲ୍ଲା: ଦଶପଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଗମ୍ଭୀର ସ୍ଥିତି ଆଡ଼କୁ ଯାଉଥିବା ବେଳେ ପ୍ରଶାସନର ମୁଣ୍ଡବିନ୍ଧା ବଢ଼ି ଚାଲିଛି। ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ରରେ ଯେତେ ପ୍ରଚାର ପ୍ରସାର କଲେ କିଛି ଅମାନିଆ ବେଫିକର ଭାବେ ବଜାରରେ ବୁଲୁଛନ୍ତି। ସେଇମାନଙ୍କୁ ସାବାଡ଼ କରିବା ପାଇଁ ବୁଦ୍ଧିଜୀବୀମାନେ ପୋଲିସକୁ ଆହୁରି କଠୋର ହେବାକୁ ପଡ଼ିବ ବୋଲି ମତ ଦେଇଛନ୍ତି। ଯେଉଁମାନେ ମାସ୍କ ବ୍ୟବହାର କରୁନାହାନ୍ତି କିମ୍ବା ଅଯଥାରେ ବାହାରେ ବୁଲାବୁଲି କରୁଛନ୍ତି ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି। ଦଶପଲ୍ଲା କୋଭିଡ ଅଧିକାରୀ ତଥା ତହସିଲଦାର ଅକ୍ଷୟ କୁମାର କୁମାର ଖେମୁଣ୍ଡୁ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେଵବ୍ରତ କର, ଦଶପଲ୍ଲା ଥାନା ଅଧିକାରୀ କିରଣ ହେମ୍ରମ ଏବଂ ଏସ.ଆଇ. ଚକ୍ରଧର ସିଂ, ସୁବାଷ ଚମ୍ପତ୍ତି ପ୍ରଭୁତିଙ୍କୁ ନେଇ ଏକ ଟିମ ଗଠନ…

Read More

ବଲାଙ୍ଗୀରକୁ କରୋନା ଆକ୍ରାନ୍ତଙ୍କ ସେବା କରିବାକୁ ଯାଉଥିବା ବେଳେ ଦୁର୍ଘଟଣା

ଦଶପଲ୍ଲା: କୋଭିଡ୍-୧୯ ଡ୍ୟୁଟି ପାଇଁ ଏସସିବି ମେଡିକାଲ କଲେଜର ଶେଷ ବର୍ଷର ୧୯ଜଣ ଛାତ୍ରଛାତ୍ରୀ କଟକରୁ ବଲାଙ୍ଗିର ଯାଉଥିବା ବେଳେ ୫୭ନଂ ଜାତୀୟ ରାଜପଥ ବାଣିଗୋଚ୍ଛା ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଛକ ନିକଟରେ ଏକ ବୁଲାଣିରେ ବସଟି ଏକ ପଣସ ଗଛରେ ଧକ୍କା ହୋଇଥିଲା। ଦୁର୍ଘଟଣାର ଖବର ପାଇ ନୟାଗଡ଼ ଟାଉନ୍ ଥାନା ଅଧିକାରୀ ଜୟଦୀପ୍ ମହାନ୍ତି ସଙ୍ଗେ ସଙ୍ଗେ ବାଣିଗୋଚ୍ଛା ଥାନାକୁ ଖବର ଦେଇଥିଲେ। ସେହି ଖବର ପାଇ ବିଳମ୍ବିତ ରାତିରେ ନୟାଗଡ଼ ଟାଉନ୍ ପୁଲିସ ଓ ବାଣିଗୋଚ୍ଛା ପୁଲିସ, ଦଶପଲ୍ଲା ତହସିଲଦାର, ଦଶପଲ୍ଲା ମେଡିକାଲର ଡାକ୍ତର ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଦୁର୍ଘଟଣାରେ ବସ୍ ଚାଳକ ଜଣକ ଗୁରୁତର ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ସାମାନ୍ୟ ଆହାତ ହୋଇଥିବା ନେଇ ବାଣିଗୋଚ୍ଛା ଥାନା…

Read More

କରୋନା ସମୟରେ ସର୍ଭେ କାର୍ଯ୍ୟକୁ ଶିକ୍ଷକ ସଂଘର ପ୍ରତ୍ୟାଖ୍ୟାନ

ନୟାଗଡ଼: କରୋନାକୁ ରାଜ୍ୟ ସରକାର ରାଜ୍ୟରେ ଗତ ୫ତାରିଖରୁ ଲକଡାଉନ ଘୋଷଣା କରିଥିବା ବେଳେ ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକ ମାନଙ୍କୁ ଡ୍ରପଆଉଟ ପିଲାଙ୍କ ସର୍ଭେ କାର୍ଯ୍ୟରେ ନିୟୋଜନକୁ ନେଇ ଜିଳ୍ଲା ପ୍ରାଥମିକ ଶିକ୍ଷକ ସଂଘ କଡ଼ା ବିରୋଧ କରିଛି । କୋଭିଡ-୧୯ ଗାଇଡଲାଇନର ସମସ୍ତ ନୀତିନିୟମକୁ ଉଲଂଘନ କରାଯାଇ ମହାମାରୀ ସଂକଟ ସମୟରେ ଶିକ୍ଷକମାନଙ୍କୁ ବିପଦ ମୁହଁକୁ ଠେଲି ଦିଆଯାଉଥିବା ନେଇ ଶିକ୍ଷକସଂଘ ପକ୍ଷରୁ ଗୁରୁତର ଅଭିଯୋଗ କରାଯାଇଛି । ଏ ନେଇ ଗତକାଲି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜିଳ୍ଲା ସଂଘ ପକ୍ଷରୁ ଏକ ଚିଠିମାଧ୍ୟମରେ ଶିକ୍ଷକମାନେ ଲକଡାଉନ ସମୟରେ ସର୍ଭେ କାର୍ଯ୍ୟ କରିବେ ନାହିଁ ବୋଲି ରୋକଠୋକ ଜଣାଇ ଦେଇଛନ୍ତି । ରାଜ୍ୟ ସରକାର ଗତ ଏପ୍ରିଲ ମାସରେ ଏହି ସର୍ଭେ କାର୍ଯ୍ୟ ସାରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ବିଭାଗକୁ ନିର୍ଦ୍ଦେଶନାମା ଜାରି…

Read More

ଭାପୁର ବଜାର ହେଲା ସାନିଟାଇଜ

ଭାପୁର: ଭାପୁର ବଜାରରେ ଗୁରୁବାର ସକାଳୁ ଅଗ୍ନିଶମ ବିଭାଗ ତରଫରୁ ସାନିଟାଇଜ କରାଯାଇଥିଲା । ଭାପୁର ବଜାରର ଜଣେ ଯୁବ ବ୍ୟବସାୟୀଙ୍କ କରୋନାରେ ମୃତ୍ୟୁ ପରେ ଭାପୁର ତହସିଲଦାର ତୃପ୍ତି ମହାନ୍ତି ୧ତାରିଖ ଠାରୁ ୬ତାରିଖ ପର୍ଯ୍ଯନ୍ତ ଭାପୁର ବଜାରକୁ ମାଇକ୍ରୋ କଣ୍ଟନମେଣ୍ଟ ଜୋନ ଘୋଷଣା କରିଥିଲେ । ବଜାରକୁ ସମ୍ପୂର୍ଣ୍ଣ ଭାବେ ବାଉଁଶ ବ୍ୟାରିକେଟ କରି ବନ୍ଦ କରାଯାଇଥିଲା । ଗୁରୁବାର ସକାଳୁ ବ୍ୟାରିକେଟ୍ ଖୋଲା ଯାଇଥିଲା । ଅଗ୍ନିଶମ ବିଭାଗର ଅଫିସର ପ୍ରତାପ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଭାପୁର ବଜାରକୁ ସାନିଟାଇଜର କରିଥିଲେ ।

Read More